ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ନେଇ ଚିନ୍ତା ବଢ଼ିଥିବା ବେଳେ ଜଣେ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଘଟଣା ଚର୍ଚ୍ଚାରେ ରହିଛି। ସୂଚନା ଅନୁଯାୟୀ, ବଡ଼ଖୁଣ୍ଟା ଗ୍ରାମର ମିହିର ରଣା ଭୋଳାଗଡ଼ିଆ ସାପ୍ତାହିକ ହାଟକୁ ଗହଣା ଦୋକାନ ନେଇ ଯାଇଥିଲେ। ହାଟ ସାରି ସନ୍ଧ୍ୟା ପ୍ରାୟ ୬ଟା ୩୦ ସମୟରେ ସେ ଘରକୁ ଫେରୁଥିଲେ। ଭୋଳାଗଡ଼ିଆ–ଖୁଣ୍ଟା ରାସ୍ତାର ଶନି ମନ୍ଦିର ନିକଟରେ ଦୁଇଟି ବାଇକରେ ଆସିଥିବା ୪ ଜଣ ଯୁବକ ତାଙ୍କୁ ପଛପଟୁ ପାଇପ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ମିହିର ତଳେ ପଡ଼ିଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କାର ଅଳଙ୍କାର ଭର୍ତ୍ତି ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାରେ ଗହଣା ବ୍ୟବସାୟୀ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କ ପରିଚୟ ଓ ଲୁଟ୍ ହୋଇଥିବା ଅଳଙ୍କାରର ପରିମାଣ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଖୁଣ୍ଟା ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଲୁଟେରାଙ୍କୁ ଶୀଘ୍ର ଧରିବା ସହ ରାସ୍ତାରେ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ଦାବି ହେଉଛି। ଇଂଲିଶରେ ଲେଖା ପ୍ରଭାବ ଶାଳୀ

- 🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା! ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। 📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର। ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ❓ କେବେ ପଡ଼ିବ ପ୍ରଶାସନର ନଜର? ❓ କେବେ ଆରମ୍ଭ ହେବ ମରାମତି କାମ? ❓ କେବେ ପୁଣି ସୁଗମ ହେବ ଯାତାୟାତ? ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି। 🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ... 🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା! ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। 📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର। ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ❓ କେବେ ପଡ଼ିବ ପ୍ରଶାସନର ନଜର? ❓ କେବେ ଆରମ୍ଭ ହେବ ମରାମତି କାମ? ❓ କେବେ ପୁଣି ସୁଗମ ହେବ ଯାତାୟାତ? ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି। 🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ...4
- ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ1
- ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍, ଚାଲିଛି ତଦନ୍ତ। 🚨 #Balasore #Markona #RoadAccident #BusAccident #OdishaNews #BreakingNews1
- ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।2
- କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି। କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।” କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍ଠକ୍ କରନ୍ତି। ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ। ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି। କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।2
- ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା3
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ1