logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱରର ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ କଳାହାଣ୍ଡିରେ ହେଲେ ସମ୍ମାନିତ : ବାଲେଶ୍ୱରର ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ କଳାହାଣ୍ଡିରେ ହେଲେ ସମ୍ମାନିତ ଭୋଗରାଇ, ୨୬/୮ : ବାଲେଶ୍ୱର ମାଟିର ଚିତ୍ରଶିଳ୍ପୀ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ସହକାରୀ ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ କଳାକୃତି କଳାହାଣ୍ଡିରେ ପ୍ରଶଂସା ସାଉଁଟିବା ସହ ତାଙ୍କୁ ଦେଇଛି ସମ୍ମାନ।ଭବାନୀପାଟଣାସ୍ଥିତ ରାଜବାଟି ସଭାମଣ୍ଡପରେ ଅଗଷ୍ଟ ୨୨ ଓ ୨୩ରେ ଆୟୋଜିତ ଦୁଇଦିନିଆ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀରେ ତାଙ୍କ ସେମି-ରିଏଲିଷ୍ଟିକ୍ ଆକ୍ରିଲିକ୍ ଚିତ୍ର ‘ଅସ୍ମିତାର ପ୍ରତିଧ୍ୱନି: ଏକ ନୂତନ ଦ୍ୱନ୍ଦ୍ୱ’ (Echoes of Identity: The New Dilemma) ଦର୍ଶକଙ୍କ ମନ ଜିଣିଥିଲା। ‘ମହାରାଜା ଉଦିତ ପ୍ରତାପ ଦେଓ ସ୍କୁଲ୍ ଅଫ୍ ଆର୍ଟ’ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଓ ପ୍ରଦର୍ଶନୀରେ ଆଦିବାସୀ ଜୀବନ, ପରମ୍ପରା ଓ ଆଧୁନିକତା ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ନେଇ ନିତ୍ୟାନନ୍ଦଙ୍କ କଳାକୃତି ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଚିତ୍ରରେ ଗୋଟିଏ ପଟେ ସୁପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା, ଅନ୍ୟପଟେ ଆଧୁନିକ ପ୍ରଗତି ଓ ପରିବର୍ତ୍ତନକୁ ଗ୍ରହଣ କରିବାର ଆହ୍ୱାନକୁ ଶିଳ୍ପୀ ଚିତ୍ରଭାଷାରେ ରୂପ ଦେଇଛନ୍ତି। “ପରମ୍ପରା ଓ ପରିବର୍ତ୍ତନର ସନ୍ଧିକ୍ଷଣରେ ଛିଡ଼ା ହୋଇଥିବା ଏକ ସମାଜର ଅନ୍ତର୍ଦ୍ୱନ୍ଦ୍ୱକୁ କଳା ମାଧ୍ୟମରେ ରୂପ ଦେବାକୁ ମୁଁ ପ୍ରୟାସ କରିଛି,” ବୋଲି ଶିଳ୍ପୀ ନିତ୍ୟାନନ୍ଦ ସାହୁ କହିଛନ୍ତି। କର୍ମଶାଳାରେ ନିତ୍ୟାନନ୍ଦଙ୍କୁ ଉଷ୍ଣ ଆତିଥ୍ୟ ଓ ସମ୍ମାନ ମିଳିଥିବା ବେଳେ ଏକ ଭାବବିହ୍ୱଳ ଘଟଣା ତାଙ୍କ ପାଇଁ ସ୍ମରଣୀୟ ହୋଇଥିଲା। ପଞ୍ଚମ ଶ୍ରେଣୀର ଛାତ୍ରୀ ତଥା ପ୍ରତିଭାଶାଳୀ ଚିତ୍ରଶିଳ୍ପୀ ପ୍ରତ୍ୟୁଷା ସିଂ (ନୈନା) ନିଜ ହାତରେ ପେନସିଲ୍‌ରେ କଳାହାଣ୍ଡିର ମହାରାଜା ଅନନ୍ତ ପ୍ରତାପ ଦେଓ ଓ ଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କ ଦୁଇଟି ପ୍ରତିକୃତି ଅଙ୍କନ କରି ମଞ୍ଚରେ ଉପହାର ଦେଇଥିଲେ। ମହାରାଜା ଉଦିତ ପ୍ରତାପ ଦେଓ ସ୍କୁଲ୍ ଅଫ୍ ଆର୍ଟ’ର ପ୍ରତିଷ୍ଠାତା ତଥା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ଅଧ୍ୟାପକ ଖୀରସିନ୍ଧୁ ଭୋଇ ଓ କଳା ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରକଳା, ମୂର୍ତ୍ତିକଳା, ରଙ୍ଗୋଲି ଓ ମଣ୍ଡଳା ଆର୍ଟ ପ୍ରତିଯୋଗିତା ହୋଇଥିଲା। ଏଥିସହ କଳାହାଣ୍ଡିର ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ନିମନ୍ତ୍ରିତ ଅତିଥି ଶିଳ୍ପୀ ଭାବେ ନିତ୍ୟାନନ୍ଦ ସାହୁ କର୍ମଶାଳାର ଉଦ୍‌ଘାଟନ କରିଥିଲେ। କର୍ମଶାଳାରେ ଶିଳ୍ପୀମାନେ ବିଭିନ୍ନ ବିଷୟ ଓ ଭାବଧାରାକୁ ନେଇ କ୍ୟାନଭାସ୍‌ରେ ରଙ୍ଗର ରୂପ ଦେଇଥିଲେ। ଉଦ୍‌ଯାପନୀ ସମାରୋହରେ କଳାହାଣ୍ଡିର ମହାରାଜା ଅନନ୍ତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୀମାଞ୍ଚଳ ମିଶ୍ର, ନିମନ୍ତ୍ରିତ ଶିଳ୍ପୀ ନିତ୍ୟାନନ୍ଦ ସାହୁ ଏବଂ ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କଳା, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ପଟ୍ଟନାୟକ, ‘ପ୍ରତିଭା’ ଅନୁଷ୍ଠାନର ସଭାପତି ତଥା ନୃତ୍ୟଗୁରୁ ଧ୍ୟାନାନନ୍ଦ ପଣ୍ଡା ଏବଂ ଶିକ୍ଷାବିତ୍ ସମୀର କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। କର୍ମଶାଳାରେ ନିତ୍ୟାନନ୍ଦ ସାହୁଙ୍କ ସମେତ ତରୁଣ ମହାପାତ୍ର, ଅନୂପ କୁମାର ପଟ୍ଟନାୟକ, ସଂଗ୍ରାମ କେଶରୀ ସରାଫ, ମନୋଜ କୁମାର ରାଉତ, ଚିନ୍ତୁ ପ୍ରସାଦ ନାଏକ, ରଘୁନାଥ ଠାକୁର, ମାନସ ରଞ୍ଜନ ପଣ୍ଡା, ଅଙ୍କିତ ଯାଦବ, ସ୍ମିତା ଚୌଧୁରୀ, ଧର୍ମେନ୍ଦ୍ର ସାଗର, ଅକେଶ ଧରୁଆ, ସରୋଜ ବିଶି, ପ୍ରକାଶ ବାଗ, ସାରିକା ଜୈନ୍, ଦିନେଶ ବିଶି, ସୁକାନ୍ତ ପ୍ରଧାନୀ, ସମୀର ନାଏକ, ପ୍ରତୀକ୍ଷା ଭୋଇ, ରଚନା ସାହୁ, ପ୍ରକାଶ ନାଏକ, ବିଭୂତି ଓ ଅଶ୍ୱିନୀ ଆଚାରୀ ପ୍ରମୁଖ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ଚିତ୍ରଶିଳ୍ପୀ ଅଙ୍କିତ ଯାଦବ ଓ ସ୍ମିତା ଚୌଧୁରୀ କରିଥିବା ବେଳେ ଅଙ୍କିତ ଯାଦବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

1 hr ago
user_ଶିଶିର କୁମାର ପ୍ରଧାନ
ଶିଶିର କୁମାର ପ୍ରଧାନ
ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
1 hr ago
3391b009-ec44-4b90-8f15-ccd82af24cea

ବାଲେଶ୍ୱରର ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ କଳାହାଣ୍ଡିରେ ହେଲେ ସମ୍ମାନିତ : ବାଲେଶ୍ୱରର ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ କଳାହାଣ୍ଡିରେ ହେଲେ ସମ୍ମାନିତ ଭୋଗରାଇ, ୨୬/୮ : ବାଲେଶ୍ୱର ମାଟିର ଚିତ୍ରଶିଳ୍ପୀ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ସହକାରୀ ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ କଳାକୃତି କଳାହାଣ୍ଡିରେ ପ୍ରଶଂସା ସାଉଁଟିବା ସହ ତାଙ୍କୁ ଦେଇଛି ସମ୍ମାନ।ଭବାନୀପାଟଣାସ୍ଥିତ ରାଜବାଟି ସଭାମଣ୍ଡପରେ ଅଗଷ୍ଟ ୨୨ ଓ ୨୩ରେ ଆୟୋଜିତ ଦୁଇଦିନିଆ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀରେ ତାଙ୍କ ସେମି-ରିଏଲିଷ୍ଟିକ୍ ଆକ୍ରିଲିକ୍ ଚିତ୍ର ‘ଅସ୍ମିତାର ପ୍ରତିଧ୍ୱନି: ଏକ ନୂତନ ଦ୍ୱନ୍ଦ୍ୱ’ (Echoes of Identity: The New Dilemma) ଦର୍ଶକଙ୍କ ମନ ଜିଣିଥିଲା। ‘ମହାରାଜା ଉଦିତ ପ୍ରତାପ ଦେଓ ସ୍କୁଲ୍ ଅଫ୍ ଆର୍ଟ’ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଓ ପ୍ରଦର୍ଶନୀରେ ଆଦିବାସୀ ଜୀବନ, ପରମ୍ପରା ଓ ଆଧୁନିକତା ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ନେଇ ନିତ୍ୟାନନ୍ଦଙ୍କ କଳାକୃତି ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଚିତ୍ରରେ ଗୋଟିଏ ପଟେ ସୁପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା, ଅନ୍ୟପଟେ ଆଧୁନିକ ପ୍ରଗତି ଓ ପରିବର୍ତ୍ତନକୁ ଗ୍ରହଣ କରିବାର ଆହ୍ୱାନକୁ ଶିଳ୍ପୀ ଚିତ୍ରଭାଷାରେ ରୂପ ଦେଇଛନ୍ତି। “ପରମ୍ପରା ଓ ପରିବର୍ତ୍ତନର ସନ୍ଧିକ୍ଷଣରେ ଛିଡ଼ା ହୋଇଥିବା ଏକ ସମାଜର ଅନ୍ତର୍ଦ୍ୱନ୍ଦ୍ୱକୁ କଳା ମାଧ୍ୟମରେ ରୂପ ଦେବାକୁ ମୁଁ ପ୍ରୟାସ କରିଛି,” ବୋଲି ଶିଳ୍ପୀ ନିତ୍ୟାନନ୍ଦ ସାହୁ କହିଛନ୍ତି। କର୍ମଶାଳାରେ ନିତ୍ୟାନନ୍ଦଙ୍କୁ ଉଷ୍ଣ ଆତିଥ୍ୟ ଓ ସମ୍ମାନ ମିଳିଥିବା ବେଳେ ଏକ ଭାବବିହ୍ୱଳ ଘଟଣା ତାଙ୍କ ପାଇଁ ସ୍ମରଣୀୟ ହୋଇଥିଲା। ପଞ୍ଚମ ଶ୍ରେଣୀର ଛାତ୍ରୀ ତଥା ପ୍ରତିଭାଶାଳୀ ଚିତ୍ରଶିଳ୍ପୀ ପ୍ରତ୍ୟୁଷା ସିଂ (ନୈନା) ନିଜ ହାତରେ ପେନସିଲ୍‌ରେ କଳାହାଣ୍ଡିର ମହାରାଜା ଅନନ୍ତ ପ୍ରତାପ ଦେଓ ଓ ଶିଳ୍ପୀ ନିତ୍ୟାନନ୍ଦ ସାହୁଙ୍କ ଦୁଇଟି ପ୍ରତିକୃତି ଅଙ୍କନ କରି ମଞ୍ଚରେ ଉପହାର ଦେଇଥିଲେ। ମହାରାଜା ଉଦିତ ପ୍ରତାପ ଦେଓ ସ୍କୁଲ୍ ଅଫ୍ ଆର୍ଟ’ର ପ୍ରତିଷ୍ଠାତା ତଥା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ଅଧ୍ୟାପକ ଖୀରସିନ୍ଧୁ ଭୋଇ ଓ କଳା ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କ

9aedc191-315b-48fe-a645-4eab40f66967

ପ୍ରତ୍ୟକ୍ଷ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରକଳା, ମୂର୍ତ୍ତିକଳା, ରଙ୍ଗୋଲି ଓ ମଣ୍ଡଳା ଆର୍ଟ ପ୍ରତିଯୋଗିତା ହୋଇଥିଲା। ଏଥିସହ କଳାହାଣ୍ଡିର ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ନିମନ୍ତ୍ରିତ ଅତିଥି ଶିଳ୍ପୀ ଭାବେ ନିତ୍ୟାନନ୍ଦ ସାହୁ କର୍ମଶାଳାର ଉଦ୍‌ଘାଟନ କରିଥିଲେ। କର୍ମଶାଳାରେ ଶିଳ୍ପୀମାନେ ବିଭିନ୍ନ ବିଷୟ ଓ ଭାବଧାରାକୁ ନେଇ କ୍ୟାନଭାସ୍‌ରେ ରଙ୍ଗର ରୂପ ଦେଇଥିଲେ। ଉଦ୍‌ଯାପନୀ ସମାରୋହରେ କଳାହାଣ୍ଡିର ମହାରାଜା ଅନନ୍ତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୀମାଞ୍ଚଳ ମିଶ୍ର, ନିମନ୍ତ୍ରିତ ଶିଳ୍ପୀ ନିତ୍ୟାନନ୍ଦ ସାହୁ ଏବଂ ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କଳା, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ପଟ୍ଟନାୟକ, ‘ପ୍ରତିଭା’ ଅନୁଷ୍ଠାନର ସଭାପତି ତଥା ନୃତ୍ୟଗୁରୁ ଧ୍ୟାନାନନ୍ଦ ପଣ୍ଡା ଏବଂ ଶିକ୍ଷାବିତ୍ ସମୀର କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। କର୍ମଶାଳାରେ ନିତ୍ୟାନନ୍ଦ ସାହୁଙ୍କ ସମେତ ତରୁଣ ମହାପାତ୍ର, ଅନୂପ କୁମାର ପଟ୍ଟନାୟକ, ସଂଗ୍ରାମ କେଶରୀ ସରାଫ, ମନୋଜ କୁମାର ରାଉତ, ଚିନ୍ତୁ ପ୍ରସାଦ ନାଏକ, ରଘୁନାଥ ଠାକୁର, ମାନସ ରଞ୍ଜନ ପଣ୍ଡା, ଅଙ୍କିତ ଯାଦବ, ସ୍ମିତା ଚୌଧୁରୀ, ଧର୍ମେନ୍ଦ୍ର ସାଗର, ଅକେଶ ଧରୁଆ, ସରୋଜ ବିଶି, ପ୍ରକାଶ ବାଗ, ସାରିକା ଜୈନ୍, ଦିନେଶ ବିଶି, ସୁକାନ୍ତ ପ୍ରଧାନୀ, ସମୀର ନାଏକ, ପ୍ରତୀକ୍ଷା ଭୋଇ, ରଚନା ସାହୁ, ପ୍ରକାଶ ନାଏକ, ବିଭୂତି ଓ ଅଶ୍ୱିନୀ ଆଚାରୀ ପ୍ରମୁଖ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ଚିତ୍ରଶିଳ୍ପୀ ଅଙ୍କିତ ଯାଦବ ଓ ସ୍ମିତା ଚୌଧୁରୀ କରିଥିବା ବେଳେ ଅଙ୍କିତ ଯାଦବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ , ୨୬/୮: ଆଉ ଦୁଇ ଦିନ ପରେ ପବିତ୍ର ଭାଇ-ଭଉଣୀ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ବୀର ସୈନିକମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଏହି ପବିତ୍ର ଦିନରେ ନିଜ ଭଉଣୀଙ୍କ ପାଖକୁ ଆସିପାରନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଭୋଗରାଇ ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୋଗରାଇର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରୀମାନଙ୍କଠାରୁ ବୀର ସୈନିକ ଭାଇମାନଙ୍କ ପାଇଁ ୪ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସହିତ ଉତ୍ସାହିତ କରିବାପାଇଁ ୧ଟିକରି ଚିଠି ସଂଗ୍ରହ କରାଯାଇଛି। ଏହି ଅବସରରେ କଲେଜରେ ପଢୁଥିବା ଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହିତ ବୀର ସୈନିକମାନଙ୍କୁ ନିଜର ଭାଇ ଭାବେ ଗ୍ରହଣ କରି ଗୋଟିଏ ଗୋଟିଏ ରାକ୍ଷୀ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସୈନିକମାନଙ୍କ ପ୍ରତି ଏହା ଏକ ସ୍ନେହ ଓ ସମ୍ମାନର ପ୍ରତୀକ ପାଲଟିଛି। ଦେଶ ପାଇଁ ଗୌରବ, ଦେଶ ପାଇଁ ସମର୍ପିତ ଏବଂ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖୁଥିବା ବୀର ସୈନିକମାନଙ୍କ ପାଇଁ ରାକ୍ଷୀ ପଠାଇ ଭୋଗରାଇ ଛାତ୍ରୀମାନେ ନିଜ ଭାଇଚାରା ଓ ଦେଶପ୍ରେମର ନିଆରା ପରିଚୟ ଦେଇଛନ୍ତି। ଏଗୁଡିକ ଭାରତର ସୀମାନ୍ତ ଓ୍ବାଘା ବୋର୍ଡରକୁ ପଠାଯାଇଥିବା ସୂଚନା ଦେଇଛନ୍ତି।ସୈନିକ ଭାଇମାନଙ୍କ ପାଖକୁ ଏବିଭିପି ରାକ୍ଷୀ ପହଞ୍ଚାଇବାର ଏହି ଗୁରୁଦାୟିତ୍ୱ ନେଇଥିବାରୁ ଭୋଗରାଇ ଅଞ୍ଚଳର ଛାତ୍ରୀମାନେ ପ୍ରଶଂସା କରିଛନ୍ତି। ରାଜ ରାଜେଶ୍ୱରୀ ସିଂହ, ବୁଲି ଗଙ୍ଗାଇ, ଶୁଭଲଷ୍ମୀ ସାହୁ, ଗାୟତ୍ରୀ ପରାମାଣିକ, ରଶ୍ମିତା ଦାସ, ସାଗରିକ ଗଙ୍ଗାଇ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l
    1
    ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ :  

୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା :
ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ :  
୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା :
ଭୋଗରାଇ , ୨୬/୮: ଆଉ ଦୁଇ ଦିନ ପରେ ପବିତ୍ର ଭାଇ-ଭଉଣୀ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ବୀର ସୈନିକମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଏହି ପବିତ୍ର ଦିନରେ ନିଜ ଭଉଣୀଙ୍କ ପାଖକୁ ଆସିପାରନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଭୋଗରାଇ ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୋଗରାଇର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରୀମାନଙ୍କଠାରୁ ବୀର ସୈନିକ ଭାଇମାନଙ୍କ ପାଇଁ ୪ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସହିତ ଉତ୍ସାହିତ କରିବାପାଇଁ ୧ଟିକରି ଚିଠି ସଂଗ୍ରହ କରାଯାଇଛି। ଏହି ଅବସରରେ କଲେଜରେ ପଢୁଥିବା ଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହିତ ବୀର ସୈନିକମାନଙ୍କୁ ନିଜର ଭାଇ ଭାବେ ଗ୍ରହଣ କରି ଗୋଟିଏ ଗୋଟିଏ ରାକ୍ଷୀ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସୈନିକମାନଙ୍କ ପ୍ରତି ଏହା ଏକ ସ୍ନେହ ଓ ସମ୍ମାନର ପ୍ରତୀକ ପାଲଟିଛି। ଦେଶ ପାଇଁ ଗୌରବ, ଦେଶ ପାଇଁ ସମର୍ପିତ ଏବଂ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖୁଥିବା ବୀର ସୈନିକମାନଙ୍କ ପାଇଁ ରାକ୍ଷୀ ପଠାଇ ଭୋଗରାଇ ଛାତ୍ରୀମାନେ ନିଜ ଭାଇଚାରା ଓ ଦେଶପ୍ରେମର ନିଆରା ପରିଚୟ ଦେଇଛନ୍ତି। ଏଗୁଡିକ ଭାରତର ସୀମାନ୍ତ ଓ୍ବାଘା ବୋର୍ଡରକୁ ପଠାଯାଇଥିବା ସୂଚନା ଦେଇଛନ୍ତି।ସୈନିକ ଭାଇମାନଙ୍କ ପାଖକୁ ଏବିଭିପି ରାକ୍ଷୀ ପହଞ୍ଚାଇବାର ଏହି ଗୁରୁଦାୟିତ୍ୱ ନେଇଥିବାରୁ ଭୋଗରାଇ ଅଞ୍ଚଳର   ଛାତ୍ରୀମାନେ ପ୍ରଶଂସା କରିଛନ୍ତି। ରାଜ ରାଜେଶ୍ୱରୀ ସିଂହ, ବୁଲି ଗଙ୍ଗାଇ, ଶୁଭଲଷ୍ମୀ ସାହୁ, ଗାୟତ୍ରୀ ପରାମାଣିକ, ରଶ୍ମିତା ଦାସ, ସାଗରିକ ଗଙ୍ଗାଇ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ
    1
    ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ 
ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
    2
    ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    15 hrs ago
  • ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ
    1
    ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    27 min ago
  • ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍‌ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍‌, ଚାଲିଛି ତଦନ୍ତ। 🚨 #Balasore #Markona #RoadAccident #BusAccident #OdishaNews #BreakingNews
    1
    ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍‌ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍‌, ଚାଲିଛି ତଦନ୍ତ। 🚨
#Balasore #Markona #RoadAccident #BusAccident #OdishaNews #BreakingNews
    user_Odisha khabar
    Odisha khabar
    Baleshwar (M), Odisha•
    14 hrs ago
  • #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    1
    #୮୦_ପାଖାପାଖି_ଚିନି
ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି : ଇଣ୍ଡିଆ ମେଂଟ
    1
    ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ  ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି :  ଇଣ୍ଡିଆ ମେଂଟ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    5 hrs ago
  • ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ। ଭୋଗରାଇ, ୨୬/୮ ଦୀର୍ଘ ବର୍ଷ ଧରି ପ୍ରଳୟଙ୍କାରୀ ବନ୍ୟା ଭୋଗରାଇବାସୀଙ୍କ ଜୀବନ, ଜୀବିକା ଓ ପରିବାରର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇ ଆସୁଛି। ପ୍ରତିବର୍ଷ ବନ୍ୟାର ଯନ୍ତ୍ରଣା ଭୋଗୁଥିବା ଭୋଗରାଇବାସୀଙ୍କ ପାଇଁ ଏହାର ସ୍ଥାୟୀ ପ୍ରତିକାର ହିଁ ଏକମାତ୍ର ସମାଧାନ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସ ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ସଂସ୍କାରଣ ପ୍ରକଳ୍ପ ପାଇଁ ଦୃଢ଼ ସ୍ୱର ଉଠାଇ ଆସୁଥିଲେ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
    1
    ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
ଭୋଗରାଇ, ୨୬/୮ ଦୀର୍ଘ ବର୍ଷ ଧରି ପ୍ରଳୟଙ୍କାରୀ ବନ୍ୟା ଭୋଗରାଇବାସୀଙ୍କ ଜୀବନ, ଜୀବିକା ଓ ପରିବାରର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇ ଆସୁଛି। ପ୍ରତିବର୍ଷ ବନ୍ୟାର ଯନ୍ତ୍ରଣା ଭୋଗୁଥିବା ଭୋଗରାଇବାସୀଙ୍କ ପାଇଁ ଏହାର ସ୍ଥାୟୀ ପ୍ରତିକାର ହିଁ ଏକମାତ୍ର ସମାଧାନ।
ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସ ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ସଂସ୍କାରଣ ପ୍ରକଳ୍ପ ପାଇଁ ଦୃଢ଼ ସ୍ୱର ଉଠାଇ ଆସୁଥିଲେ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.