ସହିଦ ରାଣା ପ୍ରତାପଙ୍କ ବାପାଙ୍କ ବିୟୋଗ, କୃଷ୍ଣଚନ୍ଦ୍ରପୁର ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର :-ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି | ସହିଦ ରାଣା ପ୍ରତାପ ଦାସଙ୍କ ବାପା ଶ୍ରୀବତ୍ସ ଦାସଙ୍କର କିଛିଦିନ ପୂର୍ବେ ଦେହାନ୍ତ ହୋଇଥିବା ଖବର ପାଇ ସାଂସଦ ଶ୍ରୀ ପାଣି ତାଙ୍କର ବାସଭବନ କଣ୍ଢାଳ ପଂଚାୟତ ସ୍ଥିତ କୃଷ୍ଣଚନ୍ଦ୍ରପୁର ଗ୍ରାମକୁ ଯାଇ ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି | ସାଂସଦଙ୍କ ସହ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ନେତା ବରୁଣ ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ତଥା ସମିତି ସଦସ୍ୟା ସୁବର୍ଣା ସାହୁ, ମଣ୍ଡଳ ସଭାପତି ରାଜେଶ ଦଳେଇ ଓ ଅଜୟ ସାହୁ, କାଉନସିଲର ସ୍ୱାଧୀନ ଥମ୍ବ, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର, ଶମ୍ଭୁନାଥ ବେହେରା, ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ, ଅମିତ କୁମାର ଦାସ ଅଖିଳ କୁମାର ସାମଲଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

- ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳ ମହମଦ ଅବଦଲ ଅଖତର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l1
- ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026 ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି -ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ -ଯଶୋଭୂମିରେ ସମ୍ମିଳନୀକୁ ଉଦ୍ଘାଟନ କଲେ PM ମୋଦି -କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି -ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି -ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି -ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି -ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ -ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ -ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ -ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ -AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି -ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia20261
- ହାପି ବାର୍ଥଡେ ମୋଦିଜୀ, ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏 ହାପି ବାର୍ଥଡେ ମୋଦିଜୀ, ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏 #SevaSankalpAbhiyan🇮🇳💪 #HappyBdayPMModiJi🙏 #ଜୟଜଗନ୍ନାଥ🚩🙏1
- କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ । ମୟୁରଭଞ୍ଜ :୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିବା ବେଳେ ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଅଟକି ରହିଥିଲା। ସେହି ସମୟରେ ଡ୍ରାଇଭର ଗାଡ଼ି ପାଖରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର କଣ୍ଟେନରକୁ ବ୍ୟାପିଯାଇ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଠିକ୍ ସମୟରେ ଚାଳକ ଦୂରେଇ ଯିବାରୁ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।1
- ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ1
- କଣ୍ଟାବଣିଆ ଥାନା ବଜାର ମଧ୍ୟ ଭାଗରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ. ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କଣ୍ଟାବଣିଆ ଥାନା ବଜାର ନିକଟରୁ ଆଜି ଜଣେ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି. ଏହାହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ତାଙ୍କର ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି. ପୋଲିସ ଛାନଭିନ ଚଳାଇଛନ୍ତି.1