ଦେବଗଡ଼ରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଗାମୀ ମୌସୁମୀ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜୁନ୍ ୧୮, ୨୦୨୬ ରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ଯଥେଷ୍ଟ ପୂର୍ବରୁ ନିଜ ନିଜ ବିଭାଗର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ସାହୁ ଦୁର୍ଗମ ଅଞ୍ଚଳରେ ବାତ୍ୟା ସମୟ ପାଇଁ ଖାଦ୍ୟ ସାମଗ୍ରୀ, କିରୋସିନି ଆଦି ଗଚ୍ଛିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ, କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ବିହନ, କୀଟନାଶକ ଔଷଧ ଏବଂ ସାର ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ବର୍ଷା ପୂର୍ବରୁ ଦୁର୍ବଳ ଥିବା ବନ୍ଧ, ପୋଲ ଏବଂ ରାସ୍ତାର ମରାମତି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହାବ୍ୟତୀତ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ନଳକୂପଗୁଡ଼ିକର ବିଶୋଧନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଏବଂ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତ୍ୟାବଶ୍ୟକୀୟ ଔଷଧ, ORS ଓ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ବୈଠକରେ କୃଷି ବିଭାଗ, ଶକ୍ତି ବିଭାଗ, ପଶୁ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ, ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ପୌର ପରିଷଦ, ଜଙ୍ଗଲ ବିଭାଗ, ପଞ୍ଚାୟତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଅଗ୍ନି ଶ୍ରମ ବିଭାଗ ଓ ଓଡ୍ରାପ୍ ଟିମ୍ର ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେବବ୍ରତ କର, ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଏସିଏଫ୍ ଅରୁଣ କୁମାର ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ ଭୋଇ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପୌରପରିଷଦ) କଳିଙ୍ଗ ଆଶିଷ ଶତପଥି, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝୀ, ତହସିଲଦାର କର୍ଣ୍ଣ ମଲିକ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

- ଦେବଗଡ଼ ଜିଲ୍ଲାର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍ରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା. ୧୯. ୦୬. ୨୦୨୬ ରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଫୁଟବଲ୍ ଲିଗ୍ ୨୦୨୬-୨୭ ର ଶୁଭ ଉଦ୍ଘାଟନ ଓ ଉଦ୍ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ୍ରେ ଜିଲ୍ଲାର ୪ଟି ଦଳ – ଝରମୁଣ୍ଡା କ୍ଲବ୍, କେ ଆଇ ସି ତିଲେଇବଣି, ପ୍ରଧାନପାଟ କ୍ଲବ୍ ଏବଂ ମୋନରମା କ୍ଲବ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଉପ ନିବନ୍ଧକ ଓ ବିବାହ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଲିଗ୍ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ କେ ଆଇ ସି ତିଲେଇବଣି ଏବଂ ପ୍ରଧାନପାଟ କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେ ଆଇ ସି ତିଲେଇବଣି ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ୨-୦ ଗୋଲ୍ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଅନ୍ତିମ ମ୍ୟାଚ୍ କେ ଆଇ ସି ତିଲେଇବଣି ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ପୁଣି ୨-୦ ଗୋଲ୍ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲା। କେ ଆଇ ସି ତିଲେଇବଣି ରନରଅପ୍ ହୋଇଥିବା ବେଳେ ମୋନରମା କ୍ଲବ୍ ଦେବଗଡ଼ ଚାମ୍ପିଅନ୍ ହୋଇଥିଲା। ମୁଖ୍ୟ ଅତିଥି ଓ ବରୋଣ୍ୟ ଅତିଥିମାନେ ବିଜୟୀ ଦଳମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ପ୍ରଦୀପ କିସାନ, ବୁଲି ମୁଣ୍ଡା ଏବଂ ରିନା ମୁଖୀ ଏହି ଖେଳକୁ ପରିଚାଳନା କରିଥିଲେ। ଖେଳରେ ସୁନ୍ଦର ଭାବେ ଗୋଲ୍ ଦେଇଥିବା ଶୁଭଶ୍ରୀ ଖାଡ଼ିଆ ଏବଂ ମଧୁସ୍ମିତା ମହାନ୍ତିଙ୍କୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଶତପଥି ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।1
- ସୁନ୍ଦରଗଡ଼ ଜିଲ୍ଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟରେ ନିମ୍ନ ମାନର କାର୍ଯ୍ୟକୁ ନେଇ ଠିକାଦାର ସଂଘ ପକ୍ଷରୁ ଆଜି ଘେରାଉ କରାଯାଇଛି। କଉଧର (୨) ଚେକ୍ ଡ୍ୟାମ୍ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ପରେ ଏହି ଘେରାଉ କରାଯାଇଥିଲା। ଏହି କାମ ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଅଧୀନ ଲହୁଣିପଡ଼ା ଗଣିଘସା ନିକଟରେ ଚାଲିଛି ଏବଂ ଏହାର ବ୍ୟୟ ଅଟକଳ ୬୨ ଲକ୍ଷ ୪୯ ହଜାର ରହିଛି। ଏହି କାର୍ଯ୍ୟ ଠିକାଦାର ନିଭା ମିଶ୍ର କରୁଛନ୍ତି। ନିମ୍ନ ମାନର କାମ ସମ୍ପର୍କରେ ଠିକାଦାର ମହାସଂଘ ଅଭିଯୋଗ ପାଇବା ପରେ ସଭାପତି ତାପସ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତଦନ୍ତ ପାଇଁ ବଣାଇଁରେ ପହଞ୍ଚିଥିଲେ। ତେବେ, ବଣାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଠିକାଦାରମାନେ ଉପ ବିଭାଜନ କାର୍ଯ୍ୟାଳୟକୁ ଘେରାଉ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଠିକାଦାର ସଂଘ ଏହି ତଦନ୍ତ ସଂଘର ଉପସ୍ଥିତିରେ କରିବାକୁ ଦାବି କରିଥିଲା। ଏହି ସର୍ତ୍ତରେ ସଂଘ କର୍ମକର୍ତ୍ତାମାନେ ତଦନ୍ତରେ ସହଯୋଗ କରିବାକୁ ରାଜି ହୋଇଥିଲେ।4
- କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।1
- ବିଶ୍ୱ ଗୁରୁ ଭାରତଙ୍କ ଦ୍ୱାରା କରାଯାଇଥିବା ସୃଷ୍ଟି ରଚନାର ପ୍ରମାଣ ଦେଖିବାକୁ ଏକ ଆହ୍ୱାନ କରାଯାଇଛି।1
- କଳାହାଣ୍ଡି ଜିଲ୍ଲାର ଚିକିଲି ଗାଁରେ ଏକ ଜଙ୍ଗଲୀ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବା ପରେ ପୂରା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ, ଭାଲୁଟି ପାଖରେ ଥିବା କଷଣା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଭାଲୁକୁ ଦେଖି ପରିବାର ସଦସ୍ୟ ଏବଂ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ଘଟଣାର ସୂଚନା ପାଇବା କ୍ଷଣି ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ବନ ବିଭାଗ ପକ୍ଷରୁ ମାଇକ୍ରୋଫୋନ୍ ଜରିଆରେ ଲୋକମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ଭାଲୁ ପାଖକୁ ନ ଯାଆନ୍ତୁ, ଭିଡ଼ ନ ଜମାନ୍ତୁ ଏବଂ ନିଜ ନିଜ ଘର ଭିତରେ ରୁହନ୍ତୁ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବୃଦ୍ଧି ପାଉଥିବା ଯାତାୟାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ସମସ୍ତ ଲୋକଙ୍କୁ ସତର୍କ ରହିବା ଏବଂ କୌଣସି ବନ୍ୟଜନ୍ତୁ ଦେଖାଗଲେ ତୁରନ୍ତ ବିଭାଗକୁ ସୂଚନା ଦେବାକୁ ପୁନର୍ବାର ଅପିଲ୍ କରାଯାଇଛି।1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଜରଡ଼ା ପଞ୍ଚାୟତର ବାଳିକିଆରୀ ଗାଁରେ ଏକ ନିର୍ଦ୍ଦିଷ୍ଟ କାମ ପାଇଁ ଦୁଇଟି ଭିନ୍ନ ବିଭାଗରୁ ଦୁଇ ଥର ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ଠିକାଦାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।1
- କେନ୍ଦୁଝର ଜିଲ୍ଲାରେ ଘଟିଥିବା ଏକ ହତ୍ୟା ମାମଲାରେ ସଦର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି, ଯାହା ସମଗ୍ର ଅଞ୍ଚଳରେ ପ୍ରଥମେ ସୃଷ୍ଟି ହୋଇଥିବା ଆଲୋଡ଼ନ ପରେ ବର୍ତ୍ତମାନ ଆଶ୍ୱସ୍ତିର ବାତାବରଣ ଖେଳାଇ ଦେଇଛି। ଗତକାଲି ସକାଳୁ ସକାଳୁ ଅଁରା ନିକଟସ୍ଥ ଭରାଳିସାହିର ଅଲେଖ ମହିମା ବାବା ଶ୍ରୀକାନ୍ତ ମହାକୁଡ଼ଙ୍କୁ ପୋଖରୀ ତୁଠରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇ ଅଭିଯୁକ୍ତ ପାଟେଶ୍ୱର ବାରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସଦର ଥାନା ଆଇଆଇସି ଅମିତ୍ କୁମାର ଭୂୟାଁଙ୍କ ଦକ୍ଷ ଟିମ୍ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ପୋଲିସ ଟିମ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ପାଟେଶ୍ୱର ବାରିକକୁ ଧରିବାରେ ସଫଳ ହୋଇଛି। ଗିରଫ ପରେ ପୋଲିସ ଅଭିଯୁକ୍ତର ବୟାନ ଆଧାରରେ ହତ୍ୟା ପାଇଁ ବ୍ୟବହୃତ ପଥର, ଯାହାକୁ ଏକ ଲଟା ମୂଳେ ଲୁଚାଇ ରଖାଯାଇଥିଲା, ତାହାକୁ ମଧ୍ୟ ଉଦ୍ଧାର କରିଛି। ତଦନ୍ତର ଅଂଶସ୍ୱରୂପ, ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିୟେସନ କରାଇଥିବା ଜଣାପଡ଼ିଛି। ଜଣେ ଧର୍ମପରାୟଣ ଅଲେଖ ବାବାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଆଲୋଡ଼ନ ଏବଂ ବିବ୍ରତ ସୃଷ୍ଟି କରିଥିଲା। ତେବେ ପୋଲିସର ଏହି ତ୍ୱରିତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ଫଳରେ ସ୍ଥାନୀୟ ଯୁବକ ତଥା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସମଗ୍ର ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ଘଟଣାରେ ସଦର ପୋଲିସର ତତ୍ପରତା ଓ ଦକ୍ଷତା ପୁଣିଥରେ ପ୍ରମାଣିତ କରିଛି ଯେ, କେନ୍ଦୁଝର ପୋଲିସ କାହାକୁ ମାଫ୍ କରେ ନାହିଁ ଏବଂ ସବୁବେଳେ ଆଗରେ ରହିଥାଏ।1