ଚର୍ଚ୍ଚାରେ ବିଷାକ୍ତ ଓ ନକଲି ପନିର ବେପାର, ବୁଗୁଡ଼ା ଅଞ୍ଚଳରେ ଚିନ୍ତାରେ ଖାଉଟି ! ବୁଗୁଡା -ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର କାରବାର ପଦାକୁ ଆସିବା ପରେ ଏହାର ପ୍ରଭାବ ଏବେ ବୁଗୁଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ବଜାରରେ ବିଷାକ୍ତ ତଥା ସିନ୍ଥେଟିକ୍ ପନିର ବିକ୍ରି ହେଉଥିବା ନେଇ ଖବର ପ୍ରସାରିତ ହେବା ପରେ ଏଠାକାର ସାଧାରଣ ଖାଉଟିମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଗକୁ ବିଭିନ୍ନ ପର୍ବପର୍ବାଣି ଥିବାରୁ ବଜାରରେ ପନିର ଏବଂ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ସ୍ଵାସ୍ଥ୍ୟ ସହ ଖେଳି ମଇଦା, ୟୁରିଆ, ଡାଲଡା ଓ ବିଭିନ୍ନ ପ୍ରତିକୂଳ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପ୍ରସ୍ତୁତ ନକଲି ପନିର ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି। ନିକଟରେ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ହୋଇଥିବା ବଡ଼ଧରଣର ଚଢ଼ଉ ଏବଂ ଶହ ଶହ କିଲୋଗ୍ରାମ ନକଲି ପନିର ଜବତ ଘଟଣା ପରେ ଏହି ଭୟ ଆହୁରି ବଢ଼ିଯାଇଛି । ବୁଗୁଡା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହୋଟେଲ, ଜଳଖିଆ ଦୋକାନ ଏବଂ ଖୁଚୁରା ବଜାରକୁ ମଧ୍ୟ ଏହି ସବୁ ଅଞ୍ଚଳରୁ ନକଲି ପନିର ଆସୁଥିବା ନେଇ ଗ୍ରାହକମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ଏଭଳି ପନିର ପେଟ ରୋଗ,ଯକୃତ ଏବଂ କିଡନୀଜନିତ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଭୟ ରହିଛି। ସେଥିପାଇଁ ବୁଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ମିଠା ଦୋକାନ ଓ ହୋଟେଲରେ ଜୋରଦାର ଚଢ଼ଉ କରାଯାଉ ବୋଲି ଖାଉଟିମାନେ ଦାବି କରିଛନ୍ତି | କେଉଁ କେଉଁ ସ୍ଥାନରୁ ଏହି ପନିର ଆସୁଛି, ତାହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ଜୋର ଧରିଛି।
ଚର୍ଚ୍ଚାରେ ବିଷାକ୍ତ ଓ ନକଲି ପନିର ବେପାର, ବୁଗୁଡ଼ା ଅଞ୍ଚଳରେ ଚିନ୍ତାରେ ଖାଉଟି ! ବୁଗୁଡା -ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର କାରବାର ପଦାକୁ ଆସିବା ପରେ ଏହାର ପ୍ରଭାବ ଏବେ ବୁଗୁଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ବଜାରରେ ବିଷାକ୍ତ ତଥା ସିନ୍ଥେଟିକ୍ ପନିର ବିକ୍ରି ହେଉଥିବା ନେଇ ଖବର ପ୍ରସାରିତ ହେବା ପରେ ଏଠାକାର ସାଧାରଣ ଖାଉଟିମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଗକୁ ବିଭିନ୍ନ ପର୍ବପର୍ବାଣି ଥିବାରୁ ବଜାରରେ ପନିର ଏବଂ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ ନେଇ କିଛି
ଅସାଧୁ ବ୍ୟବସାୟୀ ସ୍ଵାସ୍ଥ୍ୟ ସହ ଖେଳି ମଇଦା, ୟୁରିଆ, ଡାଲଡା ଓ ବିଭିନ୍ନ ପ୍ରତିକୂଳ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପ୍ରସ୍ତୁତ ନକଲି ପନିର ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି। ନିକଟରେ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ହୋଇଥିବା ବଡ଼ଧରଣର ଚଢ଼ଉ ଏବଂ ଶହ ଶହ କିଲୋଗ୍ରାମ ନକଲି ପନିର ଜବତ ଘଟଣା ପରେ ଏହି ଭୟ ଆହୁରି ବଢ଼ିଯାଇଛି । ବୁଗୁଡା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହୋଟେଲ, ଜଳଖିଆ ଦୋକାନ ଏବଂ ଖୁଚୁରା ବଜାରକୁ ମଧ୍ୟ ଏହି ସବୁ ଅଞ୍ଚଳରୁ ନକଲି ପନିର
ଆସୁଥିବା ନେଇ ଗ୍ରାହକମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ଏଭଳି ପନିର ପେଟ ରୋଗ,ଯକୃତ ଏବଂ କିଡନୀଜନିତ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଭୟ ରହିଛି। ସେଥିପାଇଁ ବୁଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ମିଠା ଦୋକାନ ଓ ହୋଟେଲରେ ଜୋରଦାର ଚଢ଼ଉ କରାଯାଉ ବୋଲି ଖାଉଟିମାନେ ଦାବି କରିଛନ୍ତି | କେଉଁ କେଉଁ ସ୍ଥାନରୁ ଏହି ପନିର ଆସୁଛି, ତାହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ଜୋର ଧରିଛି।
- ‘ଛାତ୍ର ସଂସଦ ନିର୍ବାଚନ ନିଶ୍ଚିତ’ ଖୁବଶୀଘ୍ର ଆରମ୍ଭ ହେବ ଛାତ୍ରସଂସଦ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ।1
- କିଛି ହସ କାନ୍ଦ ଜୀବନ ଭିତରେ କେବଳ 24ଘଣ୍ଟା ଭିତରୁ 1 ମିନିଟ୍ ବାହାର କରି କିଛି ଲୋକମାନଙ୍କୁ ଖୁସି କରିବା ମୋର ପ୍ରୟାସ1
- ଭଞ୍ଜନଗରରେ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା... #ଭଞ୍ଜନଗର #ତିରଙ୍ଗାଯାତ୍ରା #ତିରଙ୍ଗାଶୋଭାଯାତ୍ରା #ସ୍ୱାଧୀନତାଦିବସ #ଦେଶପ୍ରେମ #ଜାତୀୟଏକତା #ହରଘରତିରଙ୍ଗା #ଆମତିରଙ୍ଗା #ଘୁମୁସର #ଭଞ୍ଜନଗରଖବର #ଗଞ୍ଜାମଖବର #OdishaNews #Bhanjanagar #GanjamNews #TirangaYatra #IndependenceDay #HarGharTiranga #ProudIndian 🇮🇳1
- ଆସିକା : ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆସିକା ରେ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ପାଳିତ ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲାଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ବ୍ରହ୍ମପୁର, ଆସିକା, ଛତ୍ରପୁର, ଖଲ୍ଲିକୋଟ, ବୁଢ଼ାମ୍ବ, ସୋରଡ଼ା, ଭଞ୍ଜନଗର ଆଦି ସ୍ଥାନରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ସେହିଭଳି ଆସିକା ଜାମିଆ ମସଜିଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା ପରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମଧ୍ୟାନ୍ନ ରେ (ଲଙ୍ଗର) ବା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସିକା ଜାମିଆ ମସଜିଦର ସାହି ଇମାମ ସାନାୱାଜ୍ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସରିଫ, ଇମାମା ଅବଦୁଲ ମାନାନ୍ ସାହେବ, ଶେଖ ସାଜିଦ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ଅବଦୁସ ସମ୍ମି, ଅବଦୁଲ ରିଜୱାନ, ରାଶିଦ ଅଲ୍ଲୀ, ସୟଦ ଇମିତାଜ, ହୁସେନ ସରିଫ,ମେହେମୁଦ ଖାନ, ଅଲ୍ଲୀଖାନ, ଆବୁ ଖାନ, ସୟଦ ୱାସିମ, ଶେଖ ଆସଲାମ, ରିଆଜ ମହମ୍ମଦଙ୍କ ସମେତ ଆସିକା ଓ କୋଟିନଡ଼ା ଅଞ୍ଚଳର ବହୁ ମୁସଲିମ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥିଲେ। ଆସିକା ଥାନା ପକ୍ଷରୁ ପୋଲିସ ସୁରକ୍ଷାର ର ବନ୍ଦୋବସ୍ତ କରାଯାଇଥିଲା।1
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- କାଦମୂଳି ଗ୍ରାମ ନିକଟ ଜଙ୍ଗଲ ରୁ 30ଟି ବସ୍ତା ରୁ 9କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଆର ଉଦୟଗିରି ପୋଲିସ ବୁଧୁବାର ଭରସକାଳୁ ଅଭିଯୁକ୍ତ ଫେରା ଅଛନ୍ତି ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି1
- ନିରାକାରାପୁର ଜଗନ୍ନାଥ ମନ୍ଦିର ତୃତୀୟ ଦିବସ ଝୁଲଣ ଉତ୍ସବରେ ବହୁ ଭକଙ୍କ ସମାଗମ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଝୁଲଣ ଉତ୍ସବ ଜାରୀ ରହିଛି ।ତୃତୀୟ ଦିବସ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଝୁଲଣ ଉତ୍ସବ ରେ ଠାକୁର ଙ୍କୁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସୁସଜିତ ପଲଙ୍କରେ ବିଭିନ୍ନ ପ୍ରକାରର ସୁବାସିତ ପୁଷ୍ପ ମାଲ୍ୟ ଓ ଅଙ୍ଗ ବତ୍ସ ପରିଧାନ କରି ମଣ୍ଡପ ରେ ଆସିନ ହୋଇଥିଲେ l ହରିବୋଲ ହୁଳହୁଳି ଘଣ୍ଟ କିର୍ତ୍ତନ ରେ କମ୍ପିଥିଲା ମନ୍ଦିର ପରିସର । ଏହି ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଟ୍ରଷ୍ଟ ପକ୍ଷରୁ ଠାକୁର ଙ୍କ ସମସ୍ତ ନିତି ନିୟମ କାର୍ଯ୍ୟକୁ ଵିଧି ଅନୁପାଳନ କରି ତୃତୀୟ ଦିବସ ରେ ପହଞ୍ଚିଛି। ପରିଶେଷରେ ସମସ୍ତ ଭକ୍ତଙ୍କୁ ଠାକୁର ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ କୁ ସହଯୋଗ କରିଥିଲେ।1
- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଢୁଙ୍କାପୋଡା ଗ୍ରାମରେ ଅବସ୍ଥିତ ଶ୍ରୀମା ମାଉଁଦେଇ ମନ୍ଦିର ର କିଛି ଦୃଶ୍ୟ ଦେଖିବାକୁ ମିଳିଛି1