ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମହାରାଜପାଲି ପଞ୍ଚାୟତ ଅନ୍ତର୍ଗତ MPV-81 ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ପ୍ରଶାସନର ବାରମ୍ବାର ଅବହେଳା ପରେ ଗ୍ରାମବାସୀ ନିଜେ ଏକ ପୋଲ ନିର୍ମାଣ କରିଛନ୍ତି। ଗାଁ ମଝିରେ ଏକ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଗାଁର ଦୁଇ ମୁଣ୍ଡରେ ଦୁଇଟି ପୋଲ ଥିଲେ ମଧ୍ୟ, ସେହି ପୋଲ ଦେଇ ବିଦ୍ୟାଳୟ, ଖେଳ ପଡିଆ, ଦୁର୍ଗା ମଣ୍ଡପ ଏବଂ ଜନବସତିକୁ ଯିବାକୁ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକଙ୍କୁ ପ୍ରାୟ ଏକ କିଲୋମିଟର ବୁଲିବାକୁ ପଡୁଥିଲା, ଯାହା ବହୁ ଅସୁବିଧା ସୃଷ୍ଟି କରୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଗାଁ ମଝିରେ ଏକ ଛୋଟ ପୋଲ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗକୁ ବାରମ୍ବାର ଅଣଦେଖା କରାଯିବାରୁ ନିରାଶ ହୋଇ ଗାଁ ଲୋକେ ଶେଷରେ କେନାଲ ଉପରେ ନିଜେ ପୋଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟରେ ଗାଁର ଜଣେ ସ୍ୱେଛାସେବୀ ମଧୁ ବିଶ୍ୱାସ ପୋଲ ନିର୍ମାଣ ସାମଗ୍ରୀ ଏବଂ କିଛି ଅର୍ଥ ଦାନ କରିଥିଲେ। ଏହା ବ୍ୟତୀତ, ଅନ୍ୟ ଗ୍ରାମବାସୀମାନେ ଶ୍ରମଦାନ କରିବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଅର୍ଥ ସାହାଯ୍ୟ କରିଥିଲେ। ସରକାର ଗ୍ରାମର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ଏକ ଜ୍ୱଳନ୍ତ ଉଦାହରଣ ଭାବରେ ସାମ୍ନାକୁ ଆସିଛି, ଯେଉଁଠି ପ୍ରଶାସନର କର୍ଣ୍ଣପାତ ନକରି ଗ୍ରାମବାସୀ ନିଜର ସମସ୍ୟା ନିଜେ ସମାଧାନ କରିଛନ୍ତି।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମହାରାଜପାଲି ପଞ୍ଚାୟତ ଅନ୍ତର୍ଗତ MPV-81 ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ପ୍ରଶାସନର ବାରମ୍ବାର ଅବହେଳା ପରେ ଗ୍ରାମବାସୀ ନିଜେ ଏକ ପୋଲ ନିର୍ମାଣ କରିଛନ୍ତି। ଗାଁ ମଝିରେ ଏକ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଗାଁର ଦୁଇ ମୁଣ୍ଡରେ ଦୁଇଟି ପୋଲ ଥିଲେ ମଧ୍ୟ, ସେହି ପୋଲ ଦେଇ ବିଦ୍ୟାଳୟ, ଖେଳ ପଡିଆ, ଦୁର୍ଗା ମଣ୍ଡପ ଏବଂ
ଜନବସତିକୁ ଯିବାକୁ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକଙ୍କୁ ପ୍ରାୟ ଏକ କିଲୋମିଟର ବୁଲିବାକୁ ପଡୁଥିଲା, ଯାହା ବହୁ ଅସୁବିଧା ସୃଷ୍ଟି କରୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଗାଁ ମଝିରେ ଏକ ଛୋଟ ପୋଲ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗକୁ ବାରମ୍ବାର ଅଣଦେଖା କରାଯିବାରୁ ନିରାଶ ହୋଇ ଗାଁ ଲୋକେ ଶେଷରେ କେନାଲ ଉପରେ ନିଜେ ପୋଲ ତିଆରି କରିବାକୁ ନିଷ୍ପତ୍ତି
ନେଇଥିଲେ। ଏହି କାର୍ଯ୍ୟରେ ଗାଁର ଜଣେ ସ୍ୱେଛାସେବୀ ମଧୁ ବିଶ୍ୱାସ ପୋଲ ନିର୍ମାଣ ସାମଗ୍ରୀ ଏବଂ କିଛି ଅର୍ଥ ଦାନ କରିଥିଲେ। ଏହା ବ୍ୟତୀତ, ଅନ୍ୟ ଗ୍ରାମବାସୀମାନେ ଶ୍ରମଦାନ କରିବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଅର୍ଥ ସାହାଯ୍ୟ କରିଥିଲେ। ସରକାର ଗ୍ରାମର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ଏକ ଜ୍ୱଳନ୍ତ ଉଦାହରଣ ଭାବରେ ସାମ୍ନାକୁ ଆସିଛି, ଯେଉଁଠି ପ୍ରଶାସନର କର୍ଣ୍ଣପାତ ନକରି ଗ୍ରାମବାସୀ ନିଜର ସମସ୍ୟା ନିଜେ ସମାଧାନ କରିଛନ୍ତି।
- ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଅଞ୍ଚଳରେ ନିର୍ମାଣାଧୀନ ଅତ୍ୟାଧୁନିକ ଜିମ୍ ପ୍ରକଳ୍ପ କାର୍ଯ୍ୟ ଏବେ ଅଧାରେ ଅଟକି ରହିଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପ୍ରାୟ ଏକ ସପ୍ତାହ ଧରି ଜିମ୍ ନିର୍ମାଣ ଓ ସମ୍ପୂର୍ଣ୍ଣକରଣ କାମ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଏବଂ ପଞ୍ଚାୟତ ଜେ.ଇ.ଙ୍କ ବଦଳି ପରେ କାମରେ କୌଣସି ଅଗ୍ରଗତି ହୋଇପାରିନାହିଁ। ପୂର୍ବରୁ ଚାଉଳ ବଣ୍ଟନ କେନ୍ଦ୍ର ଭାବେ ବ୍ୟବହୃତ ହେଉଥିବା ଗୃହକୁ ମରାମତି କରି ଏକ ଆଧୁନିକ ଜିମ୍ ସେଣ୍ଟରରେ ପରିଣତ କରିବାକୁ ଯୋଜନା କରାଯାଇଥିଲା। ନିର୍ମାଣ କାର୍ଯ୍ୟର ଅଧିକାଂଶ ଭାଗ ଶେଷ ହୋଇଥିବା ବେଳେ ବିଦ୍ୟୁତ୍ ସଂଯୋଗ, ଆଭ୍ୟନ୍ତରୀଣ ବ୍ୟବସ୍ଥା, ଜିମ୍ ଉପକରଣ ଆଣିବା ଓ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାମ ଏପର୍ଯ୍ୟନ୍ତ ବାକି ରହିଛି। ଜିମ୍ ପ୍ରକଳ୍ପକୁ ନେଇ ଉତ୍ସାହିତ ଥିବା ଅଞ୍ଚଳର ଯୁବବର୍ଗ ପ୍ରତିଦିନ ସ୍ଥଳକୁ ଯାଇ କାମର ସ୍ଥିତି ପରଖୁଥିଲେ ମଧ୍ୟ ଗତ କିଛି ଦିନ ଧରି କୌଣସି ଅଗ୍ରଗତି ନ ହେବାରୁ ନିରାଶ ହୋଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଜିମ୍ଟି ଚାଲୁ ହେଲେ କେବଳ ଶାରୀରିକ ସୁସ୍ଥତା ନୁହେଁ, ଯୁବପିଢ଼ୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ କ୍ରୀଡ଼ାମନୋଭାବର ମଧ୍ୟ ବିକାଶ ହେବ। ଏମଭି-୭୯ ଏବଂ ତାଣ୍ଡାବାଇ ପଞ୍ଚାୟତର ଜନସାଧାରଣ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ, ପ୍ରକଳ୍ପଟିକୁ ଆଉ ଶିଥିଳ ନ ରଖି ଶୀଘ୍ର ବାକି କାମ ସମାପ୍ତ କରାଯାଉ। ସ୍ଥାନୀୟ ଯୁବମାନଙ୍କ ମତରେ, “ଦୀର୍ଘଦିନର ଦାବି ପରେ ଜିମ୍ ପ୍ରକଳ୍ପ ଆରମ୍ଭ ହୋଇଥିଲା। ବର୍ତ୍ତମାନ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାକୁ ଅଧାରେ ଛାଡ଼ି ଦିଆଯିବା ଠିକ୍ ନୁହେଁ। ପ୍ରଶାସନ ଶୀଘ୍ର ପଦକ୍ଷେପ ନେଇ ଜିମ୍ଟିକୁ ଲୋକାର୍ପଣ କରନ୍ତୁ, ଯାହାଦ୍ୱାରା ଯୁବପିଢ଼ୀଙ୍କ ଉତ୍ସାହ ବଜାୟ ରହିବ।” ଅଞ୍ଚଳରେ ଏକାଧିକ ଶିକ୍ଷାନୁଷ୍ଠାନ ଥିବାରୁ ଏହି ଜିମ୍ କେନ୍ଦ୍ର ଏମଭି-୭୯ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧାରେ ପରିଣତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ବ୍ଲକ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।3
- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମହାରାଜପାଲି ପଞ୍ଚାୟତ ଅନ୍ତର୍ଗତ MPV-81 ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ପ୍ରଶାସନର ବାରମ୍ବାର ଅବହେଳା ପରେ ଗ୍ରାମବାସୀ ନିଜେ ଏକ ପୋଲ ନିର୍ମାଣ କରିଛନ୍ତି। ଗାଁ ମଝିରେ ଏକ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଗାଁର ଦୁଇ ମୁଣ୍ଡରେ ଦୁଇଟି ପୋଲ ଥିଲେ ମଧ୍ୟ, ସେହି ପୋଲ ଦେଇ ବିଦ୍ୟାଳୟ, ଖେଳ ପଡିଆ, ଦୁର୍ଗା ମଣ୍ଡପ ଏବଂ ଜନବସତିକୁ ଯିବାକୁ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକଙ୍କୁ ପ୍ରାୟ ଏକ କିଲୋମିଟର ବୁଲିବାକୁ ପଡୁଥିଲା, ଯାହା ବହୁ ଅସୁବିଧା ସୃଷ୍ଟି କରୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଗାଁ ମଝିରେ ଏକ ଛୋଟ ପୋଲ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗକୁ ବାରମ୍ବାର ଅଣଦେଖା କରାଯିବାରୁ ନିରାଶ ହୋଇ ଗାଁ ଲୋକେ ଶେଷରେ କେନାଲ ଉପରେ ନିଜେ ପୋଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟରେ ଗାଁର ଜଣେ ସ୍ୱେଛାସେବୀ ମଧୁ ବିଶ୍ୱାସ ପୋଲ ନିର୍ମାଣ ସାମଗ୍ରୀ ଏବଂ କିଛି ଅର୍ଥ ଦାନ କରିଥିଲେ। ଏହା ବ୍ୟତୀତ, ଅନ୍ୟ ଗ୍ରାମବାସୀମାନେ ଶ୍ରମଦାନ କରିବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଅର୍ଥ ସାହାଯ୍ୟ କରିଥିଲେ। ସରକାର ଗ୍ରାମର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ଏକ ଜ୍ୱଳନ୍ତ ଉଦାହରଣ ଭାବରେ ସାମ୍ନାକୁ ଆସିଛି, ଯେଉଁଠି ପ୍ରଶାସନର କର୍ଣ୍ଣପାତ ନକରି ଗ୍ରାମବାସୀ ନିଜର ସମସ୍ୟା ନିଜେ ସମାଧାନ କରିଛନ୍ତି।3
- କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଏକତ୍ରିତ ହୋଇ ଘଟଣାକୁ ଦୃଢ଼ ବିରୋଧ କରାଯାଇଛି। ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର କହିବା ଅନୁଯାୟୀ, ଜଣେ ମହିଳା ସରପଞ୍ଚ, ଯିଏ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି, ତାଙ୍କୁ ଯେଉଁଭଳି ଭାବେ ହଇରାଣ ହରକତ ଓ ମାନସିକ ନିର୍ଯାତନା ଦିଆଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ଏହାଦ୍ୱାରା ଜଣେ ଜନପ୍ରତିନିଧିଙ୍କ ମାନ-ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି ବୋଲି ସଂଘ ଅଭିଯୋଗ କରିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହା ସହିତ ଯଦି କୌଣସି ବିଡିଓ କିମ୍ବା ଆଇଆଇସି (IIC) ଏହି ଘଟଣାରେ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି। ମାଲକାନଗିରି ଜିଲ୍ଲାର ସମସ୍ତ ସରପଞ୍ଚ ଏକ ସ୍ୱରରେ ଏହି ନିନ୍ଦନୀୟ ଘଟଣାର ପ୍ରତିବାଦ କରିଛନ୍ତି ଏବଂ ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।4
- ମାଲକାନଗିରି ଜିଲ୍ଲାରେ କଂଗ୍ରେସ ପକ୍ଷରୁ ସଡ଼କ ସୁରକ୍ଷା ଏବଂ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ରାସ୍ତା କଡ଼ରେ ଥିବା ସମସ୍ତ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜୋରଦାର ଦାବି କରାଯାଇଛି। କଂଗ୍ରେସର ଏହି ପଦକ୍ଷେପ ମାଧ୍ୟମରେ ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ସମୁଦାୟ ସ୍ୱାର୍ଥକୁ ଆଗକୁ ଆଣିବାକୁ ଚେଷ୍ଟା କରାଯାଇଛି, ଯାହା ଏକ ପ୍ରମୁଖ ନାଗରିକ ପ୍ରସଙ୍ଗ ଭାବରେ ଉଭା ହୋଇଛି।1
- ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।1
- ଜୟପୁର ଭିଜିଲାନ୍ସ କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AEE) ସତ୍ୟ ନାରାୟଣ ସେଠୀଙ୍କ ସମସ୍ତ ଗୁପ୍ତ ତଥ୍ୟ ଖୋଲି ଦେଇଛି। ଭିଜିଲାନ୍ସର ଛାନଭିନ ପରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି 'କୁବେର ବାବୁ'ଙ୍କର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି।1
- ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ଦାବିରେ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପ୍ରତିବାଦ ସମୟରେ, ସଂଘ ପକ୍ଷରୁ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି।1
- ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।1