୨୦ ଜୁନ ୨୦୨୬ ରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶର ୯.୪୪ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮,୮୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପଠାଯାଇଛି। ଏଥିରୁ ଓଡ଼ିଶାର ୩୪.୬୪ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ୬୯୨.୮୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପାଇଛନ୍ତି। ପିଏମ୍ କିଷାନ ଯୋଜନା ଦେଶର ଏକ ପ୍ରମୁଖ କୃଷକ କଲ୍ୟାଣକାରୀ ଯୋଜନା, ଯେଉଁଥିରେ ସମସ୍ତ ଯୋଗ୍ୟ କୃଷକଙ୍କୁ ବାର୍ଷିକ ୬,୦୦୦ ଟଙ୍କା ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ। ଏହି ଆର୍ଥିକ ସହାୟତାକୁ ଚାଷୀମାନେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ ଚାଷ ଉପକରଣ କିଣିବା ପାଇଁ ବ୍ୟବହାର କରିପାରିବେ। ଅନ୍ନଦାତାଙ୍କ ସମ୍ମାନାର୍ଥେ ଏହି ଦିବସକୁ ସାରା ଦେଶ ଓ ରାଜ୍ୟରେ 'ରାଷ୍ଟ୍ରୀୟ କୃଷକ ଉତ୍ସବ ଦିବସ' ରୂପେ ପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓଡ଼ିଶାର ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ ଉତ୍ସବ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ମହତାବ ଭବନ ଟାଉନ ହଲ ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଚାଷୀ ଭାଇଭଉଣୀମାନଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ରବି ଋତୁରେ ମଧ୍ୟ ସରକାର ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରୁଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟର ଚାଷୀମାନେ ବିଭିନ୍ନ ଫଳ ଓ ପନିପରିବା ଚାଷ କରି ବିଦେଶକୁ ରପ୍ତାନି କରି ଭଲ ରୋଜଗାର କରିପାରିଛନ୍ତି, ଯାହା 'ଚାଷୀ ହସିଲେ ଦେଶ ହସିବ' ଉକ୍ତିକୁ ସତ ପ୍ରମାଣିତ କରିଛି। ଶ୍ରୀ ସିଂହଦେଓ ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ସ୍ୱଳ୍ପ ଅବଧି ଯୁକ୍ତ ଫସଲ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଫସଲ ଉତ୍ପାଦନକୁ ପ୍ରଭାବିତ କରିବ ନାହିଁ। ସେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଆହ୍ୱାନ ଅନୁଯାୟୀ ରାଜ୍ୟରେ ଡାଲି ଓ ତୈଳ ଜାତୀୟ ଫସଲ ଅଧିକ ପରିମାଣରେ କରିବାକୁ ପରାମର୍ଶ ଦେବା ସହ ଏହାକୁ ଏମଏସପି ଦରରେ ସଂଗ୍ରହ କରି ଓଡ଼ିଶାକୁ ଡାଲି ଓ ତେଲରେ ଆତ୍ମନିର୍ଭର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଅଭିଭାଷଣରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ପଞ୍ଜିକରଣ କରି ଲାଭ ଉଠାଇବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ଉପସ୍ଥିତ ରହି ଚାଷୀମାନଙ୍କୁ ପିଏମ୍ କିଷାନ ଯୋଜନା ସମ୍ପର୍କରେ ଉପଦେଶ ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର, ଜାତୀୟ କୃଷି ଅନୁଷ୍ଠାନ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରୀୟ କୃଷି ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥିଲା।
୨୦ ଜୁନ ୨୦୨୬ ରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶର ୯.୪୪ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮,୮୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପଠାଯାଇଛି। ଏଥିରୁ ଓଡ଼ିଶାର ୩୪.୬୪ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ୬୯୨.୮୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପାଇଛନ୍ତି। ପିଏମ୍ କିଷାନ ଯୋଜନା ଦେଶର ଏକ ପ୍ରମୁଖ କୃଷକ କଲ୍ୟାଣକାରୀ ଯୋଜନା, ଯେଉଁଥିରେ ସମସ୍ତ ଯୋଗ୍ୟ କୃଷକଙ୍କୁ ବାର୍ଷିକ ୬,୦୦୦ ଟଙ୍କା ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ। ଏହି ଆର୍ଥିକ ସହାୟତାକୁ ଚାଷୀମାନେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ
ଚାଷ ଉପକରଣ କିଣିବା ପାଇଁ ବ୍ୟବହାର କରିପାରିବେ। ଅନ୍ନଦାତାଙ୍କ ସମ୍ମାନାର୍ଥେ ଏହି ଦିବସକୁ ସାରା ଦେଶ ଓ ରାଜ୍ୟରେ 'ରାଷ୍ଟ୍ରୀୟ କୃଷକ ଉତ୍ସବ ଦିବସ' ରୂପେ ପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓଡ଼ିଶାର ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ ଉତ୍ସବ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ମହତାବ ଭବନ ଟାଉନ ହଲ ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଚାଷୀ ଭାଇଭଉଣୀମାନଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ରବି ଋତୁରେ ମଧ୍ୟ ସରକାର ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ
ସଂଗ୍ରହ କରୁଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟର ଚାଷୀମାନେ ବିଭିନ୍ନ ଫଳ ଓ ପନିପରିବା ଚାଷ କରି ବିଦେଶକୁ ରପ୍ତାନି କରି ଭଲ ରୋଜଗାର କରିପାରିଛନ୍ତି, ଯାହା 'ଚାଷୀ ହସିଲେ ଦେଶ ହସିବ' ଉକ୍ତିକୁ ସତ ପ୍ରମାଣିତ କରିଛି। ଶ୍ରୀ ସିଂହଦେଓ ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ସ୍ୱଳ୍ପ ଅବଧି ଯୁକ୍ତ ଫସଲ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଫସଲ ଉତ୍ପାଦନକୁ ପ୍ରଭାବିତ କରିବ ନାହିଁ। ସେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଆହ୍ୱାନ ଅନୁଯାୟୀ ରାଜ୍ୟରେ ଡାଲି ଓ ତୈଳ ଜାତୀୟ ଫସଲ ଅଧିକ ପରିମାଣରେ କରିବାକୁ ପରାମର୍ଶ ଦେବା ସହ ଏହାକୁ ଏମଏସପି ଦରରେ ସଂଗ୍ରହ କରି ଓଡ଼ିଶାକୁ ଡାଲି ଓ ତେଲରେ ଆତ୍ମନିର୍ଭର କରିବାକୁ
ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଅଭିଭାଷଣରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ପଞ୍ଜିକରଣ କରି ଲାଭ ଉଠାଇବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ଉପସ୍ଥିତ ରହି ଚାଷୀମାନଙ୍କୁ ପିଏମ୍ କିଷାନ ଯୋଜନା ସମ୍ପର୍କରେ ଉପଦେଶ ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର, ଜାତୀୟ କୃଷି ଅନୁଷ୍ଠାନ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରୀୟ କୃଷି ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥିଲା।
- ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଦିନ ଦ୍ୱିପହରରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଅମର୍ଦା ଏୟାର ଷ୍ଟ୍ରିପ୍ ଅଞ୍ଚଳରେ ଏକ ଏକାକୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି, ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅମର୍ଦା ଏୟାର ଷ୍ଟ୍ରିପ୍ ପରି ଏକ ଖୋଲା ଅଞ୍ଚଳରେ ଦିନ ଦ୍ୱିପହରରେ ଏହି ଦନ୍ତା ପ୍ରବେଶ କରି ବୁଲାବୁଲି କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ଯୁବକ ଦୂରରୁ ପାଟି କରି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଗତ କିଛି ମାସ ହେବ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି, ଯେଉଁଥିରେ ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ତେବେ ଏବେ ଦିନବେଳା ବି ଏକାକୀ ଦନ୍ତା ଲୋକାଲୟକୁ ପଶୁଥିବାରୁ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।1
- ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସିମୁଳିଆ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ପରିସରରେ ଦୁଇ ବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବ୍ଲକ୍ ଅଧକ୍ଷ ବାବାଜୀ ମଳିକ, ବିଡିଓ ସୁନୀଲ ଟୁଡୁ, ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର ଏବଂ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହରିଜନ, ଅଧିବାସୀ ଓ ସଂଖ୍ୟାଲଘୁ ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।1
- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମଦିନ ଅବସରରେ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରିଥିଲେ। ନିଜ ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରପତି ପିଲାମାନଙ୍କ ସହ ଅତ୍ୟନ୍ତ ଆତ୍ମୀୟ ମୁହୂର୍ତ୍ତ ବିତାଇଥିଲେ। ଜନ୍ମଦିନ ଅବସରରେ ପିଲାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସେ ସେମାନଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ। ରାଷ୍ଟ୍ରପତିଙ୍କର ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିବାର ଏହି ଦୃଶ୍ୟ ସମସ୍ତଙ୍କ ମନ ଜିତି ନେଇଥିଲା। ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜର ପାହାଡ଼ପୁର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ପିଲାମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।1
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 20, 2026 ରେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁ ଗସ୍ତ କରିଛନ୍ତି। ସକାଳ 11:15 ରୁ ଆରମ୍ଭ ହୋଇଥିବା ଏହି ଗସ୍ତ ସମୟରେ ଉଭୟ ନେତା ଆଧ୍ୟାତ୍ମିକ ପୀଠ ଦର୍ଶନ କରିବା ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ପାହାଡ଼ପୁର ଗାଁକୁ ପାରମ୍ପରିକ ରଙ୍ଗରେ ସଜାଯାଇଥିଲା ଏବଂ ଉଭୟ ନେତାଙ୍କ ଆଦିବାସୀ ଗାଁରେ ଏକାଠି ଚାଲିବା ଏକ ବିରଳ ମୁହୂର୍ତ୍ତ ବୋଲି କୁହାଯାଉଛି। ନେତାଦ୍ୱୟ ପ୍ରଥମେ ଗୋସାଣୀ ପୀଠରେ ପୂଜାର୍ଚନା କରିଥିଲେ, ଯାହାକି ସାନ୍ତାଳୀ ସମ୍ପ୍ରଦାୟର ଗ୍ରାମ ଦେବତା, ପୂର୍ବପୁରୁଷଙ୍କ ଆତ୍ମା ଓ ଆଧ୍ୟାତ୍ମିକ ରକ୍ଷକଙ୍କ ବାସସ୍ଥଳୀ। ଏଠାରେ ପାରମ୍ପରିକ ସାନ୍ତାଳୀ ପୋଷାକ ପିନ୍ଧିବା ପରମ୍ପରା ଥିବାରୁ ସୁରକ୍ଷା କର୍ମୀମାନେ ମଧ୍ୟ ପୂଜା ପୂର୍ବରୁ ସାନ୍ତାଳୀ କପଡା ପିନ୍ଧିଥିଲେ। ଏହାପରେ ସେମାନେ ସାନ୍ତାଳ ଓ ହୋ ଆଦିବାସୀ ସମ୍ପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପବିତ୍ର ବନରେ ପ୍ରାର୍ଥନା କରିଥିଲେ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ, ଉଭୟ ପାହାଡ଼ପୁରର ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ SLS ମେମୋରିଆଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ, ଯେଉଁମାନେ ଉଭୟ ନେତାଙ୍କୁ ସ୍ୱାଗତ କରିବାକୁ ଉତ୍ସାହରେ ଭରପୂର ଥିଲେ। ଏହି ଗସ୍ତର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଦକ୍ଷତା ବିକାଶକୁ ମଜବୁତ କରିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱର୍ଗତ ସ୍ୱାମୀ ଓ ପୁଅମାନଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜୁନ୍ 20 ତାରିଖ ରାଷ୍ଟ୍ରପତି ମୁର୍ମୁଙ୍କ 68ତମ ଜନ୍ମଦିନ ମଧ୍ୟ ଥିଲା। ପାହାଡ଼ପୁର ଗସ୍ତ ପରେ, ଉଭୟ ନେତା ଅପରାହ୍ନ 1:00 ରେ ରାଇରଙ୍ଗପୁରରେ ଆୟୋଜିତ ମହାସମାବେଶରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଉଦ୍ଦିଷ୍ଟ। ଏହାର ବିଷୟବସ୍ତୁ ହେଉଛି "ବିକାଶ ର ଧାରା, ଓଡ଼ିଶା ସାରା"। ଏହି ସମାବେଶରେ ଶକ୍ତି, ରାସ୍ତା, ସ୍ୱାସ୍ଥ୍ୟ, ଜଳସେଚନ ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ₹47,600 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ। ମୁଖ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ 600 MW Upper Indravati Pumped Storage, IB Thermal Stage-II ଏବଂ ₹25,016 କୋଟିର Coal Gasification ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଏହି 50,000 ରୁ ଅଧିକ ଜନସମାବେଶକୁ ସମ୍ବୋଧନ କରିବେ। ଗସ୍ତ ସମୟରେ, ପାହାଡ଼ପୁର ଗାଁ "ପାରମ୍ପରିକ ରଙ୍ଗରେ ସଜ୍ଜିତ" ହୋଇଥିଲା, ଯେଉଁଥିରେ ଘର କାନ୍ଥରେ ଫୁଲ ଓ ପ୍ରକୃତି ଚିତ୍ର ସହ ସାନ୍ତାଳ କଳା ଶୋଭା ପାଉଥିଲା। ଗସ୍ତ ପାଇଁ 120 ପ୍ଲାଟୁନ୍ ଫୋର୍ସ ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ପାହାଡ଼ପୁରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।1
- ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି କଂଗ୍ରେସ ପକ୍ଷରୁ ଆଖିରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ରାଜଧାନୀରେ କଂଗ୍ରେସ ଏହି ପ୍ରତିବାଦ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରି ଗର୍ଜନ କରିଛି।1
- ଏକ ଅମାନୁଷିକ କାର୍ଯ୍ୟରେ ଜଣଙ୍କୁ ଉଲଗ୍ନ କରି ନିବସ୍ତ୍ର କରାଯାଇଛି ଏବଂ ଚୁଟି ଭିଡାଯାଇଛି। ଏଥିରେ ସମ୍ପୃକ୍ତ ଲୋକମାନେ ମାଆ-ଉଉଣୀଙ୍କ ସମ୍ମାନ ଏବଂ ସମସ୍ତ ଲଜ୍ଜାକୁ ଭୁଲିଯାଇ ମାନବିକତାକୁ ମୋଡିମକଚି ଦେଇଛନ୍ତି। ପୀଡ଼ିତ ବ୍ୟକ୍ତି ଜଣକ ନିଜ ଦେହ ଲୁଚାଇବା ପାଇଁ ଖଣ୍ଡେ କନା ଖୋଜି ହାତ ଯୋଡି ନେହୁରା ହେଉଥିଲେ ମଧ୍ୟ, ଏହି ଲୋକମାନେ ତାଙ୍କ ପ୍ରତି ଏଭଳି ବ୍ୟବହାର କରିଛନ୍ତି। ଏଭଳି ଘଟଣା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯେ 'ଏସବୁ କଣ ହେଉଛି'।1