ଲୋକଙ୍କୁ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ରବିବାର ପୂର୍ବାହ୍ନ ୧୦-୦୦ ଘଣ୍ଟା ସମୟରେ ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ଦୟାନିଧି ହୋତା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବରେ ମଞ୍ଚାସୀନ ଥିଲେ। ମୁଖ୍ୟବକ୍ତା ପ୍ରକାଶ କରିଥିଲେ ଯେ, ତମାଖୁ ସେବନ ଦ୍ଵାରା ଶରୀର କ୍ଷତିଗ୍ରସ୍ତ ହେବା ସହ ତମାଖୁ ସେବନକାରୀ ବ୍ୟକ୍ତିର ମୃତ୍ୟୁ ହେଲେ ତାଙ୍କ ପରିବାର ମଧ୍ୟ ଦୋହଲିଯାଏ। ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ୍ତ ରହିବା ଆବଶ୍ୟକ। ସଭାର ପ୍ରାରମ୍ଭରେ ପୂର୍ବତନ ସଭାପତି ଭଗବାନ ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ, ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ ତମାଖୁ ସେବନର ଅପକାରିତା ସମ୍ପର୍କୀତ ଏକ କବିତା ପାଠ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଡକ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା ସଭାରେ ନାରାୟଣ ନାୟକ, ଜୀତେନ୍ଦ୍ରୀୟ ପ୍ରଧାନ, ସନ୍ତୋଷ କୁମାର ସାହୁ, ନିମାଇଁ ଚରଣ ପଣ୍ଡା, ସନ୍ତୋଷ ଷଡ଼ଙ୍ଗୀ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ, ବାସୁଦେବ ପଣ୍ଡା, ବଟକୃଷ୍ଣ ପାଢ଼ୀ ଏବଂ ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୁରୁ ସାହୁ ଓ ଚମରା ମହାକୁର ସହଯୋଗ କରିଥିଲେ।
ଲୋକଙ୍କୁ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ରବିବାର ପୂର୍ବାହ୍ନ ୧୦-୦୦ ଘଣ୍ଟା ସମୟରେ ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ଦୟାନିଧି ହୋତା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ
ଅତିଥି ଭାବରେ ଯୋଗ ଦେଇଥିବାବେଳେ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବରେ ମଞ୍ଚାସୀନ ଥିଲେ। ମୁଖ୍ୟବକ୍ତା ପ୍ରକାଶ କରିଥିଲେ ଯେ, ତମାଖୁ ସେବନ ଦ୍ଵାରା ଶରୀର କ୍ଷତିଗ୍ରସ୍ତ ହେବା ସହ ତମାଖୁ ସେବନକାରୀ ବ୍ୟକ୍ତିର ମୃତ୍ୟୁ ହେଲେ ତାଙ୍କ ପରିବାର ମଧ୍ୟ ଦୋହଲିଯାଏ। ତେଣୁ ନିଜ ଶରୀରକୁ ସୁସ୍ଥ ରଖିବା ସହ ନିଜ
ପରିବାରର ସୁରକ୍ଷା ପାଇଁ ସମସ୍ତେ ତମାଖୁ ସେବନରୁ ନିବୃତ୍ତ ରହିବା ଆବଶ୍ୟକ। ସଭାର ପ୍ରାରମ୍ଭରେ ପୂର୍ବତନ ସଭାପତି ଭଗବାନ ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ, ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ ତମାଖୁ ସେବନର ଅପକାରିତା ସମ୍ପର୍କୀତ ଏକ କବିତା ପାଠ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଡକ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ
ଅର୍ପଣ କରିଥିଲେ। ଏହି ସଚେତନତା ସଭାରେ ନାରାୟଣ ନାୟକ, ଜୀତେନ୍ଦ୍ରୀୟ ପ୍ରଧାନ, ସନ୍ତୋଷ କୁମାର ସାହୁ, ନିମାଇଁ ଚରଣ ପଣ୍ଡା, ସନ୍ତୋଷ ଷଡ଼ଙ୍ଗୀ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ, ବାସୁଦେବ ପଣ୍ଡା, ବଟକୃଷ୍ଣ ପାଢ଼ୀ ଏବଂ ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୁରୁ ସାହୁ ଓ ଚମରା ମହାକୁର ସହଯୋଗ କରିଥିଲେ।
- ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗ୍ରାମରେ ଥିବା ଏକ କେନାଲ ବ୍ରିଜ୍କୁ ନେଇ ଗ୍ରାମବାସୀ ଦୀର୍ଘ ଚାରି ବର୍ଷ ହେବ ସମସ୍ୟା ଭୋଗୁଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ଏହି କେନାଲ ବ୍ରିଜ୍ଟି ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ସମସ୍ତ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଧ୍ୟାନ ଦିଆଯାଇ ନାହିଁ। ଏହି କେନାଲରେ ପାଣି ଆସିବା ମାତ୍ରେ ସମଗ୍ର ଗ୍ରାମ ଜଳମୟ ହୋଇଯାଉଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ, ଯଦି ଏହି ବ୍ରିଜ୍ର ନିର୍ମାଣ ବା ମରାମତି ନ କରାଯାଏ, ତେବେ ଗ୍ରାମବାସୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ, ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବାକୁ ଦାବି କରାଯାଇଛି।2
- Post by Ram Shankar Bhoi1
- ଏକ ପୋଷ୍ଟରେ ଏହି ପ୍ରଶ୍ନ ଉଠାଯାଇଛି ଯେ ମୋଦି ସୁନା କିଣିବା ଏବଂ ବିଦେଶ ଯାତ୍ରା କରିବାକୁ କାହିଁକି ମନା କରୁଛନ୍ତି। ଏହି ପ୍ରମୁଖ ବିଷୟ ଉପରେ ଅଧିକ ଜାଣିବାକୁ ପୋଷ୍ଟରେ ଆହ୍ୱାନ କରାଯାଇଛି।1
- Post by SONEPUR NEWS1
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।1
- ସୋନପୁର ଜିଲ୍ଲାର ରକ୍ସା ପଞ୍ଚାୟତ ଅନ୍ତର୍ଗତ ହିଙ୍ଗମା ଗ୍ରାମରେ ବୃଦ୍ଧବୃଦ୍ଧାମାନେ ଗତ ଦୁଇ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ସହିତ ଗ୍ରାମର ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଜିଲ୍ଲାପାଳ ଡ଼ ନୃପରାଜ ସାହୁ କ'ଣ କହୁଛନ୍ତି, ତାହା ଶୁଣିବା ପାଇଁ ଆହ୍ୱାନ କରାଯାଇଛି।1
- Post by Binod pandey1