logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ* *ମାଲକାନଗିରି,୩୧/୭/୨୬:* ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆଜି ଅବସର ଗ୍ରହଣ କରିଥିବା ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ଡେପୁଟି କଲେକ୍ଟର ଏନ୍. ଜଗଜୀବନ ଚୌଧୁରୀ ଏବଂ ମାଲକାନଗିରି କଲେକ୍ଟରେଟ୍‌ର ସେକ୍ସନ ଅଫିସର ବାଣୀ କିଙ୍କର ପଟ୍ଟନାୟକ ଆଜି ସେବାନିବୃତ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାରେ ବିଦାୟୀ ଓଏଏସ ଅଧିକାରୀ ଶ୍ରୀ ଚୌଧୁରୀଙ୍କ ଗୌରବମୟ କାର୍ଯ୍ୟକାଳ ସମ୍ପର୍କରେ ଆଲୋକପାତ କରି ସହଯୋଗୀ ମାନେ ପ୍ରକାଶ କରିଥିଲେ ଯେ, ୧୯୮୯ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀ ଚୌଧୁରୀଙ୍କ ଦୀର୍ଘ ସେବାକାଳ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଚିତ୍ରକୋଣ୍ଡା, ଉମରକୋଟ ଓ ନାରାୟଣପାଟଣାର ତହସିଲଦାର ଭାବେ, ନର୍ଲାର ବିଡିଓ ଭାବେ ଏବଂ କୋରାପୁଟ ଓ ମାଲକାନଗିରି କଲେକ୍ଟରେଟ୍‌ରେ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଓ ଜନସେବା ସଦା ସ୍ମରଣୀୟ ହୋଇ ରହିବ। ସେହିପରି ଶ୍ରୀ ପଟ୍ଟନାୟକଙ୍କ ସେବାକାଳକୁ ସ୍ମରଣ କରି ସହଯୋଗୀ ମାନେ କହିଥିଲେ, ୧୯୯୬ ମସିହାରୁ ମାଲକାନଗିରି ଓ କାଲିମେଳା ତହସିଲ ଠାରୁ ଆରମ୍ଭ କରି କୋରୁକୋଣ୍ଡା ଓ ପୋଡ଼ିଆ ବ୍ଲକ ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କ ପ୍ରଶାସନିକ ସେବା ଓ ନିଷ୍ଠା ସର୍ବଦା ଅନୁକରଣୀୟ ହୋଇ ରହିବ। ଜଣେ ଦକ୍ଷ ସେକ୍ସନ ଅଫିସର ଭାବେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା କୃତଜ୍ଞ। ହୋଇ ରହିବ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଦ୍ଵୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ସୁଖମୟ ଓ ନିରାମୟ ଅବସର ଜୀବନ କାମନା କରିଥିଲେ। ଶେଷରେ ସମସ୍ତ କର୍ମଚାରୀ ସେମାନଙ୍କ ଶୃଙ୍ଖଳିତ କାର୍ଯ୍ୟଶୈଳୀକୁ ମନେପକାଇ ଭାବବିହ୍ୱଳ ବିଦାୟ ଦେଇଥିଲେ।

2 hrs ago
user_Update Malkangiri news
Update Malkangiri news
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
2 hrs ago
1387efdd-0c9f-4fb6-bf1c-1464bc04f9ce

*ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ* *ମାଲକାନଗିରି,୩୧/୭/୨୬:* ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆଜି ଅବସର ଗ୍ରହଣ କରିଥିବା ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ଡେପୁଟି କଲେକ୍ଟର ଏନ୍. ଜଗଜୀବନ ଚୌଧୁରୀ ଏବଂ ମାଲକାନଗିରି କଲେକ୍ଟରେଟ୍‌ର ସେକ୍ସନ ଅଫିସର ବାଣୀ କିଙ୍କର ପଟ୍ଟନାୟକ ଆଜି ସେବାନିବୃତ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାରେ ବିଦାୟୀ ଓଏଏସ ଅଧିକାରୀ ଶ୍ରୀ ଚୌଧୁରୀଙ୍କ ଗୌରବମୟ କାର୍ଯ୍ୟକାଳ ସମ୍ପର୍କରେ ଆଲୋକପାତ କରି ସହଯୋଗୀ ମାନେ ପ୍ରକାଶ କରିଥିଲେ ଯେ, ୧୯୮୯ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀ ଚୌଧୁରୀଙ୍କ ଦୀର୍ଘ ସେବାକାଳ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଚିତ୍ରକୋଣ୍ଡା,

36c96d4d-0904-4e53-a7f4-72facad1c0bc

ଉମରକୋଟ ଓ ନାରାୟଣପାଟଣାର ତହସିଲଦାର ଭାବେ, ନର୍ଲାର ବିଡିଓ ଭାବେ ଏବଂ କୋରାପୁଟ ଓ ମାଲକାନଗିରି କଲେକ୍ଟରେଟ୍‌ରେ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଓ ଜନସେବା ସଦା ସ୍ମରଣୀୟ ହୋଇ ରହିବ। ସେହିପରି ଶ୍ରୀ ପଟ୍ଟନାୟକଙ୍କ ସେବାକାଳକୁ ସ୍ମରଣ କରି ସହଯୋଗୀ ମାନେ କହିଥିଲେ, ୧୯୯୬ ମସିହାରୁ ମାଲକାନଗିରି ଓ କାଲିମେଳା ତହସିଲ ଠାରୁ ଆରମ୍ଭ କରି କୋରୁକୋଣ୍ଡା ଓ ପୋଡ଼ିଆ ବ୍ଲକ ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କ ପ୍ରଶାସନିକ ସେବା ଓ ନିଷ୍ଠା ସର୍ବଦା ଅନୁକରଣୀୟ ହୋଇ ରହିବ। ଜଣେ ଦକ୍ଷ ସେକ୍ସନ ଅଫିସର ଭାବେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା କୃତଜ୍ଞ। ହୋଇ ରହିବ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଦ୍ଵୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ସୁଖମୟ ଓ ନିରାମୟ ଅବସର ଜୀବନ କାମନା କରିଥିଲେ। ଶେଷରେ ସମସ୍ତ କର୍ମଚାରୀ ସେମାନଙ୍କ ଶୃଙ୍ଖଳିତ କାର୍ଯ୍ୟଶୈଳୀକୁ ମନେପକାଇ ଭାବବିହ୍ୱଳ ବିଦାୟ ଦେଇଥିଲେ।

More news from ଓଡ଼ିଶା and nearby areas
  • ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର
ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ  ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l  ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି  l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ  ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    1 hr ago
  • କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    1
    କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ  ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    1
    ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ।
ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
    user_Subrat Kumar sahu
    Subrat Kumar sahu
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    25 min ago
  • ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I
    1
    ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I 
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I
    user_Hareram karuan
    Hareram karuan
    ସାମ୍ବାଦିକ ନୂଆପଡା, ନୂଆପଡ଼ା, ଓଡ଼ିଶା•
    13 hrs ago
  • ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ
    1
    ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ
ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    11 hrs ago
  • ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
    1
    ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ  ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    2 hrs ago
  • କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ
    1
    ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି 
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ  ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। 
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.