ବିଜେଡି ନେତା ଟିଟୁ ପଣ୍ଡା ଙ୍କ ସ୍ତ୍ରୀ ପୂଜା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ ଅବ୍ୟାହତ। ନୂଆପଡା -୩୦/୩ ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ) ଙ୍କ ପତ୍ନୀ ପୂଜା ପଣ୍ଡା (୩୫)ଙ୍କ ଝୁଲନ୍ତା ମୃତଦେହ ଗତ କାଲି ରାତ୍ରୀ ରେ ଉଦ୍ଧାର ହୋଇଛି। ନୂଆପଡ଼ା ଟାଉନ ପୋଲିସ ଷ୍ଟେସନ ଆଇଆଇସି ଗଙ୍ଗାଧର ମେହେର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି। ମୃତ୍ୟୁର କାରଣ ଜଣାପଡ଼ି ପଡ଼ି ନାହିଁ । ପ୍ରକାଶ ଯେ, ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ନୂଆପଡ଼ା ସହର ମାତା ଗୁଡ଼ି ପଡ଼ାସ୍ଥିତ ଘର ସମ୍ମୁଖ ଏକ ବେଲଗଛ ରେ ପୂଜା ବେକରେ ଓଢଣୀ (ସ୍କାର୍ପ) ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାତି ପ୍ରାୟ ୯ଟାରେ ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ମୃତଦେହ ଜବତ କରିଥିଲେ। ରାତି ୧୦ଟାରେ ମୃତ ତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଘଟଣା ଚର୍ଚ୍ଚା ହେବାପରେ ତାଙ୍କ ଘରକୁ ବହୁ ନେତା ଓ ମାନ୍ୟଗଣ୍ୟ ବ୍ଯକ୍ତି ପହଞ୍ଚିଛନ୍ତି। ଘଟଣା ଟି ଅଞ୍ଚଳ ରେ ଶୋକ ଖେଳାଇ ଦେଇଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ପୋଲିସ ହସ୍ତାନ୍ତର କରିଛି।

- ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତବଡ଼ମୂଳା ଗ୍ରାମବାସିଙ୍କୁ ଅର୍ଜୁନୀ ନଦୀ ଦେଉଛି ଦୁଃଖ I ସ୍ୱାଧୀନତାର ଦୀର୍ଘ ବର୍ଷ ହେବ ବଡ଼ମୂଲା ଗ୍ରାମବାସୀଙ୍କ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ, ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁଭିଧା ଭୋଗୁଛନ୍ତି I1
- ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରା ରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଜନ ଗହଳି ମଧ୍ୟରେ ଫାଙ୍କା ଗୁଳି ଚାଳନା କରିଥିବା ବିରୁଦ୍ଧରେ ଆଜି ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ବିଧାୟକ ଙ୍କ ନାମ ରେ ଟିଟିଲାଗଡ଼ ପୋଲିସ ଥାନାରେ FIR ।1
- ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !1
- ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ନମ୍ବର ଡି ଏ ଭି କଲେଜ ହଳଦୀ ରାସ୍ତା ର ବେଳପଦର ଗାଁ ନିକଟରେ ଏକ କାର୍ଟୁନ ବୋଝେଇ ଟ୍ରକ ରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳି ଯିବା ଦେଖି ଟ୍ରକ ଚାଳକ ଗାଡି ଅଟକାଇ ରୁ ଡେଇଁ ପଡ଼ିଥିଲେ l ପରେ ଏନେଇ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ କୁ ଖବର ଦିଆଯାଇଥିଲା l ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଆସି ନିଆଁ ଲିଭାଇଥିଲେ l ହେଲେ ସେ ସମୟ ଭିତରେ ଗାଡି ଟି ସମ୍ପୂର୍ଣ ଜଳି ଯାଇଥିଲା l ଟିଟିଲାଗଡ଼ ରୁ ରାୟପୁର ଅଭିମୁଖେ ଯାଉଥିବା ଏହି ଟ୍ରକ ରେ କାର୍ଟୁନ ଗୁଡିକ ଭର୍ତି ରହିଥିଲା l ତେବେ ସଟ ସର୍କିଟ ହୋଇ ଟ୍ରକ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି l2
- #ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।7
- Post by Padmanabha Naik1
- #ହେ ଭ ଗ ବା ନ ଇ ଟା କାଁ ଣା କ ଲୁ ରେ1
- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।1