logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୮ତମ ମା' ମାହେଶ୍ୱରୀ କ୍ରିକେଟ କପ୍: ବୌଦ୍ଧ ଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ରେ ହେଉଥିବା ୧୮ ତମ ମା' ମାହେଶ୍ୱରୀ କ୍ରିକେଟ କପ୍ ର ଦ୍ଵିତୀୟ ସେମି ଫାଇନାଲ ରେ ବିଜୟୀ ହୋଇ ଡିସିଏ ବୌଦ୍ଧ ଫାଇନାଲ ରେ ପ୍ରବେଶ କରିଛି। ଶନିବାର ମ୍ୟାଚ ଟି ପାୟୋନିଅର ପୁରୀ ଓ ଡିସିଏ ବୌଦ୍ଧ ମଧ୍ୟରେ ହୋଇଥିଲା। ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ଖେଳା ଯାଇଥିଲା। ପ୍ରଥମ ଫର୍ମାଟ ବୌଦ୍ଧ ଟସ୍ ଜିଣି ପୁରୀ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପାୟନିଅର୍ କ୍ଲବ୍ ପୁରୀ ନିର୍ଦ୍ଧାରିତ ୨୦ ଓଭର ରେ ୯ ଉଇକେଟ ହରେଇ ୧୮୪ ରନ୍ ସଂଗ୍ରହ କରିଥିଲେ।ଦଳପକ୍ଷ ରୁ ଚନ୍ଦନ ଜେନା ୩୦ ବଲ ରୁ ୪୫ ରନ୍ ଏବଂ ଦେବାଶିଷ ଦାସ ୨୫ ବଲ ରୁ ୩୧ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ବୌଦ ର ଶଶିକାନ୍ତ ଯାଦବ ୫ ୱିକେଟ୍ ଏବଂ ତାପସ ପଣ୍ଡା, କ୍ଷିରୋଦ ପୁରୋହିତ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।ଜବାବ ରେ ବୌଦ୍ଧ ଦଳ ନିର୍ଦ୍ଧାରିତ ୨୦ ଓଭର ରେ ସମସ୍ତ ଉଇକେଟ ହରାଇ ୧୧୨ ରନ ରକେଇଥିଲ। ବୌଦ୍ଧ ଦଳ ପକ୍ଷରୁ କେଜି ପାତ୍ର ୨୩ ବଲ ୪୨ ରନ୍ ଏବଂ ତୁଷାର ସେନ ଗୁପ୍ତା ୨୪ବଲ ରୁ ୩୦ ରନ୍ ସଂଗ୍ରହ କରିଥିଲେ। ପାୟନିଅର ପୁରୀ ପକ୍ଷରୁ ମହେଶ ପ୍ରଧାନ ୩ ଏବଂ ଦେବାଶିଷ ଦାସ ୨ ଉଇକେଟ ନେଇଥିଲେ। ସେହିପରି ଦ୍ୱିତୀୟ ଫର୍ମାଟ ରେ ପୁରୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୬୫ ରନ୍ ସଂଗ୍ରହ କରିଥିଲେ।ଦଳପକ୍ଷ ରୁ ଦେବାଶିଷ ଦାସ ୧୦ ବଲ ରୁ ୨୧ ଏବଂ ଭାଗିରଥି ବେହେରା ୧୪ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ବୌଦ୍ଧ ଦଳ ତରଫ ରୁ ରଜନିଶ ଯାଦବ ୨ ଏବଂ ଶଶିକାନ୍ତ ଯାଦବ ୧ ୱିକେଟ୍ ଅକ୍ତିଆର କରିଥିଲେ। ଜବାବ ରେ ବୌଦ୍ଧ ଦଳ ୬୬ ରନ୍ ର ବିଜୟ ଲକ୍ଷ୍ୟକୁ ୫.୨ ଓଭର ରେ ୩ ଉଇକେଟ ହରାଇ ହାସଲ କରିଥିଲେ। ଦଳ ପକ୍ଷରୁ କେଜି ପାତ୍ର ୧୫ ବଳରୁ ୩୩ ରନ୍ କରିଥିଲେ। ପାୟୋନିଅର ପୁରୀ ର ଅଭୟ ପଟ୍ଟନାୟକ ୨ ଟି ୱିକେଟ୍ ଅକ୍ତିଆର କରିଥିଲେ। ଉଭୟ ଦଳ ଗୋଟିଏ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ସୁପର ଓଭର ଖେଳା ଯାଇଥିଲା । ଏଥିରେ ରେ ବୌଦ୍ଧ ଦଳ ଗୋଟିଏ ଉଇକେଟ ହରାଇ ୧୧ ରନ କରିଥିବା ବେଳେ ପାୟୋନିଅର ପୁରୀ ୧୦ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଖେଳ ପଡ଼ିଆ ଏବଂ ନୂତନ ପେଣ୍ଡାଲ କୁ ଉଦ୍ଘାଟନ କରିବା ସହିତ କ୍ରୀଡା ବାର୍ତ୍ତା ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ସୁବଳୟା ମଣ୍ଡଳ ବିଜେପି ସମ୍ପାଦକ ସଞ୍ଜୀବ ପ୍ରଧାନ, କ୍ରୀଡାବିତ୍ ସଞ୍ଜୀବ ମେହେର, ସ୍ଥାନୀୟ ସରପଞ୍ଚ ଅନୁଷୟା ପ୍ରଧାନ, ସପନ ପ୍ରଧାନ ପ୍ରମୁଖ ଯୋଗ ଦେଇ ବୌଦ୍ଧ ଦଳ ଶଶିକାନ୍ତ ଯାଦବ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଏବଂ ଶ୍ରୀବନ୍ତ ନାଏକ ପରିଚାଳନା କରିଥିବା ବେଳେ ଚନ୍ଦ୍ରଶେଖର ପଧାନ ସ୍କୋରିଙ୍ଗ ଏବଂ ବିଏସ ରାଓ, ସଙ୍କୀର୍ତ୍ତନ ସାହୁ, ଦେବେନ୍ଦ୍ର ଭୋଇ ଧାରାବିବରଣି ପ୍ରଦାନ କରିଥିଲେ।

1 day ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 day ago
d9912023-0460-4234-87b4-772c3f6d9657

More news from Odisha and nearby areas
  • ରାଉରକେଲାରେ ବିମାନ ଦୁର୍ଘଟଣା
    1
    ରାଉରକେଲାରେ ବିମାନ ଦୁର୍ଘଟଣା
    user_ODISHA NEWS
    ODISHA NEWS
    Reporter Balangir, Odisha•
    23 hrs ago
  • ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି
    1
    ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ,  ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    21 hrs ago
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 min ago
  • #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    1
    #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • ବୁଳବୁଦାବନଵିହାରିଳାକିଜେ
    1
    ବୁଳବୁଦାବନଵିହାରିଳାକିଜେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    1
    ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    10 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    17 hrs ago
  • ଅନ୍ନଦାତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାତ୍ସଲ୍ୟ ପ୍ରତିବାଦରେ ସୋନପୁରରେ କୃଷିମନ୍ତ୍ରୀଙ୍କୁ ବିରୋଧକଲେ ସୋନପୁରର ଚାଷୀ l ଗଣତନ୍ତ୍ରରେ ପ୍ରତିବାଦ ଏକ ସ୍ୱାଭାବିକ ପ୍ରକ୍ରିୟା ମାତ୍ର ଆନ୍ଦୋଳନ ରତ କୃଷକଙ୍କୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଆକ୍ରମଣ l ଏବଂ ପୁଲିସର ନୀରବତା କୁ ମୁଁ ଦୃଢ଼ ନିନ୍ଦା କରୁଛି l ଗଣତନ୍ତ୍ର ହତ୍ୟାକାରୀ ବିଜେପି ଦଳର ଏତାଦୃଶ କାର୍ଯ୍ୟର ଦୃଢ଼ ଯବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ.. ଏତେବଡ଼ ଘଟଣା ପରେବି ସମସ୍ତ ପ୍ରମୁଖ ଗଣମାଧ୍ୟମ ନୀରବ Naveen Patnaik Pradip Kumar Amat Debi Prasad Mishra Dr Arun Kumar Sahoo Abakash Sahoo CMO Odisha Biju Janata Dal Odisha BJP Odisha
    1
    ଅନ୍ନଦାତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାତ୍ସଲ୍ୟ ପ୍ରତିବାଦରେ ସୋନପୁରରେ କୃଷିମନ୍ତ୍ରୀଙ୍କୁ ବିରୋଧକଲେ ସୋନପୁରର ଚାଷୀ l ଗଣତନ୍ତ୍ରରେ ପ୍ରତିବାଦ ଏକ ସ୍ୱାଭାବିକ ପ୍ରକ୍ରିୟା ମାତ୍ର ଆନ୍ଦୋଳନ ରତ କୃଷକଙ୍କୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଆକ୍ରମଣ l ଏବଂ ପୁଲିସର ନୀରବତା କୁ ମୁଁ ଦୃଢ଼ ନିନ୍ଦା କରୁଛି l ଗଣତନ୍ତ୍ର ହତ୍ୟାକାରୀ ବିଜେପି ଦଳର ଏତାଦୃଶ କାର୍ଯ୍ୟର ଦୃଢ଼ ଯବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ..
ଏତେବଡ଼ ଘଟଣା ପରେବି ସମସ୍ତ ପ୍ରମୁଖ ଗଣମାଧ୍ୟମ ନୀରବ 
Naveen Patnaik Pradip Kumar Amat Debi Prasad Mishra Dr Arun Kumar Sahoo Abakash Sahoo CMO Odisha Biju Janata Dal Odisha BJP Odisha
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.