logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜିର ରାଶିଫଳ ଦେଖନ୍ତୁ (୨୦୨୬ ମସିହା, ଅଗଷ୍ଟ ମାସ, ୨୬ ତାରିଖ, ବୁଧବାର ) 🐐ମେଷ👉ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ ସଦ୍‌ଭାବ ପାରମ୍ପରିକ ଆନ୍ତରିକତାର ବାତାବରଣ ସୃଷ୍ଟି ହେବ। କିନ୍ତୁ କର୍ମକ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ସହକର୍ମୀ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। 🐂ବୃଷ👉ରାଶ୍ୟାଧିପ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ସମ୍ପର୍କହାନି, ସନ୍ତାନ ହେତୁକ ଅଶାନ୍ତି, ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳତା ସୃଷ୍ଟି ହେବ। ସୌଖୀନ ଦ୍ରବ୍ୟ, ସଙ୍ଗୀତ, କ୍ରୀଡ଼ାରେ ନୈପୁଣ୍ୟତା ପ୍ରଦାନ କରିବେ। କୌଣସି ଆଲୋଚନା ପରିପ୍ରେକ୍ଷୀରେ ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।* 👩‍❤️‍👨 ମିଥୁନ👉ଧନାଧିପ ଦେବଗୁରୁ ଅର୍ଥପ୍ରାଚୁର୍ଯ୍ୟ ପ୍ରଦାନ କରି ଖୁସି ମନରେ ଦିନଟିକୁ ବିତାଇନେବେ। ଗତକାଲି ଯେଉଁ ବିଷୟ ନେଇ ଚିନ୍ତା କରୁଥିଲେ ଆଜି ତାହା କାମରେ କରି ଦେଖାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମ ଶୃଙ୍ଖଳିତ ହେବ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। 🦀କର୍କଟ👉ସପ୍ତମଭାବସ୍ଥ ଚନ୍ଦ୍ର ପ୍ରଭାବରେ ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିବେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସହଜ ହେବ। ବିରୋଧ କରୁଥିବା ବ୍ୟକ୍ତି ପ୍ରତି ଜଗିରଖି ଚଳିବା ଭଲ ହେବ। 🦁 ସିଂହ👉ଲାଭଭାବରେ ମଙ୍ଗଳ ଯୋଗୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ମନରେ ଉତ୍ସୁକତା ଦେଖାଦେବ। ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂଚନା ରହିଛି। ନୂତନ ଗୃହ, ଯାନବାହନ କ୍ରୟ, ଭ୍ରମଣ ଏବଂ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଅନୁସନ୍ଧାନ ଓ ଏବଂ ରାଜନୀତିରେ ଚେଷ୍ଟା ସଫଳ ହେବ। 🧕କନ୍ୟା👉 ଧନ ଭାଗ୍ୟାଧିପ ଶୁକ୍ର ଯୋଗୁ ଅନେକ ଆଶା ନେଇ ଯାହା କରିବାକୁ ଯାଉଛନ୍ତି ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାକୁ ବଢ଼ାଇ ଦେଇପାରେ। ଆଲୋଚନା କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ⚖️ତୁଳା👉ଷଷ୍ଠସ୍ଥାନରେ ବଳହୀନ ଶନିଙ୍କ ଦୁର୍ବଳ ଶୁକ୍ରଙ୍କ ଦୃଷ୍ଟିରେ ରହିଥିବାରୁ ଆଜିର କାମଗୁଡ଼ିକ ସଂଘର୍ଷପୂର୍ଣ୍ଣ ରହିବ। ଆପଣଙ୍କର ପରିସ୍ଥିତିକୁ ଲାଘବ ସକାଶେ ଜଣେ ବନ୍ଧୁ ହଠାତ୍‌ ଖୁସି ଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ। ପାରିବାରିକ କ୍ଷେତ୍ରରେ ସମସ୍ୟା ନ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତିର ବାତାବରଣ ଆସି ନ ପାରେ। 🦂ବିଛା👉ଗୁରୁ ଓ ଶୁକ୍ର ଶୁଭ ଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇ ଖୁସି ହେବେ। ଦୀର୍ଘଦିନର ବିବାଦୀୟ ଘଟଣାର ଅବସାନ ଘଟିବ, କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। 🏹ଧନୁ👉ଅନୁକୂଳ ଗ୍ରହ ପ୍ରଭାବରୁ ବହୁତ ଦିନରୁ ମନରେ ଭାବୁଥିବା କଥାଟି କାର୍ଯ୍ୟରେ ପରିଣତ ହେବ। ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ ଚେଷ୍ଟା କରୁଥିବା କାମ ହାସଲକୁ ତ୍ୱରାନ୍ବିତ କରିବ। ସହକର୍ମୀ ଜରିଆରେ ବିଶ୍ୱସ୍ଥ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ବିବ୍ରତ ହେବେ। ଆର୍ଥିକ ଉନ୍ନତିର ଆଶା ଉଜ୍ଜ୍ୱଳତର ହେବ ଓ ମକଦ୍ଦମାରେ ବିଜୟୀ ହେବେ।* 🐊ମକର👉ରାଶିସ୍ଥ ଚନ୍ଦ୍ରଙ୍କ ଯୋଗୁ ପ୍ରିୟଜନଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମକ୍ଷେତ୍ରରେ ପୃଷ୍ଠସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ କିନ୍ତୁ ବ୍ୟବସାୟିକ ଦିଗଟି ଭଲ ରହିବ। 🏺କୁମ୍ଭ👉ଗ୍ରହମାନଙ୍କ ପ୍ରତିକୂଳତା ସ୍ଥିତିଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ସାମୂହିକ କାମ ମଧ୍ୟରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକକୁ ସାମ୍ନା କରିବାର ଧୈର୍ଯ୍ୟ ଧାରଣ କରି ମୁକାବିଲାର ସମ୍ମୁଖୀନ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସମସ୍ୟା ବଢ଼ିପାରେ। 🐟ମୀନ👉ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ବ୍ୟୟାଧିକ୍ୟ, ଦୂରଯାତ୍ରା, କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ହେତୁ ଦୁର୍ଭାବନା ବଢ଼ିବ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ।

1 hr ago
user_Soren kumar Pradhan
Soren kumar Pradhan
Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
1 hr ago
97890002-8f68-4a04-912b-286a969bd8bf

More news from ଓଡ଼ିଶା and nearby areas
  • ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଢୁଙ୍କାପୋଡା ଗ୍ରାମରେ ଅବସ୍ଥିତ ଶ୍ରୀମା ମାଉଁଦେଇ ମନ୍ଦିର ର କିଛି ଦୃଶ୍ୟ ଦେଖିବାକୁ ମିଳିଛି
    1
    ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଢୁଙ୍କାପୋଡା ଗ୍ରାମରେ ଅବସ୍ଥିତ ଶ୍ରୀମା ମାଉଁଦେଇ ମନ୍ଦିର ର କିଛି ଦୃଶ୍ୟ ଦେଖିବାକୁ ମିଳିଛି
    user_Sanatan dakua
    Sanatan dakua
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    1 hr ago
  • ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା; ୬୬କିଲୋ ଗଂଜେଇ ସହ ଦୁଇ ଗିରଫ
    2
    ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା; ୬୬କିଲୋ ଗଂଜେଇ ସହ ଦୁଇ ଗିରଫ
    user_Soren kumar Pradhan
    Soren kumar Pradhan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    2 hrs ago
  • ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
    1
    ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ .
ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା )  ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
    user_Asish kumar Khadanga
    Asish kumar Khadanga
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    15 hrs ago
  • ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ, ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି। ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    3
    ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ  ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ  ଗିରଫ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ,
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ  ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି।
ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    17 hrs ago
  • #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ #LokaNakaliKathaAsali #Odisha #Flood #Politics #KanakNews
    1
    #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ
ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ
#LokaNakaliKathaAsali #Odisha #Flood #Politics #KanakNews
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l
    1
    ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ 
ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l
    user_Pitabas dash
    Pitabas dash
    Asika, Ganjam•
    12 hrs ago
  • ଗଞ୍ଜାମ ଜିଲା ବେଗୁନିଆ ପଡ଼ା ବ୍ଲକ୍ କୋଦଳା ଏନଏସି ର ବାବା ଦଣ୍ଡେଶ୍ୱର ମହାଦେବ ପୀଠରେ ଦକ୍ଷିଣ ଓଡ଼ିଆ ସାହିତ୍ୟ ସମ୍ମିଳନୀ ତରଫରୁ ପ୍ରତିଭା ସମୂର୍ଦ୍ଧନାସମାହାର ଅନୁଷ୍ଠିତ ହୋଇଯାଇଛି
    1
    ଗଞ୍ଜାମ ଜିଲା ବେଗୁନିଆ ପଡ଼ା ବ୍ଲକ୍ କୋଦଳା ଏନଏସି ର ବାବା ଦଣ୍ଡେଶ୍ୱର ମହାଦେବ ପୀଠରେ ଦକ୍ଷିଣ ଓଡ଼ିଆ ସାହିତ୍ୟ ସମ୍ମିଳନୀ ତରଫରୁ ପ୍ରତିଭା ସମୂର୍ଦ୍ଧନାସମାହାର ଅନୁଷ୍ଠିତ ହୋଇଯାଇଛି
    user_Siba Sankar jena
    Siba Sankar jena
    Engineer Kodala, Ganjam•
    20 hrs ago
  • ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ
    1
    ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ
    user_Sanatan dakua
    Sanatan dakua
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.