ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ଯାତ୍ରା କରି ଶ୍ରୀ ଜଗନ୍ନାଥ ଦର୍ଶନ କରି ମହାପୂଣ୍ୟ ଅର୍ଜନ କରିବା ପାଇଁ ରାଜ୍ୟସରକାରଙ୍କ ଅଭିନବ ଯୋଜନା ହେଉଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏହି ଯୋଜନାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୫ ଜଣ ବରିଷ୍ଠ ନାଗରିକ ୫ ଟି ବସରେ ପୁରୀ ଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ରାପଡ଼ା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ସରିତା ସାହୁ ପତାକା ଦେଖାଇ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରାର ଶୁଭାରମ୍ଭ କରିଥିଲେ । ବିଭିନ୍ନ ବ୍ଲକରୁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇ ୧୮୫ ଜଣ ବରିଷ୍ଠ ନାଗରିକଙ୍କୁ ସଂସ୍କୃତି ଭବନ ଅଣା ଯାଇ ସେମାନଙ୍କ ନାମ ପଞ୍ଜିକରଣ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ସେମାନେ ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଞ୍ଚ ଗୋଟି ବସ ଯୋଗେ ପୁରୀ ଯାତ୍ରା ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଜଗନ୍ନାଥ ଦର୍ଶନର ସୁବ୍ୟବସ୍ଥା କରାଯିବା ସହ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବସରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକମାନଙ୍କ ସହ ଜିଲ୍ଲା ପ୍ରଶାସନର ଜଣେ ଏସକର୍ଟ ଅଫିସର, ପାରାମେଡିକାଲ ଷ୍ଟାଫ ଓ ଓଏସଆରଟିସିର ପ୍ରତିନଧି ଯାତ୍ରା କରିଛନ୍ତି । ପ୍ରତ୍ୟେକଙ୍କୁ ଯାତ୍ରା ସୁଗମ ପାଇଁ ପର୍ଯଟନ ବିଭାଗ ପକ୍ଷରୁ ଗୋଟିଏ ଗୋଟିଏ କିଟ ବ୍ୟାଗ ପ୍ରଦାନ କରାଯାଇଛି । ସମସ୍ତ ବରିଷ୍ଠ ନାଗରିକମାନେ ଜଗନ୍ନାଥ ଦର୍ଶନ କରି ଆଜି ରାତିରେ ପ୍ରତ୍ୟାବର୍ତ୍ତନ କରିବେ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘରକୁ ପଠାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ପୁରୀ ଯାତ୍ରା ଶୁଭମୟ ହେବା ସହ ପରିବାର ଲୋକମାନଙ୍କ ସୁଖସମୃଦ୍ଧି ନିମନ୍ତେ ଶୁଭ ମନାସିବାକୁ ଅତିଥିମାନେ କାମନା କରିଥିଲେ । ଉକ୍ତ ଶୁଭାରମ୍ଭ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯଟନ ଅଧିକାରୀ ଶିବମ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ବେଉରା, ବୁଦ୍ଧିଜୀବୀ, ଜନସାଧାରଣ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପର୍ଯଟନ ଓ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।
ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ଯାତ୍ରା କରି ଶ୍ରୀ ଜଗନ୍ନାଥ ଦର୍ଶନ କରି ମହାପୂଣ୍ୟ ଅର୍ଜନ କରିବା ପାଇଁ ରାଜ୍ୟସରକାରଙ୍କ ଅଭିନବ ଯୋଜନା ହେଉଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏହି ଯୋଜନାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୫ ଜଣ ବରିଷ୍ଠ ନାଗରିକ ୫ ଟି ବସରେ ପୁରୀ ଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ରାପଡ଼ା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ସରିତା
ସାହୁ ପତାକା ଦେଖାଇ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରାର ଶୁଭାରମ୍ଭ କରିଥିଲେ । ବିଭିନ୍ନ ବ୍ଲକରୁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇ ୧୮୫ ଜଣ ବରିଷ୍ଠ ନାଗରିକଙ୍କୁ ସଂସ୍କୃତି ଭବନ ଅଣା ଯାଇ ସେମାନଙ୍କ ନାମ ପଞ୍ଜିକରଣ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ସେମାନେ ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଞ୍ଚ ଗୋଟି ବସ ଯୋଗେ ପୁରୀ ଯାତ୍ରା ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଜଗନ୍ନାଥ ଦର୍ଶନର ସୁବ୍ୟବସ୍ଥା କରାଯିବା ସହ ମହାପ୍ରସାଦ ସେବନର ମଧ୍ୟ
ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବସରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକମାନଙ୍କ ସହ ଜିଲ୍ଲା ପ୍ରଶାସନର ଜଣେ ଏସକର୍ଟ ଅଫିସର, ପାରାମେଡିକାଲ ଷ୍ଟାଫ ଓ ଓଏସଆରଟିସିର ପ୍ରତିନଧି ଯାତ୍ରା କରିଛନ୍ତି । ପ୍ରତ୍ୟେକଙ୍କୁ ଯାତ୍ରା ସୁଗମ ପାଇଁ ପର୍ଯଟନ ବିଭାଗ ପକ୍ଷରୁ ଗୋଟିଏ ଗୋଟିଏ କିଟ ବ୍ୟାଗ ପ୍ରଦାନ କରାଯାଇଛି । ସମସ୍ତ ବରିଷ୍ଠ ନାଗରିକମାନେ ଜଗନ୍ନାଥ ଦର୍ଶନ କରି ଆଜି ରାତିରେ ପ୍ରତ୍ୟାବର୍ତ୍ତନ କରିବେ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘରକୁ ପଠାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ପୁରୀ ଯାତ୍ରା ଶୁଭମୟ ହେବା ସହ ପରିବାର
ଲୋକମାନଙ୍କ ସୁଖସମୃଦ୍ଧି ନିମନ୍ତେ ଶୁଭ ମନାସିବାକୁ ଅତିଥିମାନେ କାମନା କରିଥିଲେ । ଉକ୍ତ ଶୁଭାରମ୍ଭ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯଟନ ଅଧିକାରୀ ଶିବମ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ବେଉରା, ବୁଦ୍ଧିଜୀବୀ, ଜନସାଧାରଣ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପର୍ଯଟନ ଓ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।
- କର୍ମୀଙ୍କ ପ୍ରତି ଅନ୍ୟାୟ କୁ ପ୍ରତିବାଦ କରି ଏସପି ଙ୍କୁ ଭେଟିଲେ ମହାକାଳପଡ଼ା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ1
- Post by ନିଷ୍ଠୁର ଦୁନିଆ Live1
- ok2
- ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର4
- Post by ଯାଜପୁର ଖବର ପ୍ରସାରିତ1
- ନଦୀରେ ବୁଡି ଯୁବକ ମୃତ ଆଙ୍କର- ସାଙ୍ଗ ସହିତ ବୈତରଣୀ ନଦୀର ଆଖୁଆପଦା ଆନିକଟ ପାଖରେ ଗାଧୋଉ ଥିବା ସମୟରେ ଗୋଡ ଖସି ଯିବାରୁ ଯୁବକର ମୃତ୍ୟୁ ବରଣ ଘଟିଛି। ମୃତ ଯୁବକ ହେଲେ ଯାଜପୁର ଆଖୁଆପଦା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଭୋଳାନାଥ ବେହେରା। ବୟସ 18। ସ୍ଥାନୀୟ ଲୋକେ ନଦୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।2
- ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...1
- ସୀତା ମା ଙ୍କୁ ଲଙ୍କାର ଅଧିପତି ରାବଣ ହରଣ କରି ନେଇଗଲାପରେ ପ୍ରଭୁ ରାମ ଚନ୍ଦ୍ର ଅତି ଦୁଃଖରେ ଭାଂଗିପଡିଛନ୍ତି, ସେହି ଦୁଃଖରେ ସୀତା ମା ଙ୍କୁ ମନ ପକାଇ ଗୀତଟି ବୋଲୁଛନ୍ତି ଏହା ( ଅସୁରେଶ୍ୱର ଦାଣ୍ଡଯାତ୍ରା ର ରାମଲୀଳା ର କିଛି ଦୂର୍ଷ୍ୟ )1