Shuru
Apke Nagar Ki App…
ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
Odisha News Express
ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।2
- ବାଲେଶ୍ୱର, ତାରିଖ – ୦୧/୦୪/୨୦୨୬ ଆଜି ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଓଡିଆ ପକ୍ଷର ପ୍ରଥମ ଦିନ ଉତ୍ସାହ ଓ ଉଦ୍ୟାପନାର ସହିତ ପାଳିତ ହୋଇଛି। ପ୍ରାତଃ ୪.୩୦ ଘଟିକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇ ସହର ପରିକ୍ରମା କରାଯାଇଥିଲା। ପୂର୍ବାହ୍ନ ୮.୩୦ ଘଟିକାରେ ଓଡ଼ିଶା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ ହୋଇଥିଲା, ଯାହାକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମିଶନ ଶକ୍ତିର ସଦସ୍ୟାମାନେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ-କର୍ମଚାରୀମାନେ ଯୋଗଦେଇଥିଲେ। ପୂର୍ବାହ୍ନ ୯.୦୦ ଘଟିକାରେ ମାନ୍ୟବର ମନ୍ତ୍ରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାଏକ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରବର୍ତ୍ତୀତରେ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଜୀବନ୍ତ ଚିତ୍ରକଳା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନ ୧୦.୩୦ ଘଟିକାରେ ଆୟୋଜିତ ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳମାନେ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ। ସଭାର ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ସ୍ଥାନୀୟ କଳାକାରମାନେ “ବନ୍ଦେ ଉତ୍କଳ ଜନନୀ” ଓ “ବନ୍ଦେ ମାତରମ” ପରିବେଷଣ କରିଥିଲେ। ବକ୍ତାମାନେ ଓଡ଼ିଶାର ଐତିହ୍ୟ, ଗୌରବମୟ ଇତିହାସ ଓ ଭବିଷ୍ୟତ ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶଶୀଳ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟକୁ ସାକାର କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜୀବନ୍ତ ଚିତ୍ରକଳାରେ ବାଦଲ ନାୟକ ଶ୍ରେଷ୍ଠ ଭାବେ ଚୟନିତ ହୋଇଥିଲେ। ସାଧାରଣ ସଭା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଜାତୀୟତାବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ ପରିଚାଳନା କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ପରିଚାଳନା କରିଥିଲେ।4
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 29.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।1
- ଜିଲ୍ଲା କଂଗ୍ରେସ ପକ୍ଷରୁ ନବନିର୍ବାଚିତ ଓକିଲ ସଙ୍ଘ ସଭାପତି ଙ୍କୁ ସମର୍ଧ୍ଵନା ବାରିପଦା --ଆଜି ବାରିପଦା ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ନବନିର୍ବାଚିତ ବାରିପଦା ବାର ଆସୋସିଏସନ ର ନବ ନିର୍ବାଚିତ ସଭାପତି ଓ ସଦସ୍ୟ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ବ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା. ଜିଲ୍ଲା କଂଗ୍ରେସ ସଭାପତି ସହିତ ଅନ୍ୟ କଂଗ୍ରେସ ନେତା ମାନେ ପୁଷଗୁଛ ଓ ଉତ୍ତରୀୟ ଦେଇ ସ୍ୱମୋର୍ଦ୍ଧିତ କରିବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିଲେ. ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ, ଯୁଗ୍ମ ସମ୍ପାଦକ ସ୍ୱରପ କୁମାର ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶ୍ରୀ ସୁସ୍ମିତା ଘୋସେଲ ଙ୍କୁ କଂଗ୍ରେସ କର୍ମୀ ଅଭିନନ୍ଦନ ଜଣାଇଥିଲେ. ଏହି ସୋମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଏସ ଟି ସେଲ ରାଜ୍ୟ ଉପସଭାପତି ଚୈତନ୍ୟ ହାଁସଦା, ମୀନକେତନ ବେହେରା ଅଶୋକ ଗିରି, ଅଂଶୁମାନ ଦାଶ, ସମର ରଞ୍ଜନ ଦାଶ ଚନ୍ଦନ କିସ୍କୁ, ରଣା ସତ୍ୟକାମ ସେନାପତି, ଅସିତ ବେହେରା, ରକିମ ଭାଇ, ନଳିନୀ ପଟ୍ଟନାୟକ, ଉତ୍ତମ ବେହେରା, ମହିଳା ନେତ୍ରୀ ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା,ସହିତ ଶତାଧିକ କଂଗ୍ରେସ ନେତା ଓ ନେତ୍ରୀ ଉପସ୍ଥିତ ଥିଲେ.1
- Post by Rajib Behera1
- ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ। ଓଡ଼ିଶା ଦିବସରେ ବାଲେଶ୍ୱର ଜିଲ୍ଲାରେ ଉତ୍ସବମୟ ପରିବେଶ।1