logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ଜିଲ୍ଲାର କାକଟ ଚକ ନିକଟରେ ଥିବା ବଚପନ ସ୍କୁଲ ନାମରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଶାନ୍ତ ନାୟକ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଏହି ସ୍କୁଲରେ ପଢୁଥିଲା ଏବଂ ସ୍କୁଲର ଏକ ଗାଡ଼ି ପ୍ରତିଦିନ ତାଙ୍କ ପୁଅକୁ ଆଣିବା ଓ ଛାଡ଼ିବା ପାଇଁ ଘରକୁ ଆସୁଥିଲା। କିନ୍ତୁ ସେହି ସ୍କୁଲ ଗାଡ଼ିର ଡ୍ରାଇଭରଙ୍କ ବୟସ 65 ବର୍ଷରୁ ଅଧିକ ଥିବାରୁ ସେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବିଷୟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ, ସ୍କୁଲର ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଏହା ସ୍କୁଲକୁ ବଦନାମ କରିବା ପାଇଁ ଇଚ୍ଛାକୃତ ଭାବେ କରାଯାଉଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

9 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
9 hrs ago

କେନ୍ଦ୍ରାପଡ଼ା ଜିଲ୍ଲାର କାକଟ ଚକ ନିକଟରେ ଥିବା ବଚପନ ସ୍କୁଲ ନାମରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଶାନ୍ତ ନାୟକ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଏହି ସ୍କୁଲରେ ପଢୁଥିଲା ଏବଂ ସ୍କୁଲର ଏକ ଗାଡ଼ି ପ୍ରତିଦିନ ତାଙ୍କ ପୁଅକୁ ଆଣିବା ଓ ଛାଡ଼ିବା ପାଇଁ ଘରକୁ ଆସୁଥିଲା। କିନ୍ତୁ ସେହି ସ୍କୁଲ ଗାଡ଼ିର ଡ୍ରାଇଭରଙ୍କ ବୟସ 65 ବର୍ଷରୁ ଅଧିକ ଥିବାରୁ ସେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବିଷୟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ, ସ୍କୁଲର ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଏହା ସ୍କୁଲକୁ ବଦନାମ କରିବା ପାଇଁ ଇଚ୍ଛାକୃତ ଭାବେ କରାଯାଉଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

More news from ଓଡ଼ିଶା and nearby areas
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ମହାବୀର ରେସିଡେନ୍ସିରେ ଏକ ଘରର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏହି ରେସିଡେନ୍ସିର ଘର ନମ୍ବର S28 ରେ ରହୁଥିବା ଅବସରପ୍ରାପ୍ତ କୋର୍ଟ କର୍ମଚାରୀ ବାବୁଲାଲ ପାଢୀ ନିଜ ଘରକୁ ତାଲା ପକାଇ ଗାଁକୁ ଯାଇଥିଲେ। କିନ୍ତୁ ସେ ଗାଁରୁ ଫେରି ଦେଖିବା ବେଳକୁ ତାଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇସାରିଥିଲା। ଏହି ଘଟଣାକୁ ନେଇ ବାବୁଲାଲ ପାଢୀ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ମହାବୀର ରେସିଡେନ୍ସିକୁ ଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେପଟେ ମହାବୀର ରେସିଡେନ୍ସିର ସୁରକ୍ଷା ପାଇଁ ୬ ଜଣ ସୁରକ୍ଷା ଗାର୍ଡ ଏବଂ ଅନେକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ, ଏଭଳି ଚୋରି କିଭଳି ସମ୍ଭବ ହେଲା ତାହାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ମହାବୀର ରେସିଡେନ୍ସିରେ ଏକ ଘରର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏହି ରେସିଡେନ୍ସିର ଘର ନମ୍ବର S28 ରେ ରହୁଥିବା ଅବସରପ୍ରାପ୍ତ କୋର୍ଟ କର୍ମଚାରୀ ବାବୁଲାଲ ପାଢୀ ନିଜ ଘରକୁ ତାଲା ପକାଇ ଗାଁକୁ ଯାଇଥିଲେ। କିନ୍ତୁ ସେ ଗାଁରୁ ଫେରି ଦେଖିବା ବେଳକୁ ତାଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇସାରିଥିଲା।

ଏହି ଘଟଣାକୁ ନେଇ ବାବୁଲାଲ ପାଢୀ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ମହାବୀର ରେସିଡେନ୍ସିକୁ ଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେପଟେ ମହାବୀର ରେସିଡେନ୍ସିର ସୁରକ୍ଷା ପାଇଁ ୬ ଜଣ ସୁରକ୍ଷା ଗାର୍ଡ ଏବଂ ଅନେକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ, ଏଭଳି ଚୋରି କିଭଳି ସମ୍ଭବ ହେଲା ତାହାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    user_HULESWAR HANS
    HULESWAR HANS
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ରାସ୍ତା ଉପରେ ଗାଈଗୋରୁ ବୁଲୁଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଗୋରୁ ମାଲିକମାନେ ନିଜ ଗାଈ ଓ ବଳଦମାନଙ୍କୁ ଘରେ ନ ରଖି ବାହାରେ ଛାଡ଼ି ଦେଉଛନ୍ତି। ଏହି କାରଣରୁ ଏବେ ଏହି ଗୋରୁମାନେ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହା ସହିତ ଏହି ଗୋରୁଗାଈମାନେ ଦିନରାତି ରାସ୍ତା ଉପରେ ରହୁଥିବାରୁ ଦୁର୍ଘଟଣା ଘଟିବାର ଭୟ ବୃଦ୍ଧି ପାଇବାରେ ଲାଗିଛି।
    2
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ରାସ୍ତା ଉପରେ ଗାଈଗୋରୁ ବୁଲୁଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଗୋରୁ ମାଲିକମାନେ ନିଜ ଗାଈ ଓ ବଳଦମାନଙ୍କୁ ଘରେ ନ ରଖି ବାହାରେ ଛାଡ଼ି ଦେଉଛନ୍ତି। ଏହି କାରଣରୁ ଏବେ ଏହି ଗୋରୁମାନେ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହା ସହିତ ଏହି ଗୋରୁଗାଈମାନେ ଦିନରାତି ରାସ୍ତା ଉପରେ ରହୁଥିବାରୁ ଦୁର୍ଘଟଣା ଘଟିବାର ଭୟ ବୃଦ୍ଧି ପାଇବାରେ ଲାଗିଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବଠାରେ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ତଥା ବରପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଏହି ଜୟନ୍ତୀ ସମାରୋହ ପାଳନ କରାଯିବ। ଏହା ସହିତ ପ୍ରତି ମାସର ଗୋଟିଏ ଦିନରେ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ବର୍ତ୍ତମାନର ସଭାପତି ନରେନ୍ଦ୍ର କୁମାର ହୋତା ସୂଚନା ଦେଇଛନ୍ତି। ଏହି ବୈଠକରେ ଆନନ୍ଦ ମେହେର, ବାଳକିଶୋର ଖାଡ଼ଙ୍ଗl, ପଦ୍ମଲୋଚନ ସାହୁ, ରାଜାରାମ ମେହେର, ବାଳକୃଷ୍ଣ ପୂଝାରୀ, ମହେନ୍ଦ୍ର ଗହୀର ଓ ବନ୍ତରlମ ସେଠ ପ୍ରମୁଖ ଯୋଗ ଦେଇଥିଲେ।
    1
    ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବଠାରେ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ତଥା ବରପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଆସନ୍ତା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଏହି ଜୟନ୍ତୀ ସମାରୋହ ପାଳନ କରାଯିବ। ଏହା ସହିତ ପ୍ରତି ମାସର ଗୋଟିଏ ଦିନରେ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ବର୍ତ୍ତମାନର ସଭାପତି ନରେନ୍ଦ୍ର କୁମାର ହୋତା ସୂଚନା ଦେଇଛନ୍ତି। ଏହି ବୈଠକରେ ଆନନ୍ଦ ମେହେର, ବାଳକିଶୋର ଖାଡ଼ଙ୍ଗl, ପଦ୍ମଲୋଚନ ସାହୁ, ରାଜାରାମ ମେହେର, ବାଳକୃଷ୍ଣ ପୂଝାରୀ, ମହେନ୍ଦ୍ର ଗହୀର ଓ ବନ୍ତରlମ ସେଠ ପ୍ରମୁଖ ଯୋଗ ଦେଇଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
  • ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଆଜି ସନ୍ଧ୍ୟା ୬ ଟା ସମୟରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଖଡ଼ିଆଳ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।
    1
    ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଆଜି ସନ୍ଧ୍ୟା ୬ ଟା ସମୟରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଖଡ଼ିଆଳ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    22 hrs ago
  • ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଏକ ଅଭାବନୀୟ ତଥା ସ୍ପନ୍ଦନହୀନ ଘଟଣା ଦେଖିବାକୁ ମିଳିଛି। ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ବାଇକ୍ ଚଲାଉଥିବା ବେଳେ ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ନାବାଳିକାକୁ ଜୋରଦାର ଧକ୍କା ଦେଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ନାବାଳିକା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେହି ସମୟରେ ମଦ୍ୟପ ବାଇକ୍ ଚାଳକ ହିରୋ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ପାଖରେ ଥିବା ଏକ ଛୁରାରେ ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ବାରମ୍ବାର ଛୁରାମାଡ଼ କରି ଚାଲିଥିଲା। ଏହି ସାଂଘାତିକ ଛୁରାମାଡ଼ରେ ୩ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଅନ୍ୟ ୨ ଜଣ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତ ଚାଳକ ହିରୋ ମଲ୍ଲିକକୁ ଉଦ୍ଧାର କରି ଅଟକ ରଖିଛି। ଏହା ସହ ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ବାଇକ୍ ଏବଂ ରକ୍ତଭିଜା ଛୁରାକୁ ଜବତ କରିବା ସହ ମାମଲା ରୁଜୁ କରି ଏହି ବର୍ବରୋଚିତ କାଣ୍ଡର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ମଦ୍ୟପ ଚାଳକ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
    1
    ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଏକ ଅଭାବନୀୟ ତଥା ସ୍ପନ୍ଦନହୀନ ଘଟଣା ଦେଖିବାକୁ ମିଳିଛି। ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ବାଇକ୍ ଚଲାଉଥିବା ବେଳେ ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ନାବାଳିକାକୁ ଜୋରଦାର ଧକ୍କା ଦେଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ନାବାଳିକା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେହି ସମୟରେ ମଦ୍ୟପ ବାଇକ୍ ଚାଳକ ହିରୋ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ପାଖରେ ଥିବା ଏକ ଛୁରାରେ ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ବାରମ୍ବାର ଛୁରାମାଡ଼ କରି ଚାଲିଥିଲା।

ଏହି ସାଂଘାତିକ ଛୁରାମାଡ଼ରେ ୩ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଅନ୍ୟ ୨ ଜଣ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତ ଚାଳକ ହିରୋ ମଲ୍ଲିକକୁ ଉଦ୍ଧାର କରି ଅଟକ ରଖିଛି। ଏହା ସହ ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ବାଇକ୍ ଏବଂ ରକ୍ତଭିଜା ଛୁରାକୁ ଜବତ କରିବା ସହ ମାମଲା ରୁଜୁ କରି ଏହି ବର୍ବରୋଚିତ କାଣ୍ଡର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ମଦ୍ୟପ ଚାଳକ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ପୁରୀ ବଡ଼ ଦାଣ୍ଡରେ ଆଜି ଏକ ଅପୂର୍ବ ଆନନ୍ଦର ଲହରୀ ଖେଳୁଛି। ଏହି ଦୃଶ୍ୟ ସତେ ଯେମିତି ମନେକରାଇ ଦେଉଛି ଯେ ସ୍ୱୟଂ ରାମ ବନମାଳୀ ମଥୁରା ଦାଣ୍ଡରେ ଯାତ୍ରା କରୁଛନ୍ତି। ବଡ଼ ଦାଣ୍ଡର ଏହି ସମଗ୍ର ବାତାବରଣ ଆଜି ପରମ ଆନନ୍ଦ ଓ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇଉଠିଛି।
    1
    ପୁରୀ ବଡ଼ ଦାଣ୍ଡରେ ଆଜି ଏକ ଅପୂର୍ବ ଆନନ୍ଦର ଲହରୀ ଖେଳୁଛି। ଏହି ଦୃଶ୍ୟ ସତେ ଯେମିତି ମନେକରାଇ ଦେଉଛି ଯେ ସ୍ୱୟଂ ରାମ ବନମାଳୀ ମଥୁରା ଦାଣ୍ଡରେ ଯାତ୍ରା କରୁଛନ୍ତି। ବଡ଼ ଦାଣ୍ଡର ଏହି ସମଗ୍ର ବାତାବରଣ ଆଜି ପରମ ଆନନ୍ଦ ଓ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇଉଠିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    6 hrs ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ବଳଧା ପଂଚାୟତ ସାନମୂଲା ଗାଁରେ ଏକ ଅଜଗର ସାପ ଆକ୍ରମଣରେ ଗୋଟିଏ ଛେଳିର ମୃତ୍ୟୁ ହୋଇଛି। ଆଜି କିଛି ଲୋକେ ଛେଳି ଚରାଇବାକୁ ଚାଷ ଜମିକୁ ନେଇଥିବା ବେଳେ ସେଠାରେ ଏକ ଛେଳିକୁ ଅଜଗର ସାପ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଛେଳିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହା ସହିତ ଅଜଗର ସାପଟି ସେଠାରେ ଥିବା ଅନ୍ୟ ଛେଳିମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ସାନମୂଲା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ବଳଧା ପଂଚାୟତ ସାନମୂଲା ଗାଁରେ ଏକ ଅଜଗର ସାପ ଆକ୍ରମଣରେ ଗୋଟିଏ ଛେଳିର ମୃତ୍ୟୁ ହୋଇଛି। ଆଜି କିଛି ଲୋକେ ଛେଳି ଚରାଇବାକୁ ଚାଷ ଜମିକୁ ନେଇଥିବା ବେଳେ ସେଠାରେ ଏକ ଛେଳିକୁ ଅଜଗର ସାପ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଛେଳିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହା ସହିତ ଅଜଗର ସାପଟି ସେଠାରେ ଥିବା ଅନ୍ୟ ଛେଳିମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ସାନମୂଲା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।
    user_HULESWAR HANS
    HULESWAR HANS
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଠାରେ ବିଜେପିର ଏକ ମଣ୍ଡଳ ସ୍ତରୀୟ ଗ୍ରାମୀଣ ବିଏଲଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ପ୍ରଦୀପ ପଧାନଙ୍କ ସଭାପତିତ୍ବରେ ଏହି ସଭାର ଆୟୋଜନ କରାଯାଇଥିଲା। ଜନଗଣନା ବର୍ଦ୍ଧିତ ବୁଥ୍ ପାଇଁ ଉଦ୍ଦିଷ୍ଟ ଏହି ବୈଠକରେ ୯ଟି ପଞ୍ଚାୟତର ନେତା ଓ କର୍ମୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ଏହି ବୈଠକରେ ଉପେନ୍ଦ୍ର, ମାନସ, ହରାଧନ, ରମକୁମାର, ଗଣପତି, ପୁରନ୍ଦର, କବି, ଦିବ୍ୟ ଏବଂ କୈଳାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
    1
    ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଠାରେ ବିଜେପିର ଏକ ମଣ୍ଡଳ ସ୍ତରୀୟ ଗ୍ରାମୀଣ ବିଏଲଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ପ୍ରଦୀପ ପଧାନଙ୍କ ସଭାପତିତ୍ବରେ ଏହି ସଭାର ଆୟୋଜନ କରାଯାଇଥିଲା। ଜନଗଣନା ବର୍ଦ୍ଧିତ ବୁଥ୍ ପାଇଁ ଉଦ୍ଦିଷ୍ଟ ଏହି ବୈଠକରେ ୯ଟି ପଞ୍ଚାୟତର ନେତା ଓ କର୍ମୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ଏହି ବୈଠକରେ ଉପେନ୍ଦ୍ର, ମାନସ, ହରାଧନ, ରମକୁମାର, ଗଣପତି, ପୁରନ୍ଦର, କବି, ଦିବ୍ୟ ଏବଂ କୈଳାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.