Shuru
Apke Nagar Ki App…
ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।
Kaizan mohanta
ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।
More news from ଓଡ଼ିଶା and nearby areas
- ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।1
- ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ1
- Today//News//Breaking News//BREAKING//Current Affairs//Headlines #news1
- ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!1
- କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୩୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଏବଂ ୧୨ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୫୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୯ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକ ସମୀକ୍ଷା କରିଥିଲେ | ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ ବିଡ଼ିଓ ଅଭିଷେକ ସ୍ୱାଇଁ ତହସିଲଦାର କୁଇନି ଜେନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୯ ତାରିଖ ଦିନ ରାଜକନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |1
- ବାଲିକୁଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶିଳ୍ପମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା,ଦିନିକିଆ ବାଲିକୁଦା ଗସ୍ତରେ ଯାଇଥିବା ଶିଳ୍ପମନ୍ତ୍ରୀ ଙ୍କୁ ବିଜେପି ଦଳ ତରଫରୁ ବାଲିକୁଦା ଠାରେ ଥିବା ବିଜେପି ପାଟି ଅଫିସ ସମ୍ମୁଖରେ ଯୁବ ନେତୃତ୍ୱ ସତ୍ୟ ସାରଥୀ ମହାନ୍ତି ଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା, ଏହି ସମ୍ବର୍ଦ୍ଧନା ରେ ବିଜେପି ଦଳ ର ହଜାର ହଜାର କାଯ୍ୟକର୍ତ୍ତା ଯୋଗଦାନ କରିଥିଲେ,ସ୍ଥାନୀୟ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଏବଂ ପରେ ମରୀଚିପୁର ଠାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଙ୍କୁ ଶୁଭ ଉଦଘାଟନ କରିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପମନ୍ତ୍ରୀ ଙ୍କୁ ବାଲିକୁଦା ଦଶବାଟିଆ ଓ ନହରଣା ଛକ ରେ ହଜାର ହଜାର ବିଜେପି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ1
- Mayurbhanj : ଉପେନ୍ଦ୍ରନାଥ ମହାବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଯୋଗ ଦେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ! ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ନଳଗଜା ସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୀବ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୁବ୍ରତ କୁମାର ରଣା,ମୁଖ୍ୟ ବକ୍ତା ସଲାମ ଜୀବନ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ମହମ୍ମଦ ଇମ୍ରାନ ଅଲ୍ଲୀ,ଭଦ୍ରକ ଅଗରପଡା ମହାବିଦ୍ୟାଳୟର ଅଧକ୍ଷ ନାରାୟଣ ସେନାପତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ଉପେନ୍ଦ୍ରନାଥ ଗିରିଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସର୍ବ ପ୍ରଥମେ ଅତିଥିଗଣ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବାର୍ଷିକ ଉତ୍ସବ ହେଉଛି ମହାବିଦ୍ୟାଳୟର ବିଗତ ବର୍ଷର ସାଧନା,ସଫଳତା। ଶିକ୍ଷା ସହିତ ଉତ୍ତମ ସଂସ୍କାର ଅତ୍ୟନ୍ତ ଜରୁରୀ ଏବଂ କଠିନ ପରିଶ୍ରମ ଦ୍ୱାରା ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି କହିଥିଲେ ମଞ୍ଚାସୀନ ଅତିଥିଗଣ। ଶିକ୍ଷା ବିଭାଗର ମୁଖ୍ୟ ଅଞ୍ଜଳି ମହାନ୍ତି ଅତିଥି ମାନଙ୍କୁ ମଞ୍ଚଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ ଅବନୀକାନ୍ତ ଗିରି ଅତିଥି ମାନଙ୍କ ବାବଦରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ମାଗାଜିନ "ଉପେନ୍ଦ୍ର ଜ୍ୟୋତି"ର ଉନ୍ମୋଚନ କରାଯାଇଥିଲା। ଏହାପରେ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ଦୀପାଳି ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।1
- VBGRAMG ଯୋଜନା କୁ ବିରୋଧ କରି ଆସିକା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।1