ମାଲକାନଗିରିରେ ସରକାରୀ ଯୋଜନାର ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଏନ୍. ତିରୁମାଲା ନାୟକ ମାଲକାନଗିରି, ୩୧/୭: ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାୟକ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ସେ ବିଦ୍ୟାଳୟ, ଅଙ୍ଗନବାଡ଼ି, ସାଧାରଣ ବଣ୍ଟନ ପ୍ରଣାଳୀ କେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେବାର ମାନ ଯାଞ୍ଚ କରିଥିଲେ। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧୁରା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ ସରକାରୀ ଯୋଜନାର ସୁଫଳ ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସାମାଜିକ ବାର୍ତ୍ତା: ସରକାରୀ ଯୋଜନାର ପ୍ରକୃତ ସଫଳତା ସେତେବେଳେ ସମ୍ଭବ, ଯେତେବେଳେ ଏହାର ସୁଫଳ ସମାଜର ଶେଷ ଧାଡ଼ିର ବ୍ୟକ୍ତିଙ୍କ ପାଖରେ ସ୍ୱଚ୍ଛତା ଓ ଜବାବଦେହିତା ସହ ପହଞ୍ଚିବ।

- ଦେବାଦେବୀଙ୍କ ପାରମ୍ପାରିକ ଆଭୂଷଣ ତିଆରି କରି ସ୍ୱାବଲମ୍ବୀ #Nabarangpur #National241
- ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା1
- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।1
- ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।1
- ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ1
- ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।1
- କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ1
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1