Shuru
Apke Nagar Ki App…
SonepurSambad
More news from ଓଡ଼ିଶା and nearby areas
- ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ, ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,ସମସ୍ୟା ଘେରରେ ଅଞ୍ଚଳବାସୀ....1
- ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ଅବସରରେ ସାଂସ୍କୃତିକ ଝଲକ ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ବରଗଡ଼ : ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।1
- ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି । (ରିପୋର୍ଟ, ବିଭୁ ପ୍ରସାଦ ଶତପତି) ଢେଙ୍କାନାଳ ସଦର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାକୁ ନାରାଜ।ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି। ପୂର୍ବେ ବିବାହ ପାଇଁ ପ୍ରତିଶୃତି ଦେଇ ଥିବା ବେଳେ ଏଚ ଆଇବି ରେ ଆକ୍ରାନ୍ତ ଜାଣି ବିବାହ ପାଇଁ ଏବେ ରାଜି ନ ଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।1
- ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଛକ ରେ ବିଦ୍ୟୁତ ବିଭାଗ କମଖିଆଲି ମନୋଭାବ ଯୋଗୁଁ ଖୁଣ୍ଟ ଦୁକାନ ଉପରେ ଝୁଲି ରହିଛି। ଚା ଓ ପାନ ଦୁକାନ ଉପରେ ବିଦ୍ୟୁତ ଖୁଣ୍ଟ ଝୁଲି ରହି ଥିବା ବେଳେ କେତେବେଳେ ପଡି ଯିବ ତାହା ଜଣା ନାହିଁ ଯଦି ଦୁକାନ ଉପରେ ପଢିବ ତାହେଲେ ନିଶ୍ଚିତ ଭାବେ ଜୀବନ ପ୍ରତି ବିପଦ1
- କାନ୍ଥ ପଡ଼ି ବୁଧାଗୁରୁତ୍ତର, ଉଧାର କଳା ଅଗ୍ନିଷ। ବାହୀନି l ଏଭଳି ଏକ ଘଟଣା ଘଟୁଛି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ୍ ପଡ଼ା ଗ୍ରାମରେ1