ଜରାଜୀର୍ଣ୍ଣ କାର୍ଯ୍ୟାଳୟନେଇ ଜିଲାପାଳଙ୍କଠାରେ ଅଭିଯୋଗ ,ନିଯୁକ୍ତ ହେଉନାହାଁନ୍ତି କୃଷି ଅଧିକାରୀ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପାଇକସାହିଠାରେ ଥିବା ଗ୍ରାମ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟଟି ଜରଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହାଛଡ଼ା କାର୍ଯ୍ୟାଳୟର ଅଧିକାରୀ ପଦବୀ ଖାଲି ପଡ଼ି ଥିବାରୁ ଚାଷୀ ବହୁ ହଇରାଣ ହେଉଛନ୍ତି । ଅନେକ କୃଷି ସମ୍ପର୍କୀୟ ତଥ୍ୟ ପାଉ ନ ଥିବାବେଳେ ଅନେକ ସରକାରୀ ସାମଗ୍ରୀ ଚାଷୀଙ୍କୁ ମିଳୁନାହିଁ । ଯାହାକୁ ନେଇ ପାଇକସାହି ଚାଷୀ ଶନିବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ପାଇକସାହିଠାରେ ପାଇକସାହି, ଟାପଢୋଲ, ସାପଘରା ଆଦି ପଞ୍ଚାୟତର ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବହୁବର୍ଷ ପୂର୍ବେ ଗ୍ରାମ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ହେଲେ ଉକ୍ତ କାର୍ଯ୍ୟାଳୟର ରକ୍ଷଣାବେକ୍ଷଣା ଠିକ୍ ଭାବେ କରାଯାଇ ନ ଥିବା ଯୋଗୁ କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବିଶେଷକରି ଉକ୍ତ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ଅଧିକାରୀଙ୍କ ମୃତ୍ୟୁ ପରେ ନୂତନ ଅଧିକାରୀ ନିଯୁକ୍ତ କରାଯାଇ ନାହିଁ ଫଳରେ ଚାଷୀ କୃଷିସେବା ପାଇପାରୁ ନାହାନ୍ତି । ପାଇକସାହି ପଞ୍ଚାୟତରେ ୧୯୩ ହେକ୍ଟର, ସାପଘରାରେ ୧୮୮ ହେକ୍ଟର, ଟାପଢୋଲ ପଞ୍ଚାୟତରେ ୮୧୦ ହେକ୍ଟର ଚାଷ ଜମି ରହିଛି । ଅଞ୍ଚଳର ଚାଷୀ ବିଭିନ୍ନ ଚାଷକରି ଜୀବିକା ନିର୍ଭର କରୁଥିବାବେଳେ ସେମାନଙ୍କୁ ସରକାରୀ କୃଷି ସହାୟତା କିମ୍ବା କୌଣସି ଉପକରଣ ମିଳୁ ନ ଥିବା ଅଭିଯୋଗ ହୋଇଛି । ପ୍ରାୟ ୨ବର୍ଷ ହେବ ଅଧିକାରୀ ନ ଥିବା ଯୋଗୁ ଏହି ଅଞ୍ଚଳର ଚାଷୀଙ୍କୁ କୌଣସି କୃଷି ସାମଗ୍ରୀ ବଣ୍ଟନ ହୋଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

- ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ1
- ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin1
- ବୁଳବୁଦାବନଵିହାରିଳାକିଜେ1
- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି1
- ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।1
- ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts1
- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ1