ଅମରପାଲିରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ଦାବି -୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ -ଦୂରତା, ଯାତାୟାତ ସମସ୍ୟାରେ ବାଧାପ୍ରାପ୍ତ ଉଚ୍ଚଶିକ୍ଷା - ଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକଙ୍କ ଚିନ୍ତା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଦିନକୁ ଦିନ ଜୋରଦାର ହେଉଛି। ଏହି ଅଞ୍ଚଳରେ ଉଚ୍ଚଶିକ୍ଷାର ସୁବିଧା ନଥିବାରୁ ଛାତ୍ରୀଛାତ୍ରଙ୍କୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢ଼ିବା ପାଇଁ ପ୍ରତିଦିନ ୧୫ରୁ ୨୦ କିଲୋମିଟର ଦୂରସ୍ଥ କଲେଜକୁ ଯିବାକୁ ପଡ଼ୁଛି। ଫଳରେ ଅନେକ ଛାତ୍ରୀ ଯାତାୟାତ ଅସୁବିଧା ଓ ସୁରକ୍ଷା ଆଶଙ୍କା ଯୋଗୁଁ ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ସମେତ ପ୍ରାୟ ୪୦ରୁ ଅଧିକ ଗ୍ରାମ ଏବଂ ପଡ଼ୋଶୀ ରେଢାଖୋଲ ବ୍ଲକର କିଛି ଅଞ୍ଚଳର ଛାତ୍ରୀଛାତ୍ର ଏହି କଲେଜ ଦ୍ୱାରା ଉପକୃତ ହେବେ। ବର୍ତ୍ତମାନ ଅମରପାଲି, ଲୁତୁରପଙ୍କ ଓ ସଗାଯୁରୀରେ ହାଇସ୍କୁଲ ଥିବାବେଳେ ପ୍ରତିବର୍ଷ ଏହି ତିନିଟି ବିଦ୍ୟାଳୟରୁ ମୋଟ ୨୬୦ରୁ ଅଧିକ ଛାତ୍ରୀଛାତ୍ର ମାଟ୍ରିକ ପାସ୍ କରୁଛନ୍ତି। ମାତ୍ର ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ବୀରମହାରାଜପୁର, ସୁବଳୟା, ଭୂତିଆପାଲି, ଖଣ୍ଡହତା ଓ ବଡ଼ମାଳ କଲେଜ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅମରପାଲିରୁ ବୀରମହାରାଜପୁର ଓ ସୁବଳୟା କଲେଜର ଦୂରତା ପ୍ରାୟ ୨୦ କିଲୋମିଟର ଥିବାବେଳେ ଭୂତିଆପାଲି, ଖଣ୍ଡହତା ଓ ବଡ଼ମାଳ କଲେଜ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଦୂରତା ଓ ଯାତାୟାତ ସମସ୍ୟା ଯୋଗୁଁ ଅନେକ ପରିବାର ନିଜ ସନ୍ତାନମାନଙ୍କୁ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଭୁବନେଶ୍ୱର ଓ ରେଢାଖୋଲ ଭଳି ସହରର ବେସରକାରି କଲେଜରେ ନାମ ଲେଖାଇ ଅଧିକ ଆର୍ଥିକ ବୋଝ ବହନ କରୁଛନ୍ତି। କିଛି ବର୍ଷ ପୂର୍ବେ ବଡ଼ମାଳ କଲେଜରୁ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ଘଟଣା ପରେ ଅନେକ ଅଭିଭାବକ ଝିଅମାନଙ୍କୁ ଦୂର କଲେଜକୁ ପଠାଇବାକୁ ଭୟ କରୁଥିବା ମଧ୍ୟ କହିଛନ୍ତି। ଅମରପାଲି ଗ୍ରାମର ଛାତ୍ର କଳିକେଶ ସାହୁ କହିଛନ୍ତି, "ଆମ ଘରଠାରୁ ଯେକୌଣସି କଲେଜକୁ ଯିବାକୁ ୨୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରିବାକୁ ପଡ଼େ। ପ୍ରତିଦିନ କଲେଜ ଯିବା ସମ୍ଭବ ହେଉନାହିଁ। ଅମରପାଲିରେ ଯୁକ୍ତ ଦୁଇ କଲେଜ ହେଲେ ଆମ ପରି ଅନେକ ଛାତ୍ରୀଛାତ୍ର ଉପକୃତ ହେବେ।" ସେହିପରି ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମର ଅଭିଭାବକ ସନତ ମହାକୁର କହିଛନ୍ତି, "ଅମରପାଲିରେ କଲେଜ ହେଲେ ପିଲାମାନେ ନିୟମିତ ଶ୍ରେଣୀକୁ ଯାଇପାରିବେ ଏବଂ ଦୂରତା ସମସ୍ୟା ଯୋଗୁଁ କେହି ଆଉ ପାଠପଢ଼ା ଛାଡ଼ିବେ ନାହିଁ।" ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ତଥା ବୀରମହାରାଜପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ରଥ କହିଛନ୍ତି, "ଅମରପାଲି ଏକ ଉପାନ୍ତ ଅଞ୍ଚଳ ଓ ଆଦିବାସୀ ବହୁଳ ଏବଂ ଆର୍ଥିକ ଅନଗ୍ରସର ଅଞ୍ଚଳ। ଏଠାରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ହେଲେ ଉଚ୍ଚଶିକ୍ଷାର ପ୍ରସାର ଓ ସାର୍ବଜନୀନକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।" ସେହିପରି ଅମରପାଲି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ କହନ୍ତି ,"ଗତ ୧୯୯୧ ମସିହାରେ ଗ୍ରାମବାସୀ ଙ୍କ ଉଦ୍ୟମରେ ଏକ ହାଇସ୍କୁଲ ସ୍ଥାପନ କରାଯାଇଥିଲା। ଏବେ ଅଞ୍ଚଳରେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଯୁକ୍ତ ଦୁଇ ପଢୁଛନ୍ତି। ସରକାର ଏବେ ହାଇସ୍କୁଲ ମାନଙ୍କରେ ଯୁକ୍ତ ଦୁଇ ଶିକ୍ଷା କୁ ସାମିଲ କରିଛନ୍ତି। ଯେହେତୁ ଆମ ଅମରପାଲି ହାଇସ୍କୁଲରେ ଭିତ୍ତିଭୂମି ରହିଛି ଏବଂ ଏଠାରେ ଏକ ଯୁକ୍ତ ଦୁଇ ପାଠ ପଢ଼ା ର ଆବଶ୍ୟକତା ରହିଛି,ତେଣୁ ଆମ ଗ୍ରାମର ହାଇସ୍କୁଲରେ ଯୁକ୍ତଦୁଇ ପାଠ୍ୟକ୍ରମ ଖୋଲିଲେ ଅଞ୍ଚଳର ଛାତ୍ରୀଛାତ୍ର ବେଶ ଉପକୃତ ହୋଇପାରିବେ" ଉଲ୍ଲେଖଯୋଗ୍ୟ ଯେ, ଅମରପାଲି ହାଇସ୍କୁଲରେ କେବଳ ସୁବର୍ଣ୍ଣପୁର ନୁହେଁ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରୁ ମଧ୍ୟ ଛାତ୍ରୀଛାତ୍ର ପଢ଼ିବାକୁ ଆସୁଛନ୍ତି। ତେଣୁ ଅମରପାଲିରେ ଏକ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ହେଲେ ପର୍ଯ୍ୟାପ୍ତ ଛାତ୍ରୀଛାତ୍ର ନାମଲେଖା କରିବା ସହ ସମଗ୍ର ଉପାନ୍ତ ଅଞ୍ଚଳର ଉଚ୍ଚଶିକ୍ଷାର ବିକାଶରେ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାଧାରଣରେ ଦାବି ହେଉଛି।
ଅମରପାଲିରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ଦାବି -୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ -ଦୂରତା, ଯାତାୟାତ ସମସ୍ୟାରେ ବାଧାପ୍ରାପ୍ତ ଉଚ୍ଚଶିକ୍ଷା - ଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକଙ୍କ ଚିନ୍ତା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଦିନକୁ ଦିନ ଜୋରଦାର ହେଉଛି। ଏହି ଅଞ୍ଚଳରେ ଉଚ୍ଚଶିକ୍ଷାର ସୁବିଧା ନଥିବାରୁ ଛାତ୍ରୀଛାତ୍ରଙ୍କୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢ଼ିବା ପାଇଁ ପ୍ରତିଦିନ ୧୫ରୁ ୨୦ କିଲୋମିଟର ଦୂରସ୍ଥ କଲେଜକୁ ଯିବାକୁ ପଡ଼ୁଛି। ଫଳରେ ଅନେକ ଛାତ୍ରୀ ଯାତାୟାତ ଅସୁବିଧା ଓ ସୁରକ୍ଷା ଆଶଙ୍କା ଯୋଗୁଁ ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ସମେତ ପ୍ରାୟ ୪୦ରୁ ଅଧିକ ଗ୍ରାମ ଏବଂ ପଡ଼ୋଶୀ ରେଢାଖୋଲ ବ୍ଲକର କିଛି ଅଞ୍ଚଳର ଛାତ୍ରୀଛାତ୍ର ଏହି କଲେଜ ଦ୍ୱାରା ଉପକୃତ ହେବେ। ବର୍ତ୍ତମାନ ଅମରପାଲି, ଲୁତୁରପଙ୍କ ଓ ସଗାଯୁରୀରେ ହାଇସ୍କୁଲ ଥିବାବେଳେ ପ୍ରତିବର୍ଷ ଏହି ତିନିଟି ବିଦ୍ୟାଳୟରୁ ମୋଟ ୨୬୦ରୁ ଅଧିକ ଛାତ୍ରୀଛାତ୍ର ମାଟ୍ରିକ ପାସ୍ କରୁଛନ୍ତି। ମାତ୍ର ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ବୀରମହାରାଜପୁର, ସୁବଳୟା, ଭୂତିଆପାଲି, ଖଣ୍ଡହତା ଓ ବଡ଼ମାଳ କଲେଜ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅମରପାଲିରୁ ବୀରମହାରାଜପୁର ଓ ସୁବଳୟା କଲେଜର ଦୂରତା ପ୍ରାୟ ୨୦ କିଲୋମିଟର ଥିବାବେଳେ ଭୂତିଆପାଲି, ଖଣ୍ଡହତା ଓ ବଡ଼ମାଳ କଲେଜ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଦୂରତା ଓ ଯାତାୟାତ ସମସ୍ୟା ଯୋଗୁଁ ଅନେକ ପରିବାର ନିଜ ସନ୍ତାନମାନଙ୍କୁ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଭୁବନେଶ୍ୱର ଓ ରେଢାଖୋଲ ଭଳି ସହରର ବେସରକାରି କଲେଜରେ ନାମ ଲେଖାଇ ଅଧିକ ଆର୍ଥିକ ବୋଝ ବହନ କରୁଛନ୍ତି। କିଛି ବର୍ଷ ପୂର୍ବେ ବଡ଼ମାଳ କଲେଜରୁ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ଘଟଣା ପରେ ଅନେକ ଅଭିଭାବକ ଝିଅମାନଙ୍କୁ ଦୂର କଲେଜକୁ ପଠାଇବାକୁ ଭୟ କରୁଥିବା ମଧ୍ୟ କହିଛନ୍ତି। ଅମରପାଲି ଗ୍ରାମର ଛାତ୍ର କଳିକେଶ ସାହୁ କହିଛନ୍ତି,
"ଆମ ଘରଠାରୁ ଯେକୌଣସି କଲେଜକୁ ଯିବାକୁ ୨୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରିବାକୁ ପଡ଼େ। ପ୍ରତିଦିନ କଲେଜ ଯିବା ସମ୍ଭବ ହେଉନାହିଁ। ଅମରପାଲିରେ ଯୁକ୍ତ ଦୁଇ କଲେଜ ହେଲେ ଆମ ପରି ଅନେକ ଛାତ୍ରୀଛାତ୍ର ଉପକୃତ ହେବେ।" ସେହିପରି ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମର ଅଭିଭାବକ ସନତ ମହାକୁର କହିଛନ୍ତି, "ଅମରପାଲିରେ କଲେଜ ହେଲେ ପିଲାମାନେ ନିୟମିତ ଶ୍ରେଣୀକୁ ଯାଇପାରିବେ ଏବଂ ଦୂରତା ସମସ୍ୟା ଯୋଗୁଁ କେହି ଆଉ ପାଠପଢ଼ା ଛାଡ଼ିବେ ନାହିଁ।" ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ତଥା ବୀରମହାରାଜପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ରଥ କହିଛନ୍ତି, "ଅମରପାଲି ଏକ ଉପାନ୍ତ ଅଞ୍ଚଳ ଓ ଆଦିବାସୀ ବହୁଳ ଏବଂ ଆର୍ଥିକ ଅନଗ୍ରସର ଅଞ୍ଚଳ। ଏଠାରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ହେଲେ ଉଚ୍ଚଶିକ୍ଷାର ପ୍ରସାର ଓ ସାର୍ବଜନୀନକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।" ସେହିପରି ଅମରପାଲି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ କହନ୍ତି ,"ଗତ ୧୯୯୧ ମସିହାରେ ଗ୍ରାମବାସୀ ଙ୍କ ଉଦ୍ୟମରେ ଏକ ହାଇସ୍କୁଲ ସ୍ଥାପନ କରାଯାଇଥିଲା। ଏବେ ଅଞ୍ଚଳରେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଯୁକ୍ତ ଦୁଇ ପଢୁଛନ୍ତି। ସରକାର ଏବେ ହାଇସ୍କୁଲ ମାନଙ୍କରେ ଯୁକ୍ତ ଦୁଇ ଶିକ୍ଷା କୁ ସାମିଲ କରିଛନ୍ତି। ଯେହେତୁ ଆମ ଅମରପାଲି ହାଇସ୍କୁଲରେ ଭିତ୍ତିଭୂମି ରହିଛି ଏବଂ ଏଠାରେ ଏକ ଯୁକ୍ତ ଦୁଇ ପାଠ ପଢ଼ା ର ଆବଶ୍ୟକତା ରହିଛି,ତେଣୁ ଆମ ଗ୍ରାମର ହାଇସ୍କୁଲରେ ଯୁକ୍ତଦୁଇ ପାଠ୍ୟକ୍ରମ ଖୋଲିଲେ ଅଞ୍ଚଳର ଛାତ୍ରୀଛାତ୍ର ବେଶ ଉପକୃତ ହୋଇପାରିବେ" ଉଲ୍ଲେଖଯୋଗ୍ୟ ଯେ, ଅମରପାଲି ହାଇସ୍କୁଲରେ କେବଳ ସୁବର୍ଣ୍ଣପୁର ନୁହେଁ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରୁ ମଧ୍ୟ ଛାତ୍ରୀଛାତ୍ର ପଢ଼ିବାକୁ ଆସୁଛନ୍ତି। ତେଣୁ ଅମରପାଲିରେ ଏକ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ହେଲେ ପର୍ଯ୍ୟାପ୍ତ ଛାତ୍ରୀଛାତ୍ର ନାମଲେଖା କରିବା ସହ ସମଗ୍ର ଉପାନ୍ତ ଅଞ୍ଚଳର ଉଚ୍ଚଶିକ୍ଷାର ବିକାଶରେ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାଧାରଣରେ ଦାବି ହେଉଛି।
- ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା1
- *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍କସ୍ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍ପ୍ରୀତ୍। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। ଗତବର୍ଷ ଏଇ ସମୟରେ ସ୍କୁଲ ବ୍ୟାଗ୍ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= ବନ୍ଦେ ଉତ୍କଳ ଜନନୀ1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି1
- ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ l ବୌଦ୍ଧ:ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା" ହର ଘର ତିରଙ୍ଗା-୨୦୨୬" ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ l ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ। କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ l ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିବେ। ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ l ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ l ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।2
- ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ୍ ଛୁଟିକୁ ନେଇ SMC ସଭାପତି ଓ ଶିକ୍ଷକଙ୍କ ମଧ୍ୟରେ ବାକ୍ ବିତଣ୍ଡା, ବିଦ୍ୟାଳୟ ପରିସରରେ ଉତ୍ତେଜନା1
- ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି। ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।1
- ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।1