Shuru
Apke Nagar Ki App…
ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଦିନ ଦ୍ୱିପହରରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଅମର୍ଦା ଏୟାର ଷ୍ଟ୍ରିପ୍ ଅଞ୍ଚଳରେ ଏକ ଏକାକୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି, ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅମର୍ଦା ଏୟାର ଷ୍ଟ୍ରିପ୍ ପରି ଏକ ଖୋଲା ଅଞ୍ଚଳରେ ଦିନ ଦ୍ୱିପହରରେ ଏହି ଦନ୍ତା ପ୍ରବେଶ କରି ବୁଲାବୁଲି କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ଯୁବକ ଦୂରରୁ ପାଟି କରି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଗତ କିଛି ମାସ ହେବ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି, ଯେଉଁଥିରେ ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ତେବେ ଏବେ ଦିନବେଳା ବି ଏକାକୀ ଦନ୍ତା ଲୋକାଲୟକୁ ପଶୁଥିବାରୁ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।
JAYANTA DHADA
ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଦିନ ଦ୍ୱିପହରରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଅମର୍ଦା ଏୟାର ଷ୍ଟ୍ରିପ୍ ଅଞ୍ଚଳରେ ଏକ ଏକାକୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି, ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅମର୍ଦା ଏୟାର ଷ୍ଟ୍ରିପ୍ ପରି ଏକ ଖୋଲା ଅଞ୍ଚଳରେ ଦିନ ଦ୍ୱିପହରରେ ଏହି ଦନ୍ତା ପ୍ରବେଶ କରି ବୁଲାବୁଲି କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ଯୁବକ ଦୂରରୁ ପାଟି କରି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଗତ କିଛି ମାସ ହେବ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି, ଯେଉଁଥିରେ ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ତେବେ ଏବେ ଦିନବେଳା ବି ଏକାକୀ ଦନ୍ତା ଲୋକାଲୟକୁ ପଶୁଥିବାରୁ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।
More news from ଓଡ଼ିଶା and nearby areas
- ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଦିନ ଦ୍ୱିପହରରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଅମର୍ଦା ଏୟାର ଷ୍ଟ୍ରିପ୍ ଅଞ୍ଚଳରେ ଏକ ଏକାକୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି, ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅମର୍ଦା ଏୟାର ଷ୍ଟ୍ରିପ୍ ପରି ଏକ ଖୋଲା ଅଞ୍ଚଳରେ ଦିନ ଦ୍ୱିପହରରେ ଏହି ଦନ୍ତା ପ୍ରବେଶ କରି ବୁଲାବୁଲି କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ଯୁବକ ଦୂରରୁ ପାଟି କରି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଗତ କିଛି ମାସ ହେବ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି, ଯେଉଁଥିରେ ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ତେବେ ଏବେ ଦିନବେଳା ବି ଏକାକୀ ଦନ୍ତା ଲୋକାଲୟକୁ ପଶୁଥିବାରୁ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସିମୁଳିଆ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ପରିସରରେ ଦୁଇ ବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବ୍ଲକ୍ ଅଧକ୍ଷ ବାବାଜୀ ମଳିକ, ବିଡିଓ ସୁନୀଲ ଟୁଡୁ, ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର ଏବଂ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହରିଜନ, ଅଧିବାସୀ ଓ ସଂଖ୍ୟାଲଘୁ ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।1
- ବାରିପଦା କୁଳିଅଣା ଥାନା ଅନ୍ତର୍ଗତ କାମତା ଗାଁର ଦୀପକ କୁମାର ବାରିକ ଥାନା ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପିଆରଏମ୍ ମେଡିକାଲକୁ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ, ଦୀପକ ଏକ ଲିଜ୍ କାର୍ ଆଣିଥିଲେ, ଯାହା ଚୋରି ହୋଇଯିବା ପରେ ସେ ଗଭୀର ମାନସିକ ଅବସାଦରେ ଥିଲେ। ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଲିଜ୍ କାର୍ ଚୋରି ମାମଲାରେ ପୋଲିସଠାରୁ ନ୍ୟାୟ ନ ମିଳିବାରୁ ଦୀପକ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ ଏବଂ ଏହି କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।1
- ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।1
- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମଦିନ ଅବସରରେ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରିଥିଲେ। ନିଜ ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରପତି ପିଲାମାନଙ୍କ ସହ ଅତ୍ୟନ୍ତ ଆତ୍ମୀୟ ମୁହୂର୍ତ୍ତ ବିତାଇଥିଲେ। ଜନ୍ମଦିନ ଅବସରରେ ପିଲାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସେ ସେମାନଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ। ରାଷ୍ଟ୍ରପତିଙ୍କର ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିବାର ଏହି ଦୃଶ୍ୟ ସମସ୍ତଙ୍କ ମନ ଜିତି ନେଇଥିଲା। ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜର ପାହାଡ଼ପୁର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ପିଲାମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।1
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 20, 2026 ରେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁ ଗସ୍ତ କରିଛନ୍ତି। ସକାଳ 11:15 ରୁ ଆରମ୍ଭ ହୋଇଥିବା ଏହି ଗସ୍ତ ସମୟରେ ଉଭୟ ନେତା ଆଧ୍ୟାତ୍ମିକ ପୀଠ ଦର୍ଶନ କରିବା ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ପାହାଡ଼ପୁର ଗାଁକୁ ପାରମ୍ପରିକ ରଙ୍ଗରେ ସଜାଯାଇଥିଲା ଏବଂ ଉଭୟ ନେତାଙ୍କ ଆଦିବାସୀ ଗାଁରେ ଏକାଠି ଚାଲିବା ଏକ ବିରଳ ମୁହୂର୍ତ୍ତ ବୋଲି କୁହାଯାଉଛି। ନେତାଦ୍ୱୟ ପ୍ରଥମେ ଗୋସାଣୀ ପୀଠରେ ପୂଜାର୍ଚନା କରିଥିଲେ, ଯାହାକି ସାନ୍ତାଳୀ ସମ୍ପ୍ରଦାୟର ଗ୍ରାମ ଦେବତା, ପୂର୍ବପୁରୁଷଙ୍କ ଆତ୍ମା ଓ ଆଧ୍ୟାତ୍ମିକ ରକ୍ଷକଙ୍କ ବାସସ୍ଥଳୀ। ଏଠାରେ ପାରମ୍ପରିକ ସାନ୍ତାଳୀ ପୋଷାକ ପିନ୍ଧିବା ପରମ୍ପରା ଥିବାରୁ ସୁରକ୍ଷା କର୍ମୀମାନେ ମଧ୍ୟ ପୂଜା ପୂର୍ବରୁ ସାନ୍ତାଳୀ କପଡା ପିନ୍ଧିଥିଲେ। ଏହାପରେ ସେମାନେ ସାନ୍ତାଳ ଓ ହୋ ଆଦିବାସୀ ସମ୍ପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପବିତ୍ର ବନରେ ପ୍ରାର୍ଥନା କରିଥିଲେ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ, ଉଭୟ ପାହାଡ଼ପୁରର ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ SLS ମେମୋରିଆଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ, ଯେଉଁମାନେ ଉଭୟ ନେତାଙ୍କୁ ସ୍ୱାଗତ କରିବାକୁ ଉତ୍ସାହରେ ଭରପୂର ଥିଲେ। ଏହି ଗସ୍ତର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଦକ୍ଷତା ବିକାଶକୁ ମଜବୁତ କରିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱର୍ଗତ ସ୍ୱାମୀ ଓ ପୁଅମାନଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜୁନ୍ 20 ତାରିଖ ରାଷ୍ଟ୍ରପତି ମୁର୍ମୁଙ୍କ 68ତମ ଜନ୍ମଦିନ ମଧ୍ୟ ଥିଲା। ପାହାଡ଼ପୁର ଗସ୍ତ ପରେ, ଉଭୟ ନେତା ଅପରାହ୍ନ 1:00 ରେ ରାଇରଙ୍ଗପୁରରେ ଆୟୋଜିତ ମହାସମାବେଶରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଉଦ୍ଦିଷ୍ଟ। ଏହାର ବିଷୟବସ୍ତୁ ହେଉଛି "ବିକାଶ ର ଧାରା, ଓଡ଼ିଶା ସାରା"। ଏହି ସମାବେଶରେ ଶକ୍ତି, ରାସ୍ତା, ସ୍ୱାସ୍ଥ୍ୟ, ଜଳସେଚନ ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ₹47,600 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ। ମୁଖ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ 600 MW Upper Indravati Pumped Storage, IB Thermal Stage-II ଏବଂ ₹25,016 କୋଟିର Coal Gasification ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଏହି 50,000 ରୁ ଅଧିକ ଜନସମାବେଶକୁ ସମ୍ବୋଧନ କରିବେ। ଗସ୍ତ ସମୟରେ, ପାହାଡ଼ପୁର ଗାଁ "ପାରମ୍ପରିକ ରଙ୍ଗରେ ସଜ୍ଜିତ" ହୋଇଥିଲା, ଯେଉଁଥିରେ ଘର କାନ୍ଥରେ ଫୁଲ ଓ ପ୍ରକୃତି ଚିତ୍ର ସହ ସାନ୍ତାଳ କଳା ଶୋଭା ପାଉଥିଲା। ଗସ୍ତ ପାଇଁ 120 ପ୍ଲାଟୁନ୍ ଫୋର୍ସ ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ପାହାଡ଼ପୁରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ରିଆ ଗ୍ରାମରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଏବଂ ନଗଦ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କ ପରିବାର ଲୋକ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଆଲମୀରା ଭାଙ୍ଗି ଚାରୋଟି ସୁନା ଚେନ୍, ଆଠଟି ମୁଦି, ଦୁଇ ହଳ କାନ ଫୁଲ, ଗୋଟିଏ ଲକେଟ୍ ସହ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ସିମୁଳିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହ ବାଲେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। କେବଳ ଶିକ୍ଷୟିତ୍ରୀଙ୍କ ଘରୁ ନୁହେଁ, ଚୋରମାନେ ପଡ଼ୋଶୀଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।1