logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପଲିଥିନ ତଳେ ଥିବା ପରିବାର କୁ ଭେଟିଲେ ମନ୍ତ୍ରୀ - ପିଇଓ ଓ ଡିଇଓ ଉପରେ ବର୍ଷିଲେ ମନ୍ତ୍ରୀ ମୟୂରଭଞ୍ଜ ଖବର ର ପ୍ରଭାବ ପଲିଥିନ ତଳେ ବିତୁଛି ଅନେକ ପରିବାର ର ଜୀବନ ର ଖବର ପାଇ ଗାଁ କୁ ମନ୍ତ୍ରୀ ଙ୍କ ଗ୍ରସ୍ତ ଯୁଦ୍ଧକାଳୀନ ଭିତ୍ତିରେ ଘର ଯୋଗାଇ ଦେବାକୁ ଅଧିକାରୀ କୁ ନିର୍ଦ୍ଦେଶ ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ପଲିଥିନ ତଳେ ବିତୁଛି ଜୀବନ। ଅପହଞ୍ଚ ସରକାରୀ ଯୋଜନା । ସରକାରୀ ଘର ଖଣ୍ଡିଏ ନଥିବାରୁ ପଲିଥିନ ତଳେ ବିତୁଛି ଅନେକ ପରିବାର ର ଜୀବନ । ସରକାରୀ ସ୍ତରରେ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ସୁଧ୍ୟା କେହି ଶୁଣିନାହାନ୍ତି । ବାଧ୍ୟ ହୋଇ ପଲିଥିନ, ପାଲ,ଝୁମ୍ପୁଡି,ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ, ଅସ୍ବାସ୍ଥ୍ଯ କର ପରିବେଶ ରେ ରହୁଛନ୍ତି । ନା ଅଛି ଘର ର କାନ୍ଥ ନା ଅଛି ଛାତ ନା ମିଳିଛି ସରକାରୀ ସ୍ତରରେ କିଛି ସୁବିଧା । ବହୁତ କଷ୍ଟରେ ଶୀତ , ବର୍ଷା, ଖରା ରେ ଜୀବନ ବିତାଇବା ପାଇଁ ପଡୁଛି । ପିଲା ମାନେ ପାଠ ପଢିବା କୁ ଇଚ୍ଛା ଥିଲେ ମଧ୍ୟ ରାତିରେ ପାଠ ପଢି ପାରୁନାହାନ୍ତି । ସେହିପରି ଅନେକ ପରିବାରର ଲୋକେ ଭତ୍ତା ଓ ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ର ମାହାଲାସାହିରେ । ସରକାରୀ ଯୋଜନା ଗୁଡିକ ରୁ ଯେପରି ଉପଯୁକ୍ତ ହିତାଧିକାରୀ ବଞ୍ଚିତ ନ ହେବେ ସେଥିପାଇଁ ତୃଣମୂଳ ସ୍ତରରୁ ଉପଯୁକ୍ତ ହିତାଧିକାରୀ ଙ୍କୁ ଚୟନ କରାଯିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରୁ ପ୍ରଶାସନିକ କର୍ତ୍ତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଛି . ଏହା ସତ୍ତ୍ବେ ମଧ୍ୟ ବହୁ ଉପଯୁକ୍ତ ହିତାଧିକାରୀ ଏବେବି ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳତା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି . ଏହାକୁ ନେଇ ମୟୂରଭଞ୍ଜ ଖବର ରେ ଖବର ପ୍ରସାରିତ ପାଇଥିଲା । ତେବେ ଖବର ଜାଣିବା ମାତ୍ରେ ମୋରଡା ବିଧାୟକ ତଥା ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୟନୀୟ ଅବସ୍ଥାରେ ରହୁଥିବା ଦେଖି ମନ୍ତ୍ରୀ ପଳାଶମୁଣ୍ଡଳି ପଞ୍ଚାୟତ ଅଧିକାରୀ ଶ୍ରୀକୃଷ୍ଣ ଘୋଷ ଓ ଏଡିଓ ଇତିଶ୍ରୀ ପାଣିଗ୍ରାହୀ ଘୋଷ ଙ୍କ ଉପରେ ବର୍ଷିଥିଲେ । ବର୍ଷତମାମ ପଞ୍ଚାୟତ ରେ ଘୁରିବୁଲୁଛନ୍ତି କିନ୍ତୁ କୋଣସି ଅଧିକାରୀ ଙ୍କ ନଜର ନପଡିବା କୁ ନେଇ ବିରକ୍ତ ହେବା ସହ ତୁରନ୍ତ ସମସ୍ତ ଗରିବ ହିତାଧିକାରୀ ଙ୍କୁ ଘର , ଭତ୍ତା ଓ ରାସନ୍ କାର୍ଡ ଯୋଗାଇ ଦେବା କୁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଗାଁ ରେ ରହି ସମସ୍ତ ହିତାଧିକାରୀଙ୍କ କାଗଜପତ୍ର କୁ ଠିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ତେବେ ବାଉଁଶ ଘେରା କାନ୍ଥ ଓ ପୋଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ପରିବାର କୁ ଅଗ୍ରାଧିକାର ଦେଇ ତୁରନ୍ତ ଘର ଯୋଗାଇବା ସହିତ ମନ୍ତ୍ରୀ ଙ୍କ ଏକ ଟିମ୍ ଘର ନିର୍ମାଣ କରାଇ ଥଇଥାନ କରେଇବେ ମନ୍ତ୍ରୀ ବୋଲି ପ୍ରକାଶ କରିଛନ୍ତି । ଅନେକ ଗରିବ ଶ୍ରେଣୀର ଲୋକେ ନିଜେ ଗୃହ ନିର୍ମାଣ କରିବା ରେ ସକ୍ଷମ ହେଇ ପାରୁନଥିବା ରୁ ମନ୍ତ୍ରୀ ଗୃହ ନିର୍ମାଣ ର ଦାୟିତ୍ୱ ନେଇଛନ୍ତି । ତେବେ ମନ୍ତ୍ରୀ ଡଃ ମହାପାତ୍ର ଙ୍କ ଏହି ପ୍ରଚେଷ୍ଟା ଯୋଗୁଁ ଗାଁ ରେ ଖୁସି ର ଲହରୀ ଖେଳିଯାଇଛି । ଲୋକଙ୍କ ସରକାର ଲୋକଙ୍କ ପାଖକୁ ଆସିଛି ବୋଲି ଗ୍ରାମବାସୀ କହିବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ମୟୂରଭଞ୍ଜ ଖବର ରେ ଖବର ପ୍ରସାରିତ ଖବର ପରେ ଗାଁ ଦୁଃଖ ସମସ୍ତଙ୍କ ପାଖକୁ ପହଞ୍ଚିଥିଲା ବୋଲି ଗାଁ ମତ ପ୍ରକାଶ ପାଇଥିଲା । ଅପରପକ୍ଷରେ ସରକାର ଓ ପ୍ରଶାସନ ର ଆଢୁଆଳ ରେ ଦୀର୍ଘ ବର୍ଷ ଧରି ରହିଥିବା ଉକ୍ତ ଗାଁ ବିକାଶ ହେବ ବୋଲି ଗ୍ରାମବାସୀ ଆଶାବାଦୀ ହୋଇପଡ଼ିଛନ୍ତି । ମନ୍ତ୍ରୀ ଡଃ ମହାପାତ୍ର ଙ୍କ ସହିତ ବିଡିଓ ଅଣାକାର ନାୟକ, ବରିଷ୍ଠ ନେତା ପ୍ରଦୀପ ମହାନ୍ତି, ପରେଶ ମହାନ୍ତ, ସୁକୁଲୁ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ

3 hrs ago
user_NEW VIDEO FOR EVERYTHING
NEW VIDEO FOR EVERYTHING
ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•

More news from Mayurbhanj and nearby areas
  • Post by SPOT NEWS CREATION,,Tusar kanta Behera
    1
    Post by SPOT NEWS CREATION,,Tusar kanta Behera
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    11 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ୪୨ ବର୍ଷ ପରେ ଏକଜୁଟ ହେଲେ କନ୍ତୋର ଗ୍ରାମବାସୀ। କନ୍ତୋର ଯାତ୍ରା ଗଣ୍ଡଗୋଳକୁ ନେଇ ଗ୍ରାମବାସୀଙ୍କ ଫେରାଦ ପରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ନିବେଦନ।
    1
    ୪୨ ବର୍ଷ ପରେ ଏକଜୁଟ ହେଲେ କନ୍ତୋର ଗ୍ରାମବାସୀ। କନ୍ତୋର ଯାତ୍ରା ଗଣ୍ଡଗୋଳକୁ ନେଇ ଗ୍ରାମବାସୀଙ୍କ ଫେରାଦ ପରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ନିବେଦନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Khudko viral Karaneki Kasam Khaiye khaiye
    1
    Khudko viral Karaneki Kasam Khaiye khaiye
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.