logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲାର ପୋଲସରା କଲେଜରେ ୨୧/୬/୨୬ ତାରିଖ ଦିନ ଦ୍ୱାଦଶ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବର୍ତ୍ତିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ କୁମାର ସାହୁ ଯୋଗ ଦେଇଥିବା ବେଳେ କଲେଜର ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଏବଂ ଏନସିସି ଅଫିସର ଲେପ୍ଟନାଣ୍ଟ ବିନତା କୁମାରୀ ଦାଶଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ମନୋଜ କୁମାର ସାହୁ ଏନସିସି ଛାତ୍ରୀମାନଙ୍କୁ ଯୋଗାଭ୍ୟାସ ଶିକ୍ଷା ଦେବା ସହ ଯୋଗର ଉପକାରିତା ଓ ଲକ୍ଷ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଏବଂ ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଛାତ୍ରୀମାନଙ୍କୁ ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ୍ ହେବା ସହ ଧୈର୍ଯ୍ୟ, ସାହସ ଓ ଶୃଙ୍ଖଳା ଜ୍ଞାନ ବୃଦ୍ଧି ପାଇଥାଏ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଖେଳ ଅଧ୍ୟାପକ ଦିପକ କୁମାର ସ୍ୱାଇଁ, ଡେମୋନଷ୍ଟ୍ରେଟର ସୁଜାତା ରାଣୀ ବେହେରା ଏବଂ ଗଣିତ ଅଧ୍ୟାପିକା ସୁମିତା ରାଉତ ମଧ୍ୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଶେଷରେ ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

6 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
6 hrs ago
d7f3d61c-40f9-463a-8cd4-8e7e474c09ef

ଗଞ୍ଜାମ ଜିଲ୍ଲାର ପୋଲସରା କଲେଜରେ ୨୧/୬/୨୬ ତାରିଖ ଦିନ ଦ୍ୱାଦଶ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) ପକ୍ଷରୁ ଏହି କାର୍ଯ୍ୟକ୍ରମ

1712947d-ff3c-447c-9c4b-d74d5fd0a66c

ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବର୍ତ୍ତିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ କୁମାର ସାହୁ ଯୋଗ ଦେଇଥିବା ବେଳେ କଲେଜର ପ୍ରିନ୍ସିପାଲ ଡକ୍ଟର

1149a6f7-acd6-4865-80e3-69aaafaa5877

ଦିଲ୍ଲୀପ କୁମାର ନାୟକ ଏବଂ ଏନସିସି ଅଫିସର ଲେପ୍ଟନାଣ୍ଟ ବିନତା କୁମାରୀ ଦାଶଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ମନୋଜ କୁମାର ସାହୁ ଏନସିସି ଛାତ୍ରୀମାନଙ୍କୁ ଯୋଗାଭ୍ୟାସ ଶିକ୍ଷା ଦେବା ସହ

e3ba5bdf-aec5-4088-93e5-02d88b5be979

ଯୋଗର ଉପକାରିତା ଓ ଲକ୍ଷ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଏବଂ ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଛାତ୍ରୀମାନଙ୍କୁ ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ

f141da21-d1f6-4d7c-b4ff-a70be1193f7c

ସଞ୍ଚାଳନ ପ୍ରକ୍ରିୟା ସଠିକ୍ ହେବା ସହ ଧୈର୍ଯ୍ୟ, ସାହସ ଓ ଶୃଙ୍ଖଳା ଜ୍ଞାନ ବୃଦ୍ଧି ପାଇଥାଏ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଖେଳ ଅଧ୍ୟାପକ ଦିପକ କୁମାର ସ୍ୱାଇଁ,

41e77f59-56aa-4a72-86fe-70a1514a4828

ଡେମୋନଷ୍ଟ୍ରେଟର ସୁଜାତା ରାଣୀ ବେହେରା ଏବଂ ଗଣିତ ଅଧ୍ୟାପିକା ସୁମିତା ରାଉତ ମଧ୍ୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଶେଷରେ ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲାରେ ଆଜି NEET ପୁନଃ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷର ଏହି ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହୋଇଛି।
    1
    ଢେଙ୍କାନାଳ ଜିଲ୍ଲାରେ ଆଜି NEET ପୁନଃ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷର ଏହି ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହୋଇଛି।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    15 hrs ago
  • 🌹🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • ୨୨ ଜୁନ୍ ୨୦୨୬ ପାଇଁ ପ୍ରକାଶିତ ପ୍ରମୁଖ ହେଡଲାଇନ୍ସ ଅନୁଯାୟୀ, ଓଡ଼ିଶା ରାଜ୍ୟର ବିଭିନ୍ନ ବଡ଼ ଖବର ଓ ପ୍ରଶାସନିକ ଅପଡେଟ୍ ଜାରି କରାଯାଇଛି। ଏହି ଅପଡେଟ୍ ମଧ୍ୟରେ ରାୟଗଡ଼ା ଘଟଣାର ତଦନ୍ତ ନେଇ ପୋଲିସ ପକ୍ଷରୁ ନୂଆ ସୂଚନା ଦିଆଯାଇଛି, ଯେଉଁଥିରେ ମହିଳା ଓ ଶିଶୁ ୱିଙ୍ଗ ଏହି ଘଟଣା ଉପରେ ନଜର ରଖିବ ବୋଲି ଜଣାପଡ଼ିଛି। ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ କିଛି ଅଞ୍ଚଳରେ ବର୍ଷା ଓ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, ଓଡ଼ିଶାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ମଧ୍ୟ ଚର୍ଚ୍ଚାରେ ରହିଛି। ତାମିଲନାଡୁରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଓଡ଼ିଶାର ଦୁଇ ଜଣଙ୍କ ସମ୍ପର୍କରେ ଚିନ୍ତା ପ୍ରକାଶ ପାଇଛି। ଜାତୀୟ ଓ ବିଶ୍ୱସ୍ତରରେ ରାଜନୀତି, ଦେଶ-ବିଦେଶ ଓ ସ୍ଥାନୀୟ ଘଟଣାଗୁଡ଼ିକର ତାଜା ଅପଡେଟ୍ ମଧ୍ୟ ପ୍ରକାଶ ପାଇଛି। ନୂଆ ଖବର ପାଇଁ ଅପଡେଟ୍ ରହିବାକୁ ଅନୁରୋଧ କରାଯାଇଛି।
    1
    ୨୨ ଜୁନ୍ ୨୦୨୬ ପାଇଁ ପ୍ରକାଶିତ ପ୍ରମୁଖ ହେଡଲାଇନ୍ସ ଅନୁଯାୟୀ, ଓଡ଼ିଶା ରାଜ୍ୟର ବିଭିନ୍ନ ବଡ଼ ଖବର ଓ ପ୍ରଶାସନିକ ଅପଡେଟ୍ ଜାରି କରାଯାଇଛି। ଏହି ଅପଡେଟ୍ ମଧ୍ୟରେ ରାୟଗଡ଼ା ଘଟଣାର ତଦନ୍ତ ନେଇ ପୋଲିସ ପକ୍ଷରୁ ନୂଆ ସୂଚନା ଦିଆଯାଇଛି, ଯେଉଁଥିରେ ମହିଳା ଓ ଶିଶୁ ୱିଙ୍ଗ ଏହି ଘଟଣା ଉପରେ ନଜର ରଖିବ ବୋଲି ଜଣାପଡ଼ିଛି।

ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ କିଛି ଅଞ୍ଚଳରେ ବର୍ଷା ଓ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, ଓଡ଼ିଶାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ମଧ୍ୟ ଚର୍ଚ୍ଚାରେ ରହିଛି। ତାମିଲନାଡୁରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଓଡ଼ିଶାର ଦୁଇ ଜଣଙ୍କ ସମ୍ପର୍କରେ ଚିନ୍ତା ପ୍ରକାଶ ପାଇଛି।

ଜାତୀୟ ଓ ବିଶ୍ୱସ୍ତରରେ ରାଜନୀତି, ଦେଶ-ବିଦେଶ ଓ ସ୍ଥାନୀୟ ଘଟଣାଗୁଡ଼ିକର ତାଜା ଅପଡେଟ୍ ମଧ୍ୟ ପ୍ରକାଶ ପାଇଛି। ନୂଆ ଖବର ପାଇଁ ଅପଡେଟ୍ ରହିବାକୁ ଅନୁରୋଧ କରାଯାଇଛି।
    user_Top Headlines News Today
    Top Headlines News Today
    Software Developer Puri (M), Odisha•
    3 hrs ago
  • ୨୧ ଜୁନ୍, ୨୦୨୬ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀର ପିକେଆରଆଇଟି କଲୋନୀସ୍ଥିତ କଲ୍ୟାଣି ମଣ୍ଡପଠାରେ ଭାରତୀୟ ଯୋଗ ସଂସ୍ଥାନର ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଉତ୍ସବରେ ଜିଲ୍ଲା ପ୍ରଧାନ ଶ୍ରୀ ମନମୋହନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ, ଜିଲ୍ଲା ମନ୍ତ୍ରୀ ଶ୍ରୀ ସଦାଶିବ ଦାସ ମଞ୍ଚ ସଞ୍ଚାଳନ କରିଥିଲେ। ଶ୍ରୀ ଏନ୍. କିରଣ ରେଡିଙ୍କ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବଳରାମ ରେଡି ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ମାନସ ଲେଙ୍କା ଯୋଗ ଦେଇ ଯୋଗର ଆବଶ୍ୟକତା ଉପରେ ନିଜ ମତ ରଖିଥିଲେ। କ୍ଷେତ୍ର ପ୍ରଧାନ ଅନନ୍ତ ଚରଣ ମଲିକ, ମନ୍ତ୍ରୀ ଦେବଦତ୍ତ ଷଡଙ୍ଗୀ, ଓ ଶିକ୍ଷାବିତ ବିରେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସାଧକମାନଙ୍କୁ ଉତ୍ସାହିତ କରିଥିଲେ। ଭୋଳାନାଥ ବିଦ୍ୟାପୀଠ, ମଙ୍ଗଳା ମନ୍ଦିର, ପେଣ୍ଠକଟା, ଓ ଆଖଣ୍ଡଳମଣି ପାର୍କ କେନ୍ଦ୍ର ସମେତ ମୋଟ ୫ଟି କେନ୍ଦ୍ରରୁ ୧୧୦ରୁ ଅଧିକ ସାଧକ ଓ ସାଧିକା ଏହି ସାମୂହିକ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଚିନ୍ମୟ ରାୟ, କେଦାର ପାତ୍ର, ସୁରଭି ସାହୁ, ସଂଯୁକ୍ତା ମହାନ୍ତି, ନିରୂପମା ଜେନା, ଗୀତାଞ୍ଜଳି, ରଶ୍ମିତା, ଜତାରାଣୀ, ଓ ଲିଲିମା ଭୂୟାଁଙ୍କ ଭଳି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ସାଧକ ସାଧିକାମାନଙ୍କୁ ବିଭିନ୍ନ ଆସନ ଓ ପ୍ରାଣାୟମର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଧାନ ଶ୍ରୀ ମନମୋହନ ମହାପାତ୍ର ନିଜ ଅଭିଭାଷଣରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ।
    4
    ୨୧ ଜୁନ୍, ୨୦୨୬ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀର ପିକେଆରଆଇଟି କଲୋନୀସ୍ଥିତ କଲ୍ୟାଣି ମଣ୍ଡପଠାରେ ଭାରତୀୟ ଯୋଗ ସଂସ୍ଥାନର ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଉତ୍ସବରେ ଜିଲ୍ଲା ପ୍ରଧାନ ଶ୍ରୀ ମନମୋହନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ, ଜିଲ୍ଲା ମନ୍ତ୍ରୀ ଶ୍ରୀ ସଦାଶିବ ଦାସ ମଞ୍ଚ ସଞ୍ଚାଳନ କରିଥିଲେ। ଶ୍ରୀ ଏନ୍. କିରଣ ରେଡିଙ୍କ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବଳରାମ ରେଡି ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ମାନସ ଲେଙ୍କା ଯୋଗ ଦେଇ ଯୋଗର ଆବଶ୍ୟକତା ଉପରେ ନିଜ ମତ ରଖିଥିଲେ। କ୍ଷେତ୍ର ପ୍ରଧାନ ଅନନ୍ତ ଚରଣ ମଲିକ, ମନ୍ତ୍ରୀ ଦେବଦତ୍ତ ଷଡଙ୍ଗୀ, ଓ ଶିକ୍ଷାବିତ ବିରେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସାଧକମାନଙ୍କୁ ଉତ୍ସାହିତ କରିଥିଲେ।

ଭୋଳାନାଥ ବିଦ୍ୟାପୀଠ, ମଙ୍ଗଳା ମନ୍ଦିର, ପେଣ୍ଠକଟା, ଓ ଆଖଣ୍ଡଳମଣି ପାର୍କ କେନ୍ଦ୍ର ସମେତ ମୋଟ ୫ଟି କେନ୍ଦ୍ରରୁ ୧୧୦ରୁ ଅଧିକ ସାଧକ ଓ ସାଧିକା ଏହି ସାମୂହିକ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ଚିନ୍ମୟ ରାୟ, କେଦାର ପାତ୍ର, ସୁରଭି ସାହୁ, ସଂଯୁକ୍ତା ମହାନ୍ତି, ନିରୂପମା ଜେନା, ଗୀତାଞ୍ଜଳି, ରଶ୍ମିତା, ଜତାରାଣୀ, ଓ ଲିଲିମା ଭୂୟାଁଙ୍କ ଭଳି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ସାଧକ ସାଧିକାମାନଙ୍କୁ ବିଭିନ୍ନ ଆସନ ଓ ପ୍ରାଣାୟମର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଧାନ ଶ୍ରୀ ମନମୋହନ ମହାପାତ୍ର ନିଜ ଅଭିଭାଷଣରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    12 hrs ago
  • ଜଣେ ଭକ୍ତ ମହାବାହୁଙ୍କ ନାମ ଗାଇ ଗାଇ ଏହି ମାଟି ଦେହରୁ ଜୀବନ ତ୍ୟାଗ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। ଏହି ଭାବପୂର୍ଣ୍ଣ ଆବେଦନ ମହାବାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ନିରନ୍ତର ଭକ୍ତିକୁ ପ୍ରକାଶ କରୁଛି, ଯେଉଁଥିରେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାଙ୍କ ନାମ ସ୍ମରଣରେ ରହିବାକୁ ଇଚ୍ଛା ପ୍ରକାଶ କରାଯାଇଛି।
    1
    ଜଣେ ଭକ୍ତ ମହାବାହୁଙ୍କ ନାମ ଗାଇ ଗାଇ ଏହି ମାଟି ଦେହରୁ ଜୀବନ ତ୍ୟାଗ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। ଏହି ଭାବପୂର୍ଣ୍ଣ ଆବେଦନ ମହାବାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ନିରନ୍ତର ଭକ୍ତିକୁ ପ୍ରକାଶ କରୁଛି, ଯେଉଁଥିରେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାଙ୍କ ନାମ ସ୍ମରଣରେ ରହିବାକୁ ଇଚ୍ଛା ପ୍ରକାଶ କରାଯାଇଛି।
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    4 hrs ago
  • ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ କନିଷ୍ଠ ଯନ୍ତ୍ରୀ ମହେଶ୍ୱର ମାରାଣ୍ଡି ଡୁମ୍ବାଡା ପଞ୍ଚାୟତର ପ୍ରକଳ୍ପଗୁଡ଼ିକ ପାଇଁ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ୍‌ କରି ଦୀର୍ଘ ଦିନ ଧରି ଛୁଟିରେ ରହିଛନ୍ତି। ପୂର୍ବରୁ ଏହି ବିଷୟରେ ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗଜପତିର ଏଡିଏମ୍‌ଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଏଡିଏମ୍‌ ଦେଢ଼ ମାସ ମଧ୍ୟରେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୫୦ ଦିନରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ଏହି ଅସମାହିତ ସମସ୍ୟା ଯୋଗୁଁ ମ୍ୟାଟେରିଆଲ୍‌ ସପ୍ଲାୟର୍ସ ଏବଂ ଶ୍ରମିକମାନେ ସେମାନଙ୍କର ପାଉଣା ପାଇପାରି ନାହାନ୍ତି। ଏହି କାରଣରୁ କାମ କରାଇଥିବା ବ୍ୟକ୍ତିମାନେ ଭୟ ଏବଂ ଆଶଙ୍କାରେ ଦିନ କାଟୁଛନ୍ତି। ଡୁମ୍ବାଡା ସମିତି ସଭ୍ୟ ଦୁମନ୍‌ ଗମାଙ୍ଗ ଏହି ବିଷୟରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଅବଗତ କରାଇଛନ୍ତି, ଯିଏ ମଧ୍ୟ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
    1
    ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ କନିଷ୍ଠ ଯନ୍ତ୍ରୀ ମହେଶ୍ୱର ମାରାଣ୍ଡି ଡୁମ୍ବାଡା ପଞ୍ଚାୟତର ପ୍ରକଳ୍ପଗୁଡ଼ିକ ପାଇଁ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ୍‌ କରି ଦୀର୍ଘ ଦିନ ଧରି ଛୁଟିରେ ରହିଛନ୍ତି।

ପୂର୍ବରୁ ଏହି ବିଷୟରେ ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଗଜପତିର ଏଡିଏମ୍‌ଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଏଡିଏମ୍‌ ଦେଢ଼ ମାସ ମଧ୍ୟରେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୫୦ ଦିନରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ।

ଏହି ଅସମାହିତ ସମସ୍ୟା ଯୋଗୁଁ ମ୍ୟାଟେରିଆଲ୍‌ ସପ୍ଲାୟର୍ସ ଏବଂ ଶ୍ରମିକମାନେ ସେମାନଙ୍କର ପାଉଣା ପାଇପାରି ନାହାନ୍ତି। ଏହି କାରଣରୁ କାମ କରାଇଥିବା ବ୍ୟକ୍ତିମାନେ ଭୟ ଏବଂ ଆଶଙ୍କାରେ ଦିନ କାଟୁଛନ୍ତି। ଡୁମ୍ବାଡା ସମିତି ସଭ୍ୟ ଦୁମନ୍‌ ଗମାଙ୍ଗ ଏହି ବିଷୟରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଅବଗତ କରାଇଛନ୍ତି, ଯିଏ ମଧ୍ୟ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    22 hrs ago
  • ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରୀ ପଞ୍ଚାୟତର ସରପଞ୍ଚ କୁମାରୀ ଚାମେଲୀ ଓଝାଙ୍କୁ ପୁରୀଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାରଣା ସମ୍ପ୍ରଦାୟର ହୋଇଥିବାରୁ ସମିତି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୁରୀର ଗୋଏଙ୍କା ଧର୍ମଶାଳାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସମିତିର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଏବଂ ରାଜ୍ୟ ସମ୍ପାଦକ ମନୋରଞ୍ଜନ ମହାରଣା ଉପସ୍ଥିତ ରହି ଚାମେଲୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ସମିତି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ଯଦି ସରପଞ୍ଚ ଚାମେଲୀ ଓଝାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ, ତେବେ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଆଗାମୀ ଦିନରେ ରାଜ୍ୟର ୨୦ ଲକ୍ଷରୁ ଉର୍ଦ୍ଧ୍ୱ ବିଶ୍ୱକର୍ମା ପରିବାର ଏକଜୁଟ ହୋଇ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ସଭାରେ ମତ ପ୍ରକାଶ ପାଇଛି। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ଧିରେନ ମହାରଣା, କଟକ ଜିଲ୍ଲା ସଭାପତି ଯୁଧିଷ୍ଠିର ମହାରଣା, ଢେଙ୍କାନାଳ ଜିଲ୍ଲା ସଭାପତି ଭୋଳେଶ୍ୱର ମହାରଣା, କଟକ ନଗର ସମ୍ପାଦକ ସୁଶାନ୍ତ ମହାରଣା, ପୁରୀ ନଗର ସଭାପତି ହୃଷିକେଶ ମହାରଣା, ରମେଶ ମହାରଣା, ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, କୋଷାଧ୍ୟକ୍ଷ ଗୁରୁ ସୁତାର, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା ଏବଂ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ମହାରଣା, ଗଙ୍ଗାଧର ମହାରଣା, ସୁଦର୍ଶନ ମହାରଣାଙ୍କ ସମେତ ୩୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    4
    ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରୀ ପଞ୍ଚାୟତର ସରପଞ୍ଚ କୁମାରୀ ଚାମେଲୀ ଓଝାଙ୍କୁ ପୁରୀଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାରଣା ସମ୍ପ୍ରଦାୟର ହୋଇଥିବାରୁ ସମିତି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୁରୀର ଗୋଏଙ୍କା ଧର୍ମଶାଳାରେ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ସମିତିର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଏବଂ ରାଜ୍ୟ ସମ୍ପାଦକ ମନୋରଞ୍ଜନ ମହାରଣା ଉପସ୍ଥିତ ରହି ଚାମେଲୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ସମିତି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ଯଦି ସରପଞ୍ଚ ଚାମେଲୀ ଓଝାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ, ତେବେ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଆଗାମୀ ଦିନରେ ରାଜ୍ୟର ୨୦ ଲକ୍ଷରୁ ଉର୍ଦ୍ଧ୍ୱ ବିଶ୍ୱକର୍ମା ପରିବାର ଏକଜୁଟ ହୋଇ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ସଭାରେ ମତ ପ୍ରକାଶ ପାଇଛି।

ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ଧିରେନ ମହାରଣା, କଟକ ଜିଲ୍ଲା ସଭାପତି ଯୁଧିଷ୍ଠିର ମହାରଣା, ଢେଙ୍କାନାଳ ଜିଲ୍ଲା ସଭାପତି ଭୋଳେଶ୍ୱର ମହାରଣା, କଟକ ନଗର ସମ୍ପାଦକ ସୁଶାନ୍ତ ମହାରଣା, ପୁରୀ ନଗର ସଭାପତି ହୃଷିକେଶ ମହାରଣା, ରମେଶ ମହାରଣା, ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, କୋଷାଧ୍ୟକ୍ଷ ଗୁରୁ ସୁତାର, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା ଏବଂ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ମହାରଣା, ଗଙ୍ଗାଧର ମହାରଣା, ସୁଦର୍ଶନ ମହାରଣାଙ୍କ ସମେତ ୩୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    12 hrs ago
  • ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରେ ଗତ ୧୬ ତାରିଖରେ ଘଟିଥିବା ଚର୍ଚ୍ଚିତ ଭିଡ଼ ହିଂସା ଘଟଣାକୁ ନେଇ ଆଜି ରାୟଗଡା ଏସପି ଏକ ପ୍ରେସମିଟ୍ କରି ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏସପି ସ୍ପଷ୍ଟ କରିଛନ୍ତି ଯେ, ଆଇନକୁ ହାତକୁ ନେଇ ଭିଡ଼ ହିଂସାରେ ସାମିଲ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଛାଡ଼ ଦିଆଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି, ଘଟଣା ସମୟରେ ଜଣେ ଯୁବତୀଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ନେଇଛି, କାରଣ ଏହା ସମାଜରେ ଅଶାନ୍ତି ସୃଷ୍ଟି କରିବା ସହ ପୀଡ଼ିତଙ୍କ ଗୋପନୀୟତା ଉଲ୍ଲଂଘନ କରୁଛି। ଏହି ପରିପ୍ରେକ୍ଷୀରେ, ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଗୁଜବ ପ୍ରଚାର ନ କରିବା ଏବଂ କୌଣସି ଅପ୍ରମାଣିତ ଭିଡିଓ କିମ୍ବା ସୂଚନା ସେୟାର ନ କରିବାକୁ ଅନୁରୋଧ କରାଯାଇଛି।
    1
    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରେ ଗତ ୧୬ ତାରିଖରେ ଘଟିଥିବା ଚର୍ଚ୍ଚିତ ଭିଡ଼ ହିଂସା ଘଟଣାକୁ ନେଇ ଆଜି ରାୟଗଡା ଏସପି ଏକ ପ୍ରେସମିଟ୍ କରି ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ଏସପି ସ୍ପଷ୍ଟ କରିଛନ୍ତି ଯେ, ଆଇନକୁ ହାତକୁ ନେଇ ଭିଡ଼ ହିଂସାରେ ସାମିଲ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଛାଡ଼ ଦିଆଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି, ଘଟଣା ସମୟରେ ଜଣେ ଯୁବତୀଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ନେଇଛି, କାରଣ ଏହା ସମାଜରେ ଅଶାନ୍ତି ସୃଷ୍ଟି କରିବା ସହ ପୀଡ଼ିତଙ୍କ ଗୋପନୀୟତା ଉଲ୍ଲଂଘନ କରୁଛି। ଏହି ପରିପ୍ରେକ୍ଷୀରେ, ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଗୁଜବ ପ୍ରଚାର ନ କରିବା ଏବଂ କୌଣସି ଅପ୍ରମାଣିତ ଭିଡିଓ କିମ୍ବା ସୂଚନା ସେୟାର ନ କରିବାକୁ ଅନୁରୋଧ କରାଯାଇଛି।
    user_Top Headlines News Today
    Top Headlines News Today
    Software Developer Puri (M), Odisha•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.