ମାଲକାନଗିରି ଜିଲ୍ଲାର ୨୦ଟି କେନ୍ଦ୍ରକୁ ନେଇଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଆୟୋଜିତ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୨୦ଟି କେନ୍ଦ୍ରକୁ ନେଇ ସୁରୁଖୁରୁରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଆୟୋଜିତ ସମ୍ପନ୍ନ ହୋଇଯାଇଅଛି, ଯାହାକୁ ପରିଚାଳନା କରିଥିଲା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ମାଲକାନଗିରି ଜିଲ୍ଲା। ମୋଟ ୪୨୨୯ ପିଲା ପରୀକ୍ଷା ଦେବାର ସୁବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ,ମାଲକାନଗିରି ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ଯାହା ସୂଚନା ପ୍ରାପ୍ତ ହୋଇଅଛି କାଲିମେଳା ୫, କୋରୁକୁଣ୍ଡା ୨, ମାଥିଲି ୪ , ଖଇରପୁଟ ୨ କେ ଗୁମା ୧, ପଡିଆ ୨, ମାଲକାଗିରି ୪ଟି କେନ୍ଦ୍ରରେ ସର୍ବମୋଟ ସଂଖ୍ୟକ ୩୬୨୫ ପରିକ୍ଷାର୍ଥୀ ଭାଗ ନେଇଥିଲେ । ଷଷ୍ଠ ଶ୍ରେଣୀ ୩୧୧୨, ସପ୍ତମ ୩୨୪, ଅଷ୍ଟମ ୧୩୧ ଓ ନବମରୁ ୫୮ ସଂଖ୍ୟକ ପିଲାମାନେ ଏହି ପରୀକ୍ଷା ଦେଇଥିବା ବେଳେ ମୋଟ ୬୦୪ ସଂଖ୍ୟକ ପିଲା ପରୀକ୍ଷାର୍ଥୀ ରୂପେ ଅନୁପସ୍ଥିତି ଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଜଗନ୍ନାଥ ବେହେରା କେନ୍ଦ୍ର ସବୁ ନିରୀକ୍ଷଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ନିଜ ବ୍ଲକର କେନ୍ଦ୍ରକୁ ପରିଚାଳନା କରିଥିଲେ।

- ଡାବୁଗାଁ ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ1
- ନନ୍ଦପୁର ବ୍ଲକ ହିକିମପୁଟରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରଜାତିର ପ୍ରଜାପତି,ଭୟ ଭିତ ମଧ୍ୟରେ ଆନନ୍ଦ1
- ବ୍ଲକ ସ୍ତରୀୟ ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ & ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ରେ ବ୍ଲକ ସ୍ତରୀୟ ମେଗା ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ 60 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତ ରେ ସାମିଲ ହୋଇଛନ୍ତି l ଯେଉଁମାନେ ଅଧାରୁ ପାଠ ଛାଡି ଦେଇଥିଲେ ସେହି ଛାତ୍ର ଛାତ୍ରୀ ମାନେ ସରକାର ଙ୍କ ଦ୍ୱାରା ସ୍ଥାପିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ମାଟ୍ରିକ & ଯୁକ୍ତ ୨ ଶିକ୍ଷାରେ ନାମ ଲେଖାଇ ପୁଣି ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ରହିଛି l ଏନେଇ ଛାତ୍ର ଛାତ୍ରୀ ଓ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶତାଧିକ ଅବିଭାବକ ଙ୍କୁ ଅବଗତ କରାଇଥିଲେ ଅତିଥି ମାନେ l ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ.ଗିରିଧର, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାଏକ ଯୋଗଦେଇଥିବା ବେଳେ ଅଧାରୁ ପାଠ ଛାଡିଥିବା ଚତୁର୍ଥ ଶ୍ରେଣୀ ପାସ କରିଥିବା ଛାତ୍ର ଛାତ୍ରୀ ଚନ୍ଦ୍ରଗିରି ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ଦଶମ & ଯୁକ୍ତ ୨ ଶ୍ରେଣୀ ରେ ନାମ ଲେଖାଇ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ସୁନିତା ଭୂୟାଁ ପରିଚାଳନା କରିଥିବା ବେଳେ ଶିକ୍ଷକ ଏମ. ଦିଲ୍ଲୀପ କୁମାର, ସିଲୁ ପ୍ରଧାନ, ଗୌତମୀ ପରିଡ଼ା, ଚିନୁସ୍ମିତା ପ୍ରଧାନ, ରଶ୍ମିତା କାର୍ଜୀ, ସୁଶାନ୍ତ କୁମାର ପ୍ରଧାନ, ବିଶ୍ଵନାଥ ପାଇକ, ମଦନ ମୋହନ ଦଣ୍ଡସେନା, ଜିତେନ ନାୟକ,ମୋନାଲିସା ବିଶ୍ଵାଳ,କେଦାର ଗୌରୀ ସାହୁ, ଅଶୋକ କୁମାର ବୈଠାରୁ,ଗାୟତ୍ରୀ ପାଇକ ସହଯୋଗ କରିଥିଲେ l1
- Post by AK14TV1
- ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l1
- ସିନାପାଲିରେ ୧୦ ଦାଦନ ଶ୍ରମିକ ଉଦ୍ଧାର ସହ ଆର୍ଟିକା ଗାଡି ଜବତ, ସର୍ଦ୍ଦାର କୋର୍ଟଚାଲାଣ I1
- #ଦିନେଦେଖେଇଦେଲୁରେ ratipunijn1
- ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି1