logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁଳିଗାଁ ପଞ୍ଚାୟତର ଗମ୍ଭାରିଆ ଗ୍ରାମ ସ୍ଥିତ ମୁକ୍ତିଧାମରେ ଥିବା ବାବା ମୁକ୍ତେଶ୍ଵର ମନ୍ଦିରରେ ଶୀତଳ ଷଷ୍ଠୀ ପର୍ବ ଉପଲକ୍ଷେ ଶିବ ବିବାହ ମହୋତ୍ସବ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ମହୋତ୍ସବ କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିଥିଲା; ୧୬ ତାରିଖ ମଙ୍ଗଳବାର ଦିନ ଲଗ୍ନ ସ୍ଥିର କରାଯାଇଥିଲା, ପରେ ୧୭ ତାରିଖ ବୁଧବାର ଗୁଆ ମଙ୍ଗଳନ ନୀତି ସମ୍ପନ୍ନ ହୋଇଥିଲା ଏବଂ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟା ୬ ଘଟିକାରେ ବରାନୁଗମନ ପରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିବାହ କାର୍ଯ୍ୟକ୍ରମରେ ପରମାନନ୍ଦ ପାଣିଗ୍ରାହୀ ବର ପିତା ଭାବେ ଏବଂ ଶରତଚନ୍ଦ୍ର ନାୟକ କନ୍ୟା ପିତା ଭାବେ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ମୁଖ୍ୟ ପୂଜକ ହରିଶ୍ଚନ୍ଦ୍ର ପଣ୍ଡା ଓ ସହ ପୂଜକ ଦେବେନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଠାକୁରଙ୍କୁ ନେଇ ଗ୍ରାମ ପରିକ୍ରମା କରାଯିବା ବେଳେ ବାଜା ରୋଷଣୀ ସହିତ ଟାଟା ରାଇରଙ୍ଗପୁରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ନୃତ୍ୟ ଏବଂ ଦେବଗଣ ବେଶରେ କଳାକାରମାନଙ୍କ ବିଭିନ୍ନ ବେଶଭୂଷା ସହ ନୃତ୍ୟ ଉପସ୍ଥିତ ଲୋକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା। ଏହି ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନା କରିବାରେ ମନ୍ଦିର କମିଟିର ସଭାପତି ଶରତଚନ୍ଦ୍ର ନାୟକ, ଉପସଭାପତି ଗୁରୁପ୍ରସାଦ ପାଣିଗ୍ରାହୀଙ୍କ ସମେତ ସଭ୍ୟ ଜ୍ଞାନରଞ୍ଜନ ପାଣିଗ୍ରାହୀ, ରବିନ୍ଦ୍ର ରାଉତ, ସୁବାସ ଚନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ସୁଦର୍ଶନ ଜେନା, ସୁଧିର ମହାନ୍ତି, ପ୍ରମୋଦ ରାଉତ, ସୁରେନ୍ଦ୍ର ବାରିକ, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ପାର୍ଥ ସାରଥି ରାଉତ, ସୁଧାକର ମହାନ୍ତି, ଅରୁଣ କୁମାର ପଣ୍ଡା ଏବଂ ଗିରିଶ ଚନ୍ଦ୍ର ପଢିଆରୀ ପ୍ରମୁଖ ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

12 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•

More news from ଓଡ଼ିଶା and nearby areas
  • ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ଏହି ବିବାଦ ପରେ ACSO ଏବଂ BDO ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି।
    1
    ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ଏହି ବିବାଦ ପରେ ACSO ଏବଂ BDO ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    9 hrs ago
  • ମଣିଷ ଜାତି ଜୀବଜନ୍ତୁଙ୍କ ପ୍ରତି ନିଜର ନିଷ୍ଠୁରତା ପ୍ରଦର୍ଶନ କରିବାକୁ ପଛାଇ ନାହିଁ। ସାପକୁ ଦଉଡ଼ି ଭାବରେ ବ୍ୟବହାର କରି ଦୋଳି ଖେଳୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ମାନବିକତାର ଏହି ନିମ୍ନ ସ୍ତରକୁ ଦର୍ଶାଉଛି।
    1
    ମଣିଷ ଜାତି ଜୀବଜନ୍ତୁଙ୍କ ପ୍ରତି ନିଜର ନିଷ୍ଠୁରତା ପ୍ରଦର୍ଶନ କରିବାକୁ ପଛାଇ ନାହିଁ। ସାପକୁ ଦଉଡ଼ି ଭାବରେ ବ୍ୟବହାର କରି ଦୋଳି ଖେଳୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ମାନବିକତାର ଏହି ନିମ୍ନ ସ୍ତରକୁ ଦର୍ଶାଉଛି।
    user_Samasya News Odia
    Samasya News Odia
    Local News Reporter ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଡ. ଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଓଡ଼ିଆ ସମାଜ ପାଇଁ ଗର୍ବ ଆଣିଦେଇଛି।
    1
    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଡ. ଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଓଡ଼ିଆ ସମାଜ ପାଇଁ ଗର୍ବ ଆଣିଦେଇଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଳକ ଅନ୍ତର୍ଗତ କଇଁସିଆରୀ ଗ୍ରାମସ୍ଥିତ ଗୌଡିଓ ମଠ ପରିସରରେ ପ୍ରଭୁ ଜଗନ୍ନାଥଙ୍କ ଏକ ନୂତନ ଏବଂ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି।
    1
    କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଳକ ଅନ୍ତର୍ଗତ କଇଁସିଆରୀ ଗ୍ରାମସ୍ଥିତ ଗୌଡିଓ ମଠ ପରିସରରେ ପ୍ରଭୁ ଜଗନ୍ନାଥଙ୍କ ଏକ ନୂତନ ଏବଂ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି।
    user_Kendujhar Halchal
    Kendujhar Halchal
    ସାମ୍ବାଦିକ ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    8 hrs ago
  • ବାବାମଣି ମନ୍ଦିରରେ ପ୍ରତ୍ୟେକ ଦିନ ଭୋର ୪ ଘଟିକାରେ ପହୁଡ଼ ଖୋଲାଯାଇଥାଏ। ପହୁଡ଼ ଖୋଲାଯିବା ପରେ ତୁରନ୍ତ ମଙ୍ଗଳା ଆଳତି ଅନୁଷ୍ଠିତ ହୋଇଥାଏ। ଭକ୍ତମାନଙ୍କୁ ବାବାମଣିଙ୍କର ଏହି ମଙ୍ଗଳା ଆଳତି ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ଆହ୍ୱାନ କରାଯାଇଛି। ଜୟ ବାବାମଣି।
    1
    ବାବାମଣି ମନ୍ଦିରରେ ପ୍ରତ୍ୟେକ ଦିନ ଭୋର ୪ ଘଟିକାରେ ପହୁଡ଼ ଖୋଲାଯାଇଥାଏ। ପହୁଡ଼ ଖୋଲାଯିବା ପରେ ତୁରନ୍ତ ମଙ୍ଗଳା ଆଳତି ଅନୁଷ୍ଠିତ ହୋଇଥାଏ। ଭକ୍ତମାନଙ୍କୁ ବାବାମଣିଙ୍କର ଏହି ମଙ୍ଗଳା ଆଳତି ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ଆହ୍ୱାନ କରାଯାଇଛି। ଜୟ ବାବାମଣି।
    user_Aradi tv
    Aradi tv
    Credit reporting agency ଚାନ୍ଦବାଲି, ଭଦ୍ରକ, ଓଡ଼ିଶା•
    22 hrs ago
  • ଓଡ଼ିଶା ଡ୍ରାଇଭର ମହାସଂଘର ସକ୍ରିୟ ସଦସ୍ୟ ସ୍ୱର୍ଗତ ସପନ କିଶୋର ଯେନାଙ୍କ ଏକାଦଶାହ କ୍ରିୟା ଅବସରରେ ଯାଜପୁର ଡ୍ରାଇଭର ମହାସଂଘ ପକ୍ଷରୁ ଏକ ଭାବବିହ୍ୱଳ ଶୋକ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ପଦଯାତ୍ରାରେ ଶହଶହ ଡ୍ରାଇଭର ଭାଇ ସାମିଲ ହୋଇ ହାତରେ ଜଳନ୍ତା କ୍ୟାଣ୍ଡେଲ ଧରିଥିଲେ ଏବଂ 'ସପନ କିଶୋର ଯେନା ଅମର ରହେ' ନାରା ଦେଇ ତାଙ୍କ ଜନ୍ମଗ୍ରାମ ତାରାକୋଟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହି ଅବସରରେ, ଡ୍ରାଇଭର ଭାଇମାନେ ସ୍ୱର୍ଗତ ସପନ କିଶୋର ଯେନାଙ୍କ ପରିବାର ପ୍ରତି ସମବେଦନା ଜଣାଇ ନିଜସ୍ୱ ଅର୍ଥରୁ ସହଯୋଗ ସଂଗ୍ରହ କରିଥିଲେ। ସେମାନେ ଏକତ୍ରିତ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯେନାଙ୍କ ପରିବାରକୁ ପ୍ରଦାନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
    1
    ଓଡ଼ିଶା ଡ୍ରାଇଭର ମହାସଂଘର ସକ୍ରିୟ ସଦସ୍ୟ ସ୍ୱର୍ଗତ ସପନ କିଶୋର ଯେନାଙ୍କ ଏକାଦଶାହ କ୍ରିୟା ଅବସରରେ ଯାଜପୁର ଡ୍ରାଇଭର ମହାସଂଘ ପକ୍ଷରୁ ଏକ ଭାବବିହ୍ୱଳ ଶୋକ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ପଦଯାତ୍ରାରେ ଶହଶହ ଡ୍ରାଇଭର ଭାଇ ସାମିଲ ହୋଇ ହାତରେ ଜଳନ୍ତା କ୍ୟାଣ୍ଡେଲ ଧରିଥିଲେ ଏବଂ 'ସପନ କିଶୋର ଯେନା ଅମର ରହେ' ନାରା ଦେଇ ତାଙ୍କ ଜନ୍ମଗ୍ରାମ ତାରାକୋଟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ଏହି ଅବସରରେ, ଡ୍ରାଇଭର ଭାଇମାନେ ସ୍ୱର୍ଗତ ସପନ କିଶୋର ଯେନାଙ୍କ ପରିବାର ପ୍ରତି ସମବେଦନା ଜଣାଇ ନିଜସ୍ୱ ଅର୍ଥରୁ ସହଯୋଗ ସଂଗ୍ରହ କରିଥିଲେ। ସେମାନେ ଏକତ୍ରିତ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯେନାଙ୍କ ପରିବାରକୁ ପ୍ରଦାନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    12 hrs ago
  • ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ମଣ୍ଡିରୁ ଧାନ ଉଠାଣ କାର୍ଯ୍ୟ ହୋଇପାରୁନାହିଁ।
    1
    ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ମଣ୍ଡିରୁ ଧାନ ଉଠାଣ କାର୍ଯ୍ୟ ହୋଇପାରୁନାହିଁ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
  • ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ନାୟକ ସାହିରେ ଏକ ବଡ଼ ଧରଣର ସାପ ଉଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଛି। ସୁରେନ୍ଦ୍ର ସାମଲଙ୍କ ପାଇଖାନା ଭିତରୁ ଜଣେ ମା ନାଗୁଣୀ ସହ ୨୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। ଭଦ୍ରକର ସାପ ଧରାଳୀ ମିର୍ଜା ଆରିଫ ଏହି ସଫଳ ଉଦ୍ଧାର କାର୍ଯ୍ୟ କରିଥିଲେ। ବର୍ଷା ଦିନ ହୋଇଥିବାରୁ ସାପଟି ଛୁଆ ଦେଇଥିବା ମିର୍ଜା ଆରିଫ ସୂଚନା ଦେଇଛନ୍ତି। ଉଦ୍ଧାର ପରେ ସମସ୍ତ ସାପଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।
    1
    ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ନାୟକ ସାହିରେ ଏକ ବଡ଼ ଧରଣର ସାପ ଉଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଛି। ସୁରେନ୍ଦ୍ର ସାମଲଙ୍କ ପାଇଖାନା ଭିତରୁ ଜଣେ ମା ନାଗୁଣୀ ସହ ୨୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। ଭଦ୍ରକର ସାପ ଧରାଳୀ ମିର୍ଜା ଆରିଫ ଏହି ସଫଳ ଉଦ୍ଧାର କାର୍ଯ୍ୟ କରିଥିଲେ। ବର୍ଷା ଦିନ ହୋଇଥିବାରୁ ସାପଟି ଛୁଆ ଦେଇଥିବା ମିର୍ଜା ଆରିଫ ସୂଚନା ଦେଇଛନ୍ତି। ଉଦ୍ଧାର ପରେ ସମସ୍ତ ସାପଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    9 hrs ago
  • ଭଦ୍ରକର ବନ୍ତରେ ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ବିଦ୍ୟୁତ୍ ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ସମ୍ପୃକ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ସଂଯୋଗକୁ ସବୁଦିନ ପାଇଁ କାଟି ଦିଆଯାଇଛି। ଫଳରେ ବିଦ୍ୟୁତ୍ ଉପଭୋକ୍ତା ବଡ଼ ସମସ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଛି।
    1
    ଭଦ୍ରକର ବନ୍ତରେ ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ବିଦ୍ୟୁତ୍ ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ସମ୍ପୃକ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ସଂଯୋଗକୁ ସବୁଦିନ ପାଇଁ କାଟି ଦିଆଯାଇଛି। ଫଳରେ ବିଦ୍ୟୁତ୍ ଉପଭୋକ୍ତା ବଡ଼ ସମସ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଛି।
    user_Samasya News Odia
    Samasya News Odia
    Local News Reporter ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.