Shuru
Apke Nagar Ki App…
ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ନିଲାଖେଳା ତୁମେ ବନ୍ଧୁ ତୁମେ ସଖା ବିପଦରେ ଦେଲ ଦେଖା ⭕❗⭕🙏
Rajesh Samantaray
ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ନିଲାଖେଳା ତୁମେ ବନ୍ଧୁ ତୁମେ ସଖା ବିପଦରେ ଦେଲ ଦେଖା ⭕❗⭕🙏
More news from ଓଡ଼ିଶା and nearby areas
- ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଓ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ନିର୍ବାଚିତ। (ଡ଼ଃ ମନୋଜକୁମାର ବଳିଆରସିଂ)ପୁରୀ, ୩୧ ଜୁଲାଇ ଆଜି ପୁରୀ ବଳଭଦ୍ର ଜାଗା ଯୁବକ ସଂଘ (ହରିଜନ ସାହି, ମାର୍କଣ୍ଡ ସାହି) ପରିସରରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହି ନିର୍ବାଚନ କରାଯାଏ। ଚଳିତଥର ପୁରୀ ଜିଲ୍ଲାରେ ପ୍ରଥମଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମାନୁସାରେ ଜିଲ୍ଲା ସଭାପତି ସ୍ୱୟଂକ୍ରିୟ ଭାବେ 'ନ୍ୟାସନାଲ କାଉନ୍ସିଲ୍' ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ଏହି ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ ଭାବେ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଜିଲ୍ଲା ଆବାହକ ପଦ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ, ଶ୍ରୀଯୁକ୍ତ ଭାଗବତ ବେହେରା ଏହାକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସହମତିକ୍ରମେ ଶ୍ରୀ ମହାନ୍ତି ନିର୍ବିରୋଧ ଭାବେ ଚୟନ ହୋଇଥିଲେ। ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ଏବଂ ବର୍ତ୍ତମାନ ଜିଲ୍ଲାର ସମସ୍ତ କର୍ମୀ ଓ ସଦସ୍ୟମାନେ ତାଙ୍କ ପ୍ରତି ଯେଉଁ ଭରସା ଓ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରାଯିବ ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ୍ ଆଦ୍ମୀ ପାର୍ଟି ରାଜ୍ୟରେ ଏକ ଦୃଢ଼ ବିକଳ୍ପ ଭାବେ କାର୍ଯ୍ୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।4
- ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ନିଲାଖେଳା ତୁମେ ବନ୍ଧୁ ତୁମେ ସଖା ବିପଦରେ ଦେଲ ଦେଖା ⭕❗⭕🙏1
- *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*1
- କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟାଜଳ ପ୍ରବେଶ, ବଢୁଛି ଜଳସ୍ତର। ବାଲିଅନ୍ତା ୩୧/୦୭( ଗୋବର୍ଦ୍ଧନ ଦାସ) : ଗୁରୁବାର ଦିନ ଚାଳିତ ବର୍ଷ କୁଆଖାଇ, ଦୟା, ଭାର୍ଗବୀ ନଦୀରେ ହୀରାକୁଦର ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା , ଭାର୍ଗବୀ , କୁଆଖାଇ ଆଦି ନଦୀର ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଉକ୍ତ ନଦୀରେ ବନ୍ୟା ଜଳ ଦ୍ରୁତ ବେଗରେ ବୃଦ୍ଧି ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଳକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇ ଥିବା ଖବର ମିଳିଛି । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି । ଆଗକୁ ଯଦି ନଦୀରେ ବନ୍ୟା ଜଳର ପରିମାଣ ଅଧିକ ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର ଓ ନଦୀ କୂଳିଆ ବାସିନ୍ଦା।1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ ପ୍ରତାପରୁଦ୍ରପୁର ରେ ୧୨ ଗୋଟି ୱ।ର୍ଡ ଏହି ୱାର୍ଡରେ ଭତା ବ୍ୟାଙ୍କରେ ପାଉଥିବା ଲୋକେ ପ୍ରତିମାସରେ ଭତା ମିଳିପାରୁନାହିଁ ଏହି ଲୋକ କାହୁତରଣ ନାୟକ ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା୩୧/୭/୨୦୨୬1
- ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ଜଙ୍କସନ ପ୍ଲାଟଫର୍ମରେ ଅବାଧରେ ବୁଲୁଛନ୍ତି ଷଣ୍ଢ ଗାଈ, ଯାତ୍ରୀ ସୁରକ୍ଷା ପ୍ରତି ବଢ଼ିଛି ଚିନ୍ତା ଖୋର୍ଦ୍ଧା: ପୂର୍ବତଟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ଼ ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମରେ ଷଣ୍ଢ ଗାଈ ଓ ଅନ୍ୟାନ୍ୟ ଗୋରୁ ଅବାଧରେ ବୁଲୁଥିବା ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନର ପ୍ଲାଟଫର୍ମ ପଛପଟେ ସୁରକ୍ଷା ପ୍ରାଚୀର ନଥିବାରୁ ଗାଈ, ଗୋରୁ ଓ ଲୋକମାନେ ଅବାଧରେ ପ୍ଲାଟଫର୍ମକୁ ପ୍ରବେଶ କରୁଛନ୍ତି। ସୂଚନା ଥାଉକି, ପ୍ଲାଟଫର୍ମ ନିକଟବର୍ତ୍ତୀ ରେଳଧାରଣା ପାର୍ଶ୍ୱରେ ଲଟାଘାସ ଓ ଅନାବନା ଗଛପାଳା ବହୁଳ ଭାବେ ବଢ଼ି ଯାଇଥିବାରୁ ସେଠାରେ ଗାଈ ଓ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ରେଳ ଧକ୍କାରେ ଗାଈ ଓ ଗୋରୁର ମୃତ୍ୟୁ ମଧ୍ୟ ଘଟୁଛି। ଏହାସହ ପ୍ଲାଟଫର୍ମ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘନ ଲଟାବଣ ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ବିଷଧର ସର୍ପମାନଙ୍କ ଅବାଧ ଚଳପ୍ରଚଳ ରହୁଥିବାରୁ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ, ସୁରକ୍ଷା ପ୍ରାଚୀର ନଥିବା ସୁଯୋଗରେ ଅନେକ ବିନା ଟିକେଟ୍ ଯାତ୍ରୀ ଏହି ବାଟ ଦେଇ ଷ୍ଟେସନ ବାହାରକୁ ପଳାଇ ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଫଳରେ ଭାରତୀୟ ରେଳବାଇର ରାଜସ୍ୱ କ୍ଷତି ହେଉଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏତେ ଗୁରୁତର ସମସ୍ୟା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ଲାଟଫର୍ମ ପାର୍ଶ୍ୱର ଅନାବନା ଗଛପାଳା ସଫା କରିବା, ବୁଲା ପଶୁଙ୍କ ପ୍ରବେଶ ରୋକିବା ଏବଂ ଯାତ୍ରୀ ସୁରକ୍ଷା ସହ ରେଳବାଇର ରାଜସ୍ୱ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।1
- ଓଡ଼ିଶାରେ ୨୬ ଲକ୍ଷ ୫୦ ହଜାର 'ଲକ୍ଷପତି ଦିଦି' ସୃଷ୍ଟି ହୋଇ ସର୍ବୋଚ୍ଚ ସ୍ଥାନରେ ରହିଛି ରାଜ୍ୟ। ପୁରୀରେ ଅନୁଷ୍ଠିତ ହୋଇଛି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ। ଏଥିରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାମାନେ କେବଳ ସରକାରୀ ଯୋଜନାର ଲାଭାର୍ଥୀ ନୁହେଁ, ବରଂ ରାଜ୍ୟର ବିକାଶ ପ୍ରକ୍ରିୟାର କର୍ଣ୍ଣଧାର ହେବା ଦରକାର। ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱ ଦେଇ ସେ ଏହି ଆହ୍ୱାନ ଦେଇଛନ୍ତି। ପୁରୀ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ୬୦୦ରୁ ଅଧିକ ଡିଏଲଏଫ ଓ ବିଏଲଏଫ ସଦସ୍ୟା ଯୋଗଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସଦସ୍ୟାମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭବ, ସମସ୍ୟା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମତବିନିମୟ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ୨୬ ଲକ୍ଷ ୫୦ ହଜାରରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇ ସାରା ଦେଶରେ ରାଜ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଇ-ମାର୍କେଟିଂ ଓ ନୂତନ ଉତ୍ପାଦର ବଜାର ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳାଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ତାଳବଣିଆଠାରେ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ ମଧ୍ୟ କରିଥିଲେ ଉପମୁଖ୍ୟମନ୍ତ୍ରୀ। ପୁରୀରେ ଆୟୋଜିତ ଏହି ଆଞ୍ଚଳିକ ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆହୁରି ସଶକ୍ତ କରିବା ସହ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ସହ ରାଜ୍ୟର ବିକାଶରେ ସେମାନଙ୍କ ଭାଗିଦାରୀ ବୃଦ୍ଧି କରିବା ହିଁ ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ପୁରୀରୁ, ଡ଼ଃ ମନୋଜ କୁମାର ବଳିଆରସିଂହ।4
- ହଂସପାଳ ଛକ କୁଆଖାଇ ନଦୀ ବ୍ରିଜ ଉପରୁ ପାଣିକୁ ଡେଇଁଲେ ଯୁବତୀ। ଯୁବତୀ ଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ହଟାତ୍ ବ୍ରିଜ୍ ଉପରୁ ନଦୀ କୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନା କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପାହାଳ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ବହୁତ୍ ସମୟ ଖୋଜାଖୋଜି କରିଥିଲେ।ରାତି ହୋଇଯିବା ସହ କୁଆଖାଇ ନଦୀ ର ସ୍ରୋତ ପ୍ରଖର ଥିବାରୁ ଯୁବତୀ ଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଅଗ୍ନିଶମ ବାହିନୀ। ଯୁବତୀ ନଦୀ ସ୍ରୋତ ରେ ଭାସି ଭାସି ଦୟାନଦୀ କିମ୍ବା କୁଶଭଦ୍ରା ନଦୀ ମୁହାଣ କୁ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ପୁଣି ସକାଳୁ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି।1