logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ନୂଆଗାଁ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍ ନୂଆଗାଁ (ନୟାଗଡ଼):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ତଥା ଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରିଦର୍ଶନ କରି ବିଦ୍ୟାଳୟର ସାମଗ୍ରିକ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ OSCPCR ର ପ୍ରତିନିଧି ବବିତା ପାତ୍ର, ତୃପ୍ତିମୟୀ ମୁଦୁଲି, ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଚିରଞ୍ଜନ ପାଣ୍ଡେ, ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଗିରିଜା ଶଙ୍କର ମହାପାତ୍ର ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜ୍ୟୋତ୍ସ୍ନାରାଣୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥାର ତଦାରଖ କରିବା ସହ ନିମ୍ନଲିଖିତ ଦିଗଗୁଡ଼ିକ ଉପରେ ସମୀକ୍ଷା କରିଥିଲେ.ମଧ୍ୟାହ୍ନ ଭୋଜନ ଓ ରୋଷେଇ ଶାଳା: ମଧ୍ୟାହ୍ନ ଭୋଜନର ମାନ, ସ୍ୱାଦ ଏବଂ ରନ୍ଧନ ସ୍ଥାନର ପରିମଳ ବ୍ୟବସ୍ଥା ନିଜେ ତଦାରଖ କରିବା ସହ ଖାଦ୍ୟର ଗୁଣବତ୍ତା ପରଖିଥିଲେ। ଛାତ୍ରାବାସ ଓ ନଥିପତ୍ର: ବିଦ୍ୟାଳୟ ତଥା ଛାତ୍ରାବାସର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ଏବଂ ରେକର୍ଡପତ୍ର ଯାଞ୍ଚ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା: ଅଧିକାରୀମାନେ ପିଲାମାନଙ୍କ ସହ ସିଧାସଳଖ ଭାବ ବିନିମୟ କରି ପାଠପଢ଼ା, ସୁବିଧା-ଅସୁବିଧା ଏବଂ ସେମାନଙ୍କ ଆବଶ୍ୟକତା ବିଷୟରେ ବୁଝିଥିଲେ।ସୁରକ୍ଷା ଓ ସ୍ୱଚ୍ଛତା: ଛାତ୍ରଛାତ୍ରୀଙ୍କ ସୁରକ୍ଷା (Safety and Security), ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ ଓ ପରିବେଶକୁ ଆହୁରି ଉନ୍ନତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା।

15 hrs ago
user_PRATIKHYA WEB MEDIA,NAYAGARH
PRATIKHYA WEB MEDIA,NAYAGARH
Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
15 hrs ago
71316572-8c2a-4b98-bbc8-008b7d82b521

*ନୂଆଗାଁ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍ ନୂଆଗାଁ (ନୟାଗଡ଼):ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ତଥା ଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରିଦର୍ଶନ କରି ବିଦ୍ୟାଳୟର ସାମଗ୍ରିକ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି

37ba0d07-75fa-44b9-a694-897012184457

ପରିଦର୍ଶନ କାର୍ଯ୍ୟକ୍ରମରେ OSCPCR ର ପ୍ରତିନିଧି ବବିତା ପାତ୍ର, ତୃପ୍ତିମୟୀ ମୁଦୁଲି, ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଚିରଞ୍ଜନ ପାଣ୍ଡେ, ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଗିରିଜା ଶଙ୍କର ମହାପାତ୍ର ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜ୍ୟୋତ୍ସ୍ନାରାଣୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥାର ତଦାରଖ କରିବା

43a81b3e-604b-448f-a199-8685fa5c95ec

ସହ ନିମ୍ନଲିଖିତ ଦିଗଗୁଡ଼ିକ ଉପରେ ସମୀକ୍ଷା କରିଥିଲେ.ମଧ୍ୟାହ୍ନ ଭୋଜନ ଓ ରୋଷେଇ ଶାଳା: ମଧ୍ୟାହ୍ନ ଭୋଜନର ମାନ, ସ୍ୱାଦ ଏବଂ ରନ୍ଧନ ସ୍ଥାନର ପରିମଳ ବ୍ୟବସ୍ଥା ନିଜେ ତଦାରଖ କରିବା ସହ ଖାଦ୍ୟର ଗୁଣବତ୍ତା ପରଖିଥିଲେ। ଛାତ୍ରାବାସ ଓ ନଥିପତ୍ର: ବିଦ୍ୟାଳୟ ତଥା ଛାତ୍ରାବାସର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ଏବଂ ରେକର୍ଡପତ୍ର ଯାଞ୍ଚ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା: ଅଧିକାରୀମାନେ ପିଲାମାନଙ୍କ

ce1b318d-744f-4bc7-bb51-ed05ad3201f9

ସହ ସିଧାସଳଖ ଭାବ ବିନିମୟ କରି ପାଠପଢ଼ା, ସୁବିଧା-ଅସୁବିଧା ଏବଂ ସେମାନଙ୍କ ଆବଶ୍ୟକତା ବିଷୟରେ ବୁଝିଥିଲେ।ସୁରକ୍ଷା ଓ ସ୍ୱଚ୍ଛତା: ଛାତ୍ରଛାତ୍ରୀଙ୍କ ସୁରକ୍ଷା (Safety and Security), ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ ଓ ପରିବେଶକୁ ଆହୁରି ଉନ୍ନତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା।

More news from ଓଡ଼ିଶା and nearby areas
  • ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।
    1
    ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ
ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର  ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।
    user_Soren kumar Pradhan
    Soren kumar Pradhan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    12 hrs ago
  • ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ, ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି। ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    3
    ଭଞ୍ଜନଗର ପୋଲିସର ବଡ଼ ସଫଳତା: ୨୧୦ କେଜି ଗଞ୍ଜେଇ ସହ  ୮ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ  ଗିରଫ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଡହ ବଙ୍ଗଳା ଛକ ନିକଟରେ ଚଢ଼ାଉ କରି ପୋଲିସ ୨୧୦ କେଜି ଚୋରା ଗଞ୍ଜେଇ ଜବତ କରିବା ସହ ୮ ଜଣ ଆନ୍ତଃରାଜ୍ୟ ମାଫିଆଙ୍କୁ ଗିରଫ କରିଛି।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ, ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଭଞ୍ଜନଗର ଡହ ବଙ୍ଗଳା ଛକରୁ ୨୧୦ କେଜି ଚୋରା ଗଞ୍ଜେଇ ଜବତ ୮ ଗିରଫ ସମସ୍ତ ଅଭିଯୁକ୍ତ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ଟାଟା ଏସ୍, ପଲସର୍ NS 400 ବାଇକ୍ ଓ ୭ଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ଜବତ,
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅଧିକ ଲାଭ ଆଶାରେ  ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଓ ବିହାର ଭଳି ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ସାହୁ ମହିପୁର, ନୟାଗଡ଼, ମୁକେଶ ଦିଗାଲ କନ୍ଧମାଳ, ବିକାଶ ସାହୁ ନୟାଗଡ଼, ସରୋଜ କୁମାର ସାହୁ ନୟାଗଡ଼,ଲିପି ବେହେରା କନ୍ଧମାଳ, ଉସାତ କହଁର, ରାକେଶ କୁମାର ସାହୁ ଅଡ଼ିପଡ଼ା, ନୟାଗଡ଼,ବିରେନ୍ଦ୍ର କୁମାର ସାହୁ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଏହି ସୂଚନା ଦେଇଛନ୍ତି।
ଗଞ୍ଜେଇ ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ଏହି କଠୋର ପଦକ୍ଷେପ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    15 hrs ago
  • ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ଫରେଷ୍ଟ ଏବଂ ବିଦ୍ୟୁତ ପ୍ରହରୀ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖାଲିବିରେଇ ସେକ୍ସନ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଏବଂ ବିଦ୍ୟୁତ ପ୍ରହରୀ ଅରବିନ୍ଦ ନାୟକ ଆଜି ନିଲମ୍ବିତ. ଗତ ଏକ ସପ୍ତାହ ତଳେ ଈଶ୍ୱରାପାଳ ଶାଳ ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ଘଟିଥିଲା. କାର୍ଯ୍ୟରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଥିବାର ସୂଚନା.
    1
    ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ଫରେଷ୍ଟ ଏବଂ ବିଦ୍ୟୁତ ପ୍ରହରୀ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ.
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖାଲିବିରେଇ ସେକ୍ସନ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଏବଂ ବିଦ୍ୟୁତ ପ୍ରହରୀ ଅରବିନ୍ଦ ନାୟକ ଆଜି ନିଲମ୍ବିତ. ଗତ ଏକ ସପ୍ତାହ ତଳେ ଈଶ୍ୱରାପାଳ ଶାଳ ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ଘଟିଥିଲା. କାର୍ଯ୍ୟରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଥିବାର ସୂଚନା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • ଗଞ୍ଜାମ ଜିଲା ବେଗୁନିଆ ପଡ଼ା ବ୍ଲକ୍ କୋଦଳା ଏନଏସି ର ବାବା ଦଣ୍ଡେଶ୍ୱର ମହାଦେବ ପୀଠରେ ଦକ୍ଷିଣ ଓଡ଼ିଆ ସାହିତ୍ୟ ସମ୍ମିଳନୀ ତରଫରୁ ପ୍ରତିଭା ସମୂର୍ଦ୍ଧନାସମାହାର ଅନୁଷ୍ଠିତ ହୋଇଯାଇଛି
    1
    ଗଞ୍ଜାମ ଜିଲା ବେଗୁନିଆ ପଡ଼ା ବ୍ଲକ୍ କୋଦଳା ଏନଏସି ର ବାବା ଦଣ୍ଡେଶ୍ୱର ମହାଦେବ ପୀଠରେ ଦକ୍ଷିଣ ଓଡ଼ିଆ ସାହିତ୍ୟ ସମ୍ମିଳନୀ ତରଫରୁ ପ୍ରତିଭା ସମୂର୍ଦ୍ଧନାସମାହାର ଅନୁଷ୍ଠିତ ହୋଇଯାଇଛି
    user_Siba Sankar jena
    Siba Sankar jena
    Engineer Kodala, Ganjam•
    18 hrs ago
  • ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l
    1
    ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ 
ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l
    user_Pitabas dash
    Pitabas dash
    Asika, Ganjam•
    10 hrs ago
  • Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    1
    Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    21 hrs ago
  • ବୁଗୁଡ଼ା ଅବକାରୀ ବିଭାଗ କୁ ବଡ ସଫଳତା ୬୬ କିଲୋ ଗଂଜେଇ ସହ ଦୁଇ ଜଣକୁ ଗିରଫ
    2
    ବୁଗୁଡ଼ା ଅବକାରୀ ବିଭାଗ କୁ ବଡ ସଫଳତା ୬୬ କିଲୋ ଗଂଜେଇ ସହ ଦୁଇ ଜଣକୁ ଗିରଫ
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    18 hrs ago
  • ବରମୁଣ୍ଡା ବସଷ୍ଟାଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର , ଦହିବରା ଆଳୁଦମ୍ ଓ ଦୋସା କୁ ଭି ପ୍ରଶଂସା କରିଛନ୍ତି। ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର, ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର ଙ୍କ ମୁହଁରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ର ପ୍ରଶଂସା କହିଲେ ବସଷ୍ଟାଣ୍ଡ୍ ଦେଖି ଭର୍ମରେ ପଡ଼ିଗଲି ଭାବିଲି ଏୟରପୋର୍ଟ ଭିତରେ ଅଛି ! କହିଲେ ଜୀବନରେ ଇଣ୍ଡିଆ ଭିତରେ ଏମିତି ବସଷ୍ଟାଣ୍ଡ ଦେଖିନଥିଲି.
    1
    ବରମୁଣ୍ଡା ବସଷ୍ଟାଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର , ଦହିବରା ଆଳୁଦମ୍ ଓ ଦୋସା କୁ ଭି ପ୍ରଶଂସା କରିଛନ୍ତି।
ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର, ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର ଙ୍କ ମୁହଁରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ର ପ୍ରଶଂସା କହିଲେ ବସଷ୍ଟାଣ୍ଡ୍ ଦେଖି ଭର୍ମରେ ପଡ଼ିଗଲି ଭାବିଲି ଏୟରପୋର୍ଟ ଭିତରେ ଅଛି  ! କହିଲେ ଜୀବନରେ ଇଣ୍ଡିଆ ଭିତରେ ଏମିତି ବସଷ୍ଟାଣ୍ଡ ଦେଖିନଥିଲି.
    user_Siba Sankar jena
    Siba Sankar jena
    Engineer Kodala, Ganjam•
    22 hrs ago
  • ପୁରୁଷୋତ୍ତମପୁର : ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ,ନିର୍ମାଣ ଧୀନ ଘରେ କାମ ବେଳେ ଘଟିଛି ଅଘଟଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ବଳରାମ ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗ୍ରାମରେ ଚାଲିଥିବା ନିର୍ମାଣଧିନ ଘରେ ବଳରାମ କରିବା ସମୟରେ ବିଦ୍ୟୁତ ସସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଧାରକରୀ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ବଳରାମ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରୀ ତଦନ୍ତ ଚଳାଇଛି l
    1
    ପୁରୁଷୋତ୍ତମପୁର : ସିକୁଳା  ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ,ନିର୍ମାଣ ଧୀନ ଘରେ କାମ ବେଳେ ଘଟିଛି ଅଘଟଣ
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ବଳରାମ ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗ୍ରାମରେ ଚାଲିଥିବା ନିର୍ମାଣଧିନ ଘରେ ବଳରାମ କରିବା ସମୟରେ ବିଦ୍ୟୁତ ସସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଧାରକରୀ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ବଳରାମ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରୀ ତଦନ୍ତ ଚଳାଇଛି l
    user_Pitabas dash
    Pitabas dash
    Asika, Ganjam•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.