Shuru
Apke Nagar Ki App…
ନିଆରା ଢଙ୍ଗରେ ବିଳମ୍ବିତ ରାତିରେ ମନ୍ଦିର ଚୋରୀ, ସିସି ଫୁଟେଜରେ କଏଦ l ସିମୁଳିଆ,-ଏକ ଘରୋଇ ମନ୍ଦିରରୁ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଠାକୁରଙ୍କ ଆଳି ଅଳଙ୍କାର ନେଇଯାଇଥିବା ଥାନାରେ ଅଭିଯୋଗ l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ପଞ୍ଚାୟତର ଖଳଦା ଗ୍ରାମର ଜଗନ୍ନାଥ ପଣ୍ଡାଙ୍କ ଗଣେଷ ମନ୍ଦିର ତାଲା ଭାଙ୍ଗି ଚାରିଜଣ ଦୁର୍ବୁର୍ତ୍ତ ଗଣେଷ ମୂର୍ତ୍ତିର ମୁକୁଟ, ସୁନା ଲକେଟ, ହୁଣ୍ଡି ଭାଙ୍ଗି ସେଥିରେ ଥିବା ଦାନ ପଇସା ନେଇଯାଇଥିବାର ସିମୁଳିଆ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଁଚି ସିସି ଫୁଟେଜ ଅନୁଧ୍ୟାନ କରି ଫେରିଛି l ସିସି ଫୁଟେଜରେ ଚାରି ଜଣ ବ୍ୟକ୍ତି ମାସ୍କ ପିନ୍ଧି ମନ୍ଦିର ଭାଙ୍ଗି ଚୋରୀ କରି ଏକ ବୋଲେରୋ ସାହାଯ୍ୟରେ ଯାଉଥିବା ଦେଖିବାକୁ ମିଳିଛି l
Prafulla pattnaik ସମାଜ
ନିଆରା ଢଙ୍ଗରେ ବିଳମ୍ବିତ ରାତିରେ ମନ୍ଦିର ଚୋରୀ, ସିସି ଫୁଟେଜରେ କଏଦ l ସିମୁଳିଆ,-ଏକ ଘରୋଇ ମନ୍ଦିରରୁ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଠାକୁରଙ୍କ ଆଳି ଅଳଙ୍କାର ନେଇଯାଇଥିବା ଥାନାରେ ଅଭିଯୋଗ l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ପଞ୍ଚାୟତର ଖଳଦା ଗ୍ରାମର ଜଗନ୍ନାଥ ପଣ୍ଡାଙ୍କ ଗଣେଷ ମନ୍ଦିର ତାଲା ଭାଙ୍ଗି ଚାରିଜଣ ଦୁର୍ବୁର୍ତ୍ତ ଗଣେଷ ମୂର୍ତ୍ତିର ମୁକୁଟ, ସୁନା ଲକେଟ, ହୁଣ୍ଡି ଭାଙ୍ଗି ସେଥିରେ ଥିବା ଦାନ ପଇସା ନେଇଯାଇଥିବାର ସିମୁଳିଆ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଁଚି ସିସି ଫୁଟେଜ ଅନୁଧ୍ୟାନ କରି ଫେରିଛି l ସିସି ଫୁଟେଜରେ ଚାରି ଜଣ ବ୍ୟକ୍ତି ମାସ୍କ ପିନ୍ଧି ମନ୍ଦିର ଭାଙ୍ଗି ଚୋରୀ କରି ଏକ ବୋଲେରୋ ସାହାଯ୍ୟରେ ଯାଉଥିବା ଦେଖିବାକୁ ମିଳିଛି l
More news from Odisha and nearby areas
- ମଇତାପୁର ଖଳଦା ଗ୍ରାମରେ ନିଆରା ଢଙ୍ଗରେ ଗଣେଷ ମନ୍ଦିରରୁ ଠାକୁରଙ୍କ ମୁକୁଟ ସମେତ ଆଳି ଅଳଙ୍କାର ଲୁଟିନେଲେ ଚାରି ଦୁର୍ବୁର୍ତ୍ତ,ସିସି ଫୁଟେଜରେ କଏଦ, ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରୀ l1
- ନାବାଳିକା ଝିଅକୁ ଉଦ୍ଧାର ପାଇଁ ବାପାର ଆକୁଳ ନିବେଦନ କାର ଜବତ କରି ଚୁପ୍ ବସିଛି ପୁଲିସ1
- ମୟୂରଭଞ୍ଜ ଖବର ର ପ୍ରଭାବ ପଲିଥିନ ତଳେ ବିତୁଛି ଅନେକ ପରିବାର ର ଜୀବନ ର ଖବର ପାଇ ଗାଁ କୁ ମନ୍ତ୍ରୀ ଙ୍କ ଗ୍ରସ୍ତ ଯୁଦ୍ଧକାଳୀନ ଭିତ୍ତିରେ ଘର ଯୋଗାଇ ଦେବାକୁ ଅଧିକାରୀ କୁ ନିର୍ଦ୍ଦେଶ ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ପଲିଥିନ ତଳେ ବିତୁଛି ଜୀବନ। ଅପହଞ୍ଚ ସରକାରୀ ଯୋଜନା । ସରକାରୀ ଘର ଖଣ୍ଡିଏ ନଥିବାରୁ ପଲିଥିନ ତଳେ ବିତୁଛି ଅନେକ ପରିବାର ର ଜୀବନ । ସରକାରୀ ସ୍ତରରେ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ସୁଧ୍ୟା କେହି ଶୁଣିନାହାନ୍ତି । ବାଧ୍ୟ ହୋଇ ପଲିଥିନ, ପାଲ,ଝୁମ୍ପୁଡି,ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ, ଅସ୍ବାସ୍ଥ୍ଯ କର ପରିବେଶ ରେ ରହୁଛନ୍ତି । ନା ଅଛି ଘର ର କାନ୍ଥ ନା ଅଛି ଛାତ ନା ମିଳିଛି ସରକାରୀ ସ୍ତରରେ କିଛି ସୁବିଧା । ବହୁତ କଷ୍ଟରେ ଶୀତ , ବର୍ଷା, ଖରା ରେ ଜୀବନ ବିତାଇବା ପାଇଁ ପଡୁଛି । ପିଲା ମାନେ ପାଠ ପଢିବା କୁ ଇଚ୍ଛା ଥିଲେ ମଧ୍ୟ ରାତିରେ ପାଠ ପଢି ପାରୁନାହାନ୍ତି । ସେହିପରି ଅନେକ ପରିବାରର ଲୋକେ ଭତ୍ତା ଓ ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ର ମାହାଲାସାହିରେ । ସରକାରୀ ଯୋଜନା ଗୁଡିକ ରୁ ଯେପରି ଉପଯୁକ୍ତ ହିତାଧିକାରୀ ବଞ୍ଚିତ ନ ହେବେ ସେଥିପାଇଁ ତୃଣମୂଳ ସ୍ତରରୁ ଉପଯୁକ୍ତ ହିତାଧିକାରୀ ଙ୍କୁ ଚୟନ କରାଯିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରୁ ପ୍ରଶାସନିକ କର୍ତ୍ତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଛି . ଏହା ସତ୍ତ୍ବେ ମଧ୍ୟ ବହୁ ଉପଯୁକ୍ତ ହିତାଧିକାରୀ ଏବେବି ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି . ଏହାକୁ ନେଇ ମୟୂରଭଞ୍ଜ ଖବର ରେ ଖବର ପ୍ରସାରିତ ପାଇଥିଲା । ତେବେ ଖବର ଜାଣିବା ମାତ୍ରେ ମୋରଡା ବିଧାୟକ ତଥା ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୟନୀୟ ଅବସ୍ଥାରେ ରହୁଥିବା ଦେଖି ମନ୍ତ୍ରୀ ପଳାଶମୁଣ୍ଡଳି ପଞ୍ଚାୟତ ଅଧିକାରୀ ଶ୍ରୀକୃଷ୍ଣ ଘୋଷ ଓ ଏଡିଓ ଇତିଶ୍ରୀ ପାଣିଗ୍ରାହୀ ଘୋଷ ଙ୍କ ଉପରେ ବର୍ଷିଥିଲେ । ବର୍ଷତମାମ ପଞ୍ଚାୟତ ରେ ଘୁରିବୁଲୁଛନ୍ତି କିନ୍ତୁ କୋଣସି ଅଧିକାରୀ ଙ୍କ ନଜର ନପଡିବା କୁ ନେଇ ବିରକ୍ତ ହେବା ସହ ତୁରନ୍ତ ସମସ୍ତ ଗରିବ ହିତାଧିକାରୀ ଙ୍କୁ ଘର , ଭତ୍ତା ଓ ରାସନ୍ କାର୍ଡ ଯୋଗାଇ ଦେବା କୁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଗାଁ ରେ ରହି ସମସ୍ତ ହିତାଧିକାରୀଙ୍କ କାଗଜପତ୍ର କୁ ଠିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ତେବେ ବାଉଁଶ ଘେରା କାନ୍ଥ ଓ ପୋଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ପରିବାର କୁ ଅଗ୍ରାଧିକାର ଦେଇ ତୁରନ୍ତ ଘର ଯୋଗାଇବା ସହିତ ମନ୍ତ୍ରୀ ଙ୍କ ଏକ ଟିମ୍ ଘର ନିର୍ମାଣ କରାଇ ଥଇଥାନ କରେଇବେ ମନ୍ତ୍ରୀ ବୋଲି ପ୍ରକାଶ କରିଛନ୍ତି । ଅନେକ ଗରିବ ଶ୍ରେଣୀର ଲୋକେ ନିଜେ ଗୃହ ନିର୍ମାଣ କରିବା ରେ ସକ୍ଷମ ହେଇ ପାରୁନଥିବା ରୁ ମନ୍ତ୍ରୀ ଗୃହ ନିର୍ମାଣ ର ଦାୟିତ୍ୱ ନେଇଛନ୍ତି । ତେବେ ମନ୍ତ୍ରୀ ଡଃ ମହାପାତ୍ର ଙ୍କ ଏହି ପ୍ରଚେଷ୍ଟା ଯୋଗୁଁ ଗାଁ ରେ ଖୁସି ର ଲହରୀ ଖେଳିଯାଇଛି । ଲୋକଙ୍କ ସରକାର ଲୋକଙ୍କ ପାଖକୁ ଆସିଛି ବୋଲି ଗ୍ରାମବାସୀ କହିବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ମୟୂରଭଞ୍ଜ ଖବର ରେ ଖବର ପ୍ରସାରିତ ଖବର ପରେ ଗାଁ ଦୁଃଖ ସମସ୍ତଙ୍କ ପାଖକୁ ପହଞ୍ଚିଥିଲା ବୋଲି ଗାଁ ମତ ପ୍ରକାଶ ପାଇଥିଲା । ଅପରପକ୍ଷରେ ସରକାର ଓ ପ୍ରଶାସନ ର ଆଢୁଆଳ ରେ ଦୀର୍ଘ ବର୍ଷ ଧରି ରହିଥିବା ଉକ୍ତ ଗାଁ ବିକାଶ ହେବ ବୋଲି ଗ୍ରାମବାସୀ ଆଶାବାଦୀ ହୋଇପଡ଼ିଛନ୍ତି । ମନ୍ତ୍ରୀ ଡଃ ମହାପାତ୍ର ଙ୍କ ସହିତ ବିଡିଓ ଅଣାକାର ନାୟକ, ବରିଷ୍ଠ ନେତା ପ୍ରଦୀପ ମହାନ୍ତି, ପରେଶ ମହାନ୍ତ, ସୁକୁଲୁ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ1
- ବିଶିଷ୍ଟ ସମାଜସେଵୀ ଶ୍ରୀ ବିଶ୍ୱଜିତ ନାୟକ ଙ୍କ ସହିତ ବୁଦ୍ଧିଜୀବୀ ମାନଙ୍କୁ ନେଇ ବାରିପଦା ହସ୍ପିଟାଲ ପରିଦର୍ଶନ ସହିତ ସ୍ୱାସ୍ଥ୍ୟ ବିଭାଗ ର ବିକଳ ଚିତ୍ର କୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି1
- ୧) ଯଦି ୨୦୧୧ ଜନଗଣନା ଅନୁସାରେ ମହିଳା ସଂରକ୍ଷଣ କରିବାର ଥିଲା, ‘ନାରୀଶକ୍ତି ବନ୍ଦନ ଅଧିନୟମ’ ନାମରେ ସେପ୍ଟମ୍ବର ୨୦୨୩ରେ ପାରିତ ହୋଇଥିବା ଆଇନ ୨୦୨୪ ନିର୍ବାଚନରେ କାର୍ଯ୍ୟକାରୀ କରାଗଲାନି କାହିଁକି? ଏବର ୫୪୩ ଆସନରୁ ପ୍ରଥମେ ଏକ-ତୃତୀୟାଂଶ ଅର୍ଥାତ ୧୮୧ ଜଣ ମହିଳାଙ୍କୁ ଲୋକସଭାରେ ଦେଖିବାରୁ ଦେଶବାସୀଙ୍କୁ କିଏ ବଂଚିତ କରିଛି? *ସଂରକ୍ଷଣ ପୂର୍ବର ସ୍ଥିତି ଦେଖାଯାଉ:-* କଂଗ୍ରେସ(୧୩/୯୮=୧୩.୨୬%)ଠୁ କମ୍ ଅନୁପାତରେ ମହିଳାଙ୍କୁ ଲୋକସଭାକୁ ପଠାଇଥିବା ଦଳ ବିଜେପି(୩୧/୨୪୦=୧୨.୯%) କଂଗ୍ରେସକୁ ମହିଳା-ବିରୋଧୀ କହିବ? ଏହା ହାସ୍ୟାସ୍ପଦ ନୁହେଁ? ୨) ଏଣେ ମହିଳା ସଂରକ୍ଷଣ କଥା କହୁଛନ୍ତି, ତେଣେ ନିଜ ମର୍ଜି ଅନୁସାରେ ଡିଲିମିଟେସନ କରାଇନେଇ ସବୁଦିନ କ୍ଷମତାରେ ରହିବାର ଅଭିସନ୍ଧି କରୁଛନ୍ତି। *ବିମୁଦ୍ରୀକରଣ ପରି ତରତରରେ ଏହା କରାଇନେବାର ଅଭିପ୍ରାୟ କ’ଣ?* ୩) ସଂସଦରେ ୨୦୨୩ରେ ସର୍ବସମ୍ମତ ଭାବେ ପାରିତ ହେବାର ତିନିବର୍ଷ ମହିଳା ସଂରକ୍ଷଣ ଆଇନ୍କୁ କାର୍ଯ୍ୟକାରୀ କଲେନାହିଁ। ତେବେ ଶୁକ୍ରବାର ସଂସଦରେ ବିତର୍କ ଓ ଭୋଟିଂ ରଖି ଗୁରୁବାର ବିଳମ୍ବିତ ରାତିରେ ଗେଜଟ୍ ନୋଟିଫିକେସନ୍ ପ୍ରକାଶ କରିବାର କାରଣ କ’ଣ? ୪) ଆପଣ କ’ଣ ଜାଣି ନ ଥିଲେ, ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ଆାଇନ ପାରିତ ହେବାକୁ ହେଲେ ଦୁଇତୃତୀୟାଂଶ ସଦସ୍ୟଙ୍କର ସମର୍ଥନ ଲୋଡ଼ା? ଆପଣଙ୍କ ପାଖରେ ଏଥିପାଇଁ ଆବଶ୍ୟକ ସଂଖ୍ୟା ଥିଲା କି? ଯଦି ନ ଥିଲା, ସମ୍ବିଧାନ ସଂଶୋଧନ ବିଲ୍ ଆଣୁଥିଲେ କାହିଁକି? ଯଦି କୌଣସି ଖରାପ ଉଦ୍ଦେଶ୍ୟ ନ ଥିଲା, ବିରୋଧୀ ଦଳଗୁଡ଼ିକୁ ଆସ୍ଥାକୁ ନ ନେଇ, ସର୍ବଦଳୀୟ ବୈଠକ ନ ଡାକି, ତରତର ହୋଇ ବିଲ୍ ଆଣିବାର କ’ଣ ଉଦ୍ଦେଶ୍ୟ ଥିଲା? ୫) ମହିଳା ସଂରକ୍ଷଣକୁ ଡିଲିମିଟେସନ ସହିତ ଯୋଡ଼ୁଛନ୍ତି କାହିଁକି? ଜାତି ଜନଗଣନା ସମ୍ବନ୍ଧୀୟ କୌଣସି ସ୍ପଷ୍ଟତା ସରକାର ଏଥରର ବିଲ୍ରେ ରଖିଛନ୍ତି କି? ଏ ନେଇ ମୋଦୀ-ଶାହ କିଛି ବି ସ୍ପଷ୍ଟ କରିଛନ୍ତି କି? ୬) ପ୍ରଧାନମନ୍ତ୍ରୀ ବାରମ୍ବାର ଶ୍ରେୟ କଥା ଉଠାଉଛନ୍ତି କାହିଁକି? କିଏ ଶ୍ରେୟ ନେବ ନ ନେବ, ତାକୁ ନେଇ ସେ ଏତେ ହିସାବ କିତାବ କରୁଛନ୍ତି କାହିଁକି? ମନୁବାଦୀ ଦଳ ବିଜେପିର ମହିଳା-ବିରୋଧୀ ଦଳ ଭାବେ ରହିଥିବା ଛବିକୁ ପୋଛିବାକୁ ମୋଦୀ-ଶାହାଙ୍କର ଏଇଟା ଏକ ବାହାନା ବୋଲି ଲୋକେ ଜାଣିପାରିବେନି ବୋଲି ସେମାନେ ଭାବୁଛନ୍ତି କିପରି? ୭) ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଏତେ ଖୋଲାଖୋଲି ଦଳିମକଚି ନଷ୍ଟ କରିବାର ସାହସ ସେମାନେ କରୁଛନ୍ତି କିପରି? ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ, ୨ଟି ରାଜ୍ୟରେ ଭୋଟିଂ ଆହୁରି ବାକି ଥିବାବେଳେ ମହିଳାମାନଙ୍କୁ ପ୍ରଲୋଭିତ କରିବାକୁ ଏତେ ଖୋଲାଉଦ୍ୟମ କରୁଛନ୍ତି କିପରି? ନିର୍ବାଚନ କମିଶନ ନିରବ ରହିଛନ୍ତି କିପରି? ଏପ୍ରିଲ ୨୯ ପରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଥିଲେ କ’ଣ ମହାଭାରତ ଅଶୁଦ୍ଧ ହୋଇଯାଇଥା’ନ୍ତା? ଆସନ୍ତା ମୌସୁମୀ ଅଧିବେଶନ ଯାଏ ଅପେକ୍ଷା କରିଯାଇଥିଲେ କ’ଣ ଆାକାଶ ଖସିପଡ଼ିଥା’ନ୍ତା? ଆପଣମାନ ପରା ସଂସଦରେ ପାସ୍ ହୋଇଥିବା ମହିଳା ସଂରକ୍ଷଣ ଆଇନ୍କୁ କାର୍ଯ୍ୟକାରୀ ନ କରି ତିନିବର୍ଷ ପକାଇ ରଖିଲେ? ଆଉ ଦିନ କେଇଟା ଅପେକ୍ଷା କରିଥିଲେ କ’ଣଟା ଅସୁବିଧା ହୋଇଥା’ନ୍ତା? ୮) ଆନୁପାତିକ ଭାବେ ସଂସଦରେ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବ ବଢ଼ିବ ବୋଲି ମୂଳରୁ ହିଁ ସ୍ପଷ୍ଟ କରିଦେବା ଉଚିତ ଥିଲା। ଓଡ଼ିଶା ପରି ରାଜ୍ୟ ତଥା ତାମିଲନାଡ଼ୁ, କେରଳ ପରି ଦକ୍ଷିଣାଂଚଳର ଯୋଉ ରାଜ୍ୟମାନେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଛନ୍ତି, ସେମାନଙ୍କୁ କମ୍ ପ୍ରତିନିଧିତ୍ବ ଦେବାର ଷଡ଼ଯନ୍ତ୍ର ମୂଳରୁ ରଚାଯାଇଥିଲା। ବିରୋଧୀ ଦଳମାନଙ୍କର ଦୃଢ଼ ପ୍ରତିବାଦ ପରେ ହିଁ ମୋଦୀ-ଶାହ ଯୋଡ଼ି ସ୍ପଷ୍ଟ କଲେ ଯେ ଏପରି ହେବନାହିଁ। ୮) *ସତ୍ୟକୁ ଅସ୍ବୀକାର କରିବାକୁ ବିଜେପି ଏତେ କୁଣ୍ଠିତ କାହିଁକି? ମହିଳା ସଂରକ୍ଷଣକୁ ନେଇ ଘଟଣାକ୍ରମକୁ ବୁଝନ୍ତୁ; କଂଗ୍ରେସ ଦଳପ୍ରତି ମୋଦୀ-ଶାହାଙ୍କର ବି ମୁଣ୍ଡ ସମ୍ମାନରେ ତଳକୁ ନଇଁଯିବ।* * ୧୯୮୯ରେ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ରାଜୀବ ଗାନ୍ଧି କରାଇଥିଲେ। ଆଜି ଯଦି ସାରା ଦେଶରେ ୧୫ ଲକ୍ଷ ସ୍ଥାନୀୟ ପଂଚାୟତ ଓ ନଗରପାଳିକା ମହିଳା ପ୍ରତିନିଧି ଅଛନ୍ତି, ତା’ର ଶ୍ରେୟ ରାଜୀବ ଗାନ୍ଧି ଓ କଂଗ୍ରେସକୁ ଦେବାକୁ ହେବ। * ୧୯୮୯ ସେପ୍ଟେମ୍ବରରେ ରାଜୀବ ଗାନ୍ଧି ସଂସଦ ଓ ବିଧାନସଭାରେ ମଧ୍ୟ ୩୩% ମହିଳା ସଂରକ୍ଷଣ କରାଇନେଇଥା’ନ୍ତେ, ଯଦି ରାଜ୍ୟସଭାରେ ମାତ୍ର ୭ଟି ଭୋଟ ପାଇଁ ତାହା କାଟ୍ ଖାଇ ନ ଥା’ନ୍ତା। * ବିଜୁବାବୁ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ିଦେଇଥିଲେ ବି ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ୩୩% ପ୍ରତିନିଧିତ୍ବର ଶ୍ରେୟ ଆମେ ତାଙ୍କୁ ଦେବାରେ କାର୍ବଣ୍ୟ କରୁନା। ଆପଣମାନେ କଂଗ୍ରେସକୁ ଶ୍ରେୟ ଦେବାରେ ଏତେ କୁଣ୍ଠିତ କାହିଁକି? * ୧୯୯୨ରେ ୭୩ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ନରସିଂହ ରାଓଙ୍କ କଂଗ୍ରେସ ନେତୃତ୍ବାଧୀନ ସରକାର ପଂଚାୟତ ଓ ସହରାଂଚଳ ପ୍ରତିନିଧିତ୍ବରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଭିତରେ ପୁଣି ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ କରିଥିଲେ। ଏ କଥା ବିଜେପି ଭୁଲିଯାଉଛି କିପରି? * ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ନିମନ୍ତେ ୨୦୧୦ରେ ଡ.ମନମୋହନ ସିଂହ ରାଜ୍ୟସଭାରେ ୧୦୮ତମ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରାଇଥିବା ବିଜେପି ଭୁଲିଯାଉଛି କିପରି? * ମହିଳା ସଂରକ୍ଷଣକୁ ନେଇ କଂଗ୍ରେସର ପଦକ୍ଷେପଗୁଡ଼ିକର ଐତିହାସିକ ଘଟଣାକ୍ରମର ପୃଷ୍ଠଭୂମି ଉପରେ ହିଁ ୨୦୨୩ରେ ସର୍ବସମ୍ମତ କ୍ରମେ ଏହା ଗୃହୀତ ହୋଇଥିଲା। ତେଣୁକରି ସଂସଦରେ ବିତର୍କରେ ଭାଗ ନେଇ ଶ୍ରୀ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଯାହା କହିଛନ୍ତି ତାହା ଯଥାର୍ଥ। ଆଜି ଚାଣକ୍ୟ ଥିଲେ ସତରେ ମୋଦୀ-ଶାହଙ୍କ ଏପରି କୂଟିଳ ରାଜନୀତି ଦେଖି ଚକିତ ହୋଇଯାଥାନ୍ତେ। ଏମାନେ ଯଥାର୍ଥରେ କୌଶଳ ହରାଇଥିବା ଜାଦୁଗର। *କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କର ଏତେ ଭୟ କାହିଁକି? ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କଲାବେଳେ ସେ କେତେଥର କଂଗ୍ରେସର ନାମ ନେଇଛନ୍ତି, ନିଜେ ଜାଣନ୍ତି ତ?* *କଂଗ୍ରେସ ପରା ମହିଳା-ବିରୋଧୀ? ମୋଦୀଙ୍କୁ କେତୋଟି ପ୍ରଶ୍ନ:-* 1. *ବିଲକିସ ବାନୋ* ଙ୍କ ଦୁଷ୍କର୍ମକାରୀଙ୍କୁ କେଉଁ ଦଳର ନେତାକର୍ମୀ ଫୁଲମାଳ ଦେଇ ସ୍ବାଗତ କରିଥିଲେ? 2. *ଉନ୍ନାଓ, କାଠୁଆ, ହାଥ୍ରାସ, ମଣିପୁର* ପ୍ରସଙ୍ଗରେ ମୋଦୀଙ୍କର ନିରବତାକୁ ଦେଶବାସୀ ଭୁଲିଗଲେ ବୋଲି ବିଜେପି କାହିଁକି ଭାବୁଛି? 3. ମୋଦୀ ପରା ତ୍ୟାଗ କରିଥିବା ନିଜ ପତ୍ନୀ *ଯଶୋଦାବେନ* ଙ୍କ ନାମ ୨୦୧୪ ନିର୍ବାଚନ ଯାଏ ସତ୍ୟପାଠରେ ଉଲ୍ଲେଖ କରି ନ ଥିଲେ! 4. *ଏପ୍ଷ୍ଟିନ ଫଇଲ୍ସ* ରେ କୋଉ ପ୍ରଧାନମନ୍ତ୍ରୀଙ୍କ ନାମ ଅଛି? *ହରଦୀପ ସିଂହ ପୁରୀ* ସବୁକଥା ମାନିଲା ପରେ ବି ତାଙ୍କୁ ମନ୍ତ୍ରିମଣ୍ଡଳରୁ ପରା ମୋଦୀ ବିଦା କଲେନି! 5. କୋଉ ଦଳର ପ୍ରଧାନମନ୍ତ୍ରୀ ଅଭଦ୍ରଙ୍କ ଭଳି *ଦିଦି-ଓ-ଦିଦି* ବୋଲି ଚିଲ୍ଲାନ୍ତି, କଂଗ୍ରେସ ସାଂସଦଙ୍କ ପତ୍ନୀଙ୍କୁ *୫୦ କୋଟିର ଗର୍ଲଫ୍ରେଣ୍ଡ* ବୋଲି କହନ୍ତି ଓ ସୋନିଆ ଗାନ୍ଧିଙ୍କ ପରି ଦେଶର ସବୁଠୁ ସମ୍ମାନାସ୍ପଦ ମହିଳାଙ୍କୁ *‘ଜର୍ସି ଗାଈ’, ‘କଂଗ୍ରେସର ବିଧବା’* ବୋଲି ମନ୍ତବ୍ୟ ଦିଅନ୍ତି? 6. ୧୨ ବର୍ଷର ଶାସନ କାଳରେ କୋଉ ଦଳ *ନିର୍ଭୟା ପାଣ୍ଠି* କୁ ଖର୍ଚ୍ଚ କରିବାକୁ ଭୁଲିଗଲା? 7. ମୋଦୀ ବାରମ୍ବାର କଂଗ୍ରେସକୁ ପରିବାର-ଭିତ୍ତିକ ଦଳ କହିଛନ୍ତି। *ଅମି ଶାହା* ତେବେ କିଏ? *ବସୁନ୍ଧରା ରାଜେ* କିଏ? *ବାଂଶୁରୀ ସ୍ବରାଜ* କାହା ଝିଅ? *ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା* ଙ୍କ ନାମ କ’ଣ? *ସୂରଜ ସୂର୍ଯ୍ୟବଂଶୀ* କାହା ପୁଅ? ଅଗଣିତ ଉଦାହରଣ...। *ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ଆଉ କିଛି ପ୍ରଶ୍ନ:-* କଂଗ୍ରେସ *ଓବିସିଙ୍କ ସଂରକ୍ଷଣ* କୁ ବିରୋଧ କରୁଥିଲା ପରା? ଓବିସି ଜନଗଣନା ବା ଜାତି ଜନଗଣନାକୁ ତାହାହେଲେ କିଏ ବିରୋଧ କରୁଥିଲା? କାହା ଚାପରେ ନିଷ୍ବତ୍ତି ବଦଳାଇଲା ସରକାର? ମୋଦୀ ସୀମା ବିବାଦ ପ୍ରକରଣରେ କଂଗ୍ରେସର ଭୂମିକା କଥା ଉଠାଉଛନ୍ତି। *ଗଲଓ୍ବାନ ପ୍ରକରଣରେ ଚୀନ* କୁ କୋଉ ପ୍ରଧାନମନ୍ତ୍ରୀ ପ୍ରାୟ ୧ ହଜାର ବର୍ଗ କିମି ଟେକିଦେଲେ?3
- ପରଜଙ୍ଗରେ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ କର କମଳରେ ଉଦଘାଟିତ ହେଲା ବିଧି ଡିଜାଇନସ ଅତ୍ୟାଧୁନିକ ସୋ-ରୁମ୍।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 21.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ମାର୍କୋଣା ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର l1