ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ବୟସ ନିର୍ବିଶେଷରେ ଯୋଗ ସମସ୍ତଙ୍କ ପାଇଁ 'ଧ୍ୟାନ' ହେବା ଉଚିତ। ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ ଅତ୍ୟନ୍ତ ଜରୁରୀ, ଯାହା ବାର୍ଦ୍ଧକ୍ୟ ସମୟରେ ଶରୀରକୁ ସୁସ୍ଥ ରଖିଥାଏ। ଭାରତରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାନସିକ ଓ ଶାରୀରିକ ସୁସ୍ଥତା ତଥା ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଯୋଗ ଏକ ମୌଳିକ ଆବଶ୍ୟକତା ପାଲଟିଛି। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଯୋଗ ସବୁ ଔଷଧ ଠାରୁ ଶ୍ରେଷ୍ଠ ଏବଂ ଏହା ଶରୀରକୁ ସୁସ୍ଥ ରଖିବା ସହ ଆତ୍ମା ଓ ପରମାତ୍ମାଙ୍କୁ ସଂଯୋଗ କରି ବିଶ୍ୱର କଲ୍ୟାଣ ସାଧିତ କରିଥାଏ। ସମସ୍ତେ ଯୋଗକୁ ଆପଣେଇଲେ ବିଶ୍ୱ ହସି ଉଠିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ତାଙ୍କ ସଭାପତି ଭାଷଣରେ ଯୋଗକୁ ପ୍ରାଚୀନ ସଭ୍ୟତାର ମୂକସାକ୍ଷୀ ବୋଲି ବର୍ଣ୍ଣନା କରିଛନ୍ତି। ମୁନି ଋଷିମାନେ ଯୋଗ ଓ ଧ୍ୟାନ ମାଧ୍ୟମରେ ସବୁ ବିଷୟରେ ଅବଗତ ହେଉଥିଲେ ଏବଂ ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗ ସବୁଠାରୁ ବଡ଼ ଔଷଧ ବୋଲି ସେ ପରାମର୍ଶ ଦେଇ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାକୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ଖୋର୍ଦ୍ଧା ପୌରପରିଷଦର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଯୁବକ, ଯୁବତୀ, ବୃଦ୍ଧବୃଦ୍ଧା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାକୁ ଶପଥ ପାଠ କରାଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର, ଯୋଗ ମହୋତ୍ସବ ସମିତି, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାପନ ହୋଇଛି।
ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ - ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ବୟସ ନିର୍ବିଶେଷରେ ଯୋଗ ସମସ୍ତଙ୍କ ପାଇଁ 'ଧ୍ୟାନ' ହେବା ଉଚିତ। ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ
ଅତ୍ୟନ୍ତ ଜରୁରୀ, ଯାହା ବାର୍ଦ୍ଧକ୍ୟ ସମୟରେ ଶରୀରକୁ ସୁସ୍ଥ ରଖିଥାଏ। ଭାରତରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାନସିକ ଓ ଶାରୀରିକ ସୁସ୍ଥତା ତଥା ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଯୋଗ ଏକ ମୌଳିକ ଆବଶ୍ୟକତା ପାଲଟିଛି। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଯୋଗ ସବୁ ଔଷଧ ଠାରୁ ଶ୍ରେଷ୍ଠ ଏବଂ ଏହା ଶରୀରକୁ ସୁସ୍ଥ ରଖିବା
ସହ ଆତ୍ମା ଓ ପରମାତ୍ମାଙ୍କୁ ସଂଯୋଗ କରି ବିଶ୍ୱର କଲ୍ୟାଣ ସାଧିତ କରିଥାଏ। ସମସ୍ତେ ଯୋଗକୁ ଆପଣେଇଲେ ବିଶ୍ୱ ହସି ଉଠିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ତାଙ୍କ ସଭାପତି ଭାଷଣରେ ଯୋଗକୁ ପ୍ରାଚୀନ ସଭ୍ୟତାର ମୂକସାକ୍ଷୀ ବୋଲି ବର୍ଣ୍ଣନା କରିଛନ୍ତି। ମୁନି ଋଷିମାନେ ଯୋଗ ଓ ଧ୍ୟାନ ମାଧ୍ୟମରେ ସବୁ ବିଷୟରେ ଅବଗତ ହେଉଥିଲେ ଏବଂ ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗ ସବୁଠାରୁ ବଡ଼ ଔଷଧ ବୋଲି ସେ ପରାମର୍ଶ ଦେଇ ସମସ୍ତଙ୍କୁ
ଯୋଗ ଅଭ୍ୟାସ କରିବାକୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ଖୋର୍ଦ୍ଧା ପୌରପରିଷଦର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଯୁବକ, ଯୁବତୀ, ବୃଦ୍ଧବୃଦ୍ଧା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାକୁ ଶପଥ ପାଠ କରାଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର, ଯୋଗ ମହୋତ୍ସବ ସମିତି, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାପନ ହୋଇଛି।
- ଆଜି ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହେଉଛି। ଏହି ଅବସରରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଦେଶରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ନିରୋଗ ଜୀବନଶୈଳୀ ଗଠନ ସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ଯୋଗ ପ୍ରତି ତାଙ୍କର ପ୍ରୋତ୍ସାହନ ଫଳରେ ଯୋଗ ଦିବସ ଆଜି ଏକ ବିଶ୍ୱବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି। ଏହି ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏକ ନିଆରା ଉପାୟରେ ଏହି ଦିବସ ପାଳନ କରିଛନ୍ତି। ସେ ମନ୍ଦାକିନୀ ନଦୀ ମଧ୍ୟରେ 'ଜଳଯୋଗ' ପ୍ରଦର୍ଶନ କରି ଯୋଗର ଗୁରୁତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସମାଜସେବୀ ସୁଦାମ ଚରଣ ସାହୁଙ୍କ ଏହି ନିଆରା ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ଏବଂ ଏହା ଯୋଗ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।1
- ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।1
- ନୟାଗଡ଼ ଜିଲ୍ଲାର ସରଣକୁଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲାଦୁକେଶ୍ୱର ମନ୍ଦିରରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଳିତ ହୋଇସାରିଛି।2
- ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରେ ଗତ ୧୬ ତାରିଖରେ ଘଟିଥିବା ଚର୍ଚ୍ଚିତ ଭିଡ଼ ହିଂସା ଘଟଣାକୁ ନେଇ ଆଜି ରାୟଗଡା ଏସପି ଏକ ପ୍ରେସମିଟ୍ କରି ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏସପି ସ୍ପଷ୍ଟ କରିଛନ୍ତି ଯେ, ଆଇନକୁ ହାତକୁ ନେଇ ଭିଡ଼ ହିଂସାରେ ସାମିଲ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଛାଡ଼ ଦିଆଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି, ଘଟଣା ସମୟରେ ଜଣେ ଯୁବତୀଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ନେଇଛି, କାରଣ ଏହା ସମାଜରେ ଅଶାନ୍ତି ସୃଷ୍ଟି କରିବା ସହ ପୀଡ଼ିତଙ୍କ ଗୋପନୀୟତା ଉଲ୍ଲଂଘନ କରୁଛି। ଏହି ପରିପ୍ରେକ୍ଷୀରେ, ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଗୁଜବ ପ୍ରଚାର ନ କରିବା ଏବଂ କୌଣସି ଅପ୍ରମାଣିତ ଭିଡିଓ କିମ୍ବା ସୂଚନା ସେୟାର ନ କରିବାକୁ ଅନୁରୋଧ କରାଯାଇଛି।1
- ଜଣେ ଭକ୍ତ ମହାବାହୁଙ୍କ ନାମ ଗାଇ ଗାଇ ଏହି ମାଟି ଦେହରୁ ଜୀବନ ତ୍ୟାଗ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। ଏହି ଭାବପୂର୍ଣ୍ଣ ଆବେଦନ ମହାବାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏବଂ ନିରନ୍ତର ଭକ୍ତିକୁ ପ୍ରକାଶ କରୁଛି, ଯେଉଁଥିରେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାଙ୍କ ନାମ ସ୍ମରଣରେ ରହିବାକୁ ଇଚ୍ଛା ପ୍ରକାଶ କରାଯାଇଛି।1
- ସଂପ୍ରତି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣାକୁ ନେଇ ପୁରୀ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଜଣେ କାର୍ଯ୍ୟରତ ମହିଳା ସରପଞ୍ଚଙ୍କୁ ପ୍ରଶାସନିକ ଓ ପୋଲିସ୍ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥିବା ଉଲ୍ଲେଖ କରାଯାଇଛି। ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଗତ ଜୁନ୍ ୧୧ ତାରିଖରେ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବିଡ଼ିଓ ଅଫିସ୍ ଯାଇଥିବା ବେଳେ ସେଠାରେ ତାଙ୍କୁ କେବଳ ଅପମାନିତ କରାଯାଇନି, ବରଂ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରି ପୋଲିସ୍ ତାଙ୍କୁ ଥାନାକୁ ନେଇଯାଇଛି। ଅଭିଯୋଗ ହୋଇଛି ଯେ, ଥାନାକୁ ନେବା ବାଟରେ ପୋଲିସ୍ କର୍ମଚାରୀ ତାଙ୍କ ମୋବାଇଲ୍ ଛଡ଼ାଇ ନେବା ସହ ତାଙ୍କୁ ମରଣାତ୍ମକ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ଏହି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଯୋଗୁଁ ଚାମେଲି ଓଝା ଏବେ ଗୁରୁତର ଭାବେ ଅସୁସ୍ଥ ହୋଇ ଜେଲ୍ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ହସ୍ପିଟାଲ୍ରେ ଶଯ୍ୟାଶାୟୀ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଘଟଣାର ସିବିଆଇ ତଦନ୍ତ ସହ ସିସିଟିଭି ଫୁଟେଜ୍ ସର୍ବସାଧାରଣ କରିବା ଏବଂ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି। ଏହି ମାମଲାରେ ସରକାର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ କି, ନା ଜଣେ ମହିଳା ଲୋକପ୍ରତିନିଧିଙ୍କୁ ଏହିପରି ଭାବେ ନିର୍ଯ୍ୟାତନା ସହିବାକୁ ପଡ଼ିବ, ତାହା ଏବେ ଏକ ବଡ଼ ପ୍ରଶ୍ନ।4
- ଭୁବନେଶ୍ୱରର ଭର୍ସା ରିଭେରା ଆପାର୍ଟମେଣ୍ଟ ପରିସରରେ ଆଜି, ଜୁନ ୨୧, ୨୦୨୬ ରେ, ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ସମୁଦାୟିକ ଏକତାର ବାତାବରଣ ମଧ୍ୟରେ ସଫଳତାର ସହ ପାଳିତ ହୋଇଛି। ପ୍ରଭାତ ୬:୦୦ ରୁ ୮:୦୦ ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଯୋଗ ଅଧିବେଶନରେ ଆପାର୍ଟମେଣ୍ଟ ସମୁଦାୟର ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ସକ୍ରିୟ ଭାବେ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମହିଳା, ପୁରୁଷ, ବରିଷ୍ଠ ନାଗରିକ, ଯୁବକ-ଯୁବତୀ ଏବଂ ଶିଶୁମାନେ ସାମିଲ ଥିଲେ। ଏହି ବ୍ୟାପକ ଅଂଶଗ୍ରହଣ ଯୋଗ ପ୍ରତି ସମସ୍ତ ବୟସ ବର୍ଗରେ ବଢ଼ୁଥିବା ସଚେତନତା ଓ ଉତ୍ସାହର ଏକ ସ୍ପଷ୍ଟ ପ୍ରତିଫଳନ ଥିଲା। କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ 'କମନ୍ ଯୋଗ ପ୍ରୋଟୋକଲ (CYP)' ଅନୁସାରେ ପରିଚାଳିତ ହୋଇଥିଲା। ଏଥିରେ ବିଭିନ୍ନ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଏବଂ ଶିଥିଳୀକରଣ ଅଭ୍ୟାସ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଅନୁଭବ କରିଥିଲେ ଯେ ଏହି ଅଭ୍ୟାସଗୁଡ଼ିକ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଏକାଗ୍ରତା ଏବଂ ସମଗ୍ର ସ୍ୱାସ୍ଥ୍ୟ ବିକାଶରେ ସହାୟକ ହୋଇଥାଏ। ଏହି ଯୋଗ ଅଧିବେଶନକୁ ଭର୍ସା ରିଭେରା ଆପାର୍ଟମେଣ୍ଟ ଆଲଟିଜ୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଶ୍ରୀ ଅଭିଜିତ ଭୌମିକ ପରିଚାଳନା କରିଥିଲେ। ଆୟୁଷ ମନ୍ତ୍ରଣାଳୟ ସହ ଦୀର୍ଘଦିନର ଯୋଗ ସମ୍ପର୍କ ରଖୁଥିବା ଶ୍ରୀ ଷଡ଼ଙ୍ଗୀଙ୍କ ସରଳ ଉପସ୍ଥାପନା, ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ପ୍ରେରଣାଦାୟକ ମାର୍ଗଦର୍ଶନ ସମସ୍ତଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା 'ଯୋଗିକ ଲାଫ୍ଟର ଥେରାପି', ଯେଉଁଥିରେ ସମସ୍ତେ ମିଳିତ ଭାବରେ ହସିବା, ଆନନ୍ଦ ବାଣ୍ଟିବା ଏବଂ ସକାରାତ୍ମକ ଶକ୍ତିର ଅନୁଭବ କରିଥିଲେ। ଏହି ଅବସରରେ ବକ୍ତାମାନେ ଯୋଗକୁ କେବଳ ଏକ ବ୍ୟାୟାମ ପ୍ରଣାଳୀ ନୁହେଁ, ବରଂ ଏକ ସୁସ୍ଥ, ସନ୍ତୁଳିତ, ସଚେତନ ଏବଂ ଆନନ୍ଦମୟ ଜୀବନଶୈଳୀ ବୋଲି ବର୍ଣ୍ଣନା କରିଥିଲେ। ସେମାନେ ମତ ଦେଇଥିଲେ ଯେ ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ଶରୀର, ମନ ଏବଂ ଚେତନାର ସମନ୍ୱିତ ବିକାଶ ସମ୍ଭବ। ଯୋଗାଭ୍ୟାସରେ ଯୋଗଦେଇଥିବା ପ୍ରମୁଖ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଶ୍ରୀ ଚନ୍ଦନ ନନ୍ଦ, ଶ୍ରୀ ଗୋଲକ ବିହାରୀ ପଣ୍ଡା, ଶ୍ରୀ ଡି. ସି. ମୋହନ, ଶ୍ରୀ ଶରତ ଚନ୍ଦ୍ର ଦାସ, ଶ୍ରୀମତୀ ରେଖା ଷଡ଼ଙ୍ଗୀ, ଶ୍ରୀମତୀ ଶକୁନ୍ତଳା ବିଶ୍ୱାଳ, କୁନି ବିଶ୍ୱାଳ, ସାଇ ବିଶ୍ୱାଳ, ଶ୍ରୀ ପି. କେ. ପଟ୍ଟନାୟକ, ଶ୍ରୀ ସୁରେଶ ମିଶ୍ର, ଶ୍ରୀ ପର୍ଶୁରାମ ମୁର୍ମୁ, ଡା. ଜି. ରଥ, ଶ୍ରୀ ଅବକାଶ ଓ କ୍ୟୁଟି ପ୍ରମୁଖ ଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆସୋସିଏସନର ସମ୍ପାଦକ ଶ୍ରୀ ଚନ୍ଦନ ନନ୍ଦ, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଗୌତମ ସାମଲ ଏବଂ ଶ୍ରୀ ଗୌର ମୋହନ ସାସ୍ମଲ ପ୍ରମୁଖଙ୍କର ସକ୍ରିୟ ସହଯୋଗ, ନିଷ୍ଠା ଓ ନେତୃତ୍ୱ ବିଶେଷ ଭୂମିକା ଗ୍ରହଣ କରିଥିଲା। ସେମାନଙ୍କ ସମନ୍ୱିତ ପ୍ରୟାସ ଏବଂ ବାସିନ୍ଦାମାନଙ୍କର ଉତ୍ସାହପୂର୍ଣ୍ଣ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇପାରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହାଲୁକା ଜଳଖିଆ ଓ ଆପ୍ୟାୟନ ପ୍ରଦାନ କରାଯାଇଥିଲା, ଯାହା ଆପାର୍ଟମେଣ୍ଟ ସମୁଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ, ଏକତା ଏବଂ ସୁସ୍ଥ ଜୀବନଧାରା ପ୍ରତି ସଚେତନତାକୁ ଆହୁରି ସୁଦୃଢ଼ କରିଥିଲା।1
- ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ବକୁ ଗ୍ରାମରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଚାଲିଥିବା ଆତସବାଜି କାର୍ଯ୍ୟକ୍ରମ ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏକ ହାବେଳି ବାଣ ନିୟନ୍ତ୍ରଣ ହରାଇ ଗ୍ରାମର କମଳା ଚମ୍ପତିଙ୍କ ଘର ଛାତ ଉପରେ ପଡ଼ିଥିଲା। ଏହି ବାଣଟି ଘରର ଛାତ ଫାଟି ଘର ଭିତରକୁ ପଡ଼ିବାରୁ ବିଭିନ୍ନ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଘଟଣା ସମୟରେ ଘରେ ଥିବା ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏହି ଘଟଣା ପୋଲିସ ଉପସ୍ଥିତିରେ ଘଟିଛି। ଏଭଳି ଆତସବାଜି କାର୍ଯ୍ୟକ୍ରମ ପାଇଁ କାହାର ଅନୁମତି ନିଆଯାଇଥିଲା, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ପୁରୀ ନରେନ୍ଦ୍ର ପୋଖରୀ ବାଣ ପ୍ରତିଯୋଗିତା ସମୟରେ ଏକ ବିରାଟ ଅଘଟଣରେ ୧୮ ଜଣଙ୍କ ମୃତ୍ୟୁ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ଯାତ୍ରାକୁ ନିଷିଦ୍ଧ କରିଥିଲେ। ତେଣୁ, ପୋଲିସ ଉପସ୍ଥିତିରେ କାହା ଅନୁମତିରେ ଏଠାରେ ବାଣ ଫୁଟାଗଲା, ତାହା ତଦନ୍ତ ପରିସରଭୁକ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାର ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବି କରିଛନ୍ତି। କମଳା ଚମ୍ପତିଙ୍କ ପରିବାର ପକ୍ଷରୁ ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୋଲିସର ତଦନ୍ତ ପ୍ରକ୍ରିୟାକୁ ଅସନ୍ତୋଷ ପ୍ରକାଶ କରି କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଯିବା ସମୟରେ ଗ୍ରାମ୍ୟ କମିଟି ପକ୍ଷରୁ ଧମକ ସହ ସେମାନଙ୍କୁ ବାଧା ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ତାଙ୍କ ପାଖରେ ଏହି ଖବର ନାହିଁ, କିନ୍ତୁ ଏବେ ଜାଣିବା ପରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ, ଗ୍ରାମବାସୀଙ୍କ ପକ୍ଷରୁ ଆଜି ଏକ ବୈଠକ ଡକାଯାଇ ଘଟଣାକୁ ଚାପିବା ପାଇଁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି। ଗ୍ରାମବାସୀ ଓ ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ଚମ୍ପତି ପରିବାରକୁ କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।3