ପୁଣି ଥରେ ‘ହର୍ମୁଜ’ ବନ୍ଦ ହେବା ସହ ତେଲ ଯାଆସ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଯାହାଫଳରେ ବିଶ୍ବ ବଜାର ଉପରେ ଚଡ଼କ ପଡ଼ିଛି। ଆମେରିକାର ପ୍ରବଳ ଆକ୍ରମଣ ପରେ ଇରାନ ପକ୍ଷରୁ ହର୍ମୁଜକୁ ବନ୍ଦ କରାଯାଇଛି। ଆମେରିକା ଓ ଇରାନ ଉଭୟ ଶାନ୍ତି ଚୁକ୍ତିକୁ ମୋଡ଼ି ମକଚି ଫିଙ୍ଗି ଦେଇଥିବା ବେଳେ ପୁଣି ଥରେ ମିଶାଇଲ ଓ ଡ୍ରୋନ୍ ମାଡ଼ରେ ସମଗ୍ର ମଧ୍ୟପ୍ରାଚ୍ୟ କମ୍ପିଉଠିଛି। କିଛି ଦିନର ବ୍ୟବଧାନ ଏବବଂ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ମିଡିଲ୍ ଇଷ୍ଟରେ ପୁଣି ଥରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଟ୍ରମ୍ପ ଇରାନକୁ ପ୍ରବଳ ମିଶାଇଲ୍ ମାଡ଼ କରାଯିବ ବୋଲି ଧମକ ଦେଇଥିଲେ। ଏହି ଗୋଟିଏ ଧମକ ପରେ ଆଜି ଯୁଦ୍ଧ ଭୟଙ୍କର ଦିଗକୁ ଯାଇଛି। ଆମେରିକା ହର୍ମୁଜ ଆଖପାଖରେ ଘନ ଘନ ମିଶାଇଲ୍ ମାଡ଼ କରିଛି ଏବଂ ଏହାର ଜବାବରେ ଇରାନ ହର୍ମୁଜକୁ ବନ୍ଦ କରିଦେଇଛି। ଫଳରେ ଏହି ରୁଟ୍ ଦେଇ ଯାଉଥିବା ସମସ୍ତ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି। ଏହାର ଜବାବ ଦେବା ସହ ଆକ୍ରମଣକୁ ଜୋରଦାର କରିବାକୁ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଚେତାଇ ଦେଇଛି ଏବଂ ହର୍ମୁଜ ବନ୍ଦ କରିବା ପାଇଁ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକା ଦୋହରାଇଛି।
ପୁଣି ଥରେ ‘ହର୍ମୁଜ’ ବନ୍ଦ ହେବା ସହ ତେଲ ଯାଆସ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଯାହାଫଳରେ ବିଶ୍ବ ବଜାର ଉପରେ ଚଡ଼କ ପଡ଼ିଛି। ଆମେରିକାର ପ୍ରବଳ ଆକ୍ରମଣ ପରେ ଇରାନ ପକ୍ଷରୁ ହର୍ମୁଜକୁ ବନ୍ଦ କରାଯାଇଛି। ଆମେରିକା ଓ ଇରାନ ଉଭୟ ଶାନ୍ତି ଚୁକ୍ତିକୁ ମୋଡ଼ି ମକଚି ଫିଙ୍ଗି ଦେଇଥିବା ବେଳେ ପୁଣି ଥରେ ମିଶାଇଲ ଓ ଡ୍ରୋନ୍ ମାଡ଼ରେ ସମଗ୍ର ମଧ୍ୟପ୍ରାଚ୍ୟ କମ୍ପିଉଠିଛି। କିଛି ଦିନର ବ୍ୟବଧାନ ଏବବଂ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ମିଡିଲ୍ ଇଷ୍ଟରେ ପୁଣି ଥରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଟ୍ରମ୍ପ ଇରାନକୁ ପ୍ରବଳ ମିଶାଇଲ୍ ମାଡ଼ କରାଯିବ ବୋଲି ଧମକ ଦେଇଥିଲେ। ଏହି ଗୋଟିଏ ଧମକ ପରେ ଆଜି ଯୁଦ୍ଧ ଭୟଙ୍କର ଦିଗକୁ ଯାଇଛି। ଆମେରିକା ହର୍ମୁଜ ଆଖପାଖରେ ଘନ ଘନ ମିଶାଇଲ୍ ମାଡ଼ କରିଛି ଏବଂ ଏହାର ଜବାବରେ ଇରାନ ହର୍ମୁଜକୁ ବନ୍ଦ କରିଦେଇଛି। ଫଳରେ ଏହି ରୁଟ୍ ଦେଇ ଯାଉଥିବା ସମସ୍ତ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି। ଏହାର ଜବାବ ଦେବା ସହ ଆକ୍ରମଣକୁ ଜୋରଦାର କରିବାକୁ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଚେତାଇ ଦେଇଛି ଏବଂ ହର୍ମୁଜ ବନ୍ଦ କରିବା ପାଇଁ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକା ଦୋହରାଇଛି।
- ବଲାଙ୍ଗୀର ସଦର ଅଞ୍ଚଳରେ ମାଡ଼ର ଶିକାର ହୋଇଥିବା ଜଣେ ଯୁବକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସଦର ପୋଲିସ ପୀଡ଼ିତ ଯୁବକଙ୍କୁ କେବେ ସୁଦ୍ଧା ନ୍ୟାୟ ପ୍ରଦାନ କରୁଛି, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।1
- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ସଦର ଗାଁରେ ନିର୍ମାଣ ହେଉଥିବା ଚେକ୍ ଡ୍ୟାମ୍ ଏବେ ଫାଟି ଆଁ କଲାଣି। ଏହି ଚେକ୍ ଡ୍ୟାମ୍ ନିର୍ମାଣରେ ଅତ୍ୟନ୍ତ ନିମ୍ନ ମାନର କାମ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି।1
- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ସୋନପୁରରେ ଆମର ଦୁର୍ବଳ ବ୍ୟବସ୍ଥା ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି କି ବୋଲି ଏକ ଗୁରୁତର ପ୍ରଶ୍ନ ଉଠିଛି। ବ୍ୟବସ୍ଥାରେ ଥିବା ଦୁର୍ବଳତା ଯୋଗୁଁ ହିଁ ଦୁର୍ନୀତି ବୃଦ୍ଧି ପାଉଛି କି ନାହିଁ, ସେ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି।1
- ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଶ୍ରୀ ଲକ୍ଷ୍ମୀ ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଆଇଏମଇଆଇ ଟ୍ରାକିଂ ଏବଂ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୩୪ଟି ଚୋରି ମୋବାଇଲ ଜବତ କରିବା ସହ ଜଣେ ନାବାଳକ ଏବଂ ଅନ୍ୟ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କିପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବସଷ୍ଟାଣ୍ଡ ନିକଟରେ ମଦ ବିକ୍ରି ହେଉଥିବାରୁ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହି ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବାଙ୍କିପାଲି ଗ୍ରାମବାସୀ ରାମପୁର ଥାନା ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାଙ୍କିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାତ୍ର ୧୦୦ ମିଟର ଦୂରତାରେ ମଦ ବିକ୍ରି କରାଯାଉଛି ଏବଂ ମଦ୍ୟପମାନେ ସ୍କୁଲ ପରିସର ମଧ୍ୟରେ ମଧ୍ୟ ମଦ୍ୟପାନ କରୁଛନ୍ତି। ଏହା ବ୍ୟତୀତ ବାଙ୍କିପାଲି ବସଷ୍ଟାଣ୍ଡ ପରିସରରେ ମଧ୍ୟ ମଦ ବିକ୍ରି କରାଯାଉଛି, ଯେଉଁଠାରୁ ବାଙ୍କିପାଲି ହାଇସ୍କୁଳର ଦୂରତା ମାତ୍ର ୧୦୦ ମିଟର ରହିଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲକୁ ଯିବା ଆସିବା କରୁଛନ୍ତି। ଗ୍ରାମରେ ପ୍ରଚୁର ପରିମାଣରେ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ପରିବେଶ ନଷ୍ଟ ହେଉଛି ଏବଂ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ଏହା ଛୋଟ ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଥିବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।1
- ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଗୁରୁବାର ଦିନ ଗଜପତି ଜିଲ୍ଲାର ମୋହନାସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନେତ୍ରହୀନ ଓ ବଧିର ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ପରିଦର୍ଶନ ସମୟରେ କମିଶନର ବିଦ୍ୟାଳୟର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ସେମାନଙ୍କର ଖାଦ୍ୟପେୟ ଏବଂ ଶିକ୍ଷାଦାନ ସାମଗ୍ରୀ ବାବଦରେ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ କମିଶନରଙ୍କ ସହ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ବେଜଦୀତା ବଦରାଇତ, ମୋହନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡକୀ ସାହୁ, ପରିଚାଳନା କମିଟି, ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହାପରେ କମିଶନର ବିଦ୍ୟାଳୟର ସମ୍ପାଦକଙ୍କ ସହ ପିଲାମାନଙ୍କ ଭବିଷ୍ୟତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ପୂର୍ବରୁ ଏଠାରେ ପଢ଼ୁଥିବା ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନ କିଭଳି କାର୍ଯ୍ୟ କରୁଛନ୍ତି, ସେ ବିଷୟରେ ମଧ୍ୟ ପଚାରି ବୁଝାଯାଇଥିଲା। ଏହାର ଉତ୍ତରରେ ସମ୍ପାଦକ ଶ୍ରୀ ସାହୁ ଜଣାଇଥିଲେ ଯେ, ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷକତା ସମେତ ବିଭିନ୍ନ ଚାକିରି କ୍ଷେତ୍ରରେ ନିୟୋଜିତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। ବିଦ୍ୟାଳୟର ସୁନ୍ଦର ପରିବେଶ ଓ ଉତ୍ତମ ବ୍ୟବସ୍ଥା ଦେଖି କମିଶନର ବେଶ୍ ଖୁସି ପ୍ରକଟ କରିଛନ୍ତି।1