Shuru
Apke Nagar Ki App…
ଢେଙ୍କାନାଳ ଜିଲ୍ଲାରେ ଆଜି NEET ପୁନଃ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷର ଏହି ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହୋଇଛି।
BIKRAM SAHU
ଢେଙ୍କାନାଳ ଜିଲ୍ଲାରେ ଆଜି NEET ପୁନଃ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷର ଏହି ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହୋଇଛି।
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲାରେ ଆଜି NEET ପୁନଃ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାରେ ଚଳିତ ବର୍ଷର ଏହି ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହୋଇଛି।1
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' (Yoga For One Earth, One Health) ପାଇଁ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସୁସ୍ଥ ଜୀବନଶୈଳୀ, ଏବଂ ସମ୍ପ୍ରଦାୟ ମଧ୍ୟରେ ଯୋଗର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲା।1
- ଆଜି, ଜୁନ ୨୧ ତାରିଖରେ ଢେଙ୍କାନାଳରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ପ୍ରାତଃ ୬ଟାରେ ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୋଗପ୍ରେମୀ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଏବଂ ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଯୋଗ ଆମକୁ ସୁସ୍ଥ, ସୁଖୀ ଏବଂ ମାନସିକ ଭାବେ ସଶକ୍ତ ରଖିଥାଏ, ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଉଚିତ। ପରବର୍ତ୍ତୀ ସମୟରେ ଯୋଗ ମହୋତ୍ସବ ସମିତି, ଢେଙ୍କାନାଳର ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଏକ ସାମୂହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ଅତିଥିଙ୍କ ସମେତ ଢେଙ୍କାନାଳ ସହରର ଯୋଗପ୍ରେମୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲେଖନ ଓ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମ ଢେଙ୍କାନାଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା।2
- ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।1
- ନୟାଗଡ଼ ଜିଲ୍ଲାର ସରଣକୁଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲାଦୁକେଶ୍ୱର ମନ୍ଦିରରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଳିତ ହୋଇସାରିଛି।2
- ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଜେନେରାଲ୍ କୋଚ୍ ମଧ୍ୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଯାତ୍ରା ସମୟରେ ମହିଳାଙ୍କୁ ପ୍ରସବ ବେଦନା ହୋଇଥିଲା। ଏହାପରେ ରେଲ୍ ମଦଦ ମାଧ୍ୟମରେ ଅଭିଯୋଗ କରାଯିବା ପରେ RPF ଟିମ୍ କଟକ ଷ୍ଟେସନରେ ପହଞ୍ଚିଥିଲା। ତେବେ, RPF ପହଞ୍ଚିବା ପୂର୍ବରୁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇସାରିଥିଲେ। RPF କର୍ମଚାରୀମାନେ ମହିଳାଙ୍କ ପାଇଁ ତୁରନ୍ତ ସହାୟତାର ବ୍ୟବସ୍ଥା କରିଥିଲେ। ପରେ ପୁଣି ବେଦନା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ SCB ମେଡିକାଲ୍ ପଠାଯାଇଥିଲା।1
- ଭୁବନେଶ୍ୱରର ଭର୍ସା ରିଭେରା ଆପାର୍ଟମେଣ୍ଟ ପରିସରରେ ଆଜି, ଜୁନ ୨୧, ୨୦୨୬ ରେ, ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ସମୁଦାୟିକ ଏକତାର ବାତାବରଣ ମଧ୍ୟରେ ସଫଳତାର ସହ ପାଳିତ ହୋଇଛି। ପ୍ରଭାତ ୬:୦୦ ରୁ ୮:୦୦ ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଯୋଗ ଅଧିବେଶନରେ ଆପାର୍ଟମେଣ୍ଟ ସମୁଦାୟର ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ସକ୍ରିୟ ଭାବେ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମହିଳା, ପୁରୁଷ, ବରିଷ୍ଠ ନାଗରିକ, ଯୁବକ-ଯୁବତୀ ଏବଂ ଶିଶୁମାନେ ସାମିଲ ଥିଲେ। ଏହି ବ୍ୟାପକ ଅଂଶଗ୍ରହଣ ଯୋଗ ପ୍ରତି ସମସ୍ତ ବୟସ ବର୍ଗରେ ବଢ଼ୁଥିବା ସଚେତନତା ଓ ଉତ୍ସାହର ଏକ ସ୍ପଷ୍ଟ ପ୍ରତିଫଳନ ଥିଲା। କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ 'କମନ୍ ଯୋଗ ପ୍ରୋଟୋକଲ (CYP)' ଅନୁସାରେ ପରିଚାଳିତ ହୋଇଥିଲା। ଏଥିରେ ବିଭିନ୍ନ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଏବଂ ଶିଥିଳୀକରଣ ଅଭ୍ୟାସ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଅନୁଭବ କରିଥିଲେ ଯେ ଏହି ଅଭ୍ୟାସଗୁଡ଼ିକ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଏକାଗ୍ରତା ଏବଂ ସମଗ୍ର ସ୍ୱାସ୍ଥ୍ୟ ବିକାଶରେ ସହାୟକ ହୋଇଥାଏ। ଏହି ଯୋଗ ଅଧିବେଶନକୁ ଭର୍ସା ରିଭେରା ଆପାର୍ଟମେଣ୍ଟ ଆଲଟିଜ୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଶ୍ରୀ ଅଭିଜିତ ଭୌମିକ ପରିଚାଳନା କରିଥିଲେ। ଆୟୁଷ ମନ୍ତ୍ରଣାଳୟ ସହ ଦୀର୍ଘଦିନର ଯୋଗ ସମ୍ପର୍କ ରଖୁଥିବା ଶ୍ରୀ ଷଡ଼ଙ୍ଗୀଙ୍କ ସରଳ ଉପସ୍ଥାପନା, ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ପ୍ରେରଣାଦାୟକ ମାର୍ଗଦର୍ଶନ ସମସ୍ତଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା 'ଯୋଗିକ ଲାଫ୍ଟର ଥେରାପି', ଯେଉଁଥିରେ ସମସ୍ତେ ମିଳିତ ଭାବରେ ହସିବା, ଆନନ୍ଦ ବାଣ୍ଟିବା ଏବଂ ସକାରାତ୍ମକ ଶକ୍ତିର ଅନୁଭବ କରିଥିଲେ। ଏହି ଅବସରରେ ବକ୍ତାମାନେ ଯୋଗକୁ କେବଳ ଏକ ବ୍ୟାୟାମ ପ୍ରଣାଳୀ ନୁହେଁ, ବରଂ ଏକ ସୁସ୍ଥ, ସନ୍ତୁଳିତ, ସଚେତନ ଏବଂ ଆନନ୍ଦମୟ ଜୀବନଶୈଳୀ ବୋଲି ବର୍ଣ୍ଣନା କରିଥିଲେ। ସେମାନେ ମତ ଦେଇଥିଲେ ଯେ ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ଶରୀର, ମନ ଏବଂ ଚେତନାର ସମନ୍ୱିତ ବିକାଶ ସମ୍ଭବ। ଯୋଗାଭ୍ୟାସରେ ଯୋଗଦେଇଥିବା ପ୍ରମୁଖ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଶ୍ରୀ ଚନ୍ଦନ ନନ୍ଦ, ଶ୍ରୀ ଗୋଲକ ବିହାରୀ ପଣ୍ଡା, ଶ୍ରୀ ଡି. ସି. ମୋହନ, ଶ୍ରୀ ଶରତ ଚନ୍ଦ୍ର ଦାସ, ଶ୍ରୀମତୀ ରେଖା ଷଡ଼ଙ୍ଗୀ, ଶ୍ରୀମତୀ ଶକୁନ୍ତଳା ବିଶ୍ୱାଳ, କୁନି ବିଶ୍ୱାଳ, ସାଇ ବିଶ୍ୱାଳ, ଶ୍ରୀ ପି. କେ. ପଟ୍ଟନାୟକ, ଶ୍ରୀ ସୁରେଶ ମିଶ୍ର, ଶ୍ରୀ ପର୍ଶୁରାମ ମୁର୍ମୁ, ଡା. ଜି. ରଥ, ଶ୍ରୀ ଅବକାଶ ଓ କ୍ୟୁଟି ପ୍ରମୁଖ ଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆସୋସିଏସନର ସମ୍ପାଦକ ଶ୍ରୀ ଚନ୍ଦନ ନନ୍ଦ, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଗୌତମ ସାମଲ ଏବଂ ଶ୍ରୀ ଗୌର ମୋହନ ସାସ୍ମଲ ପ୍ରମୁଖଙ୍କର ସକ୍ରିୟ ସହଯୋଗ, ନିଷ୍ଠା ଓ ନେତୃତ୍ୱ ବିଶେଷ ଭୂମିକା ଗ୍ରହଣ କରିଥିଲା। ସେମାନଙ୍କ ସମନ୍ୱିତ ପ୍ରୟାସ ଏବଂ ବାସିନ୍ଦାମାନଙ୍କର ଉତ୍ସାହପୂର୍ଣ୍ଣ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇପାରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହାଲୁକା ଜଳଖିଆ ଓ ଆପ୍ୟାୟନ ପ୍ରଦାନ କରାଯାଇଥିଲା, ଯାହା ଆପାର୍ଟମେଣ୍ଟ ସମୁଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ, ଏକତା ଏବଂ ସୁସ୍ଥ ଜୀବନଧାରା ପ୍ରତି ସଚେତନତାକୁ ଆହୁରି ସୁଦୃଢ଼ କରିଥିଲା।1
- ଆଜି ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ନରେନ୍ଦ୍ର ମୋଦୀ କୋଲକାତାର ରେଡ୍ ରୋଡ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସର ଯୋଗର ଗୁରୁତ୍ୱ ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ଏହାର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲା।1