ସୁକିନ୍ଦା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ************************* ଯାଜପୁର, ୩୦।୦୩।୨୦୨୬ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଲକ୍ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୬୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୪ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୨ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୦୫ ଗୋଟି ରେଡ୍ କ୍ରସ୍ ପାଣ୍ଠିରୁ ୦୩ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୧୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ୍, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଯୁଧିଷ୍ଠିର ନାଏକ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୁକିନ୍ଦା ପ୍ରଜ୍ଞା ପାରମିତା ପୃଷ୍ଟି, ତହସିଲଦାର ,ସୁକିନ୍ଦା ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

- କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।1
- କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ । ଯାଜପୁର ସଦର ଥାନା ମହେଶ୍ଵରପୁର ଅଂଚଳରେ ହୋଇଥିବା କଙ୍ଗାରୁକୋର୍ଟ ଘଟଣାରେ ପୁଲିସ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁରର ବହୁଜନ, ଗଣତାନ୍ତ୍ରିକ ସଂଗଠନ ସମୁହ, ମୁଳନିବାସୀ, ଛାତ୍ର ଓ ଯୁବ ସାମୁଖ୍ୟ, ଭୀମ୍ ଆର୍ମୀ ସମେତ ବହୁ ସଂଗଠନର ବ୍ୟକ୍ତିବିଶେଷ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭ୍ରନ ବିଶ୍ଵଜିତ ଓ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ର ଶତାଧିକ ବ୍ୟକ୍ତିବିଶେଷ ମାନେ ମେଡିକାଲ ଛକ ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ନାରବାଜି କରି ଜିଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।3
- Post by ଯାଜପୁର ଖବର ପ୍ରସାରିତ1
- Post by Mo Adhikar news1
- ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।1
- ସୁଭଦ୍ରା ଶକ୍ତିମେଳା ଉଦଯାପିତ... ============== କେନ୍ଦ୍ରାପଡ଼ା, ୩୧.୦୩.୨୦୨୬ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ଗତକାଲି ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ଥିକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି | ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଓ ଡିପିସି ମିଶନ ଶକ୍ତି ଆରତୀ ସାହୁ ଉପସ୍ଥିତ ଥିଲେ। ମେଳାରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ମାନିତ କରାଯାଇଥିଲା— ଶ୍ରେଷ୍ଠ କୃଷି ଉତ୍ପାଦ (ସର୍ବାଧିକ ବିକ୍ରୟ): ଗଙ୍ଗା ମାତା (ରାଜନଗର) ପ୍ରଥମ, ବଜ୍ରା ମହାକାଳୀ ଡାଲ୍ PG (ମାର୍ଶାଘାଇ) ଦ୍ୱିତୀୟ, ଶ୍ରୀ କୃଷ୍ଣ PG (ଗଞ୍ଜାମ, ଶେରଗଡ଼) ତୃତୀୟ। ଶ୍ରେଷ୍ଠ ଅଣକୃଷି ଉତ୍ପାଦ: ମା ସମଲେଶ୍ୱରୀ SHG (ବରଗଡ଼, ଅତାବିରା) ପ୍ରଥମ, ବିରବାରପୁର ହସ୍ତତନ୍ତ PG (କଟକ, ବଡମ୍ବା) ଦ୍ୱିତୀୟ, ବୁଢ଼ି ମା SHG (ନୟାଗଡ଼) ତୃତୀୟ। ଶ୍ରେଷ୍ଠ ପ୍ୟାକିଙ୍ଗ, ଲେବେଲିଂ ଓ ଡିସ୍ପ୍ଲେ: ମା ବିମଳେଇ ଉତ୍ପାଦିକା SHG (ଗରଦପୁର) ପ୍ରଥମ; ମହାସଂଗ୍ରାମ SHG (ରାଜକନିକା) ଓ ମା ବନଦୁର୍ଗା SHG (ଆଳି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ | ଶ୍ରେଷ୍ଠ ଗ୍ରାହକ ବ୍ୟବହାର ଓ ପ୍ରସ୍ତୁତିକରଣ: ସତ୍ୟସାଇ PG (କେନ୍ଦ୍ରାପଡ଼ା) ଶ୍ରେଷ୍ଠ; ତ୍ରାହି ଅଚ୍ୟୁତା SHG (ପଟ୍ଟାମୁଣ୍ଡାଇ) ଓ ମା ସନ୍ତୋଷୀ SHG (କେଉଁଝର) ସ୍ଥାନ ପାଇଥିଲେ। ଶ୍ରେଷ୍ଠ ଉଦ୍ଭାବନ (SHG ଉତ୍ପାଦ): ଉତ୍କଳ ଗ୍ରାମୀଣ (ଡେରାବିଶ) ପ୍ରଥମ; ମା ବନଦୁର୍ଗା (ମହାକଳାପଡ଼ା) ଓ ଓମ୍ ସାଇ SHG (ବାଲେଶ୍ୱର) ସମ୍ମାନିତ। ଶ୍ରେଷ୍ଠ ଷ୍ଟଲ୍ (ସମୁଦାୟ ପ୍ରଦର୍ଶନ): ତୁଳସୀ କ୍ଷେତ୍ର PG (କେନ୍ଦ୍ରାପଡ଼ା) ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ଅବସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ଆଇଆଇସି ଟାଉନ ଥାନା ଶୁଭେନ୍ଦୁ କୁମାର ସାହୁ, ଆଇଆଇସି ମୁଖ୍ୟାଳୟ ଦିଲ୍ଲୀପ କୁମାର ସାହୁ, ରିଜର୍ଭ ପୋଲିସର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାମଚନ୍ଦ୍ର ମହାନ୍ତି ଓ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ପରେ , ମହିଳା ସଶକ୍ତିକରଣ ବିଷୟରେ ଉଲ୍ଲେଖନୀୟ ଲେଖାପାଇଁ "ମନ କି ବାତ" କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ୱାରା ପ୍ରଶଂସା ସଉଁଟିଥିବା HNS ମହାବିଦ୍ୟାଳୟ, ଚାନ୍ଦୋଳର +3 ପ୍ରଥମ ବର୍ଷ ଛାତ୍ର ଓମ ପ୍ରକାଶ ରଥଙ୍କୁ ବିଶେଷ ସମ୍ବର୍ଦ୍ଧନା ଜଣାଯାଇଥିଲା। ସମଗ୍ର ମେଳା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜାର ସଂଯୋଗ, କୌଶଳ ପ୍ରଦର୍ଶନ ଓ ଆର୍ଥିକ ସଶକ୍ତିକରଣରେ ଏକ ସଫଳ ମଞ୍ଚ ରୂପେ ପ୍ରମାଣିତ ହୋଇଛି।1
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1