ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ବୁରୁବୁଡ଼ା ଶିବ ମନ୍ଦିରରେ ଏଥର ମହାସମାରୋହରେ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇଛି। ଆଞ୍ଚଳିକ ବାବା ଗୁପ୍ତେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଶିବ ବିବାହ ଉତ୍ସବ ଚଳିତ ବର୍ଷ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ତିଲେଶ୍ୱର ଗ୍ରାମର ପ୍ରିୟଲତା ଖାଡ଼େଙ୍ଗା ଓ ନାରାୟଣ ମହାନ୍ତି ମାତା ପାର୍ବତୀଙ୍କ ମାତାପିତା ଭାବେ କନ୍ୟାଦାନ କରିଥିଲେ। ସେହିପରି, ତିଲେଶ୍ୱର ଗ୍ରାମର ଜ୍ୟୋତିର୍ମୟୀ ପ୍ରଧାନ ଓ ପ୍ରାଣବନ୍ଧୁ ପ୍ରଧାନ ବାବା ଗୁପ୍ତେଶ୍ୱରଙ୍କ ମାତାପିତା ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଭୋର ସକାଳୁ ମନ୍ଦିରରେ ନୀତିକାନ୍ତି ସରିବା ପରେ ମାତା ପାର୍ବତୀ ଓ ମହାଦେବଙ୍କୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ଉଭୟ ବର ପିତା ଓ କନ୍ୟା ପିତାଙ୍କ ଘରକୁ ଅଣାଯାଇଥିଲା। ମନ୍ଦିର ପକ୍ଷରୁ ଏହି ବର୍ଷ ସୁନାର ଏକ ୩୦ ଗ୍ରାମର ତ୍ରିଶୂଳ ଓ ୧୦୦ ଗ୍ରାମ ଲେଖାଏଁ ରୂପା ସହ ବିଭିନ୍ନ ନୀତିକାନ୍ତି ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସମାପ୍ତ ହୋଇଥିଲା। କେବଳ ଦୁଇ ପରିବାର ନୁହେଁ, ସମଗ୍ର ତିଲେଶ୍ୱର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ସନ୍ଧ୍ୟାରେ ବାବା ଗୁପ୍ତେଶ୍ୱରଙ୍କ ବରଯାତ୍ରୀରେ ପାରମ୍ପରିକ ଦଣ୍ଡନୃତ୍ୟ ସହିତ ଦୁଲଦୁଲି, ଅଘୋରୀ ନୃତ୍ୟ, କୃଷ୍ଣଗୁରୁ ଓ ନାମସଂକୀର୍ତ୍ତନରେ ତିଲେଶ୍ୱର ବଜାର ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଏହି ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଝୁମିଥିଲେ। ଏହି ଶୋଭାଯାତ୍ରା ମହାଦେବ ମନ୍ଦିରରେ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ମହାଦେବଙ୍କୁ ସ୍ୱାଗତ କରାଯାଇ ବେଦୀକୁ ପାଛୋଟି ଅଣାଯାଇଥିଲା। ସେଠାରେ ବାବା ଗୁପ୍ତେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ବୈଦିକ ରୀତିନୀତିରେ ସମ୍ପୂର୍ଣ୍ଣ ହୋଇଥିଲା।

- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ବୁରୁବୁଡ଼ା ଶିବ ମନ୍ଦିରରେ ଏଥର ମହାସମାରୋହରେ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇଛି। ଆଞ୍ଚଳିକ ବାବା ଗୁପ୍ତେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଶିବ ବିବାହ ଉତ୍ସବ ଚଳିତ ବର୍ଷ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ତିଲେଶ୍ୱର ଗ୍ରାମର ପ୍ରିୟଲତା ଖାଡ଼େଙ୍ଗା ଓ ନାରାୟଣ ମହାନ୍ତି ମାତା ପାର୍ବତୀଙ୍କ ମାତାପିତା ଭାବେ କନ୍ୟାଦାନ କରିଥିଲେ। ସେହିପରି, ତିଲେଶ୍ୱର ଗ୍ରାମର ଜ୍ୟୋତିର୍ମୟୀ ପ୍ରଧାନ ଓ ପ୍ରାଣବନ୍ଧୁ ପ୍ରଧାନ ବାବା ଗୁପ୍ତେଶ୍ୱରଙ୍କ ମାତାପିତା ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଭୋର ସକାଳୁ ମନ୍ଦିରରେ ନୀତିକାନ୍ତି ସରିବା ପରେ ମାତା ପାର୍ବତୀ ଓ ମହାଦେବଙ୍କୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ଉଭୟ ବର ପିତା ଓ କନ୍ୟା ପିତାଙ୍କ ଘରକୁ ଅଣାଯାଇଥିଲା। ମନ୍ଦିର ପକ୍ଷରୁ ଏହି ବର୍ଷ ସୁନାର ଏକ ୩୦ ଗ୍ରାମର ତ୍ରିଶୂଳ ଓ ୧୦୦ ଗ୍ରାମ ଲେଖାଏଁ ରୂପା ସହ ବିଭିନ୍ନ ନୀତିକାନ୍ତି ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସମାପ୍ତ ହୋଇଥିଲା। କେବଳ ଦୁଇ ପରିବାର ନୁହେଁ, ସମଗ୍ର ତିଲେଶ୍ୱର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ସନ୍ଧ୍ୟାରେ ବାବା ଗୁପ୍ତେଶ୍ୱରଙ୍କ ବରଯାତ୍ରୀରେ ପାରମ୍ପରିକ ଦଣ୍ଡନୃତ୍ୟ ସହିତ ଦୁଲଦୁଲି, ଅଘୋରୀ ନୃତ୍ୟ, କୃଷ୍ଣଗୁରୁ ଓ ନାମସଂକୀର୍ତ୍ତନରେ ତିଲେଶ୍ୱର ବଜାର ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଏହି ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଝୁମିଥିଲେ। ଏହି ଶୋଭାଯାତ୍ରା ମହାଦେବ ମନ୍ଦିରରେ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ମହାଦେବଙ୍କୁ ସ୍ୱାଗତ କରାଯାଇ ବେଦୀକୁ ପାଛୋଟି ଅଣାଯାଇଥିଲା। ସେଠାରେ ବାବା ଗୁପ୍ତେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ବୈଦିକ ରୀତିନୀତିରେ ସମ୍ପୂର୍ଣ୍ଣ ହୋଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।1
- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା। ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।1
- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।1
- ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଦର୍ଶାଯାଇଛି। ଏପରି ପରିସ୍ଥିତିରେ ସାଧାରଣ ଜନତା ପୁଲିସକୁ ଭୟ କରୁଥିବାବେଳେ, ଅପରାଧୀ ଓ ଆତତାୟୀମାନଙ୍କ ମନରେ ପୁଲିସ ପ୍ରତି କୌଣସି ଭୟ ନାହିଁ।1
- ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅନନ୍ତପାଲି ଯୋଗେନ୍ଦ୍ର ବାବା ମଠ ପରିସରରେ ଶୁକ୍ରବାର ଲସ୍ତଳା ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ବସନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ସମ୍ପନ୍ନ ହୋଇଥିଲା।1
- ବୌଦ୍ଧ ଜିଲ୍ଲାର ୫୭ ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକ ଥାନା ଅନ୍ତର୍ଗତ ଗଣ୍ଡାପାଜୁ ଠାରେ ଏକ ଆଇଚର୍ ଗାଡ଼ି ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।1