କୋଇଡା 🗞️ ତାତିରେ ତୃଷ୍ଣାର୍ତ୍ତଙ୍କୁ ଆଶ୍ୱସ୍ତି: ବାବା ଗଣେଶ ପୂଜା କମିଟି ପକ୍ଷରୁ ଜଳଛତ୍ର ତାତିରେ ତୃଷ୍ଣାର୍ତ୍ତଙ୍କୁ ଆଶ୍ୱସ୍ତି: ବାବା ଗଣେଶ ପୂଜା କମିଟି ପକ୍ଷରୁ ଜଳଛତ୍ର ଆରମ୍ଭ କୋଇଡା,୨୦/୪: ଅସହ୍ୟ ତାପପ୍ରବାହ ଓ ପାନୀୟ ଜଳ ସଙ୍କଟରେ ଜୀବନ ଯେତେବେଳେ ଅସ୍ତବ୍ୟସ୍ତ, ସେତେବେଳେ ମାନବସେବାର ନିଆରା ଉଦାହରଣ ସୃଷ୍ଟି କରିଛି ବାବା ଗଣେଶ ପୂଜା କମିଟି ଓ ଟ୍ରଷ୍ଟ। କୋଇଡା ଗୋପାପୁର ସାହିରେ ସଂଗଠନ ପକ୍ଷରୁ ଶୁଭାରମ୍ଭ ହୋଇଛି ଜଳଛତ୍ର, ଯେଉଁଠାରେ ପଥଚାରୀ, ଶ୍ରମିକ ଓ ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ତୃଷ୍ଣା ନିବାରଣର ପ୍ରୟାସ କରାଯାଉଛି। ବର୍ତ୍ତମାନର ତୀବ୍ର ଖରା ଓ ଗ୍ରୀଷ୍ମ ପ୍ରକୋପ ମଧ୍ୟରେ ଅନେକ ସ୍ଥାନରେ ଶୁଦ୍ଧ ପାଣି ଲୋକଙ୍କ ପାଇଁ ଦୁର୍ଲଭ ହୋଇପଡ଼ିଥିବାବେଳେ, ଏହି ଜଳଛତ୍ର ସାଧାରଣ ଲୋକଙ୍କ ପାଇଁ ଆଶାର ଆଲୋକ ପାଲଟିଛି। ଜଳଦାନ ମହାଦାନର ପରମ୍ପରାକୁ ଆଗକୁ ନେଇ ସଂଗଠନର ଏହି ଉଦ୍ୟମ ଅଞ୍ଚଳରେ ଭୁରିଭୁରି ପ୍ରଶଂସା ସାଉଁଟିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଣେଇର ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, କୋଇଡା ସରପଞ୍ଚ ହୃଷୀକେଶ ଦେହୁରୀ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ନାଏକ, ସମାଜସେବୀ ଜଗନ୍ନାଥ ଦେହୁରୀ , କେଦାର ପଣ୍ଡା , ସୁନୀଲ ପଣ୍ଡା, ସୁଜିତ କୁମାର ବେହେରା, ବିଶ୍ୱଜିତ ନାୟକ, ଶରତ ମହାକୁଡ, ସୁବାଶ ଚନ୍ଦ୍ର ସାହୁ ଓ ଅଭିମନ୍ୟୁ ଉପସ୍ଥିତ ରହି ଜଳଛତ୍ରର ଶୁଭାରମ୍ଭ କରିଥିଲେ। ଅତିଥିମାନେ କହିଥିଲେ, ପ୍ରଚଣ୍ଡ ଗ୍ରୀଷ୍ମରେ ଜଳସେବା ହେଉଛି ସର୍ବଶ୍ରେଷ୍ଠ ମାନବସେବା, ଏବଂ ଏଭଳି ସାମାଜିକ ଉଦ୍ୟମ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ସୃଷ୍ଟି କରିବ। ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ସ୍ୱାଗତ କରିଥିବାବେଳେ, ତାପପ୍ରବାହ ମଧ୍ୟରେ ଏହି ଜଳଛତ୍ର କେବଳ ପାଣି ବଣ୍ଟନରେ ସୀମିତ ନ ରହି, ମାନବିକତା ଓ ସେବାଭାବର ଏକ ଜ୍ୱଳନ୍ତ ନିଦର୍ଶନ ପାଲଟିଛି।

- ହାତ ସିଲାଇ ଟ୍ରିକ1
- Post by ମିଲନ କୁମାର ନାଏକ1
- *ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ* *ଦେବଗଡ଼/ବାରକୋଟ, ୨୦.୦୪.୨୦୨୬ (ବିବେକାନନ୍ଦ ସାହୁ ):* ବାରକୋଟ ବ୍ଲକ ସଦର ମହକୁମାରେ ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବାଦ୍ୟ, ନୃତ୍ୟ ସହିତ ସଂକୀର୍ତନର ତାଳେ ତାଳେ ଭବ୍ୟ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଆଣିବା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ପବିତ୍ର ଅକ୍ଷୟ ତୃତୀୟାରେ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ମନ୍ଦିର ପ୍ରତିଷ୍ଠା, ନୀଳଚକ୍ର ସ୍ଥାପନ ସହିତ ଧ୍ୱଜାରୋହଣ ହୋଇଥିଲା । ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ସମେତ ପୂଜନ, ଯୂପ ସ୍ଥାପନ, ନବଯୌବନ ଦର୍ଶନ ସହିତ ପୂର୍ଣାହୁତି ପ୍ରଦାନ କରାଯାଇଥିଲା । *ମୁଖ୍ୟ କର୍ତା:* ଅମୂଲ୍ୟ ନାଥ ଓ ଲିଲିରାଣୀ ନାଥ, ଅଜୟ ସାହୁ ଓ ନିହାରିକା ସାହୁ, ସତ୍ୟନାରାୟଣ ନାୟକ ଓ ଧାତ୍ରୀ ନାୟକ, ଶିବଚରଣ ସାହୁ ଓ ରେଣୁବାଳା ସାହୁ, ହରେକୃଷ୍ଣ ଜିତ ଓ କାମିନୀ ଜିତ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ । *ମନ୍ଦିର କମିଟି:* ସଭାପତି କ୍ଷୀରୋଦ ବିହାରୀ ସାହୁ, ସମ୍ପାଦକ ସମ୍ବିତ ସାହୁ, କୋଷାଧ୍ୟକ୍ଷ ଯଦୁମଣି ପ୍ରଧାନ, ପବିତ୍ର ମୋହନ ସାହୁ, ଗୌରହରି ଦେହୁରୀ, ରସାନନ୍ଦ ବିଶ୍ୱାଳ, ଗୁରୁଚରଣ ସାହୁ, ନେତ୍ରାନନ୍ଦ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଟଙ୍କଧର ବେହେରା, ଶରତ ଦେହୁରୀ, ପିତବାସ ନାୟକ, କ୍ଷମାନିଧି ସାହୁ, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । *ଅତିଥି:* ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ ଭୋଜ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଦେବଗଡ଼ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଶାନ୍ତମଞ୍ଜରୀ ଦେଇ, ବିଜେପି ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ବିଜେଡି ନେତା କୃତାର୍ଥ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।4
- चंपुआ में इलेक्ट्रिक का समस्या काफी दिनों से चल रहा है आम पब्लिक बहुत परेशान है इलेक्ट्रिक ऑफिस वाले हर महीने बिल लेने तो पहुंच जाते हैं मगर थोड़ी सी हवा चले या थोड़ी सी बारिश हो जाए तो फिर लाइन इस कदर काट देते हैं के घर में सोना दुश्वार मुश्किल हो जाता है क्योंकि यहां पर बहुत सारे गरीब परिवार से लोग बिलॉन्ग करते हैं जिनके घर में इनवर्टर भी नहीं है छोटे-छोटे बच्चे हैं और जिनके घर में इनवर्टर भी है तो उसे न फन चल सकता है ना ऐसी चल सकता है तो मैं चंपुआ के पब्लिक से रिक्वेस्ट करता हूं की सब मिलकर इस समस्या का समाधान करें1
- ଜମନକିରା ବ୍ଲକ ଛକଠାରେ PATHKIND LABORATORY ର ସହଯୋଗୀତାରେ MARVEL WELLNESS CENTRE ର ଏକ ନୂତନ ରକ୍ତ ପରୀକ୍ଷା କେନ୍ଦ୍ର ଉଦଘାଟନ ହେଲା । ଏହି ପରୀକ୍ଷାକେନ୍ଦ୍ର ଉଦଘାଟନ ଅବସରରେ ଏକ ମେଗା Pathkind Laboratory ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଯାହାକି କେବଳ ଦଶଟଙ୍କା ଦେଇ ସୁଗାର, କ୍ୟାଲସିୟମ ଏବଂ କଲେଷ୍ଟରଲ ଭଳି ଅନେକ ମୂଲ୍ୟବାନ ରକ୍ତ ପରୀକ୍ଷା କରାଗଲା। ଏହି ଉପରୋକ୍ତ ସୁବିଧା ପ୍ରତେକ ରବିବାର ରହିବ ଆଉ ଛ ମାସ ପର୍ଯ୍ୟନ୍ତ। ଏହି ଉଦଘାଟନୀ ସମାରୋହରେ ଜମନକିରା ଅଞ୍ଚଳର ବହୁମାତ୍ରାରେ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। MARVEL WELLNESS CENTRE ଜମନକିରାର ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବା ପାଇଁ ପ୍ରତଶୃତିବଦ୍ଧ। 70 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।1
- ଝାରସୁଗୁଡ଼ା ଜିଲ୍ଲା ର ବେଲପାହାଡ଼ ଠାରେ ବବନ ସିଂ ଶିକ୍ଷକତା କରିବା ସଙ୍ଗେ ଯୋଗ ମାଧ୍ୟମ ରେ ଛୋଟ ଛାତ୍ର ଛାତ୍ରୀ ଠୁ ବଡ ମାନଙ୍କୁ ଯୋଗ ମାଧ୍ୟମ ରେ ଶିକ ସ୍ବାସ୍ଥ୍ୟ ର ବିକାଶ କିପରି ହୋଇପାରିବ । ଝାରସୁଗୁଡ଼ା ଯୋଗ ଗୁରୁ ଆଓ୍ବାଡ ପାଇଛନ୍ତି ।4
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ । ଦେବଗଡ଼ ତା ୨୦.୦୪.୨୦୨୬ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ଶ୍ରୀ ଜୟଦେବଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସଂଯୋଜକ ଜିଲ୍ଲା ସଂସ୍କୃତି ପରିଷଦ ଦିଲୀପ କୁମାର ଗୁରୁ ମଞ୍ଚାସୀନ ରହି କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କବି ଶ୍ରୀ ଜୟଦେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗୀତଗୋବିନ୍ଦ ପରିବେଷଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ଵର ଶତପଥୀ, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ସଂସ୍କୃତି ପରିଷଦ ସଦସ୍ୟ ଅବନିକାନ୍ତ ମିଶ୍ର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ,ସାମ୍ୱାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।1