Shuru
Apke Nagar Ki App…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତି ସମ୍ପାଦିତ ହୋଇଛି।
Odisha News Express
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତି ସମ୍ପାଦିତ ହୋଇଛି।
More news from ଓଡ଼ିଶା and nearby areas
- ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଅନୁମୋଦିତ "ପ୍ରତିଭାରାଣୀ କଳାକ୍ଷେତ୍ର" ପକ୍ଷରୁ ସହର ସ୍ଥିତ ସାହାଣୀ ଲେନ୍, ମାନସିଂହ ବଜାର ଠାରେ ଜୁନ ୧୦ ତାରିଖରୁ ଆରମ୍ଭ ହୋଇ ଜୁନ ୧୩ ତାରିଖରେ ରଜ ଉତ୍ସବ-୨୦୨୬ ମହାଆଡମ୍ବରରେ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଛୋଟ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଆର୍ଟ ଏଣ୍ଡ କ୍ରାଫ୍ଟ ମାଧ୍ୟମରେ କାଦୁଅରେ ନିର୍ମିତ ମୂର୍ତ୍ତି, ଗ୍ଲାସ ପେଣ୍ଟିଂ, ମଣ୍ଡଳ ଆର୍ଟ ଏବଂ ପ୍ଲାଷ୍ଟିକ କ୍ଲେ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନ ୧୩ ତାରିଖ ଶନିବାର ଦିବା ୧୦ ଘଟିକା ସମୟର କାର୍ଯ୍ୟକ୍ରମରେ ଚାନ୍ଦିପୁର ଆଇଟିଆରର ସିନିୟର ସାଇଣ୍ଟିଷ୍ଟ ଅଭିଜିତ ଜେନା, ପିଏକ୍ସଇର ସିନିୟର ଟେକ୍ନିକାଲ ଅଫିସର ଅଭ୍ୟୁଦୟ ଦାସ ଏବଂ ମନୋଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଛୋଟ ପିଲାମାନଙ୍କୁ ଉତ୍ସାହିତ କରି କୁନି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାଜେଶ କରଙ୍କ ସଭାପତିତ୍ୱରେ ବସ୍ତା ବିଧାୟିକା ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ ପୌରାଧ୍ୟକ୍ଷା ସବିତା ସାହୁ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ। ଏହାପରେ ପିଲାମାନଙ୍କ ଦ୍ୱାରା ରଜ ଉତ୍ସବ ଉପଲକ୍ଷେ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା, ଯାହାକୁ ସମସ୍ତ ପିଲାମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ। ସକାଳ ଓ ସନ୍ଧ୍ୟା ଉଭୟ କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ରାଜେଶ କର ଏବଂ ଯୁଗ୍ମ ସମ୍ପାଦିକା ସୁବର୍ଣ୍ଣରେଖା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିଲା।3
- ରାଜ୍ୟରେ ଚର୍ଚ୍ଚିତ ଚାମେଲି ଓଝାଙ୍କ ଘଟଣାକୁ ନେଇ ଲୋକମାନେ ପୋଲିସ ଅଧିକାରୀଙ୍କୁ ଗୋଡ଼ାଇଥିଲେ।1
- ମୟୂରଭଞ୍ଜ ଜିଲାର ମୋରଡା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଉକ୍ତ ବ୍ଲକର ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର ପଞ୍ଚାୟତର କେନ୍ଦୁସାହି ଅସନବଣି ଗ୍ରାମର ଜଗନ୍ନାଥ ସିଂ। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଜଗନ୍ନାଥ ଘର ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟାଣି କଚାଡି ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଆଜି ତାଙ୍କୁ ଖୋଜାଖୋଜି କରିବା ପରେ ଜଗନ୍ନାଥଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ। ଖବର ପାଇ ରେଞ୍ଜର ଧ୍ରୁବେନ୍ଦ୍ରନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ ଏବଂ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲେ। ଜଗନ୍ନାଥଙ୍କ ପରିବାରକୁ ମୋଟ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବାର ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି। ମୟୂରଭଞ୍ଜ ଜିଲାର ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।1
- ବାରିପଦା ରକ୍ତ ଭଣ୍ଡାର ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି।1
- ବିଶ୍ୱ ରକ୍ତଦାତା ଦିବସ ଅବସରରେ ରବିବାର ଦିନ ଉଦଳାର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ପକ୍ଷରୁ ଏକ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ଉଦଳା ବିଧାୟକ ଭାସ୍କର ମଢେଇ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଷ୍ଠାର ସହିତ ରକ୍ତଦାନ କରି ଅନେକ ଜୀବନ ବଞ୍ଚାଇବାରେ ସହଯୋଗ କରୁଥିବା ମହାନ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ମତ ପ୍ରକାଶ କରିଥିଲେ ଯେ ସ୍ୱେଚ୍ଛାକୃତ ରକ୍ତଦାନର ଏହି ମହାନ ପରମ୍ପରା ଅଧିକରୁ ଅଧିକ ଲୋକଙ୍କୁ ପ୍ରେରିତ କରୁ ଏବଂ ସମାଜରେ ସେବା ଓ ସହଯୋଗର ଭାବନାକୁ ସୁଦୃଢ଼ କରୁ।4
- ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଥିବା ଦାରୋଗାଧେଇ ସଂସାନ ନିକଟରେ Watco ର ମେଗା ପାଇପଲାଇନରୁ ଗତ ୨୪ ଘଣ୍ଟା ଧରି କ୍ରମାଗତ ଭାବେ ପାଣି ବାହାରୁଛି। ଏହି ଜଳ ନିଷ୍କାସନ ସମସ୍ୟାକୁ ନେଇ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ।2
- ରଜ ଅବସରରେ ଭଦ୍ରକ ବିଧାୟକ ଓ ତାଙ୍କ ଧର୍ମପତ୍ନୀ ନିଜ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ସହ ରଜ ଉତ୍ସବ ପାଳନ କରିଛନ୍ତି।1
- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତି ସମ୍ପାଦିତ ହୋଇଛି।1