Shuru
Apke Nagar Ki App…
ନାବାଳିକାକୁ ମଦ ପିଆଇ ଗଣବଳାତ୍କାର ମାମଲାରେ ଐତିହାସିକ ରାୟ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ କେନ୍ଦୁଝର: ଜଣେ ୧୬ ବର୍ଷୀୟା ଅସହାୟା ନାବାଳିକାଙ୍କୁ ମଦ ପିଆଇ ଗଣବଳାତ୍କାର କରିବା ଭଳି ଏକ ଅମାନୁଷିକ ଘଟଣାରେ କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ଆଜି ଏକ କଠୋର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ପ୍ରଦୀପ ନାଏକ ଓରଫ ଦୀପୁକୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଦଣ୍ଡାଦେଶ ଦେଇଛନ୍ତି।
ସୋନୁ ଟାଇଗର (ନିୟୁଜ ଏଜେନ୍ସି)
ନାବାଳିକାକୁ ମଦ ପିଆଇ ଗଣବଳାତ୍କାର ମାମଲାରେ ଐତିହାସିକ ରାୟ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ କେନ୍ଦୁଝର: ଜଣେ ୧୬ ବର୍ଷୀୟା ଅସହାୟା ନାବାଳିକାଙ୍କୁ ମଦ ପିଆଇ ଗଣବଳାତ୍କାର କରିବା ଭଳି ଏକ ଅମାନୁଷିକ ଘଟଣାରେ କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ଆଜି ଏକ କଠୋର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ପ୍ରଦୀପ ନାଏକ ଓରଫ ଦୀପୁକୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଦଣ୍ଡାଦେଶ ଦେଇଛନ୍ତି।
More news from ଓଡ଼ିଶା and nearby areas
- ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l5
- ନୂଆପଡ଼ା- ୨୨/୪ ଓଡ଼ିଆ ସାହିତ୍ୟର ଅମର ସ୍ରଷ୍ଟା ମହାନ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସାହିତ୍ୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ ଏହି 'କବିତା ପାଠୋତ୍ସବ' ଜିଲ୍ଲାର ସାରସ୍ୱତ ସାଧକମାନଙ୍କୁ ଏକାଠି କରିଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ବାସୁଦେବ ସୁନାନୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ। ପ୍ରିୟମ୍ବଦା ମହାନ କବି ଜୟଦେବଙ୍କ କାଳଜୟୀ ସୃଷ୍ଟି 'ଗୀତ ଗୋବିନ୍ଦ' ଓ ତାଙ୍କର ଅନନ୍ୟ ସାହିତ୍ୟ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ। କବିତା ପାଠୋତ୍ସବ ଓ ସାହିତ୍ୟିକ ଆଲୋଚନା ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟକ କବି ଓ କବିତ୍ରୀ ଏହି ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ ସହ ସାମ୍ପ୍ରତିକ ସମାଜ ଓ ସାହିତ୍ୟକୁ ନେଇ ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ। ଶିକ୍ଷକ ତଥା କବି ସୁଶାନ୍ତ କୁମାର ମୁଣ୍ଡ ଅତ୍ୟନ୍ତ ସୁଚାରୁରୂପେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜିଲ୍ଲାପାଳଙ୍କ ବାର୍ତ୍ତା : "ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଏହି ଉତ୍ସାହ ବେଶ୍ ଆଶାଜନକ। ଆଗାମୀ ଦିନରେ କେବଳ ଜିଲ୍ଲା ସ୍ତରରେ ନୁହେଁ, ବରଂ ପ୍ରତିଟି ବ୍ଲକ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହା ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନେ ସୁଯୋଗ ପାଇପାରିବେ।" କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲମ୍ବୋଦର ଧରୁଆ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁର୍ମି ସୋରେନ, ଉପ ଜିଲ୍ଲାପାଳ କ୍ଷମାନିଧି ଭୋଇ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରେ ଏଭଳି ଏକ ସାରସ୍ୱତ ସମାରୋହ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି।9
- ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ବଲାଙ୍ଗୀରଟିଟିଲାଗଡ, ତା୨୦-୦୪: ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି । ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ବିଗତ ଦିନରେ ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ । ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି। ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।4
- ଦାଦନ ଗଡ଼ରେ ମନରେଗାର ହରିଲୁଟ ତୁରକେଲା ବଡ଼ଡକଲା ଗୁର୍ଲଗୁଡା..... ରୁ ଏହି ରିପୋଟ2
- Post by RAGHUNANDAN SINGH1
- 🇹🇯🇹🇯🇹🇯🇹🇯🌹🥺🥺🥺😏😏1
- Post by Padmanabha Naik1
- ଦାଦନ ଗଡ଼ରେ ମନରେଗାର ଆତ୍ମସାତ ବଡ଼ଡ଼କଲା... ଗୁର୍ଲଗୁଡା ରୁ ଦେଖିବା ରିପୋଟ.....1