ଧାନ ସଂଗ୍ରହରେ ଚାଷୀଙ୍କ ସଂଶୟ ଦୂର ନିମନ୍ତେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ସଦର ବିଧାୟକ ମାନସ କୁମାର ଦତ୍ତ। ଖରିଫ ଧାନ ସଂଗ୍ରହରେ ଚାଷୀଙ୍କ ସଂଶୟ ଦୂର ନିମନ୍ତେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭାର ବଜେଟ ଅଧିବେଶନରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଓଡିଶାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରରେ ଅଦ୍ୟାବଧି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ ମାଧ୍ୟମରେ ଅନୁରୋଧ କରିଥିଲେ । ଏହ ସହିତ ସରକାରଙ୍କ ନିକଟରେ ଗଚ୍ଛିତ ଚାଉଳର ପରିମାଣ ଓ ତାହ ଉପଯୋଗିତା ବାବଦରେ ପଚାରିଥିଲେ । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ଚଳିତ ବର୍ଷ କେତେ ଚାଉଳ ନିଆଯିବ ଏବଂ ବଳକା ଚାଉଳର ଉପଯୋଗିତା ପାଇଁ ସରକାରଙ୍କ ପଦକ୍ଷେପ ସହିତ ଅନ୍ୟ ରାଜ୍ୟ ଭଳି ଖୋଲା ବଜାରରେ ଚାଉଳ ବିକ୍ରି କରିବା ଦିଗରେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଥିଲେ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ୨୦୨୫-୨୬ ଧାନ ସଂଗ୍ରହ ବର୍ଷରେ ପଞ୍ଜିକୃତ ହୋଇଥିବା ଯୋଗ୍ୟ ବିବେଚିତ ଚାଷୀଙ୍କଠାରୁ ୭୩ ଲକ୍ଷ ମେଟ୍ରିକ୍ ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ୧୬ ତାରିଖ ସୁଦ୍ଧା ୭୧ ଲକ୍ଷ ୧୬ହଜାର ୦୫୪ ମେଟ୍ରିକ ଟନ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ପ୍ରଦାନ କରାଯାଇଥିବା ସ୍ଥଳେ ୫୮ଲକ୍ଷ ଏକ ଲକ୍ଷ ୯୬୮ ମେଟ୍ରିକ ଟନ ଧାନ କ୍ରୟ ହୋଇଛି । ୨୦୨୪-୨୫ ଧାନ ସଂଗ୍ରହ ବର୍ଷରେ ପ୍ରାୟ ୪.୭୭ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଅଦ୍ୟାବଧି ଓଡିଶା ରାଜ୍ୟ ଯୋଗାଣ ନିଗମର ବିଭିନ୍ନ ଗୋଦାମରେ ଗଚ୍ଛିତ ରହିଛି । କଷ୍ଟମ ମିଲରମାନଙ୍କ ଠାରୁ ପ୍ରାୟ ୬.୪୦ ଲକ୍ଷ ମେଟ୍ରିକ୍ ଟନ ଆଦାୟ ପ୍ରକ୍ରିୟା ଜାରି ରହଛି । ଆସନ୍ତା ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତିା ତେବେ ବଳକା ଚାଉଳ ଉପଯୋଗ ପାଇଁ ନିଷ୍ପତ୍ତ ସରକାରଙ୍କ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି ।
ଧାନ ସଂଗ୍ରହରେ ଚାଷୀଙ୍କ ସଂଶୟ ଦୂର ନିମନ୍ତେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ସଦର ବିଧାୟକ ମାନସ କୁମାର ଦତ୍ତ। ଖରିଫ ଧାନ ସଂଗ୍ରହରେ ଚାଷୀଙ୍କ ସଂଶୟ ଦୂର ନିମନ୍ତେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭାର ବଜେଟ ଅଧିବେଶନରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଓଡିଶାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରରେ ଅଦ୍ୟାବଧି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ ମାଧ୍ୟମରେ ଅନୁରୋଧ କରିଥିଲେ । ଏହ ସହିତ ସରକାରଙ୍କ ନିକଟରେ ଗଚ୍ଛିତ ଚାଉଳର ପରିମାଣ ଓ ତାହ ଉପଯୋଗିତା ବାବଦରେ ପଚାରିଥିଲେ । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ଚଳିତ ବର୍ଷ କେତେ ଚାଉଳ ନିଆଯିବ ଏବଂ ବଳକା ଚାଉଳର ଉପଯୋଗିତା ପାଇଁ ସରକାରଙ୍କ ପଦକ୍ଷେପ ସହିତ ଅନ୍ୟ ରାଜ୍ୟ ଭଳି ଖୋଲା ବଜାରରେ ଚାଉଳ ବିକ୍ରି କରିବା ଦିଗରେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଥିଲେ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ
କୃଷ୍ଣ ଚନ୍ଦ୍ର ପାତ୍ର ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ୨୦୨୫-୨୬ ଧାନ ସଂଗ୍ରହ ବର୍ଷରେ ପଞ୍ଜିକୃତ ହୋଇଥିବା ଯୋଗ୍ୟ ବିବେଚିତ ଚାଷୀଙ୍କଠାରୁ ୭୩ ଲକ୍ଷ ମେଟ୍ରିକ୍ ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ୧୬ ତାରିଖ ସୁଦ୍ଧା ୭୧ ଲକ୍ଷ ୧୬ହଜାର ୦୫୪ ମେଟ୍ରିକ ଟନ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ପ୍ରଦାନ କରାଯାଇଥିବା ସ୍ଥଳେ ୫୮ଲକ୍ଷ ଏକ ଲକ୍ଷ ୯୬୮ ମେଟ୍ରିକ ଟନ ଧାନ କ୍ରୟ ହୋଇଛି । ୨୦୨୪-୨୫ ଧାନ ସଂଗ୍ରହ ବର୍ଷରେ ପ୍ରାୟ ୪.୭୭ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଅଦ୍ୟାବଧି ଓଡିଶା ରାଜ୍ୟ ଯୋଗାଣ ନିଗମର ବିଭିନ୍ନ ଗୋଦାମରେ ଗଚ୍ଛିତ ରହିଛି । କଷ୍ଟମ ମିଲରମାନଙ୍କ ଠାରୁ ପ୍ରାୟ ୬.୪୦ ଲକ୍ଷ ମେଟ୍ରିକ୍ ଟନ ଆଦାୟ ପ୍ରକ୍ରିୟା ଜାରି ରହଛି । ଆସନ୍ତା ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତିା ତେବେ ବଳକା ଚାଉଳ ଉପଯୋଗ ପାଇଁ ନିଷ୍ପତ୍ତ ସରକାରଙ୍କ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି ।
- ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।1
- #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।1
- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା1
- ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି1
- ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର4
- ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।1
- ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ1
- ବିପର୍ଯ୍ୟସ୍ତ ପରିମଳ ସେବାର ନଗ୍ନ ଚିତ୍ର। କାମାକ୍ଷାନଗର ଚିକିତ୍ସାଳୟ ଫାଟକରେ ଲାଟିନ ଟାଙ୍କିର ମଇଳା ପାଣି ପ୍ରବାହିତ।1