Shuru
Apke Nagar Ki App…
ପୂର୍ବ ଓଡ଼ିଶାର ପ୍ରସିଦ୍ଧ ରଜ ତିହାର ଭଳି ପଶ୍ଚିମ ଓଡ଼ିଶାରେ 'ଭେଲ' ନାମକ ଏକ ଉତ୍ସବ ପାଳନ କରାଯାଇଛି। ଏହି ବିଶେଷ ଉତ୍ସବ ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଖଇରଭାଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖଇରଭାଡ଼ି ଗ୍ରାମରେ ପ୍ରବଳ ଜନସମାଗମ ସହ ଉତ୍ସବର ମାହୋଲ ଜମିଥିଲା।
Hareram karuan
ପୂର୍ବ ଓଡ଼ିଶାର ପ୍ରସିଦ୍ଧ ରଜ ତିହାର ଭଳି ପଶ୍ଚିମ ଓଡ଼ିଶାରେ 'ଭେଲ' ନାମକ ଏକ ଉତ୍ସବ ପାଳନ କରାଯାଇଛି। ଏହି ବିଶେଷ ଉତ୍ସବ ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଖଇରଭାଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖଇରଭାଡ଼ି ଗ୍ରାମରେ ପ୍ରବଳ ଜନସମାଗମ ସହ ଉତ୍ସବର ମାହୋଲ ଜମିଥିଲା।
More news from Odisha and nearby areas
- ନୂଆପଡା ଜିଲ୍ଲାର ସିନାପାଲି ବ୍ଳକ ଅଞ୍ଚଳରେ ଏକ ପାଞ୍ଚ ବର୍ଷର ସମ୍ପର୍କକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଘଟଣାରେ ପ୍ରେମ, ପ୍ରତିଶ୍ରୁତି ଏବଂ ପ୍ରତାରଣା ଭଳି ସଙ୍ଗୀନ ଅଭିଯୋଗ ଉଠିଛି।1
- ବର୍ତ୍ତମାନ ଗୋଟିକ ପରେ ଗୋଟିଏ ବିଜେପି ବିଧାୟକଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫାଙ୍କା ଗୁଳିଚାଳନା କରି ଚର୍ଚ୍ଚାକୁ ଆସି ଅଡୁଆରେ ପଡ଼ିଥିବା ବେଳେ, ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ଆଦିବାସୀମାନଙ୍କୁ 'ଦୂଷିତ' ବୋଲି କହିଥିଲେ, ଯାହାକୁ ନେଇ ସଂଘ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ଥାନା ସମ୍ମୁଖରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ ଯଦି ତାଙ୍କୁ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଏକ ଭୟଙ୍କର ଆନ୍ଦୋଳନ କରାଯିବ। ଏହି ମାମଲା ରୁଜୁ କରିବା ଏବଂ ବିରୋଧ ପ୍ରଦର୍ଶନ ସମୟରେ ଟିଟିଲାଗଡ଼ ବ୍ଲକ୍ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଉପଦେଷ୍ଟା ଦେବ ସିଂ ମାଝୀ, ଉପସଭାପତି ଶତ୍ରୁଘ୍ନ ମାଝୀ ଓ ନିତ୍ୟାନନ୍ଦ ମାଝୀ, ସମ୍ପାଦକ ସୁନୀଲ ମାଝୀ, ପୃଥ୍ୱୀରାଜ ମାଝୀ, ଜଗଦିଶ ମାଝୀ, ଶଙ୍କର ମାଝୀ, ଭୁବନେଶ୍ୱର ପାତ୍ରଙ୍କ ସମେତ ଆଦିବାସୀ କଲ୍ୟାଣ ସଂଘର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।3
- ସୁବର୍ଣ୍ଣପୁର ଜିଲ୍ଲାର କର୍ଲାଯୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ ଡମ୍ବରୁଧର ଦୀପ କାର୍ଯ୍ୟ କରୁଛନ୍ତି।1
- ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରୁ ଓପିଏସସିରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଜଣ ଓପିଏସସି ଉତ୍ତୀର୍ଣ୍ଣଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ଓ ସମ୍ପାଦକ ଅକ୍ଷୟ କୁମାର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଓପିଏସସିରେ ୪ର୍ଥ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା କନକ ଜୈନ ଏବଂ ୧୧୩ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସଂଗୀତା ସେଠୀଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କେସିଙ୍ଗା ବିଡିଓ ଉଭୟଙ୍କୁ ଆଗାମୀ ଦିନରେ ଭଲ ଭାବରେ କାମ କରିବା ସହ ଗରିବଙ୍କ ପ୍ରତି ଦୟାନୁଭାବ ରଖି ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ଗରିବଙ୍କ ସମସ୍ୟା ଦୂର କରିବାକୁ ଉଦ୍ବୋଧନ ଦେଇଥିଲେ। ପ୍ରତିକ୍ରିୟାରେ, କନକ ଜୈନ ଓ ସଂଗୀତା ସେଠୀ ଉପସ୍ଥିତ ଅନୁଷ୍ଠାନର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ଜୁହାର କରି ନିଜସ୍ୱ ମତ ବ୍ୟକ୍ତ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ପଠାଯାଉଥିବା ସତ୍ତ୍ୱେ ଏହି ଅଞ୍ଚଳର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।1
- ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ହିମାଦ୍ରି ନଗରରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରମ୍ପରା ଅନୁଯାୟୀ, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପକ୍ଷରୁ ଦୁଇଜଣ ପଣ୍ଡିତ ମଣିଷଙ୍କ ରୀତିନୀତି ଅନୁସାରେ କଥା କଟାକୁଟି କରି ଶିବଙ୍କୁ ବର ରୂପେ ମନୋନୟନ କରିଥିଲେ।1
- ପୂର୍ବ ଓଡ଼ିଶାର ପ୍ରସିଦ୍ଧ ରଜ ତିହାର ଭଳି ପଶ୍ଚିମ ଓଡ଼ିଶାରେ 'ଭେଲ' ନାମକ ଏକ ଉତ୍ସବ ପାଳନ କରାଯାଇଛି। ଏହି ବିଶେଷ ଉତ୍ସବ ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଖଇରଭାଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖଇରଭାଡ଼ି ଗ୍ରାମରେ ପ୍ରବଳ ଜନସମାଗମ ସହ ଉତ୍ସବର ମାହୋଲ ଜମିଥିଲା।1
- କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢ଼େପଗୁଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡି ଭିତରେ ଚାପିହୋଇ ଟ୍ୟାଙ୍କରର ଚାଳକଙ୍କ ମୃତ୍ୟୁ ଘଟିଛି।1