logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିଶିର ସାରସ ଚଳିତ ବର୍ଷ ଜାନୁଆରୀ ୧୦ ରୁ ୧୮ ପର୍ଯ୍ୟନ୍ତ ପୁରୀ ୭/୧ ଶିଶିର ସାରସ୍‌ ୨୦୨୬ ମେଳାର ଆୟୋଜନର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଚଳିତ ମାସ ୧୦ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ବହୁ ପ୍ରତିକ୍ଷିତ ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ।ଏଥିପାଇଁ ଓରମାସ ପକ୍ଷରୁ ଆଜି ଓ ଆସନ୍ତା କାଲି ପୁରୀର ଲାଇଟହାଉସ୍‌ ନିକଟ ସି ବିଚ୍‌ରେ ଏକ ଆକାଶପତଙ୍ଗ ବା ଗୁଡି ଶୋ ଆୟୋଜିତ ହେଉଛି।। ଏହି ଆକାଶପତଙ୍ଗ ଶୋ ହେଉଛି ଶିଶିର ସାରସ୍ ମେଳାର ପ୍ରଚାର ପ୍ରସାର ପାଇଁ ଏକ ପ୍ରୟାସ।ଏଥିରେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓରମାସ ର ଡେପୁଟି ସିଇଓ ନିଗମ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସିସିର ସାରସ୍‌ ହେଉଛି ଏମିତି ଏକ କାର୍ଯ୍ୟକ୍ରମ ଯେଉଁଠାରେ ୨୦ଟି ରାଜ୍ୟ ଏବଂ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର କଳା/ଶିଳ୍ପୀମାନେ ୩୭୫ ଟି ଷ୍ଟଲ୍‌ରେ ତାଙ୍କର ସର୍ବୋତ୍ତମ କଳା/ପଦାର୍ଥ ପ୍ରଦର୍ଶନ କରିବେ । ଏହା "ଭୋକାଲ୍ ଟୁ ଲୋକାଲ୍" ଭାବନାକୁ ଉତ୍ସାହିତ କରିବା ଓ "ଆତ୍ମନିର୍ଭର ଓଡ଼ିଶା" ଗଠନ ପକ୍ଷରେ ଏକ ଶକ୍ତିଶାଳୀ ପଦକ୍ଷେପ ଅଟୁଟ କରିବା ପ୍ରୟାସ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ରାଘୁରାଜପୁର ଚିତ୍ରକଳା, ଗୋପ ବ୍ଲକ ର ଦେଶୀ ଗାଈ ଘିଁ, ସତ୍ୟବାଦୀ ର ନଡ଼ିଆ ତେଲ, ନୀମାପଡ଼ାର ପମ୍ପଡ଼/ମିଠା/କନଫେକ୍ସନେରୀ ଓ ଚିଲିକାର ବିଶେଷ ସି ଖାଦ୍ୟ ଭଳି ଆମ ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ସିସିର ସାରସ୍‌ ମେଳାରେ ପ୍ରଦର୍ଶିତ ହେବ।ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚୟଭାବେ ଶିଶିର ସାରସ୍‌, ଭୁବନେଶ୍ୱରକୁ ପରିଦର୍ଶନ କରିବେ।ଯାହାକି କଳା, କୌଶଳ ଓ ସଂସ୍କୃତିର ଏକ ସଂଗମସ୍ଥଳ ଏବଂ ଏକ ମିନି ଭାରତର ପ୍ରତିନିଧିତ୍ବ ବୋଲି ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି।

1 day ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
1 day ago

ଶିଶିର ସାରସ ଚଳିତ ବର୍ଷ ଜାନୁଆରୀ ୧୦ ରୁ ୧୮ ପର୍ଯ୍ୟନ୍ତ ପୁରୀ ୭/୧ ଶିଶିର ସାରସ୍‌ ୨୦୨୬ ମେଳାର ଆୟୋଜନର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଚଳିତ ମାସ ୧୦ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ବହୁ ପ୍ରତିକ୍ଷିତ ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ।ଏଥିପାଇଁ ଓରମାସ ପକ୍ଷରୁ ଆଜି ଓ ଆସନ୍ତା କାଲି ପୁରୀର ଲାଇଟହାଉସ୍‌ ନିକଟ ସି ବିଚ୍‌ରେ ଏକ ଆକାଶପତଙ୍ଗ

ବା ଗୁଡି ଶୋ ଆୟୋଜିତ ହେଉଛି।। ଏହି ଆକାଶପତଙ୍ଗ ଶୋ ହେଉଛି ଶିଶିର ସାରସ୍ ମେଳାର ପ୍ରଚାର ପ୍ରସାର ପାଇଁ ଏକ ପ୍ରୟାସ।ଏଥିରେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓରମାସ ର ଡେପୁଟି ସିଇଓ ନିଗମ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସିସିର ସାରସ୍‌ ହେଉଛି ଏମିତି ଏକ କାର୍ଯ୍ୟକ୍ରମ

ଯେଉଁଠାରେ ୨୦ଟି ରାଜ୍ୟ ଏବଂ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର କଳା/ଶିଳ୍ପୀମାନେ ୩୭୫ ଟି ଷ୍ଟଲ୍‌ରେ ତାଙ୍କର ସର୍ବୋତ୍ତମ କଳା/ପଦାର୍ଥ ପ୍ରଦର୍ଶନ କରିବେ । ଏହା "ଭୋକାଲ୍ ଟୁ ଲୋକାଲ୍" ଭାବନାକୁ ଉତ୍ସାହିତ କରିବା ଓ "ଆତ୍ମନିର୍ଭର ଓଡ଼ିଶା" ଗଠନ ପକ୍ଷରେ ଏକ ଶକ୍ତିଶାଳୀ ପଦକ୍ଷେପ ଅଟୁଟ କରିବା ପ୍ରୟାସ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ରାଘୁରାଜପୁର ଚିତ୍ରକଳା, ଗୋପ ବ୍ଲକ ର ଦେଶୀ ଗାଈ

ଘିଁ, ସତ୍ୟବାଦୀ ର ନଡ଼ିଆ ତେଲ, ନୀମାପଡ଼ାର ପମ୍ପଡ଼/ମିଠା/କନଫେକ୍ସନେରୀ ଓ ଚିଲିକାର ବିଶେଷ ସି ଖାଦ୍ୟ ଭଳି ଆମ ଜିଲ୍ଲାର ଶ୍ରେଷ୍ଠ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ସିସିର ସାରସ୍‌ ମେଳାରେ ପ୍ରଦର୍ଶିତ ହେବ।ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚୟଭାବେ ଶିଶିର ସାରସ୍‌, ଭୁବନେଶ୍ୱରକୁ ପରିଦର୍ଶନ କରିବେ।ଯାହାକି କଳା, କୌଶଳ ଓ ସଂସ୍କୃତିର ଏକ ସଂଗମସ୍ଥଳ ଏବଂ ଏକ ମିନି ଭାରତର ପ୍ରତିନିଧିତ୍ବ ବୋଲି ଶ୍ରୀ ପୃଷ୍ଟି ଅନୁରୋଧ କରିଛନ୍ତି।

More news from ଓଡ଼ିଶା and nearby areas
  • ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,
    4
    ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା  ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ  ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    14 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • जैकेट छोटी हो जाने पर नई खरीदने के बजाय अब लोग एक स्मार्ट ट्रिक अपना रहे हैं। इस तकनीक में जैकेट में एक एक्स्ट्रा ज़िप पैनल जोड़ा जाता है, जिससे साइज आसानी से बढ़ाया जा सकता है। यह तरीका रेडीमेड जैकेट एक्सटेंडर के जरिए किया जाता है। खासकर प्रेग्नेंसी या बेबी कैरियर पहनते समय यह ट्रिक काफ़ी उपयोगी मानी जा रही है। #LifeHacks #SmartTrick #DIYHack #FashionHack #ViralHack #CreativeIdeas
    1
    जैकेट छोटी हो जाने पर नई खरीदने के बजाय अब लोग एक स्मार्ट ट्रिक अपना रहे हैं। इस तकनीक में जैकेट में एक एक्स्ट्रा ज़िप पैनल जोड़ा जाता है, जिससे साइज आसानी से बढ़ाया जा सकता है। यह तरीका रेडीमेड जैकेट एक्सटेंडर के जरिए किया जाता है। खासकर प्रेग्नेंसी या बेबी कैरियर पहनते समय यह ट्रिक काफ़ी उपयोगी मानी जा रही है।
#LifeHacks #SmartTrick #DIYHack #FashionHack #ViralHack #CreativeIdeas
    user_द संक्षेप
    द संक्षेप
    Media company ବିରିଡି, ଜଗତସିଂହପୁର, ଓଡ଼ିଶା•
    6 hrs ago
  • ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ନାରଦିଆ ପଞ୍ଚାୟତର ରେ ପ୍ରଶାସନ କିଭଳି କାର୍ଯ୍ୟ କରୁଛି ଯୁବକଙ୍କ ମୁହଁରୁ ଶୁଣନ୍ତୁ
    1
    ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ନାରଦିଆ ପଞ୍ଚାୟତର ରେ ପ୍ରଶାସନ କିଭଳି କାର୍ଯ୍ୟ କରୁଛି ଯୁବକଙ୍କ ମୁହଁରୁ ଶୁଣନ୍ତୁ
    user_Rakesh das deba
    Rakesh das deba
    Journalist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    7 hrs ago
  • କୋର୍ଟ ଭିତରେ ବୋମା ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ
    1
    କୋର୍ଟ ଭିତରେ ବୋମା  ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    13 hrs ago
  • ସରକାରୀ ଗାଡ଼ିରେ ନାହିଁ....PUCC
    1
    ସରକାରୀ ଗାଡ଼ିରେ ନାହିଁ....PUCC
    user_SU-PRAVAT-NEWS
    SU-PRAVAT-NEWS
    Job Centre କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।
    2
    ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା ।
ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.