ଜମନକିରା : ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ମନ୍ଦିରରେ ଆଜି ସୋମବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବାମଣ୍ଡା ଗଡ଼ଜାତର ସର୍ବ ପୁରାତନ ଶୈବପୀଠରେ ବାବା ଶଗଡ଼େଶ୍ବର ଓ ମାତା ପାର୍ବତୀଙ୍କ ଗଣ୍ଠିଲା ଫିଟା ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶଙ୍ଖ ଘଣ୍ଟ ହୁଳହୁଳି ଧ୍ୱନି ମଧ୍ୟରେ ଗଣ୍ଠଲା ଫିଟା ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ବିଗତ ବର୍ଷର ବରକର୍ତ୍ତା ରବୀନ୍ଦ୍ର ନାରାୟଣ ପରିଡ଼ା ଓ ସହଧର୍ମିଣୀ ଗୀତାଞ୍ଜଳି ପରିଡ଼ା, କନ୍ୟାକର୍ତ୍ତା ଅକ୍ଷୟ ନାଏକ ଓ ସହଧର୍ମିଣୀ ପ୍ରଦାୟିନୀ ପଟେଲ ଏବଂ ଚଳିତ ବର୍ଷର ବର କର୍ତ୍ତା ମଣ୍ଟୁ ପଟେଲ ଓ ସହଧର୍ମିଣୀ ସଙ୍ଗୀତା ପଟେଲ, କନ୍ୟାକର୍ତ୍ତା ପ୍ରଭାସ ପଟେଲ ଓ ସହଧର୍ମିଣୀ ମୋନାଲିସା ନାୟକ ଉପସ୍ଥିତ ରହି ପିତା ମାତା ଭାବେ ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗଣ୍ଠଲା ଫିଟା ପରେ ଚଳିତ ବର୍ଷର କର୍ତ୍ତା ଦ୍ବୟ ବିଧିବଦ୍ଧ ଭାବେ ଶିବ ପାର୍ବତୀଙ୍କ ପିତା ମାତା ହେବାର ସୌଭାଗ୍ୟ ପ୍ରାପ୍ତ ହେଲେ। ପୂଜକ ସୁଶାନ୍ତ ମହାପାତ୍ର ପୂଜାକାର୍ଯ୍ୟ ତୁଲାଇଥିଲେ। ସଂଯୋଜକ ମଳୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆସନ୍ତା ଜୁନ୍ ମାସ ୧୮ ଓ ୧୯ ତାରିଖରେ ହେବାକୁ ଥିବା ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ- ୨୦୨୬ ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଥିଲେ। ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ବର ମହୋତ୍ସବ କମିଟୀର ସଭାପତି ନୃପଲାଲ ପଲେଇ, ମନ୍ଦିର ପରିଚାଳନା କମିଟିର ସଭାପତି ରୁଦ୍ର ନାରାୟଣ ବେହେରା, ସମ୍ପାଦକ ସୁମନ୍ତ ବେହେରା, କୋଷାଧ୍ୟକ୍ଷ ରତନ ଲାଲ ସିଂହ, ସୁରଥ ନାୟକ, ନରେନ୍ଦ୍ର ପଲେଇ, ହିତେଶ ପଲେଇ, ମିଲନ ପଲେଇ, ଆଶିଷ ପଟେଲ, ପ୍ରତାପ ବେହେରା, ଆକାଶ ମହାକୁଳ, ସ୍ବରୂପ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନୀତିକାନ୍ତି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ

- ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।1
- CM किसान योजना के ज़रिए राज्य के किसानों को सीधी आर्थिक मदद देना और किसानों के घर तक बेहतर बीज पहुँचाने के लिए 'मोबाइल बीज रथ' शुरू करना, खेती का उत्पादन बढ़ाने और हमारे किसान भाइयों और बहनों की आर्थिक सुरक्षा को और मज़बूत करने में मदद करेगा। #EmpoweredFarmer #CMkisan1
- ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)1
- ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ । ଦେବଗଡ଼ ତା ୨୦.୦୪.୨୦୨୬ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ଶ୍ରୀ ଜୟଦେବଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସଂଯୋଜକ ଜିଲ୍ଲା ସଂସ୍କୃତି ପରିଷଦ ଦିଲୀପ କୁମାର ଗୁରୁ ମଞ୍ଚାସୀନ ରହି କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କବି ଶ୍ରୀ ଜୟଦେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗୀତଗୋବିନ୍ଦ ପରିବେଷଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ଵର ଶତପଥୀ, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ସଂସ୍କୃତି ପରିଷଦ ସଦସ୍ୟ ଅବନିକାନ୍ତ ମିଶ୍ର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ,ସାମ୍ୱାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।1
- ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?1
- ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।1
- ଓଡ଼ିଶାର ଜନବହୁଳ ଗ୍ରାମ କୁମ୍ଭାରୀ ଡାକ୍ତର ଖାନl ଛକ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରତିଦିନ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଯାତାଜlତ କରୁଛନ୍ତି l ଏହି।ରାସ୍ତା ରେମୁଣ୍ଡା,ଥିଆପଳି ଧମାକୁ ସଂଯୋଗ କରୁଥିବା ବେଳେ ମୁଖ୍ୟ ପଟରୁ ପଦ୍ମପୁର , ସୋହେଲା ଓ ବରପାଲି ସଂଯୋଗ କରିଛି l ତୁରନ୍ତ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି l1
- ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।1