ବୌଦ୍ଧରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ସନ୍ଧ୍ୟା ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ତହସିଲଦାର, ଅନିତା କୁମାରୀ ସାହୁ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ତହସିଲଦାର, ହରଭଙ୍ଗା ବଳଦେବ ବେହେରା,ଡି ପି ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ସମସ୍ତ ସି ଡି ପି ଓ,ଲିଡ଼ ବ୍ୟାଙ୍କ ମ୍ୟାନେଜର ଡନ ବସ୍କୋ, ସମସ୍ତ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ସ୍ୱୟମ ଡ୍ୟାନ୍ସ ଏକାଡେମୀ, ମନମୁଣ୍ଡା, ବ୍ଲକ କଳା ସାଂସ୍କୃତିକ ସଂଘ, କଣ୍ଟାମlଲ, ସତ୍ୟଜିତ ପ୍ରଧାନ ମେଲୋଡି ଟିମ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l
ବୌଦ୍ଧରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ସନ୍ଧ୍ୟା ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ତହସିଲଦାର, ଅନିତା କୁମାରୀ
ସାହୁ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ତହସିଲଦାର, ହରଭଙ୍ଗା ବଳଦେବ ବେହେରା,ଡି ପି ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ସମସ୍ତ ସି ଡି ପି ଓ,ଲିଡ଼ ବ୍ୟାଙ୍କ ମ୍ୟାନେଜର ଡନ ବସ୍କୋ, ସମସ୍ତ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ମଂଚାସୀନ ଥିଲେ l ଏହି
ଅବସରରେ ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ସ୍ୱୟମ ଡ୍ୟାନ୍ସ ଏକାଡେମୀ, ମନମୁଣ୍ଡା, ବ୍ଲକ କଳା ସାଂସ୍କୃତିକ ସଂଘ, କଣ୍ଟାମlଲ, ସତ୍ୟଜିତ ପ୍ରଧାନ ମେଲୋଡି ଟିମ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l
- କୃତୀ ପ୍ରତିଭାଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ବୁଟୁପାଲିର ଦୁଇ କୃତୀ ଭାଇଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେରଙ୍କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ସମ୍ବର୍ଦ୍ଧିତ କରି ଉଭୟଙ୍କୁ ଖେଳ ଉପକରଣ ଯୋଗେଇଦେବେ ବୋଲି କହିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଉଭୟଙ୍କୁ ଶୁଭେତ୍ସା ଜଣେଇବା ସହିତ ଜିଲ୍ଲାରେ କିପରି ତୀରନ୍ଦାଜ କ୍ରୀଡ଼ାର ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।1
- Post by Sonepur news khulasa1
- ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।1
- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1
- Post by SAHADEV MEHER1
- Post by Ranjan hota1
- ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି। ✨ ପୋଷ୍ଟର ମୁଖ୍ୟ ଅଂଶ: ✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା। ✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ। ✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ। ✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।1
- ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।1