ଭାରତୀୟ ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ପାଇଁ ଆବେଦନ ଶେଷ ତାରିଖ ୧ ଏପ୍ରିଲ, ୨୦୨୬. ଭାରତୀୟ ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ଅଧୀନରେ ୨୦୨୭ ନିଯୁକ୍ତି ବର୍ଷ ପାଇଁ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE) ନିମନ୍ତେ ଆବେଦନ ପ୍ରକ୍ରିୟା ୧୩ ଫେବୃଆରୀ ୨୦୨୬ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀମାନେ ପ୍ରଥମେ କମ୍ପ୍ୟୁଟର ଆଧାରିତ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE) ଦେବାକୁ ପଡିବ। ଏହି ପରୀକ୍ଷା ପାଇଁ ୨୫୦ ଟଙ୍କା ପରୀକ୍ଷା ଶୁଳ୍କ ନିର୍ଦ୍ଧାରିତ ହୋଇଛି। ଏହି ପରୀକ୍ଷା ଜୁନ୍ ୨୦୨୬ ମାସରେ ଆୟୋଜିତ ହେବା ସମ୍ଭାବନା ରହିଛି ଏବଂ ନିଶ୍ଚିତ ତାରିଖ ପରେ ଘୋଷଣା କରାଯିବ। ଏହା ସଂପର୍କରେ କୌଣସି ପ୍ରଶ୍ନ ଥିଲେ କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର ପ୍ରାର୍ଥୀମାନେ ଆର୍ମି ରିକ୍ରୁଟିଂ ଅଫିସ, କଟକ ସହ ୯୪୩୭୧୬୨୨୮୦ ମୋବାଇଲ୍ ନମ୍ବର କିମ୍ବା ୦୬୭୧-୨୩୦୫୮୮୦ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଆର୍ମି ରିକ୍ରୁଟିଂ ଅଫିସ, କଟକ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକରୁ ଅଧିକ ଯୁବମାନେ ଏହି ନିଯୁକ୍ତି ପାଇଁ ପଞ୍ଜିକରଣ କରିବେ ବୋଲି ଲକ୍ଷ୍ୟ ରଖି ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀମତୀ ଇନ୍ଦ୍ରାଣୀ ମଲ୍ଲୀକ ଉପସ୍ଥିତ ଥିଲେ। ଏହାଛଡ଼ା ଅନଲାଇନ୍ ମାଧ୍ୟମରେ ଡାଇରେକ୍ଟର, ଆର୍ମି ରିକ୍ରୁଟିଂ କଟକଙ୍କ ପକ୍ଷରୁ ରିକ୍ରୁଟିଂ ଅଫିସର ଶ୍ରୀ ପି.ଏସ. ପ୍ରସନ୍ନା ସହିତ ଜିଲ୍ଲାର ସମସ୍ତ ଜୁନିୟର ଓ ଡିଗ୍ରୀ କଲେଜ, ଆଇଟିଆଇ ଏବଂ ଡିପ୍ଲୋମା କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଯୋଗ ଦେଇଥିଲେ। ବୈଠକରେ କଲେଜ ମାନଙ୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଯୁବମାନେ ପଞ୍ଜିକରଣ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

- ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ1
- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..1
- କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି1
- Post by ଯାଜପୁର ଖବର ପ୍ରସାରିତ1
- ବିଲଣା ବିଦ୍ୟାଳୟରେ ସମ୍ପ୍ରତି ଏକ ଭାବବିହ୍ୱଳ ଓ ସ୍ମରଣୀୟ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକମାନଙ୍କୁ ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ସମ୍ମାନ ଓ ଶୁଭେଚ୍ଛା ଜଣାଯାଇଥିଲା। କାର୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଓ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା। ପ୍ରଥମେ ଅତିଥି ଶିକ୍ଷକମାନଙ୍କୁ ଫୁଲମାଳା, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଛାତ୍ରମାନେ ତାଙ୍କ ପ୍ରିୟ ଗୁରୁଜନଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ, ଶିକ୍ଷକମାନଙ୍କ ଶିକ୍ଷା, ନିୟମ ଓ ପରିଶ୍ରମ ତାଙ୍କ ଜୀବନକୁ ଉଜ୍ଜ୍ୱଳ ପଥରେ ଆଗକୁ ବଢ଼ାଇଛି।1
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- Post by Gagan Bhoi1
- ଜାଗୁଳାଇପାଟଣା ଅଙ୍ଗନୱାଡି ନୂତନ ଗୃହ ନିମନ୍ତେ ଜିଲ୍ଲପାଳ ଙ୍କୁ ଦାବିପତ୍ର ଗତକାଲି ଆମେ କଳପଡା ଗ୍ରାମ ପଞ୍ଚାୟତ ଜାଗୁଳାଇପାଟଣା ଅଙ୍ଗନୱାଡି ଗୃହ ନଥିବା ଏବଂ ପିଲାମାନେ ଖୋଲା ଛାତ ତଳେ ପାଠ ପଢ଼ୁଥିବା ଖବର ପରିବେଷଣ କରିଥିଲୁ I ଏହାପରେ ଅଙ୍ଗନୱାଡି ଦିଦି ଏବଂ ସହାୟିକା ଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲପାଳ ଙ୍କୁ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା I ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହ ଜାଗୁଳାଇପାଟଣା ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି କହିଥିଲ I ଆସନ୍ତୁ ଶୁଣିବା କଣ କହିଛନ୍ତି ଜିଲ୍ଲାପାଳ1