ନୂଆପଡ଼ା ଜିଲ୍ଲାକୁ ମିଳିବ ‘ରାଜ୍ୟ ପଞ୍ଚାୟତ ପୁରସ୍କାର’ : ମନରେଗା କାର୍ଯ୍ୟାନ୍ୱୟନରେ ସାରା ରାଜ୍ୟରେ ତୃତୀୟ । ନୂଆପଡ଼ା -୨୩/୪-ନୂଆପଡ଼ା ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ନୂଆପଡ଼ା ଜିଲ୍ଲାକୁ ‘ରାଜ୍ୟ ପଞ୍ଚାୟତ ପୁରସ୍କାର ୨୦୨୫-୨୬’ ପାଇଁ ମନୋନୀତ କରାଯାଇଛି। ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଏହି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ। ପୁରସ୍କାର ଓ ସମ୍ମାନ ଆସନ୍ତାକାଲି ଅର୍ଥାତ୍ ୨୪ ଅପ୍ରେଲ ୨୦୨୬ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ବଲାଙ୍ଗିରଠାରେ ଏକ ଭବ୍ୟ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲା ପରିଷଦକୁ ପୁରସ୍କାର ସ୍ୱରୂପ ମାନପତ୍ର ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ସଫଳତାର ମୁଖ୍ୟ କାରଣ ହେଲା ଗତ ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନର କେତେକ ଦୃଢ଼ ପଦକ୍ଷେପ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି । କର୍ମନିଯୁକ୍ତି ସୃଷ୍ଟି ରେ ଜିଲ୍ଲା ର ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ବ୍ୟାପକ କାମ ଯୋଗାଇଦେବା ଓ ସମୟାନୁବର୍ତ୍ତୀ ମଜୁରୀ କାର୍ଯ୍ୟ ସମାପ୍ତ ପରେ ଧାର୍ଯ୍ୟ ସମୟ ମଧ୍ୟରେ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରିବା। ଜଳ ସଂରକ୍ଷଣ ପ୍ରକଳ୍ପ ଓ ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ। ଯୋଜନାର ସ୍ୱଚ୍ଛତା ଓ ପ୍ରଶାସନିକ ଦକ୍ଷତା। "ଏହି ସଫଳତା ହେଉଛି ‘ଟିମ୍ ନୂଆପଡ଼ା’ ର ମିଳିତ ପ୍ରୟାସ। ସମସ୍ତ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଏବଂ ବିଶେଷ କରି ମନରେଗା ଶ୍ରମିକମାନଙ୍କ ନିଷ୍ଠା ଯୋଗୁଁ ଜିଲ୍ଲା ଆଜି ରାଜ୍ୟସ୍ତରରେ ସମ୍ମାନିତ ହେବାକୁ ଯାଉଛି।" — ମଧୁସୂଦନ ଦାଶ, ଜିଲ୍ଲାପାଳ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଏହି ଉପଲବ୍ଧି ପାଇଁ ଜିଲ୍ଲାପାଳଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜିଲ୍ଲାକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି। ନୂଆପଡ଼ା ଭଳି ଏକ ଆକାଂକ୍ଷୀ ଜିଲ୍ଲା ପାଇଁ ଏହି ପୁରସ୍କାର କେବଳ ଏକ ସମ୍ମାନ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତି ଓ ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ। ଏହା ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ଏକ ପ୍ରେରଣା ସାଜିବ।

- ଅଭିନବା ଉପାୟରେ ସ୍ମୃତି ସୁନାଙ୍କ ଗୀତରେ ଗୁହାରୀ ଜିଲ୍ଲାପାଳଙ୍କୁ ଉଚ୍ଚ ଶିକ୍ଷା ପାଇଁ ରହିଛି ଆଶା, ଗୁହାରୀ ମହୋଦୟ ଦେବେ କି ଦିଶା1
- ନୂଆପଡ଼ା -୨୨/୪- ପରିବେଶ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ପୃଥିବୀ ଦିବସ ଅବସରରେ ଟାନ୍ୱାଟ ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସଭାଗୃହରେ “ନାଲସା (ବନ୍ୟଜନ୍ତୁ-ମନୁଷ୍ୟ ସଂଘର୍ଷ ପୀଡ଼ିତଙ୍କୁ ଆଇନ ସହାୟତା) ଯୋଜନା, ୨୦୨୫” ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ମୁକ୍ତ ହେଉ ନୂଆପଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଜିଲ୍ଲାବାସୀଙ୍କୁ ନୂଆପଡ଼ାକୁ ପ୍ଲାଷ୍ଟିକମୁକ୍ତ କରିବା ସହ ଧରିତ୍ରୀର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନାଲସାର ନୂତନ ଯୋଜନା ‘୨୦୨୫’ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବନ୍ୟଜନ୍ତୁ ଓ ମନୁଷ୍ୟ ମଧ୍ୟରେ ହେଉଥିବା ସଂଘର୍ଷ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ପରିବାର କିଭଳି ସରକାରୀ ଓ ଆଇନଗତ ସହାୟତା ପାଇପାରିବେ, ସେ ନେଇ ସେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ସଚେତନତା ପରେ ଅତିଥି ଓ ଗ୍ରାମବାସୀଙ୍କ ଦ୍ୱାରା ପ୍ଲାଷ୍ଟିକ ସଫେଇ କରାଯାଇ ପ୍ରାୟ ୨୨ କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବବିତା ସିଂ ପୃଥିବୀକୁ ସବୁଜ ଓ ସୁନ୍ଦର ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବନ ବିଭାଗର ଏ ସି ଏଫ ମହମ୍ମଦ ସାଲେହା, ନୂଆପଡ଼ା ନଗର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ବନପାଳ ଲକ୍ଷ୍ମୀଧର ଘିଭେଲା, ପି.ଇ.ଓ ଭାନୂପଲି ପଦ୍ମାବତୀ, ସରପଞ୍ଚ ଜୟରାମ ସତନାମୀ, ଓକିଲ ଅନୁପ ଶର୍ମା ଏବଂ ଟାଟା ପାୱାରର ଆଇନ ଅଧିକାରୀ ପ୍ରଜ୍ଜ୍ଵଳ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏହି ସଚେତନତା ଶିବିରରେ ସ୍ଥାନୀୟ ଗ୍ରାମବାସୀ, ବନ ବିଭାଗ କର୍ମଚାରୀ ଏବଂ 'ଅଧିକାର ମିତ୍ର'ମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଧରିତ୍ରୀର ସୁରକ୍ଷା ସହ ବନ୍ୟପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସହାବସ୍ଥାନ କିଭଳି ସମ୍ଭବ, ସେ ନେଇ ଶିବିରରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଇଛି।5
- Post by KOSAL TIMES1
- କଳାହାଣ୍ଡି: ଭବାନୀପାଟଣା ଜିଲ୍ଳା ମୁଖ୍ୟ କାରାଗାର ରୁ କଏଦି ଫେରାର ।ରାତି ପ୍ରାୟ 12.30 ସମୟରେ ପାଚେରୀ ଡେଇଁ ଫେରାର ମାରିଥିଲା। ଚୋରୀ ଘଟଣା ରେ ଜେଲ ରେ ଥିଲେ ସଦରଥାନା ଅନ୍ତର୍ଗତ ଠେମରା ଗାଁ ର ଜଗନ୍ନାଥ ଶବର, ଗତ ବିଳମ୍ବିତ ରାତିରେ ପାଚେରୀ ଡେଇଁ ଫେରାର ।ସଦର ଥାନା ରେ ଜେଲ କର୍ତ୍ତୁପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସଦର ପୋଲିସ ର ତଦନ୍ତ ଜାରୀ ରହିଛି ।1
- 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️1
- କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା1
- ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି. #ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.1
- ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।1