Shuru
Apke Nagar Ki App…
ମୁଖିବିଡେଇ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କଲେ ସରପଞ୍ଚ
Koraput News
ମୁଖିବିଡେଇ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କଲେ ସରପଞ୍ଚ
More news from ଓଡ଼ିଶା and nearby areas
- କୋରାପୁଟରେ ସ୍ଵର୍ଣ୍ଣ ରାମ ଧନୁଷ ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ପ୍ରାୟ ୨୮୫ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ କୋରାପୁଟ ପହଞ୍ଚିବା ପରେ ବାଟ ମଙ୍ଗଳା ଛକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଶତାଧିକ ରାମଭକ୍ତ କୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। ସହରରେ ଶୋଭାଯାତ୍ରା ସମୟରେ ରାସ୍ତା ସାରା ଲୋକେ ସ୍ଵର୍ଣ୍ଣ ଧନୁଷ କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। କୋରାପୁଟ ସହର ପରିକ୍ରମା ପରେ ସେମିଳିଗୁଡା ଓ ଦାମନଯୋଡି ଦେଇ ରାୟଗଡ଼ା ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ସ୍ଵର୍ଣ୍ଣ ଧନୁଷ ଯାତ୍ରା।1
- ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁକୁ ଦାମନଯୋଡିରେ ସ୍ବାଗତ1
- ଏବେ କେବଳ ଶୀତର ରାଜୁତି । ଥୁରୁ ଥୁରୁଆ କୋରାପୁଟିଆ ଶୀତରେ ଥରୁଛି ସାଧାରଣ ଜନ ଜୀବନ । ଏବେ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି l ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି। ସହର ଓ ଗାଁ ରେ ଶୀତର ପ୍ରକୋପରୁ ରକ୍ଷା ପାଇବା ସକାଶେ ଠାଏଁ ଠାଏଁ ସ୍ଥାନରେ ଲୋକେ ନିଆଁ ଜାଳି ଉଷୁମ ଟାଣୁଥୁବା ଦେଖିବାକୁ ମିଳୁଛି । ପଶ୍ଚିମାକାଶରେ ସୂରଜ ଅସ୍ତ ନହେଉଣୁ ଥଣ୍ଡା ମାଡି ବସୁଛି । ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରାରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି। ଧନୀ , ଗରିବ,ଯୁବକ ଓ ବୟସ୍କ ଏବେ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି।6
- ଉପରଗଦଳା ଚାଷ ଜମିକୁ ଆସିପାରୁ ନାହିଁ ଜଳ,ଚାଷ ପାଇଁ ଚାଷୀ ହନ୍ତସନ୍ତ1
- Post by AK14TV1
- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ, କଇଁପୁର ଠାରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଗଜପତି ଜିଲ୍ଲା ସିଭିଲ ଜଜ୍ଙ୍କ ତତ୍ଵାବଧାନରେ ମହେନ୍ଦ୍ର ତନୟ ଆଶ୍ରମ ବିଦ୍ୟାଳୟ ପରିସରସ୍ଥ ବାଲ୍ୟ ବିବାହ, ପରିବେଶ ସଚେତନା, ନିଶା ନିବାରଣକୁ ଆଧାରକରି ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଏସ ଏସ ଡି ବିଦ୍ୟାଳୟର ଛାତ୍ରଛାତ୍ରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ ସମୂହ ଆଠ ଶହ ପାଖାପାଖି ଲୋକମାନେ ଯୋଗଦେଇଥିଲେ, ଉକ୍ତ ସଭାରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, ସିଡ଼ିପିଓ ବି କମଳାଙ୍ଗୀ, ଗାରାବନ୍ଧ ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନିଶିକା,କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ରାୟଗଡ ଏବିଇଓ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା,କଇଁପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଶବର, ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମ୍ୟାନେଜିଙ୍ଗ କମିଟିର ସଦସ୍ୟ ଶ୍ରୀଯୁକ୍ତ ସନ୍ୟାସୀ କାର୍ଜୀ, ମହେନ୍ଦ୍ରଗିରି ଉନ୍ନୟନ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଭାସ୍କର ମଣ୍ଡଳ ଆଦି ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ସଦସ୍ୟମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରୁ କଇଁପୁର ପର୍ଯ୍ୟନ୍ତ "ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ", ସ୍ଲୋଗାନ ଦ୍ୱାରା ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ପରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ସିଡ଼ିପିଓ ବି କମଳାଙ୍ଗୀ ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ପରିବେଶ ପ୍ରଦୂଷଣର କାରଣ, ନିଶା ସେବନର କୁପରିଣାମ ଓ ବାଲ୍ୟ ବିବାହ ପ୍ରଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭା ଶେଷରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟକୁ ବିରତି ପ୍ରଦାନ କରିଥିଲେ ।1
- ନୂଆପଡ଼ାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ ଯାପିତ l1
- କୋରାପୁଟ ମୁନସିପାଲଟି ସମ୍ମୀଳନୀ କକ୍ଷରେ କାଉନସିଲ ବୈଠକ ଅନୁଷ୍ଠିତ1