ଗୋପାଳପୁରସ୍ଥିତ ସେଣ୍ଟ ଭିନସେଣ୍ଟ ରିଟ୍ରେଟ ସେଣ୍ଟର ପରିସରରେ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେଜିରୱାଲ ଦଳର ସଦସ୍ୟ ଦୀନେଶ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଗୋପାଳପୁର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଯୁବସଭାପତି ନୀଳକଣ୍ଠ ରେଡ୍ଡୀଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ବିଜେପି ସରକାରର ବିଫଳତାକୁ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାଉଣ୍ଡ ସ୍ତରରେ କର୍ମୀମାନେ କିପରି କାର୍ଯ୍ୟ କରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଭଳି ବିଭିନ୍ନ ପ୍ରସଙ୍ଗକୁ ମୁର୍ଦା କରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ କହିଥିଲେ। ରାଜ୍ୟ ସଂଗଠନ ସଚିବ କଲ୍ୟାଣ ଆନନ୍ଦ ମଧ୍ୟ କହିଥିଲେ ଯେ ବିଜେପି ସରକାରରେ ଦରଦାମ ଯେଉଁଭଳି ଭାବେ ଆକାଶଛୁଆଁ ହୋଇ ବଢ଼ି ଚାଲିଛି, ତାହା ଆଗାମୀ ଦିନରେ ଦିନ ମଜୁରିଆଙ୍କ ପାଇଁ ବଞ୍ଚିବା ମୁସ୍କିଲ କରିଦେବ। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଶହ ଶହ ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ଏବଂ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।
ଗୋପାଳପୁରସ୍ଥିତ ସେଣ୍ଟ ଭିନସେଣ୍ଟ ରିଟ୍ରେଟ ସେଣ୍ଟର ପରିସରରେ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେଜିରୱାଲ ଦଳର ସଦସ୍ୟ ଦୀନେଶ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଗୋପାଳପୁର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଯୁବସଭାପତି
ନୀଳକଣ୍ଠ ରେଡ୍ଡୀଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ବିଜେପି ସରକାରର ବିଫଳତାକୁ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାଉଣ୍ଡ ସ୍ତରରେ କର୍ମୀମାନେ କିପରି କାର୍ଯ୍ୟ କରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି ସହ ଶିକ୍ଷା,
ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଭଳି ବିଭିନ୍ନ ପ୍ରସଙ୍ଗକୁ ମୁର୍ଦା କରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ କହିଥିଲେ। ରାଜ୍ୟ ସଂଗଠନ ସଚିବ କଲ୍ୟାଣ ଆନନ୍ଦ ମଧ୍ୟ କହିଥିଲେ ଯେ ବିଜେପି ସରକାରରେ ଦରଦାମ ଯେଉଁଭଳି ଭାବେ ଆକାଶଛୁଆଁ
ହୋଇ ବଢ଼ି ଚାଲିଛି, ତାହା ଆଗାମୀ ଦିନରେ ଦିନ ମଜୁରିଆଙ୍କ ପାଇଁ ବଞ୍ଚିବା ମୁସ୍କିଲ କରିଦେବ। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଶହ ଶହ ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ଏବଂ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।
- ଗୋପାଳପୁରସ୍ଥିତ ସେଣ୍ଟ ଭିନସେଣ୍ଟ ରିଟ୍ରେଟ ସେଣ୍ଟର ପରିସରରେ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେଜିରୱାଲ ଦଳର ସଦସ୍ୟ ଦୀନେଶ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଗୋପାଳପୁର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଯୁବସଭାପତି ନୀଳକଣ୍ଠ ରେଡ୍ଡୀଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ବିଜେପି ସରକାରର ବିଫଳତାକୁ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାଉଣ୍ଡ ସ୍ତରରେ କର୍ମୀମାନେ କିପରି କାର୍ଯ୍ୟ କରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଭଳି ବିଭିନ୍ନ ପ୍ରସଙ୍ଗକୁ ମୁର୍ଦା କରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ କହିଥିଲେ। ରାଜ୍ୟ ସଂଗଠନ ସଚିବ କଲ୍ୟାଣ ଆନନ୍ଦ ମଧ୍ୟ କହିଥିଲେ ଯେ ବିଜେପି ସରକାରରେ ଦରଦାମ ଯେଉଁଭଳି ଭାବେ ଆକାଶଛୁଆଁ ହୋଇ ବଢ଼ି ଚାଲିଛି, ତାହା ଆଗାମୀ ଦିନରେ ଦିନ ମଜୁରିଆଙ୍କ ପାଇଁ ବଞ୍ଚିବା ମୁସ୍କିଲ କରିଦେବ। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଶହ ଶହ ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ଏବଂ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।4
- କଙ୍କିଆ ଗ୍ରାମ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ଅନ୍ନପୂର୍ଣ୍ଣା ଯୋଜନାରେ ଖାଉଟି କାର୍ଡ ଏବଂ ଭତ୍ତା ଟଙ୍କା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି।1
- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରେ ଏକ ସରକାରୀ କାର୍ଯ୍ୟକ୍ରମ ସଭା ମଞ୍ଚରେ ବିଧାୟକ ଏବଂ ଜଣେ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ମହିଳା ଜଣକ କାନ୍ଦିଥିଲେ, ଯାହାର ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳରେ ରାଜନୀତି ଜୋର ଧରିଛି। ଗତ ବୁଧବାର ପୁରୁଷୋତ୍ତମପୁର ବ୍ଲକ ପରିସରରେ 'ବିକାଶର ଧାରା ଓଡିଶା ସାରା' କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମୋବାଇଲ୍ ବଣ୍ଟନ କରାଯାଉଥିଲା। ଏହି ସମୟରେ, ଜଣେ ଅଙ୍ଗନୱାଡ଼ି କର୍ମୀ 4G ମୋବାଇଲ୍ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କୁ ଗୁହାରି କରିଥିଲେ। ଫଳରେ, ବିଧାୟକ ଉତ୍ତେଜିତ ହୋଇ ତାଙ୍କୁ ରୋକ୍ଠୋକ୍ କହିଥିଲେ ଯେ, 'ଭୋଟ୍ ବେଳେ ତୁମେ ଯାହା ପାଇଁ ଆଣ୍ଠେଇ ଥିଲ ତାକୁ କୁହ।' ଏହା ପରେ ଅଙ୍ଗନବାଡି କର୍ମୀ ଜଣକ କାନ୍ଦି କାନ୍ଦି ମଞ୍ଚ ଉପରେ ବିଧାୟକଙ୍କ ସହ ଯୁକ୍ତିତର୍କ କରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଧାୟକ ଅଡୁଆରେ ପଡ଼ିଯାଇଛନ୍ତି। ଏହି ଘଟଣାକୁ ନେଇ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ କେବେବି ମହିଳାଙ୍କୁ ସମ୍ମାନ କରନ୍ତି ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ, ବିଜେପି ଏକ ସାଙ୍ଗୀନ ଅଭିଯୋଗ ଆଣିଛି। ବିଜେପି କହିଛି ଯେ, କିଛି ବିରୋଧୀ ବିଧାୟକଙ୍କୁ ବଦନାମ କରିବା ପାଇଁ ମହିଳାଙ୍କ ମାଧ୍ୟମରେ ଏଭଳି କୁଚକ୍ରାନ୍ତ କରୁଛନ୍ତି। ପୁରୁଷୋତ୍ତମପୁର ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ପ୍ରତିନିଧିଙ୍କ ସମେତ ବହୁ ଆଗଧାଡିର ନେତା ଏହି ଘଟଣା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।1
- ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ଅନୁଯାୟୀ, ସରକାରଙ୍କୁ ମାଗଣା ଚାଉଳ ବଦଳରେ ମାଗଣା ଧାନ ଯୋଗାଇବାକୁ ଜୋରଦାର ଦାବି କରାଯାଇଛି। ଏହି ଦାବି ପଛର ମୁଖ୍ୟ କାରଣ ହେଉଛି ମିଲରମାନଙ୍କ ମନମୁଖୀ ଏବଂ ଗାଲୁଆମୀପୂର୍ଣ୍ଣ ଆଚରଣ, ଯାହାକୁ ଆଉ ସହ୍ୟ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।1
- ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଘର କାମ କରୁଥିବା ସମୟରେ ବଜ୍ରାଘାତ ଯୋଗୁଁ ଜଣେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟ ଭାଇ ଏହି ବଜ୍ରାଘାତର ଶିକାର ହୋଇଥିଲେ।1
- ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଅଡ଼ୁଆ ବଢ଼ିଯାଇଛି। ବିଜେଡି ଏକ ବଡ଼ ଝଟକା ଦେଇଛି, ଯାହା ପରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ କିଏ ଜିତିବ, ତାହା ଅନୁଭୂତ ହେବ।1
- ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଏହି ମାମଲାରେ ତାଙ୍କ ପୁତୁରା ବିଶ୍ୱଜିତ ଜେନାଙ୍କୁ ଗିରଫ କରାଯାଇଛି। ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଭିଯୋଗ କରିଛନ୍ତି ଯେ ବିଜେଡି ଏହି ଘଟଣାକୁ ନେଇ ରାଜନୀତି କରୁଛି। ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ତାଙ୍କ ପୁତୁରା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ନିଶ୍ଚିତ ଭାବେ ଦଣ୍ଡ ଦିଆଯାଉ। ଏହି ଖବର ସନ୍ଦେଶ କୁମାର ସାହୁ ରିପୋର୍ଟ କରିଛନ୍ତି।1
- ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ବୋଲେରୋ ପିକଅପ୍ ଭେନ୍ର ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ହୋଇଛି। ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛକୁ ଏହି ପିକଅପ୍ ଭେନ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଛତ୍ରପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଭେନକୁ କାଟି ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଞ୍ଜାମ ଥାନା ପୋଲିସ, ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନି ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।1