logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚୁଟି କିଣିବାକୁ ଆସି ସାମ୍ବାଦିକ ଙ୍କ ଘରୁ ଧାନ ବସ୍ତା ନେଇ ଯାଉଥିଲା ଫେରିବାଲା, କାବୁକରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ, ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା। ସୁଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳି ପାରିନାହିଁ।

21 hrs ago
user_Sk Ajaruddin
Sk Ajaruddin
Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
21 hrs ago

ଚୁଟି କିଣିବାକୁ ଆସି ସାମ୍ବାଦିକ ଙ୍କ ଘରୁ ଧାନ ବସ୍ତା ନେଇ ଯାଉଥିଲା ଫେରିବାଲା, କାବୁକରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ, ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା। ସୁଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳି ପାରିନାହିଁ।

More news from ଓଡ଼ିଶା and nearby areas
  • ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
    1
    ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୁରୁକୁଳ ଭବନ ସଭାଗୃହ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଉଛି। ସଂଘର ସ୍ଥାୟୀ ସଭାପତି ଶ୍ରୀକାନ୍ତ ଜେନାଙ୍କ ସଭାପତିତ୍ବ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘ ବାଲିଆପାଳର ସାଧାରଣ ସମ୍ପାଦକ ରାଖାଲ ଚନ୍ଦ୍ର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ଅବସର ଶିକ୍ଷକ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ଗିରି। ମୁଖ୍ୟ ବକ୍ତା ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଭାପତି ଗୋପବନ୍ଧୁ ମହାପାତ୍ର,ସମ୍ମାନିତ ବକ୍ତା ଉତ୍ତର ଭୋଗରାଇ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଧାନାଥ ଦାସ,ସମ୍ମାନିତ ଅତିଥି ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଧାରଣ ସମ୍ପାଦକ ଡ. ଦୀନକୃଷ୍ଣ ଦେ, ବାହାନଗା ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାପାତ୍ର, ଉତ୍ତର ଭୋଗରାଇ ବ୍ଲକର ଅବସପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଭାପତି ବସନ୍ତ ଦାସ, ବାଲିଆପାଳ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ବିଶ୍ବମ୍ବର ପାତ୍ର, ବାଲିଆପାଳ ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କମଳଲୋଚନ ପୀଳା ପ୍ରମୁଖ ଯୋଗା ଦେଇ ବକ୍ତବ୍ଯ ପ୍ରଦାନ ରଖିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ଯୋଗାଇବା, ଅଷ୍ଟମ ପେ କମିଶନରେ ଅନ୍ତର୍ଭୁକ୍ତ କରିବା ଆଦି ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଆଲୋଚନା ହୋଇଥିଲା। ୨୦୨୫ ମସିହାରେ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ଛାତ୍ରୀ ଛାତ୍ରକୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲେ। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶିକ୍ଷକ ମନୋରଞ୍ଜନ ପ୍ରଧାନ , ଅନନ୍ତ କୁମାର ସାହୁ, ଯତୀନ୍ଦ୍ର ନାଥ ଜେନା,ଶକୁନ୍ତଳା ବେହେରା ,ଉର୍ମିଳା କୁମାରୀ ମିଶ୍ର ,ଚିନ୍ତାମଣି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ତ୍ରାୟୋମାସିକ ପତ୍ରିକା ଆମରି ବାର୍ତ୍ତାର ଉନ୍ମୋଚିତ କରା ଯାଇଥିଲା। ଦେବେନ୍ଦ୍ର ବେହେରା,ଜଗନ୍ନାଥ ସାହୁ, ଉପେନ୍ଦ୍ର କୁଲ୍ହାରୀ,କମଳାକାନ୍ତ ସାହୁ ,ବେଣୁଧର ଦାସ , ପୂର୍ଣେନ୍ଦୁ ନାରାୟଣ ହାଜରା, ସୁକୁମାର ଜେନା, ନଗେନ୍ଦ୍ର ଦଣ୍ଡପାଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    1
    ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୁରୁକୁଳ ଭବନ ସଭାଗୃହ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଉଛି। ସଂଘର ସ୍ଥାୟୀ ସଭାପତି ଶ୍ରୀକାନ୍ତ ଜେନାଙ୍କ ସଭାପତିତ୍ବ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘ ବାଲିଆପାଳର ସାଧାରଣ ସମ୍ପାଦକ  ରାଖାଲ ଚନ୍ଦ୍ର ଦାସଙ୍କ  ପରିଚାଳନାରେ 
ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ଅବସର ଶିକ୍ଷକ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ଗିରି। ମୁଖ୍ୟ ବକ୍ତା ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଭାପତି ଗୋପବନ୍ଧୁ ମହାପାତ୍ର,ସମ୍ମାନିତ ବକ୍ତା ଉତ୍ତର ଭୋଗରାଇ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଧାନାଥ ଦାସ,ସମ୍ମାନିତ ଅତିଥି ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଧାରଣ ସମ୍ପାଦକ ଡ. ଦୀନକୃଷ୍ଣ ଦେ, ବାହାନଗା ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାପାତ୍ର, ଉତ୍ତର ଭୋଗରାଇ ବ୍ଲକର  ଅବସପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଭାପତି ବସନ୍ତ ଦାସ, ବାଲିଆପାଳ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ବିଶ୍ବମ୍ବର ପାତ୍ର, ବାଲିଆପାଳ  ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କମଳଲୋଚନ ପୀଳା ପ୍ରମୁଖ ଯୋଗା ଦେଇ ବକ୍ତବ୍ଯ ପ୍ରଦାନ ରଖିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ଯୋଗାଇବା, ଅଷ୍ଟମ ପେ କମିଶନରେ ଅନ୍ତର୍ଭୁକ୍ତ କରିବା ଆଦି ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଆଲୋଚନା ହୋଇଥିଲା।  ୨୦୨୫ ମସିହାରେ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ଛାତ୍ରୀ ଛାତ୍ରକୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲେ। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଅବସରପ୍ରାପ୍ତ  ଶିକ୍ଷୟତ୍ରୀ ଶିକ୍ଷକ
ମନୋରଞ୍ଜନ ପ୍ରଧାନ , ଅନନ୍ତ କୁମାର ସାହୁ, ଯତୀନ୍ଦ୍ର ନାଥ ଜେନା,ଶକୁନ୍ତଳା ବେହେରା ,ଉର୍ମିଳା କୁମାରୀ ମିଶ୍ର ,ଚିନ୍ତାମଣି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ତ୍ରାୟୋମାସିକ ପତ୍ରିକା ଆମରି ବାର୍ତ୍ତାର ଉନ୍ମୋଚିତ କରା ଯାଇଥିଲା। ଦେବେନ୍ଦ୍ର ବେହେରା,ଜଗନ୍ନାଥ ସାହୁ, ଉପେନ୍ଦ୍ର କୁଲ୍ହାରୀ,କମଳାକାନ୍ତ ସାହୁ ,ବେଣୁଧର ଦାସ , ପୂର୍ଣେନ୍ଦୁ ନାରାୟଣ ହାଜରା, ସୁକୁମାର ଜେନା, ନଗେନ୍ଦ୍ର ଦଣ୍ଡପାଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    16 hrs ago
  • ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା
    1
    ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
    1
    ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • 🌍 ମାତୃଭାଷା ଦିବସ ପାଳିତ 📖 ଆଜି ୨୧ ଫେବୃଆରୀ ୨୦୨୬ — ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରlପଡା ବୋଲି ପରିଚିତ ନୁଦଡିହା ଅଞ୍ଚଳରେ ଉତ୍ସାହମୟ ପରିବେଶରେ ପାଳିତ ହେଲା ଦିବସ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଭାଷା ପ୍ରତି ସମ୍ମାନ ଓ ସଂସ୍କୃତି ପ୍ରତି ଗର୍ବ ଜଣାଇ ଭାଷଣ, କବିତା ପାଠ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତୃଭାଷାର ମହତ୍ତ୍ୱ ଉପସ୍ଥାପନ କଲେ। ଏହି ଅବସରରେ ଶିକ୍ଷକ ଓ ଅଭିଭାବକମାନେ ମାତୃଭାଷା ରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କଲେ। ମାତୃଭାଷା — ଆମର ପରିଚୟ, ଆମର ଗର୍ବ ❤️
    2
    🌍 ମାତୃଭାଷା ଦିବସ ପାଳିତ 📖
ଆଜି ୨୧ ଫେବୃଆରୀ ୨୦୨୬ — ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ
ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରlପଡା ବୋଲି ପରିଚିତ ନୁଦଡିହା ଅଞ୍ଚଳରେ ଉତ୍ସାହମୟ ପରିବେଶରେ ପାଳିତ ହେଲା ଦିବସ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ
ଭାଷା ପ୍ରତି ସମ୍ମାନ ଓ ସଂସ୍କୃତି ପ୍ରତି ଗର୍ବ ଜଣାଇ
ଭାଷଣ, କବିତା ପାଠ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତୃଭାଷାର ମହତ୍ତ୍ୱ ଉପସ୍ଥାପନ କଲେ।
ଏହି ଅବସରରେ ଶିକ୍ଷକ ଓ ଅଭିଭାବକମାନେ ମାତୃଭାଷା ରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କଲେ।
ମାତୃଭାଷା — ଆମର ପରିଚୟ, ଆମର ଗର୍ବ ❤️
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    54 min ago
  • ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ। ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍‌ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।
    1
    ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ।
ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍‌ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    1 hr ago
  • ସୋର ଅତିରିକ୍ତ ତହସିଲଦାର ଲାଞ୍ଚ ମାମଲାରେ ଭିଜିଲାନ୍ସ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ।
    1
    ସୋର ଅତିରିକ୍ତ ତହସିଲଦାର ଲାଞ୍ଚ ମାମଲାରେ ଭିଜିଲାନ୍ସ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    17 hrs ago
  • ଚୁଟି କିଣିବାକୁ ଆସି ଆସି ଜନୈକ ବ୍ଯକ୍ତି ଙ୍କ ଘରୁ ଧାନ ବସ୍ତା ନେଇ ପଳାଇ ଯାଉଥିଲେ ଚୋର, ଚୋର କୁ କାବୁକରି ଗଛରେ ବାନ୍ଧି ନିର୍ଧୁମ ଛେଞ୍ଚି ପୋଲିସ ଜିମାରେ ଦେଲେ ଗ୍ରାମବାସୀ
    1
    ଚୁଟି କିଣିବାକୁ ଆସି ଆସି ଜନୈକ ବ୍ଯକ୍ତି ଙ୍କ ଘରୁ ଧାନ ବସ୍ତା ନେଇ ପଳାଇ ଯାଉଥିଲେ ଚୋର, ଚୋର କୁ କାବୁକରି ଗଛରେ ବାନ୍ଧି ନିର୍ଧୁମ ଛେଞ୍ଚି ପୋଲିସ ଜିମାରେ ଦେଲେ ଗ୍ରାମବାସୀ
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    22 hrs ago
  • ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି
    1
    ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.