ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ସ୍ୱତନ୍ତ୍ର ଉପକାରାଗାରରେ ଅନ୍ତେବାସୀଙ୍କୁ ରକ୍ଷାବନ୍ଧନ ସହିତ ମିଷ୍ଟାନ୍ନ ବଣ୍ଟନ ତାଳଚେର:- ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କର ପର୍ବ ନୁହେଁ, ଏହା ମାନବିକତା, ଭାଇଚାରା, ଆତ୍ମୀୟତା ଓ ପରସ୍ପର ସହଯୋଗର ଏକ ପବିତ୍ର ବାର୍ତ୍ତା ବହନ କରେ। ଏହି ମହତ୍ ଭାବନାକୁ ଆଧାର କରି ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ (ଟିଡବ୍ଲ୍ୟୁଜେଏ) ପକ୍ଷରୁ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ଦୀର୍ଘ ବର୍ଷ ହେଲା ଅନ୍ତେବାସୀମାନଙ୍କ ସହ ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପର୍ବ ପାଳନ କରିଆସୁଛି l ଏହି କାର୍ଯ୍ୟକ୍ରମରେ ଟିଡବ୍ଲ୍ୟୁଜେଏର ସଦସ୍ୟମାନେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ଥିବା ଅନ୍ତେବାସୀଙ୍କ ନିକଟକୁ ଯାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ମୁହୂର୍ତ୍ତରେ କିଛି ସମୟ ପାଇଁ କାରାଗାରର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ଅନ୍ତେବାସୀମାନେ ମଧ୍ୟ ଏହି ଆତ୍ମୀୟତା ଓ ସ୍ନେହପୂର୍ଣ୍ଣ ପ୍ରୟାସକୁ ସ୍ୱାଗତ କରିଥିଲେ l ରକ୍ଷାବନ୍ଧନ ଅବସରରେ ଅନ୍ତେବାସୀମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା। ଏଥିସହିତ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେହଲଗା ସାବୁନ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସାମାନ୍ୟ ସହଯୋଗ ଅନ୍ତେବାସୀଙ୍କ ମନରେ ଖୁସି ଓ ଆତ୍ମୀୟତାର ଭାବ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ଟିଡବ୍ଲ୍ୟୁଜେଏର ସଦସ୍ୟମାନେ ଅନ୍ତେବାସୀଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଜୀବନରେ ଘଟିଥିବା ଭୁଲ୍ରୁ ଶିକ୍ଷା ଗ୍ରହଣ କରି ନିଜକୁ ପରିବର୍ତ୍ତନ କରିବା ସହ ଆଗାମୀ ଦିନରେ ସମାଜର ମୁଖ୍ୟସ୍ରୋତକୁ ଫେରି ଏକ ନୂତନ ଜୀବନ ଆରମ୍ଭ କରିବାକୁ ସେମାନଙ୍କୁ ପ୍ରେରଣା ଦିଆଯାଇଥିଲା l ଏହି ଅବସରରେ ସଦସ୍ୟମାନେ କହିଥିଲେ ଯେ, ଜୀବନରେ ମଣିଷ ଅନେକ ସମୟରେ ପରିସ୍ଥିତିର ଶିକାର ହୋଇ ଭୁଲ୍ କରିଥାଏ। କିନ୍ତୁ ଭୁଲ୍ ପରେ ନିଜକୁ ସୁଧାରି ଭଲ ମଣିଷ ଭାବେ ସମାଜକୁ ଫେରିବା ହିଁ ଜୀବନର ପ୍ରକୃତ ସଫଳତା। କାରାଗାର ଜୀବନ ଏକ ଦଣ୍ଡ ହୋଇପାରେ, କିନ୍ତୁ ଏହା ଜୀବନର ଶେଷ ଅଧ୍ୟାୟ ନୁହେଁ। ଦୃଢ଼ ଇଚ୍ଛାଶକ୍ତି, ଭଲ ଚିନ୍ତା ଓ ସକାରାତ୍ମକ ମନୋଭାବ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ନୂଆ ଦିଗ ଦେଇପାରେ l ଅନ୍ତେବାସୀମାନଙ୍କୁ ନିଶା ଓ ଅପରାଧଠାରୁ ଦୂରେଇ ରହିବା, ପରିବାରର ମୂଲ୍ୟ ବୁଝିବା, ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ଏବଂ ଆଗାମୀ ଦିନରେ ସୁସ୍ଥ ଓ ସୁନ୍ଦର ଜୀବନ ବିତାଇବା ପାଇଁ ବହୁ ସୁବିଚାର ଓ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ନିଆରା କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଠା ଧୀରମୋହନ ରାୟ ଅନ୍ତେବାସୀମାନଙ୍କ ଉଦ୍ଧେଶ୍ୟରେ ବହୁ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ। ଉପକାରାଗାରର ସହ ଅଧୀକ୍ଷକ ରସାନନ୍ଦ ବେହେରାଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଡବ୍ଲ୍ୟୁଜେଏ ର ସଭାପତି ମଦନମୋହନ ସାହୁ, ସୟଦ ଜୁଲଫିକର ହୋସେନ, ସୌମେନ୍ଦ୍ର ସେନାପତି, ଅଜୟ କୁମାର ନାୟକ, ଦେବାଶିଷ ପରିଡା, ସ୍ବେଛାସେବୀ ସୌରାଭିନୀ ନାୟକ, ମନିଲ ମହାରଣା, ଶିକ୍ଷାବିତ ପ୍ରେମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ଉପକାରାଗାରର ସ୍ୱାସ୍ଥ୍ୟ ନିରୀକ୍ଷକ ଧୀରେନ୍ଦ୍ର କୁମାର ନନ୍ଦ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ସ୍ୱତନ୍ତ୍ର ଉପକାରାଗାରରେ ଅନ୍ତେବାସୀଙ୍କୁ ରକ୍ଷାବନ୍ଧନ ସହିତ ମିଷ୍ଟାନ୍ନ ବଣ୍ଟନ ତାଳଚେର:- ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କର ପର୍ବ ନୁହେଁ, ଏହା ମାନବିକତା, ଭାଇଚାରା, ଆତ୍ମୀୟତା ଓ ପରସ୍ପର ସହଯୋଗର ଏକ ପବିତ୍ର ବାର୍ତ୍ତା ବହନ କରେ। ଏହି ମହତ୍ ଭାବନାକୁ ଆଧାର କରି ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ (ଟିଡବ୍ଲ୍ୟୁଜେଏ) ପକ୍ଷରୁ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ଦୀର୍ଘ ବର୍ଷ ହେଲା ଅନ୍ତେବାସୀମାନଙ୍କ ସହ ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପର୍ବ ପାଳନ କରିଆସୁଛି l ଏହି କାର୍ଯ୍ୟକ୍ରମରେ ଟିଡବ୍ଲ୍ୟୁଜେଏର ସଦସ୍ୟମାନେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ଥିବା ଅନ୍ତେବାସୀଙ୍କ ନିକଟକୁ ଯାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ମୁହୂର୍ତ୍ତରେ କିଛି ସମୟ ପାଇଁ କାରାଗାରର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ଅନ୍ତେବାସୀମାନେ ମଧ୍ୟ ଏହି ଆତ୍ମୀୟତା ଓ ସ୍ନେହପୂର୍ଣ୍ଣ ପ୍ରୟାସକୁ ସ୍ୱାଗତ କରିଥିଲେ l ରକ୍ଷାବନ୍ଧନ ଅବସରରେ ଅନ୍ତେବାସୀମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା। ଏଥିସହିତ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେହଲଗା ସାବୁନ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସାମାନ୍ୟ ସହଯୋଗ ଅନ୍ତେବାସୀଙ୍କ ମନରେ ଖୁସି ଓ ଆତ୍ମୀୟତାର ଭାବ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ଟିଡବ୍ଲ୍ୟୁଜେଏର ସଦସ୍ୟମାନେ ଅନ୍ତେବାସୀଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଜୀବନରେ ଘଟିଥିବା ଭୁଲ୍ରୁ ଶିକ୍ଷା ଗ୍ରହଣ କରି ନିଜକୁ ପରିବର୍ତ୍ତନ କରିବା ସହ ଆଗାମୀ ଦିନରେ ସମାଜର ମୁଖ୍ୟସ୍ରୋତକୁ ଫେରି ଏକ ନୂତନ ଜୀବନ ଆରମ୍ଭ କରିବାକୁ ସେମାନଙ୍କୁ ପ୍ରେରଣା ଦିଆଯାଇଥିଲା l ଏହି ଅବସରରେ ସଦସ୍ୟମାନେ କହିଥିଲେ ଯେ, ଜୀବନରେ
ମଣିଷ ଅନେକ ସମୟରେ ପରିସ୍ଥିତିର ଶିକାର ହୋଇ ଭୁଲ୍ କରିଥାଏ। କିନ୍ତୁ ଭୁଲ୍ ପରେ ନିଜକୁ ସୁଧାରି ଭଲ ମଣିଷ ଭାବେ ସମାଜକୁ ଫେରିବା ହିଁ ଜୀବନର ପ୍ରକୃତ ସଫଳତା। କାରାଗାର ଜୀବନ ଏକ ଦଣ୍ଡ ହୋଇପାରେ, କିନ୍ତୁ ଏହା ଜୀବନର ଶେଷ ଅଧ୍ୟାୟ ନୁହେଁ। ଦୃଢ଼ ଇଚ୍ଛାଶକ୍ତି, ଭଲ ଚିନ୍ତା ଓ ସକାରାତ୍ମକ ମନୋଭାବ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ନୂଆ ଦିଗ ଦେଇପାରେ l ଅନ୍ତେବାସୀମାନଙ୍କୁ ନିଶା ଓ ଅପରାଧଠାରୁ ଦୂରେଇ ରହିବା, ପରିବାରର ମୂଲ୍ୟ ବୁଝିବା, ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ଏବଂ ଆଗାମୀ ଦିନରେ ସୁସ୍ଥ ଓ ସୁନ୍ଦର ଜୀବନ ବିତାଇବା ପାଇଁ ବହୁ ସୁବିଚାର ଓ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ନିଆରା କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଠା ଧୀରମୋହନ ରାୟ ଅନ୍ତେବାସୀମାନଙ୍କ ଉଦ୍ଧେଶ୍ୟରେ ବହୁ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ। ଉପକାରାଗାରର ସହ ଅଧୀକ୍ଷକ ରସାନନ୍ଦ ବେହେରାଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଡବ୍ଲ୍ୟୁଜେଏ ର ସଭାପତି ମଦନମୋହନ ସାହୁ, ସୟଦ ଜୁଲଫିକର ହୋସେନ, ସୌମେନ୍ଦ୍ର ସେନାପତି, ଅଜୟ କୁମାର ନାୟକ, ଦେବାଶିଷ ପରିଡା, ସ୍ବେଛାସେବୀ ସୌରାଭିନୀ ନାୟକ, ମନିଲ ମହାରଣା, ଶିକ୍ଷାବିତ ପ୍ରେମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ଉପକାରାଗାରର ସ୍ୱାସ୍ଥ୍ୟ ନିରୀକ୍ଷକ ଧୀରେନ୍ଦ୍ର କୁମାର ନନ୍ଦ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
- ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ4
- ସାତମାଇଲ ଛକ ନିକଟରେ ମର୍ମାନ୍ତୁତ ଦୁର୍ଘଟଣା. ଟାଟା ଏସି ଗାଡି ଉପରେ ଚଢ଼ିଗଲା ଆଇଚର. ଜଣେ ମୃତ. ପୁରୁଣା କଟକ ସମ୍ବଲପୁର ରାସ୍ତାର ସାତମାଇଲ ଛକ ନିକଟରେ ଠିଆ ହୋଇଥିବା ଆଇଚର ଗାଡି ଉପରେ ଚଢି ପାଲଟିଗଲା. ଟାଟା ଏସି ମାଲିକ ତଥା ଡ୍ରାଇଭର ଘଟଣା ସ୍ଥଳରେ ମୃତ.1
- ଢେଙ୍କାନାଳ ସୁଭଦ୍ରା କାଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ମୂଖ୍ୟମନ୍ତ୍ରୀ ନୟାଗଡ ର ଲାଠି ପଡ଼ା ରୁ ସିଧ। ସୁଭଦ୍ରା ଙ୍କୁ ସିଧା ବ୍ୟା ଙ୍କ ଖାତା କୁ1
- #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ... ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ । ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ । ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ । ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ । ଅର୍ଥାତ୍, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର । #ଟେଣ୍ଡର_ବିବାଦ #ଠିକାଦାର_ସଂଘ #ଢେଙ୍କାନାଳ #ଠିକାଦାରଙ୍କ_ଅସନ୍ତୋଷ #ଟେଣ୍ଡର_ପ୍ରକ୍ରିୟା #ଠିକାଦାରଙ୍କ_ସମସ୍ୟା #ସରକାରୀ_କାମ #ଉନ୍ନୟନମୂଳକ_କାମ #DhenkanalNews #Dhenkanal #OdishaNews #OdishaNewsToday #BreakingNews #LatestNews #ContractorAssociation #TenderIssue1
- 💍 ରାକ୍ଷୀ ପୂର୍ଣ୍ଣିମାରେ ଢେଙ୍କାନାଳରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ 💍 📍 ସ୍ଥାନ: କାଞ୍ଚନ ବଜାର, ଢେଙ୍କାନାଳ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜୁଏଲର୍ସର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ✨ ଗ୍ରାହକଙ୍କ ପାଇଁ ବିଶେଷ ଅଫର: 🔹 ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ 🔹 ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। 📺 ଏଭଳି ସ୍ଥାନୀୟ ଖବର ପାଇଁ DK TV ODIAକୁ Subscribe କରନ୍ତୁ। 👍 Like | 💬 Comment | 🔔 Subscribe | ↗️ Share #Dhenkanal #DhenkanalNews #PunarbashuJewellers #KanchanBazar #RakshaBandhan #RakhiPurnima #Jewellery #SilverJewellery #GoldPlatedJewellery #OdishaNews #DKTVODIA #OdiaNews #DhenkanalUpdate1
- ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?1
- ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ3
- ଆଜି ପବିତ୍ର ରକ୍ଷା ବନ୍ଧନ ପୂର୍ଣ୍ଣିମା ଓ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଅଧିକାରୀ4