ମା ଗ୍ରାମେଶ୍ୱରୀ ସେବା ସଂଗଠନ଼ ଦେଉଳବେଡା ପକ୍ଷରୁ ହିଙ୍ଗୁଳା ଯାତ୍ରା ଉପଲକ୍ଷେ ଶର୍ମାଛକ ଠାରେ ଅନ୍ନପ୍ରସାଦ ବିତରଣ ତାଳଚେର:- ଆଜି ପବିତ୍ର ହିଙ୍ଗୁଳା ଯାତ୍ରା ଉପଲକ୍ଷେ ତାଳଚେର ପୌରାଚଂଳର ଶର୍ମାଛକ ଠାରେ ମା ଗ୍ରାମେଶ୍ୱରୀ ସେବା ସଂଗଠନ ଦେଉଳବେଡା ପକ୍ଷରୁ ଅନ୍ନପ୍ରସାଦର ବିତରଣ କରାଯାଇଥିଲା । ପ୍ରସିଦ୍ଧ ମା ହିଙ୍ଗୁଳାଙ୍କ ଯାତ୍ରା ଅବସରରେ ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ପାଇଁ ଅନ୍ନପ୍ରସାଦ ବଂଟନ କରାଯାଇଥିଲା । ସଂଗଠନର ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଦସ୍ୟ ମାନେ ଆଜି ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ବହୁ ସେବା କାର୍ଯ୍ୟ କରି ଆସୁଛନ୍ତି । ରାସ୍ତାରେ ବୁଲୁଥିବା ଗୋମାତାଙ୍କୁ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବେକରେ ରେଡିଅମ୍ ବେଲ୍ଟ ଲଗାଇବା ସହ ଦୁର୍ଘଟଣା ଗ୍ରସ୍ତ ଗୋମାତାଙ୍କୁ ଚିକିତ୍ସା ମଧ୍ୟ କରାଯାଉଅଛି । ରୋଗୀ ମାନଙ୍କୁ ରକ୍ତ ଦେବା, ଗରୀବ ଅସହାୟଙ୍କୁ କମ୍ବଳ ବଂଟନ ଏବଂ ଅନ୍ୟାନ୍ୟ ସେବା କାର୍ଯ୍ୟ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଆଗାମୀ ଦିନରେ ଏହି ସେବା ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଅନୁଷ୍ଠାନର ଉପଦେଷ୍ଠା ଆଇନଜୀବୀ ସୋମେନ୍ଦ୍ର ପ୍ରଧାନ ବିଭିନ୍ନ ସମୟରେ ଗରୀବ ଲୋକମାନଙ୍କୁ ମଧ୍ୟ ମାଗଣାରେ ଆଇନ୍ ସେବା ଯୋଗାଇ ଆସୁଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଉପସଭାପତି ପ୍ରମୋଦ ପ୍ରଧାନ, ସଂପାଦକ ମାନସ ରଞ୍ଜନ ସାହୁ, ଆଇନଜୀବୀ ସୋମେନ୍ଦ୍ର ପ୍ରଧାନ, ସଂଜୀବ ନାୟକ, ଗିରିଶ ଚନ୍ଦ୍ର ଭୂତିଆ, ନାରାୟଣ ଦେହୁରୀ, ହରେକୃଷ୍ଣ ସାହୁ, ସନ୍ତୋଷ ବେହେରା, ପ୍ରେମ ପ୍ରସାଦ କେଶରୀ, ସଂଜୟ ତ୍ରିପାଠୀ, ଚିନ୍ମୟ ପୃଷ୍ଟି ପ୍ରମୁଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ ।

- Post by Ranjan hota1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.1
- Post by ଯିରିମିୟ ଗନ୍ତାୟତ 🙋🙋🙋1
- Post by Dhenkanal News1
- ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।1
- Post by Dipak Kumar Nayak1
- ବାରକୋଟ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ବାରକୋଟ, ୩୧/୦୩/୨୦୨୬: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗଡ଼ଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କ ମିଳିତ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କଣ୍ଢଳ ପତିତପାବନ ସାହିତ୍ୟ ସାଂସଦର ସଭାପତି ଅନିରୁଦ୍ଧ ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: * ବିଜୟ କୁମାର ସାହୁ (ସହକାରୀ ବ୍ଲକ ଶିକ୍ଷା ଅଧିକାରୀ) * ରୁଦ୍ରନାରାୟଣ ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ, ବାରକୋଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ) * ଫଗୁ ପାତ୍ର (CRCC) * ରଣନ୍ଦୀପ ପ୍ରଧାନ (ସରପଞ୍ଚ, ବଲଣ୍ଡା ପଞ୍ଚାୟତ) * ଦୁଃଖବନ୍ଧୁ ଭୂୟାଁ (ସମିତି ସଭ୍ୟ) * ହରିହର ସାହୁ ଓ ପରାସର ସାହୁ (ଅବସରପ୍ରାପ୍ତ ଶିକ୍ଷକ) ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଶିକ୍ଷା ଓ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ: ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ଓ ଅଭିନୟ ମାଧ୍ୟମରେ ପିଲାମାନେ ସାମ୍ବିଧାନିକ ଇତିହାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ପରିଚାଳନା: ବିଦ୍ୟାଳୟର ଶ୍ରେଣୀ ଶିକ୍ଷକ ଶିଵରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରିପୋର୍ଟ :ଦେବଗଡ ଜିଲ୍ଲା ବାରକୋଟ ବ୍ଲକରୁ ବିବେକାନନ୍ଦ ସାହୁ ।1
- ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।1