ତାଳଚେର ଅନୁଗୁଳ ପ୍ରଦୂଷଣ ସମସ୍ୟା ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ର ପରିବେଶ ଓ କୋଇଲା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ) ତାଳଚେର : ଅନୁଗୋଳ-ତାଳଚେର ଅନୁଗୁଳ ଶିଳ୍ପାଞ୍ଚଳରେ ବଢୁଥିବା ବାୟୁ ପ୍ରଦୂଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିସାନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି | ତାଳଚେର ଏବଂ ଅନୁଗୋଳରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ସ୍ଥିତି ଚିନ୍ତାଜନକ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିପନ୍ନ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଛନ୍ତି | ଏହି ସମସ୍ୟାର ସମାଧାନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା, କୋଇଲା ପରିବହନ ପାଇଁ ଆଧୁନିକ ‘ମେକାନାଇଜଡ୍’ ବ୍ୟବସ୍ଥା ଆପଣାଇବା, ଖଣି ଓ ଶିଳ୍ପାଞ୍ଚଳ ଚାରିପାଖରେ ବ୍ୟାପକ ବୃକ୍ଷରୋପଣ କରି ‘ଗ୍ରୀନ୍ ବଫର୍’ ସୃଷ୍ଟି କରିବା ସହ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଅନୁରୋଧ କରିଛନ୍ତି |

- ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ1
- Post by ଟଙ୍କଧର .ମେହେର1
- କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର1
- ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।1
- ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ1
- ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...1
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- Post by ଟଙ୍କଧର .ମେହେର1