କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ କଲିକତାରୁ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମରେ ଯୋଡ଼ିହେଲେ ମୁଖ୍ୟମନ୍ତ୍ରୀ ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଖୋଲିବ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର - ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ, ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ — ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୨୧ ଜୁନ୍ ୨୦୨୬ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଯୋଗ ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ "Yoga for Healthy Ageing" ବା "ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ"। ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖାଦେଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ଆହ୍ୱାନ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣର ସହଜ ସମାଧାନ ଯୋଗ ଏବଂ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିପରି ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ ରୁ ୩୦ ମିନିଟ୍ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏବଂ ପ୍ରାଚୀନ ଚିକିତ୍ସା ପଦ୍ଧତିର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣିର ବିଂଝଗିରିଠାରେ ୨୦ ଏକର ପରିମିତ ଅଞ୍ଚଳରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଥିବା ବେଳେ, ରାଇରଙ୍ଗପୁରଠାରେ କେନ୍ଦ୍ରୀୟ ଆୟୁର୍ବେଦିକ ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କଲିକତାରୁ ପ୍ରସାରିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଲାଇଭ୍ (Live) ଯୋଗ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ମୁଖ୍ୟମନ୍ତ୍ରୀ ନିଜେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ଯୋଗ ପ୍ରେମୀମାନଙ୍କ ଗହଣରେ ବସି ସାମୂହିକ ଭାବେ ପ୍ରତ୍ୟକ୍ଷ ଯୋଗାଭ୍ୟାସ କରିଥିଲେ । ଯୋଗ ମହୋତ୍ସବ ସମିତି ତରଫରୁ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଆଲୋକ ଦାସ ଏବଂ ସତ୍ୟ ଶୋଭନ ମିଶ୍ର ପରିଚାଳନା କରୁଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଭୂପିନ୍ଦର ସିଂ ପୁନିଆ ଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍, ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

- ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ପିପଲପଦର ଗ୍ରାମକୁ ସ୍ଥାନାନ୍ତରିତ ହୋଇଥିବା ନୂତନ ଚିକିତ୍ସାଳୟର ତିନି ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଏହି କର୍ମଚାରୀମାନେ ପରାସରା ଗ୍ରାମର କୁମୁଦ ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଠାରୁ ୧୪୦୦ ଟଙ୍କା ନେଇ ସରକାରୀ ସାଲାଇନ ଓ ଔଷଧ ବିକ୍ରି କରିଥିଲେ। ଫଳରେ ରୋଗୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁମୁଦ ବଗର୍ତ୍ତି କିଡନୀ ଜନିତ ରୋଗରେ ପୀଡ଼ିତ ଥିବାବେଳେ ସେ ରାୟପୁରରୁ ଫେରି ତାଙ୍କ ସ୍ତ୍ରୀଙ୍କ ସହ ଏହି ଡାକ୍ତରଖାନାକୁ ଆସିଥିଲେ। ସରକାରୀ ଭାବେ ତାଙ୍କୁ ଭର୍ତ୍ତି କରିବା ପରିବର୍ତ୍ତେ, ତିନି କର୍ମଚାରୀ ତାଙ୍କୁ କିଛି ସାଲାଇନ ଓ ଇଞ୍ଜେକ୍ସନ ଦେଇ ୧୪୦୦ ଟଙ୍କା ଠକେଇ କରି ତାଙ୍କ ଘରକୁ ପଠାଇ ଦେଇଥିଲେ। ଘରେ ସାଲାଇନ ଓ ଇଞ୍ଜେକ୍ସନ ନେବା ପରେ କୁମୁଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହା ପରେ ତାଙ୍କୁ ଏକ ଗାଡ଼ି ଭଡ଼ା କରି ବଲାଙ୍ଗୀରକୁ ନିଆଯାଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତୁରନ୍ତ ତଦନ୍ତ କରି ବିଭାଗୀୟ ମୁଖ୍ୟ ଆବଶ୍ୟକୀୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।4
- ମୟୂର କେବଳ ବର୍ଷା ସମୟରେ ହିଁ କାହିଁକି ନୃତ୍ୟ ପ୍ରଦର୍ଶନ କରେ ଏବଂ ଅନ୍ୟ ସମୟରେ କାହିଁକି ନାଚେ ନାହିଁ, ଏହି ପ୍ରଶ୍ନ ଅନେକଙ୍କ ମନରେ ସୃଷ୍ଟି ହୋଇଥାଏ। ଏହି ଆଶ୍ଚର୍ଯ୍ୟଜନକ କାରଣ ସମ୍ପର୍କରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ଚକିତ ହୋଇଯିବେ।1
- ଆସନ୍ତା ବର୍ଷା ଋତୁ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ମିଳିତ ଆୟୋଜନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ (TTEX)-୨୦୨୬ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ତଥା ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଟେବୁଲ ଟପ୍ ଏକ୍ସରସାଇଜର ଉଦ୍ଦେଶ୍ୟ, କଳ୍ପିତ ବିପର୍ଯ୍ୟୟ ପରିସ୍ଥିତି ଓ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଦୁର୍ଯ୍ୟୋଗ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ପରିଚାଳନା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ରାଜସ୍ୱ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳସମ୍ପଦ, ପରିବହନ, ପଞ୍ଚାୟତିରାଜ, କୃଷି, ପଶୁସମ୍ପଦ, ବନ, ଶିକ୍ଷା, ରେଳବାଇ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ତଥା DMTC, ROTIର ପ୍ରଶିକ୍ଷକ ଅରୁଣ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମତାମତ ଓ ପରାମର୍ଶ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କ ଠାରୁ ମଧ୍ୟ ସୁପାରିଶ ଓ ମତାମତ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ, ତ୍ୱରିତ ସୂଚନା ଆଦାନ-ପ୍ରଦାନ ଏବଂ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭ୍ୟାସ ଜରିଆରେ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା କ୍ଷମତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାସିରା ଅଞ୍ଚଳରେ ପ୍ରବଳ ବର୍ଷା ସହ ଘିଡ଼ି ଘିଡ଼ି ଅନୁଭୂତ ହୋଇଛି।1
- ଆଜି କୋଇଲା ମନ୍ତ୍ରୀ ଆମୋନିଆ ନାଇଟ୍ରେଡ଼ ପ୍ଲାଣ୍ଟ ନିର୍ମାଣ ପାଇଁ ଆସୁଛନ୍ତି। ତାଙ୍କର ଏହି ଗୋଟିଏ ଦିନର ଗସ୍ତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ସରକାରଙ୍କ ଉପରେ ଏହି ବ୍ୟୟବହୁଳତା ପାଇଁ ସିଧାସଳଖ ଆଙ୍ଗୁଳି ଉଠାଯାଇଛି।1
- ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଖଜୁରିଆକଟାସ୍ଥିତ ବହୁବର ପଡ଼ିଆଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ରାଣୀ ଲକ୍ଷ୍ମୀବାଈ ପ୍ରଭାତ ଶାଖା, ଖଜୁରିଆକଟା ଏବଂ ଯୋଗ ମହୋତ୍ସବ ସମିତି, ହିନ୍ଦୋଳର ମିଳିତ ଆନୁକୂଲ୍ୟରେ ଯୋଗଗୁରୁ ପ୍ରଦୀପ କୁମାର ଦାସଙ୍କ ସହଯୋଗରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଯୋଗ ଶିବିରରେ ରାଣୀ ଲକ୍ଷ୍ମୀବାଈ ପ୍ରଭାତ ଶାଖା, ଖଜୁରିଆକଟାର କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ଜେନାମାଣି, ରତିକାନ୍ତ ଗଡ଼ନାୟକ, ବିମଳ କୁମାର ପ୍ରଧାନ, ପ୍ରହଲ୍ଲାଦ ସାହୁ, ଜନମଙ୍ଗଳ ରାସୋଳ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ, ଶାଖା କାର୍ଯ୍ୟାବହ ଅକ୍ଷୟ କୁମାର ପାଳ, ଶାଖାର ମୁଖ୍ୟ ଶିକ୍ଷକ ମାନସ ମହାରଣା, ଶାଖା ଗଣ ଶିକ୍ଷକ ନଗେନ୍ଦ୍ର ନାୟକ, ଶାଖା ବ୍ୟବସ୍ଥା ପ୍ରମୁଖ କୈଳାଶ ଚନ୍ଦ୍ର ସାହୁ ଏବଂ ମନୋଜ ପ୍ରଧାନ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଏହି ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ। ଶାଖାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ହିନ୍ଦୋଳର ବହୁ ମାନ୍ୟଗଣ୍ୟ ସମାଜସେବୀମାନେ ଯୋଗ ପ୍ରଶିକ୍ଷଣ ନେଇଥିଲେ। ସେମାନେ ଆଗାମୀ ଦିନରେ ହିନ୍ଦୋଳର ଜନସାଧାରଣ କିପରି ସୁସ୍ଥ ରହିବେ ସେଥିପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ସ୍ୱଳ୍ପ ଆହାରରେ ଗଜା ମୁଗ, ବୁଟ, ବାଦାମ, କାକୁଡ଼ିର ଏକ ସାଲାଡ଼ ଓ ORSର ବ୍ୟବସ୍ଥା କରାଯାଇଥିଲା।1